ଶ୍ରୀମନ୍ଦିରରେ ଦେଖିବାକୁ ମିଳୁନାହାନ୍ତି ମାଙ୍କଡ଼

ପୁରୀ ଅଫିସ,୨୮ା୩: ଶ୍ରୀମନ୍ଦିର ଯଦି ଆସିଛନ୍ତି ନିଶ୍ଚିତ ବହୁ ସଂଖ୍ୟାରେ ମାଙ୍କଡ଼ ଦେଖିଥିବେ। ବେଢା ପରିସରସ୍ଥ ବିଭିନ୍ନ ମନ୍ଦିର ଉପରେ ହେଉ ଅବା ଗଛରୁ ଗଛ ଏମାନେ ଡିଅଁ। ମାରୁଥାନ୍ତି। କେତେବେଳେ ଭକ୍ତଙ୍କ ହାତରୁ ଭୋଗ ପୁଡ଼ିଆ ଝାମ୍ପି ନିଅନ୍ତି ତ ପୁଣି କାହା ଭ୍ୟାନିଟି ଟାଣି ନେବାର ଅନେକ ନଜିର ରହିଛି। ନିତିଦିନ ଏମିତି ମାଙ୍କଡ଼ଙ୍କ ହାଉଯାଉ ହୋଇଥାଏ ଶ୍ରୀମନ୍ଦିର ପରିସରରେ। ହେଲେ ଏବେ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ଆଉ ଆଗଭଳି ମାଙ୍କଡ଼ ଦେଖାଯାଉ ନାହାନ୍ତି। କଁ। ଭଁ। କେତୋଟି ମାଙ୍କଡ଼ ଏଣେତେଣେ ବୁଲୁଥିଲେ ବି କିଛି ଖାଇବାକୁ ପାଉନାହାନ୍ତି। ଅନେକ ମାଙ୍କଡ଼ ମନ୍ଦିର ଛାଡ଼ି କେଉଁଆଡେ ପଳେଇଲେଣି। ଏ ସବୁ କେବଳ କରୋନା କଟକଣା ପାଇଁ। ଏବେ ମନ୍ଦିରକୁ ଭକ୍ତ ଆସୁ ନ ଥିବାବେଳେ ବରାଦି ଭୋଗ ବି ସେମିତି ପ୍ରସ୍ତୁତ ହେଉ ନାହିଁ। ତେଣୁ ଖାଇବାକୁ ନ ପାଇ ମାଙ୍କଡ଼ ଚାଲିଯାଉଥିବା କହିଛନ୍ତି ମନ୍ଦିର କର୍ମଚାରୀ।
ବଞ୍ଚତ୍ବା ପାଇଁ ସମସ୍ତଙ୍କର ଖାଦ୍ୟ ଦରକାର। ସେ ମଣିଷ ହୁଅନ୍ତୁ ଅବା ପଶୁ ପକ୍ଷୀ। ହେଲେ ଏବେ କରୋନା କଟକଣା ପାଇଁ ସବୁଆଡେ ଭିନ୍ନ ପରିସ୍ଥିତି। ବିଶେଷକରି ପଶୁପକ୍ଷୀଙ୍କୁ ଖାଇବାକୁ ମିଳୁନି। ଫଳରେ ଅନେକ ପଶୁପକ୍ଷୀ ଖାଦ୍ୟ ଅନ୍ବେଷଣରେ ସେମାନଙ୍କ ଠିକଣା ବଦଳାଇବାକୁ ବାଧ୍ୟ ହେଉଛନ୍ତି। ଶ୍ରୀମନ୍ଦିର ପରିସରରେ ମାଙ୍କଡଙ୍କ କ୍ଷେତ୍ରରେ ଏଭଳି ଦୃଶ୍ୟ ଏବେ ସାମ୍ନାକୁ ଆସିଛି। କୋଇଲି ବୈକୁଣ୍ଠ ସମେତ ମନ୍ଦିର ବେଢା ପରିସର ବିଭିନ୍ନ ଗଛରେ ମାଙ୍କଡମାନେ ରୁହନ୍ତି। ମନ୍ଦିର ପରିସରର ବିଭିନ୍ନ ସ୍ଥାନରେ ବୁଲିବା ବେଳେ ଭକ୍ତମାନେ ଏମାନଙ୍କୁ ଖାଇବାକୁ ଦେଇଥାନ୍ତି। ବେଳେ ବେଳେ ଶ୍ରଦ୍ଧାଳୁଙ୍କ ହାତରୁ ଭୋଗ ଝାମ୍ପି ନେଇ ମନ୍ଦିର କିମ୍ବା ଗଛ ଉପରେ ବସି ଖାଇଥାନ୍ତି। ସେହିପରି ଆନନ୍ଦ ବଜାରରେ ପଡୁଥିବା ପତ୍ରରୁ ବି ଖାଦ୍ୟ ଖାଇଥାନ୍ତି। ଅନେକ ବ୍ୟକ୍ତି ମାନସିକ କରି ମାଙ୍କଡ଼ ପଲଙ୍କୁ ଖାଇବାକୁ ଦେଇଥାନ୍ତି। ଏମିତି ଭାବେ ମାଙ୍କଡ଼ଙ୍କ ପେଟ ପୂରିବାରେ ସମସ୍ୟା ହେଉ ନ ଥିଲା। କିନ୍ତୁ ଗତ କିଛିଦିନ ହେବ ଖାଦ୍ୟ ନ ପାଇ ମନ୍ଦିର ଛାଡୁଛନ୍ତି ମାଙ୍କଡ଼।
କରୋନାର ଭୟାବହତାକୁ ଦେଖି ଜିଲା ପ୍ରଶାସନ ଗତ ୨୦ତାରିଖରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରଖିଛି। କେବଳ ଠାକୁରଙ୍କ ସେବାପୂଜା ଚାଲିଛି। କୌଣସି ଶ୍ରଦ୍ଧାଳୁ ମନ୍ଦିରକୁ ଯାଇପାରୁନାହାନ୍ତି। ସାମାଜିକ କାର୍ଯ୍ୟକ୍ରମ ଉପରେ କଟକଣା ଯୋଗୁ ବରାଦି ମହାପ୍ରସାଦ ବି ପ୍ରସ୍ତୁତ ହେଉ ନାହିଁ। ମନ୍ଦିର ଓ ଆନନ୍ଦ ବଜାର ଶୂନ୍‌ଶାନ୍‌। ଫଳରେ ମାଙ୍କଡ଼ କିଛି ଖାଇବାକୁ ନ ପାଇ ଧୀରେ ଅନ୍ୟତ୍ର ଚାଲିଯାଉଛନ୍ତି। ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ରହୁଥିବା ସୁବେଦାର ଯୋଗେଶ ଚନ୍ଦ୍ର ସ୍ବାଇଁ କହିଛନ୍ତି, ପୂର୍ବରୁ ବହୁ ସଂଖ୍ୟକ ମାଙ୍କଡ଼ଙ୍କୁ ଏଠାରେ ଦେଖିବାକୁ ମିଳୁଥିଲା। କିନ୍ତୁ ଦର୍ଶନ ବନ୍ଦ ପରେ ଏମାନଙ୍କ ସଂଖ୍ୟା କମିବାରେ ଲାଗିଛି। କାରଣ ସେମାନେ କିଛି ଖାଇବାକୁ ପାଉନାହାନ୍ତି। ସେହିପରି ବୁଦ୍ଧିଜୀବୀ ସରୋଜ କୁମାର ବେହେରା କହିଛନ୍ତି, କେବଳ ମାଙ୍କଡ଼ ନୁହନ୍ତି ବୁଲା କୁକୁର ଏବଂ ଅନ୍ୟାନ୍ୟ ପଶୁପକ୍ଷୀ ବି ଖାଦ୍ୟାଭାବରୁ ଡହଳବିକଳ ହେଉଛନ୍ତି। ସହରରେ ହୋଟେଲ, ଜଳଖିଆ ଦୋକାନ ଆଦି ବନ୍ଦ ଥିବାରୁ ଏମାନେ ବାହାରେ କୌଣସି ଖାଦ୍ୟ ପାଉନାହାନ୍ତି। ତେଣୁ ଏଭଳି ଦୁର୍ଦ୍ଦିନ ସମୟରେ ମାଙ୍କଡ଼ ଏବଂ ବିଭିନ୍ନ ପକ୍ଷୀଙ୍କ ପାଇଁ ଲୋକେ ସେମାନଙ୍କ ଘର ଛାତ ଉପରେ କିଛି କିଛି ଖାଦ୍ୟ ରଖିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ବଡ଼ ଖବର, ହସ୍ପିଟାଲରେ ଭର୍ତ୍ତି ହେଲେ ଟ୍ରମ୍ପ? ସାରା ବିଶ୍ୱରେ ଚହଳ, ହ୍ବାଇଟ୍‌ ହାଉସ୍‌…

ୱାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ସେ ଗୁରୁତର ଅସୁସ୍ଥ ହୋଇ…

ଆଉ ଏକ ଆମେରିକୀୟ ବିମାନକୁ ଖସାଇଲା ଇରାନ, ଦାବି କରି କହିଲା….

ତେହେରାନ,୫।୪: ଇରାନ ସହିତ ଚାଲିଥିବା ସଂଘର୍ଷରେ ଆମେରିକୀୟ ସେନା ପ୍ରବଳ କ୍ଷତି ସହୁଛି । ରବିବାର ଦିନ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଇସଫାହାନ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

‘ଏହା କେବଳ ଟ୍ରେଲର ମାତ୍ର… ପିକ୍ଚର ଏବେବି ବାକି ଅଛି’, AAPକୁ ନେଇ ନୂଆ ଭିଡ଼ିଓ ଜାରି କଲେ ରାଘବ ଚଢା

ନୂଆଦିଲ୍ଲୀ,୫।୪: ରାଜ୍ୟ ସଭାରେ ଉପନେତା ପଦରୁ ତାଙ୍କୁ ହଟାଇବା ପରେ, ଆମ ଆଦମୀ ପାର୍ଟି (ଆପ) ନେତା ଏବଂ ରାଘବ ଚଢାଙ୍କ ମଧ୍ୟରେ ବାକ ଯୁଦ୍ଧ ତୀବ୍ର…

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri