ଶ୍ରୀମନ୍ଦିରରେ ସଅଳ ନୀତିକାନ୍ତି, ଶୃଙ୍ଖଳିତ ଦର୍ଶନ

ପୁରୀ ଅଫିସ,୧୨ା୧୧: ଶ୍ରୀମନ୍ଦିରରେ ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମା ନୀତି ଅନୁଷ୍ଠିତ ହୋଇଯାଇଛି। ସଅଳ ନୀତିକାନ୍ତି ଯୋଗୁ ଦର୍ଶନ ଶୃଙ୍ଖଳିତ ହୋଇଛି। ପ୍ରବଳ ଗହଳି ସତ୍ତ୍ବେ ଶ୍ରଦ୍ଧାଳୁମାନେ ଶାନ୍ତି ଶୃଙ୍ଖଳାର ସହ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିଛନ୍ତି। ସୋମବାର ରାତ୍ର ୧୨ଟାରେ ପହୁଡ଼ କରାଯାଇଥିଲା। ରାତି ୧ଟା ୪୦ରେ ଦ୍ୱାର ଫିଟା ଯାଇଥିବାବେଳେ ୨ଟା ୧୫ରେ ମଙ୍ଗଳ ଆଳତି, ମଙ୍ଗଳବାର ଭୋର ୩ଟା ୩୫ରେ ଅବକାଶ ନୀତି ସମ୍ପନ୍ନ ହୋଇଥିଲା। ଏହା ପରେ ଦାରୁଦିଅଁଙ୍କ ସୁନାବେଶ ଆରମ୍ଭ ହୋଇଥିଲା। ପରେ ଅନ୍ୟାନ୍ୟ ନୀତି ସୁରୁଖୁରରେ ଆଗକୁ ବଢି ପୂର୍ବାହ୍ନ ସାଢେ ୧୧ଟାରେ ଭୋଗମଣ୍ଡପ ସରି ମହାପ୍ରସାଦ ବାହାରିଥିଲା।

କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ଲାଗି ସୋମବାର ରାତି ୧୨ଟା ପରଠାରୁ ସିଂହଦ୍ୱାର ସମ୍ମୁଖରେ ଗହଳି ଲାଗିଥିଲା। ମଙ୍ଗଳବାର ସକାଳ ହେବା ବେଳକୁ ଲକ୍ଷାଧିକ ଭକ୍ତ ଠାକୁରଙ୍କ ଦର୍ଶନ କରିସାରିଥିଲେ। ପୂର୍ବାହ୍ନ ସାଢେ ୧୧ଟାରେ ଅବଢା ବାହାରିଥିବାରୁ ଭକ୍ତମାନେ ଆନନ୍ଦରେ ମହାପ୍ରସାଦ ସେବନ କରିଥିଲେ। ଅପରାହ୍ନ ୨ଟା ୫୫ରେ ମହାପ୍ରଭୁଙ୍କ ସୁନାବେଶ ଓଲାଗି ହୋଇ ଅନ୍ୟାନ୍ୟ ନୀତି ଚାଲିଥିଲା। ଭକ୍ତଙ୍କ ଭିଡ଼କୁ ନିୟନ୍ତ୍ରଣ ଲାଗି ସ୍ଥାୟୀ ବ୍ୟାରିକେଡ ସହିତ ଅସ୍ଥାୟୀ ବ୍ୟାରିକେଡ କରାଯାଇଥିଲା। ସିଂହଦ୍ୱାରରୁ ଶ୍ରଦ୍ଧାଳୁମାନେ ବାଇଶିପାହାଚ, କୀର୍ତ୍ତନ ଚକଡ଼ା ବ୍ୟାରିକେଡ, ସାତପାହାଚ ଦେଇ ବାହାରକାଠ ନିକଟରେ ଦର୍ଶନ କରି ଗାରଦ ଦ୍ୱାର ଦେଇ ବାହାରିଥିଲେ। ଭିତର କାଠ ଦର୍ଶନ ସମୟରେ ଭକ୍ତ ଜୟ ବିଜୟ ଦ୍ୱାର ଦେଇ ଜଗମୋହନକୁ ଯାଇ ଦର୍ଶନ ସାରିବା ପରେ ବେହରଣ ଦ୍ୱାର ଦେଇ ବାହାରିଥିଲେ।

