ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଚୂଡ଼ାନ୍ତ: ସାଢେ ୬ଟାରେ ରାଧାଦାମୋଦର ବେଶ

ପୁରୀ ଅଫିସ, ୪ା୧୦: ଆଶ୍ୱିନ ଶୁକ୍ଲ ଏକଦଶୀ ଅର୍ଥାତ୍‌ ଅକ୍ଟୋବର ୯ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ କାର୍ତ୍ତିକ ମାସ ବାଳ ଧୂପ ନୀତି। ଏହା ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଆଶ୍ୱିନ ଶୁକ୍ଲ ଏକାଦଶୀ (ଅକ୍ଟୋବର ୯)ରୁ ଆରମ୍ଭ ହୋଇ କାର୍ତ୍ତିକ ଶୁକ୍ଲ ଦଶମୀ (ନଭେମ୍ବର ୭) ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହାପରେ ୫ଦିନ ଧରି ପଞ୍ଚୁକ ଚାଲିବ। ଶୁକ୍ରବାର ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସର ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି।
ଅନ୍ୟପକ୍ଷରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦେଖି ଦିବା ପହୁଡ଼ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ବିଶେଷକରି ଶନିବାର, ରବିବାର ଏବଂ ସ୍ବତନ୍ତ୍ର ଦିନମାନଙ୍କୁ ବାଦ୍‌ ଦେଇ ଅନ୍ୟଦିନ ଠାକୁରଙ୍କ ଦିବା ପହୁଡ କରାଯିବାକୁ ଆଲୋଚନା ହୋଇଛି। ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ, ରାତ୍ର ୧୨ଟାରେ ପହୁଡ଼ ନୀତି ସମ୍ପନ୍ନ ହୋଇ ଭୋର ୪ଟାରେ ଦ୍ୱାରଫିଟିବ। ସାଢେ ୪ରେ ଭିତର ଶୋଧ କରାଯାଇ ଭୋର ୫ଟାରେ ମଙ୍ଗଳ ଆଳତି କରାଯିବାକୁ ନୀତି ନିର୍ଘଣ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ଦଳର: ଦ୍ୱନ୍ଦ୍ୱରେ ଭୋଟର

ବାଲେଶ୍ୱର ଅଫିସ, ୬ା୨: ବାଲେଶ୍ୱର ଜିଲା ରେମୁଣା ବ୍ଲକ ଚଷାଖଣ୍ଡ ପଞ୍ଚାୟତରେ ୩ ଜଣ ପ୍ରାର୍ଥୀ ନିଜକୁ ଗୋଟିଏ ଦଳର ସମର୍ଥିତ ଦାବି କରି ନିର୍ବାଚନ ପ୍ରଚାର...

ଭ୍ୟାନିଟ୍‌ ବ୍ୟାଗ୍‌ ନେଇ କାର ଡ୍ରାଇଭର ଫେରାର ଘଟଣା : ଯାଜପୁରରୋଡ ଷ୍ଟେଶନ ବାଜାରରୁ ଡ୍ରାଇଭର ଗିରଫ

ଧର୍ମଶାଳା,୫ା୮(ଡି.ଏନ୍‌.ଏ.) : ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବାରବାଟି ନିକଟରେ ମହିଳା ଯାତ୍ରୀଙ୍କୁ ଅଧାବାଟରେ ଛାଡି ଚମ୍ପଟ ମାରିଥିବା...

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣ ଲାଗି ଭିତ୍ତିପ୍ରସ୍ତର

ଯୋଡ଼ା, ୧୭।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ଅନ୍ତର୍ଗତ ଜୁରୁଡି-କମଳପୁର ପ୍ରଧାନମନ୍ତ୍ରୀ ଗ୍ରାମ ସଡକର ନିର୍ମାଣ କାର୍ଯ୍ୟ ଆରମ୍ଭ ନେଇ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ ରବିବାର...

ବଙ୍ଗଳାଗୁଡ଼ା ପୋଲ ଭୁଶୁଡ଼ିଲା

କୋରାପୁଟ,୧୭ା୮(ସ୍ବ.ପ୍ର.): କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ମଙ୍ଗଳବାର ଅପରାହ୍ନରେ କୋରାପୁଟ-ରାୟଗଡ଼ା ୩୨୬ ନଂ. ଜାତୀୟ ରାଜପଥର ବଙ୍ଗଳାଗୁଡ଼ା-ଲେନ୍ଦିରିମାଳିଗୁଡା ମଧ୍ୟରେ ଥିବା ଏକ ପୁରୁଣା ପୋଲ...

ପୁରୀରୁ ପୁଣି ୧୬କରୋନା ପଜିଟଭ୍‌ ଚିହ୍ନଟ: ଜିଲାରେ ୨୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ପୁରୀ ଅଫିସ,୧୮।୬: ପୁରୀ ଜିଲାରୁ ଗୁରୁବାର ପୁଣି ୧୬କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ଦ୍ବିଶତକ ପାର କରିଛି। ନୂଆ...

ଷ୍ଟାଣ୍ଡିଂ କମିଟିର ବିଦ୍ୟୁତ୍‌ ବିଭାଗ କାର୍ଯ୍ୟ ସମୀକ୍ଷା

ଭଦ୍ରକ ଅଫିସ,୨୯।୧୨- ବିଧାନସଭା ଷ୍ଟାଣ୍ଡିଂ କମିଟି ଶନିବାର ଭଦ୍ରକ ଜିଲାରେ ବିଦ୍ୟୁତ୍‌ ବିଭାଗ ଅଧୀନରେ ହେଉଥିବା ଉନ୍ନତିମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରି ଫେରିଛି। ଏହି...

ଟେମରା, କାଉଡୋଳାରେ ଧାନ ମଣ୍ଡି ଖୋଲିଲା

କୋକସରା, ୨୪।୧୧ (ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପ୍ୟାକ୍ସ ଅଧୀନ କାଉଡୋଳା ଓ ଟେମରାରେ ସୋମବାରଠୁୁ ଧାନ ମଣ୍ଡି ଆରମ୍ଭ ହୋଇଛି। କୋକସରା...

ପୁନରୁଦ୍ଧାର ହେବ କମାରଯୋଡା ପୋଖରୀ

ଯୋଡ଼ା, ୫।୨(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ପୌରପାଳିକା ଅନ୍ତର୍ଗତ ୧୧ ନଂ ଓ୍ବାର୍ଡ କମାରଯୋଡା ବାଂଶପାଣିଠାରେ ଠାରେ ଥିବା କମାରଯୋଡା ପୋଖରୀର ପୁନରୁଦ୍ଧାର କରିବା ପାଇଁ ପ୍ରଶାସନ...

Advertisement
Archives

Model This Week