ଶ୍ରୀମନ୍ଦିରରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ : ଗୋଇନ୍ଦା ରିପୋର୍ଟ ପରେ ସୁରକ୍ଷା କଡ଼ାକଡ଼ି

ପୁରୀ ଅଫିସ, ୧।୮ : ଶ୍ରୀମନ୍ଦିର ଅସୁରକ୍ଷିତ। ଆତଙ୍କବାଦୀମାନେ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିପାରନ୍ତି। ରାଜ୍ୟ ଗୋଇନ୍ଦା ବିଭାଗ ପକ୍ଷରୁ ଏମିତି ଏକ ରିପୋର୍ଟ ଗୁରୁବାର ପୁରୀ ଜିଲା ପ୍ରଶାସନ ନିକଟକୁ ଆସିଛି। ରିପୋର୍ଟ ପାଇବା ପରେ ପ୍ରଶାସନ ଓ ପୁରୀ ପୋଲିସ ତତ୍ପର ହୋଇଉଠିଛି। ଶ୍ରୀମନ୍ଦିରର ସୁରକ୍ଷାକୁ କଡ଼ା କଡ଼ି କରାଯାଇଛି। ଗୁରୁବାର ପୁରୀ ଏସ୍‌ପି ଉମାଶଙ୍କର ଦାଶ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ତନ୍ନତନ୍ନ କରି ଯାଞ୍ଚ କରିଛନ୍ତି।
ଶ୍ରୀମନ୍ଦିର ପରିସରରେ ଲାଗିଥିବା ସିସିଟିଭି ଯାଞ୍ଚ କରିବା ସହ ସୁରକ୍ଷା ଦାୟିତ୍ୱରେ ରହୁଥିବା ପୋଲିସ ଅଧିକାରୀଙ୍କ ସହ ଏସ୍‌ପି ଆଲୋଚନା କରିଛନ୍ତି। ଚାରିଦ୍ୱାରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଡ୍ୟୁଟିରେ ରହୁଥିବା ପୋଲିସ କର୍ମଚାରୀମାନେ ନିଜ ସ୍ଥାନ ଛାଡିବେ ନାହିଁ। ସେହିପରି ଡ୍ୟୁଟି ସରିବାପରେ ଅନ୍ୟ ଜଣେ ଡ୍ୟୁଟିକୁ ନ ଆସିବା ପର୍ଯ୍ୟନ୍ତ ନିଜ ସ୍ଥାନରୁ ନ ହଟିବାକୁ କୁହାଯାଇଛି। ଶ୍ରୀମନ୍ଦିର ଚାରିପଟେ କୌଣସି ସନ୍ଦିଗ୍ଧ ବ୍ୟକ୍ତି ବିଶେଷ ବୁଲୁଥିବା ନଜରକୁ ଆସିଲେ ତୁରନ୍ତ ଉପରସ୍ଥିତ ଅଧିକାରୀଙ୍କୁ ସୂଚନା ଦେବାକୁ ଏସ୍‌ପି ତାଗିଦ୍‌ କରିଛନ୍ତି। ଏ ସମ୍ପର୍କରେ ଏସ୍‌ପି ଦାଶ କହିଲେ ଯେ, ଶ୍ରୀମନ୍ଦିରରେ ୨୪ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ରହିଛି। ନିୟମିତ ବ୍ୟବଧାନରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଥାଏ। ଏହା ଏକ ରେଗୁଲାର ପ୍ରୋସେସ୍‌। ଶ୍ରୀମନ୍ଦିରରେ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ଏଡାଇବା ଲାଗି ପୁରୀ ପୋଲିସ ସମ୍ପୁର୍ଣ୍ଣ ପ୍ରସ୍ତୁତ ରହିଛି। ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ କୋଷ୍ଟଗାର୍ଡ ଦ୍ୱାରା ପାଟ୍ରୋଲିଂ ଚାଲିଛି। ସହରକୁ ପ୍ରବେଶ କରୁଥିବା ଯାନାବାହନ ଯାଞ୍ଚକୁ କଡାକଡି କରାଯାଇଛି। ଗୋଇନ୍ଦା ରିପୋର୍ଟ ସମ୍ପର୍କରେ ଅଧିକ କିଛି କହିବାକୁ ଏସ୍‌ପି ମନାକରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିର୍ଲା ଟାୟାର୍ସ ୱାର୍କର୍ସ ୟୁନିଅନ୍‌ ପକ୍ଷରୁ ଧାରଣା

ବାଲେଶ୍ୱର ଅଫିସ, ୨୪।୨-ବିର୍ଲା ଟାୟାର୍ସ କାରଖାନାରେ ବିଭିନ୍ନ ଅନିୟମିତତାର ସିବିଆଇ ତଦନ୍ତ ଦାବି କରି ସୋମବାର ୱାର୍କର୍ସ ୟୁନିଅନ୍‌ ପକ୍ଷରୁ ଶତାଧିକ କର୍ମଚାରୀ ବାଲେଶ୍ୱର ସହର...

ପୁଣି ବିବାଦରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ: ସେମିଷ୍ଟର ପରୀକ୍ଷାଫଳରେ ତ୍ରୁଟି ଅଭିଯୋଗ

ବ୍ରହ୍ମପୁର ଅଫିସ,୧୯ା୬-ପରୀକ୍ଷା ପରିଚାଳନା ଏବଂ ଖାତା ମୂଲ୍ୟାୟାନକୁ ନେଇ ପୁଣି ଥରେ ବିବାଦକୁ ଆସିଛି ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ। ଶେଷ ସେମିଷ୍ଟର ପରୀକ୍ଷାଖାତା ଦେଖାରେ ତ୍ରୁଟି ହୋଇଥିବା...

ବାରିପଦା ଫାଶୀଦଣ୍ଡ ମାମଲା: ହାଇକୋର୍ଟରେ ଯୁକ୍ତି ଉପସ୍ଥାପନ

କଟକ ଅଫିସ,୧୭ା୧: ନାବାଳିକା ବଳାତ୍କାର ଓ ହତ୍ୟା ମାମଲାରେ ଫାଶୀଦଣ୍ଡ ପାଇଥିବା ଆସାମୀ ଯାମିନକାନ୍ତ ମହନ୍ତଙ୍କ ଆବେଦନ ଉପରେ ହାଇକୋର୍ଟରେ ଯୁକ୍ତି ଉପସ୍ଥାପନ ଜାରି ରହିଛି।...

ପାରିବାରିକ କଳହର କରୁଣ ପରିଣତି: ଭାଉଜଙ୍କୁ ହାଣି ହତ୍ୟାକଲେ ଦିଅର

ଢେଙ୍କାନାଳ ଅଫିସ,୫।୫: ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲା ସଦର ଥାନା ଅନ୍ତର୍ଗତ ଖୁଣ୍ଟୁଝରି ଗ୍ରାମରେ। ମଙ୍ଗଳବାର ସକାଳେ ଦିଅରଙ୍କ କାତି...

କେନ୍ଦୁଝରର ନୂତନ ଏସ୍‌ପି ଭାବେ କାର୍ଯ୍ୟରେ ଯୋଗଦେଲେ ମିତ୍ରଭାନୁ ମହାପାତ୍ର

କେନ୍ଦୁଝର,୨୫।୮(ସ୍ବ.ପ୍ର.): କେନ୍ଦୁଝରର ନୂତନ ଏସ୍‌ପି ଭାବରେ ମିତ୍ରଭାନୁ ମହାପାତ୍ର ରବିବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ଡିଆଇଜି ଜୟନାରାୟଣ ପଙ୍କଜଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି...

ଦୁର୍ଘଟଣାରେ ୨ ଛାତ୍ରଙ୍କ ମୃତ୍ୟୁ ଘଟଣା: ୪ ମାସ ପରେ ଗାଡ଼ି ଜବତ, ଡ୍ରାଇଭର ଗିରଫ

ଭଦ୍ରକ ଅଫିସ, ୧୭।୧- ଗତବର୍ଷ ସେପ୍ଟେମ୍ବର ୧୦ ତାରିଖ ସକାଳେ ଭଦ୍ରକ ନୂଆ ବସ୍‌ଷ୍ଟାଣ୍ଡ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୨ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା।...

ଏକ୍ସେଲ ସହ ବାହାରିଗଲା କାର୍‌ର ଆଗ ଚକା

ପାଟଣା,୬ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ଦେଇ ଯାଇଥିବା୨୨୦ ନମ୍ବର ଜାତୀୟ ରାଜପଥ ବଡ଼ବିଲ ନିକଟରେ ଥିବା କାର୍‌ଗିଲ ଛକରେ ରବିବାର ଓଡି ୦୨ ବି...

ଦମ୍ପତିଙ୍କୁ ମାଡ଼ ମାରି ଲୁଟ୍‌

ଧର୍ମଶାଳା,୫ା୮(ଡି.ଏନ୍‌.ଏ.):  ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ପଣ୍ଡୁଆ ମୌଜାରେ ରାମଚନ୍ଦ୍ର ପ୍ରଧାନଙ୍କ ଘରେ ଶନିବାର ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ତାଙ୍କ ସହ...

Coronavirus Update


Archives

Model This Week

Why Dharitri