ଶୃଙ୍ଖଳିତ ଦର୍ଶନ, ଶାନ୍ତିଶୃଙ୍ଖଳା ଏବଂ ସୁରକ୍ଷା ବ୍ୟବସ୍ଥା ପାଇଁ ପୁରୀରେ ୪୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ। ଶ୍ରୀମନ୍ଦିର ଭିତରେ, ବାହାରେ ଏବଂ ବଡ଼ଦାଣ୍ଡରେ ବ୍ୟାପକ ପୋଲିସ ନିୟୋଜିତ ଥିଲେ। ଏହି ଶୃଙ୍ଖଳା ପାଇଁ ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ସମସ୍ତ ସେବାୟତ ନିଯୋଗ ଏବଂ ପାଳିଆ ସେବାୟତଙ୍କୁ କୃତଜ୍ଞତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ ଅଧ୍ୟକ୍ଷ ଭାବେ ବିଶ୍ୱନାଥ ନାୟକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ପାଟଣା,୧୮।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଧ୍ୟକ୍ଷ ପଦ ଦୀର୍ଘଦିନ ଖାଲି ପଡ଼ିବା ପରେ ବୁଧବାର ଆନୁଷ୍ଠାନିକ ଭାବେ ନିର୍ବାଚନ ଅନୁଷ୍ଠିତ ହୋଇଛି। ବ୍ଲକର ମୋଟ୍‌...

ପୁରୀ ସହରରେ ବ୍ୟାପିଲାଣି ଝାଡ଼ାବାନ୍ତି

ପୁରୀ ଅଫିସ,୧୮ା୧୨: ପୁରୀ ସହରରେ ଧୀରେ ଧୀରେ ଝାଡ଼ାବାନ୍ତି ବ୍ୟାପିବାକୁ ଲାଗିଲାଣି। ଗୋଟିଏ ଦିନରେ ଝାଡ଼ାବାନ୍ତିରେ ୨ଜଣଙ୍କ ଜୀବନ ନେଇଥିବା ବେଳେ ସହରବାସୀଙ୍କ ମଧ୍ୟରେ ଆତଙ୍କ...

ବିକାଶର କର୍ଣ୍ଣଧାର ଥିଲେ ପର୍ଶୁରାମ

ଖଇରା, ୧ା୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ସିମୁଳିଆ ନିର୍ବାଚନମଣ୍ଡଳୀରେ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସ୍ବର୍ଗତ ପର୍ଶୁରାମ ପାଣିଗ୍ରାହୀଙ୍କ ୬ଷ୍ଠ ଶ୍ରାଦ୍ଧବାର୍ଷିକୀ ଖଇରା ବ୍ଲକର...

ଗୋନାସିକା କେନ୍ଦୁଝର ମହୋତ୍ସବ ଉଦ୍‌ଘାଟିତ: ସାଂସ୍କୃତିକ ଶୋଭାଯାତ୍ରାରେ ଦୁଲୁକିଲା ରାସ୍ତାଘାଟ

କେନ୍ଦୁଝର,୨୧।୧୨(ସ୍ବ.ପ୍ର./ଡି.ଏନ.ଏ.)-ଗୋନସିକା-କେନ୍ଦୁଝର ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଶୁକ୍ରବାର ସ୍ଥାନୀୟ କାଳୀ ପଡିଆଠାରେ ରଙ୍ଗାରଙ୍ଗ ପରିବେଶରେ ଉଦ୍‌ଘାଟିତ ହୋଇଯାଇଛି ା ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ...

ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ମିଶ୍ରଙ୍କ ପରଲୋକ

ପୁରୀ ଅଫିସ ୩୦ା୧:ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ବରିଷ୍ଠ ମଞ୍ଚ ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ମିଶ୍ରଙ୍କର ରବିବାର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୬ବର୍ଷ ବୟସ...

ବନ୍ୟାରେ ୭ ପଞ୍ଚାୟତ ପ୍ରଭାବିତ: ୩ ଦିନ ରନ୍ଧାଖାଦ୍ୟ ଯୋଗାଇବାକୁ ବିଧାୟକଙ୍କ ପରାମର୍ଶ

ନିଶ୍ଚିନ୍ତକୋଇଲି,୧୮ା୮(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ସମ୍ମିଳନୀ କକ୍ଷରେ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଗୁରୁବାର ବନ୍ୟା ସମ୍ପର୍କିତ ସମୀକ୍ଷା ବୈଠକ କରିଥିଲେ। ଏହି...

ଖୋର୍ଦ୍ଧା, ବାଣପୁରରେ କୁତ୍ରିମ ବନ୍ୟା: ଘରେ ପଶିଲା ବର୍ଷାଜଳ

ଖୋର୍ଦ୍ଧା ଅଫିସ,୨୪।୧୦: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବୁଧବାରରୁ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି। ଏଥିରେ ଖୋର୍ଦ୍ଧା ସହର ସମେତ...

ବଦଳିବ ସ୍କୁଲ ପାଠପଢ଼ା ସମୟ

ଭୁବନେଶ୍ୱର, ୧୬।୬(ବ୍ୟୁରୋ): ରାଜ୍ୟରେ ଆଉ ଗୋଟିଏ ଦିନ ପରେ ସ୍କୁଲ ଖୋଲିବ। ପୁଣି ପିଲା ସ୍କୁଲ ଯାଇ ପାଠ ପଢ଼ିବେ। ଗତ ୬ତାରିଖରୁ ଆରମ୍ଭ ହୋଇଥିବା...

Advertisement
Archives

Model This Week