ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ବିଶ୍ୱବାସୀଙ୍କୁ ଜଣାଯିବ ରଥଯାତ୍ରାର ବିଧି

ପୁରୀ ଅଫିସ, ୬ା୯: ବିଶ୍ୱର ବିଭିନ୍ନ ରାଷ୍ଟ୍ର ସମେତ ଭାରତର ଅନେକ ରାଜ୍ୟରେ ରଥଯାତ୍ରା ଅନୁଷ୍ଠିତ ହେଉଛି। କିନ୍ତୁ ପୁରୀରେ ଯେଉଁଭଳି ବିଧି ଓ ପରମ୍ପରା ଅନୁସାରେ କରାଯାଉଛି ଅଧିକାଂଶ ସ୍ଥାନରେ ବିଧି ମୁତାବକ ହେଉନାହିଁ। ଏହା ମହାପ୍ରଭୁ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରତି ଅବମାନନା। ତେଣୁ ରଥଯାତ୍ରାର ବିଧି ବିଶ୍ୱବାସୀଙ୍କୁ ଜଣାଯିବ। ମହାପ୍ରଭୁଙ୍କର ଏହି ମହାନ୍‌ ପର୍ବ ରଥଯାତ୍ରାର ପରିଚାଳନା ଲାଗି ବିଧି କ’ଣ ରହିଛି ତାହା ସମସ୍ତଙ୍କୁ ଜଣାଇବୁ। ପରିଚାଳନା କମିଟିରୁ ଏ ସଂକ୍ରାନ୍ତରେ ଏକ ପ୍ରସ୍ତାବ ପାରିତ ହୋଇ ରାଜ୍ୟ ସରକାରଙ୍କୁ ମଧ୍ୟ ଏ ଦିଗରେ ସହଯୋଗ କରିବା ଲାଗି ଅନୁରୋଧ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର। ଗୁରୁବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରାୟ ୩ ଘଣ୍ଟା ଧରି ଅନୁଷ୍ଠିତ ବୈଠକ ଶେଷରେ ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ କହିଥିଲେ, ଶ୍ରୀମନ୍ଦିର ସେବାପୂଜା ଏବଂ ପରମ୍ପରାରେ ଅନେକ ମଠର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମନ୍ଦିର ଏବଂ ମଠ ଭିତରେ ଥିବା ଏହି ସମ୍ପର୍କକୁ ସମ୍ପୂର୍ଣ୍ଣ ଭାବେ ବଜାୟ ରଖାଯିବ। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଏବଂ ଏଥିପାଇଁ ଯାହା ଆଇନ ରହିଛି ସେହି ପ୍ରକାରେ ମଠଗୁଡ଼ିକର ବିକାଶ ଓ ପୁନରୁଦ୍ଧାର କରାଯିବ। ଏଥିଲାଗି ୩ ଜଣିଆ ମଠ ଉନ୍ନୟନ ସବ୍‌ କମିଟି ଗଠନ କରାଯାଇଛି। ମଠ ଉନ୍ନୟନ ସବ୍‌ କମିଟି ସମସ୍ତ ପକ୍ଷଙ୍କ ସହିତ ଆଲୋଚନା କରି ମଠ ସଂସ୍କୃତି କିପରି ବଜାୟ ରହିବ ତାହା ଉପରେ କାର୍ଯ୍ୟ କରିବେ। ୭୫ ମିଟର ମଧ୍ୟରେ ରହିଥିବା ମଠ ସମେତ ପୁରୀର ବିଭିନ୍ନ ମଠର ବିକାଶକୁ ପ୍ରାଧାନ୍ୟ ଦିଆଯିବ। ମଠ ଠାକୁରଙ୍କ ସେବାପୂଜା, ମହନ୍ତ, ପୂଜାରୀ ଏବଂ ବିଦ୍ୟାର୍ଥୀଙ୍କ ରହିବା ଲାଗି ବ୍ୟବସ୍ଥା କରାଯିବ। ପୁରୀରେ ଅନେକ ମଠ ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ ଅବସ୍ଥାରେ ଅଛି। ସେଗୁଡ଼ିକର ପୁନରୁଦ୍ଧାର କିପରି କରାଯିବ ତାହା ଉପରେ ଫୋକସ୍‌ ରହିବ। ଏହି ସବ୍‌ କମିଟିରେ ଦେବୋତ୍ତର କମିଶନର, ବାବା ସଚ୍ଚିଦାନନ୍ଦ ଦାସ ମହାରାଜ ଓ ରାମଚନ୍ଦ୍ର ଦାସମହାପାତ୍ର ସଦସ୍ୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ଆକ୍ରମଣରେ ଗୁରୁତର ଯୁବକଙ୍କ ମୃତ୍ୟୁ: ମୃତଦେହ ରଖି ଗ୍ରାମବାସୀଙ୍କ ଧାରଣା

ସଜନାଗଡ, ୨୭।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ କୁଲଡ଼ିହା ପାଦଦେଶ ଗରଡ଼ିହି ପଞ୍ଚାୟତ ଅଧୀନ ଟିକାକଟା ଚାଇନ୍ଦର ଗ୍ରାମ ୧୨ନମ୍ବର ୱାର୍ଡ଼ର ୱାର୍ଡ଼ମେମ୍ବର ସୁଦାମ ସିଂ (୩୫)...

ଆର୍‌ଆଇ କାର୍ଯ୍ୟାଳୟରେ ପଶି ବାଲିମାଫିଆଙ୍କ ଗଣ୍ଡଗୋଳ: ଅତିରିକ୍ତ ତହସିଲଦାର, ରାଜସ୍ବ ନିରୀକ୍ଷକ ଆହତ

ଭଣ୍ଡାରିପୋଖରୀ,୩।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅଧୀନ ମଞ୍ଜୁରୀରୋଡ଼ଠାରେ ଥିବା ରାଜସ୍ବ ନିରୀକ୍ଷକ(ଆର୍‌ଆଇ)ଙ୍କ କାର୍ଯ୍ୟାଳୟରେ ପଶି ସୋମବାର ବାଲିମାଫିଆମାନେ ଗଣ୍ଡଗୋଳ କରିଛନ୍ତି। ସେମାନଙ୍କ ଆକ୍ରମଣରେ ଅତିରିକ୍ତ...

‘କୋରାପୁଟ ଜିଲାର ବିକାଶ ଏବେ ଶୀର୍ଷରେ’

କୋରାପୁଟ,୨୬ା୧: ଭାରତର ସ୍ବାଧୀନତା ଆନ୍ଦୋଳନରେ କୋରାପୁଟ ଜିଲାର ଅବଦାନ ଅତୁଳନୀୟ। କୋରାପୁଟସ୍ଥିତ ପୋଲିସ ପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ...

ଆଉ ଦୁଇଦିନ ହେବ ଥଣ୍ଡା:ଦାରିଙ୍ଗବାଡ଼ିରେ ପାରଦ ୧୦ ଡିଗ୍ରୀ ତଳକୁ ଖସିଲା

ଭୁବନେଶ୍ୱର,  ୨୦।୧୨(ବ୍ୟୁରୋ): ଡିସେମ୍ବର ଶେଷ ହେବାକୁ ବସିଲାଣି। ଶୀତର ନାଁଗନ୍ଧ ନ ଥିଲା। ଗୁରୁବାର ହଠାତ୍‌ ପାରଦ ୨ରୁ ୩ ଡିଗ୍ରୀ ତଳକୁ ଖସିଯିବାରୁ ରାଜ୍ୟରେ...

କୀଟନାଶକ ପିଇ ନବ ବିବାହିତାଙ୍କ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ଭାଇ, ସ୍ବାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ

ମହାକାଳପଡ଼ା,୯।୬(ଡି.ଏନ୍‌.ଏ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ପେଟଛେଲା ପଞ୍ଚାୟତ ସ୍ଥାନୀୟ କୋଚିଳା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଜନୈକ ନବ ବିବାହିତାଙ୍କ କୀଟନାଶକ ପିଇବା...

ପ୍ରତି ସୋମବାର ପଞ୍ଚାୟତ ଯିବେ ଭିଏଡବ୍ଲୁ, ବୁଝିବେ ଚାଷୀଙ୍କ ସମସ୍ୟା

ଭୁବନେଶ୍ୱର,୯।୬(ବ୍ୟୁରୋ): ଚଳିତ ବର୍ଷ ୬୨ ହେକ୍ଟର ଜମିରେ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେଥିରୁ ୯୬ ଲକ୍ଷ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ ଲକ୍ଷ୍ୟ ରହିଛି...

୨୦ କଲେଜ ପାଇଁ ନାହାନ୍ତି ଛାତ୍ରୀଛାତ୍ର

ବ୍ରହ୍ମପୁର ଅଫିସ୍‌,୧୫ା୭-ଚଳିତବର୍ଷର ଯୁକ୍ତ ୨ ନାମଲେଖା ଚାଲୁ ରହିଛି। ପ୍ରଥମ ପର୍ଯ୍ୟାୟ ନାମଲେଖା ସରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଶନିବାର କଟ୍‌ଅଫ୍‌ ମାର୍କ ପ୍ରକାଶ...

ବାଙ୍କୀରେ ଡବଲମର୍ଡର ଘଟଣାକୁ ସୋନିଆ ଗାନ୍ଧୀଙ୍କ ନିନ୍ଦା

ବାଙ୍କୀ, ୨୭ା୨ (ସ୍ବ.ପ୍ର): ବାଙ୍କୀରେ ଘଟିଥିବା ଡବଲ ମର୍ଡର ଘଟଣାକୁ ଅଖିଳଭାରତୀୟ କଂଗ୍ରେସ କମିଟି ସଭାପତି ସୋନିଆ ଗାନ୍ଧୀ ନିନ୍ଦା କରିଛନ୍ତି। ଏହି ଘଟଣାରେ ମୃତ୍ୟୁବରଣ...

Advertisement


Archives

Model This Week

Why Dharitri