ଶ୍ରୀବିଗ୍ରହଙ୍କ ଚିତାଲାଗିରେ ତ୍ରୁଟି

ପୁରୀ ଅଫିସ,୧୩ା୨: ଶ୍ରୀବିଗ୍ରହଙ୍କ ଶ୍ରୀମସ୍ତକରେ ଲାଗିଥିବା ଚିତାରେ ରହିଛି ତ୍ରୁଟି। ସେବାୟତଙ୍କ ଖାମଖିଆଲି ଯୋଗୁ ଏପରି ହୋଇଥିବା ଅଭିଯୋଗ ଶୁଣିବାକୁ ମିଳୁଛି। ଶ୍ରାବଣ ମାସ ଅମାବାସ୍ୟା ତିଥିରେ ପରମ୍ପରା ଅନୁଯାୟୀ ଦଇତାପତିମାନେ ମହାପ୍ରଭୁଙ୍କ ମସ୍ତକରେ ପୂର୍ବରୁ ଖୋଲା ଯାଇଥିବା ଦୁର୍ମୂଲ୍ୟ ଚିତା ଲାଗି କରିଥିଲେ। ଦେବୀ ସୁଭଦ୍ରାଙ୍କ ମାଣିକ୍ୟ ଖଚିତ ଚିତା ବଙ୍କା ରହିଥିବାବେଳେ ବଡ଼ଠାକୁର ବଳଭଦ୍ରଙ୍କ ଲୀଳା ଖଚିତ ଚିତା ତ୍ରୁଟିପୂର୍ଣ୍ଣ ରହିଛି। ମାତ୍ର ଶ୍ରୀଜଗନ୍ନାଥଙ୍କ ଦୁର୍ମୂଲ୍ୟ ହୀରା ଖଚିତ ଚିତା ଠିକ୍‌ ରହିଥିବା କୁହାଯାଉଛି। ତେବେ ଦେବୀ ସୁଭଦ୍ରାଙ୍କ ଚିତା ବଙ୍କା ଲାଗିବା ସବୁଠୁ ବଡ଼ ତ୍ରୁଟି ବୋଲି ଜଗନ୍ନାଥ ପରମ୍ପରାରେ ବିଚାର କରାଯାଉଛି। ତେବେ ଏହି ପ୍ରସଙ୍ଗ ବୁଧବାର ପଦାକୁ ଆସିବା ପରେ ଏଭଳି ତ୍ରୁଟି ହେଲା କିପରି, କିଏ କଲା ବୁଧବାର ଏହି ପ୍ରସଙ୍ଗ ସାମ୍ନାକୁ ଆସିବା ପରେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେହି ଏଭଳି ତ୍ରୁଟିକୁ ମାନିବାକୁ ରାଜି ନୁହନ୍ତି। ଏବେ ସେବାୟତମାନେ ପରସ୍ପର ମଧ୍ୟରେ ଦୋଷ ଠେଲାଠେଲି ହେଉଛନ୍ତି। କିଏ କହୁଛନ୍ତି ଚିତା ଲାଗି ହେବା ପରେ ଶୁଖିବାକୁ କିଛି ସମୟ ଲାଗେ। ଏହି ସମୟରେ ଯଦି କୌଣସି ସେବକଙ୍କ ହାତ ବାଜିଥିବ ତେବେ ତାହା ବଙ୍କା ହୋଇଯାଇଥିବ। ଅନ୍ୟ କେହି ଭିନ୍ନ କଥା କହି ଏହାକୁ ଚାପିବାକୁ ଚେଷ୍ଟା କରୁଛନ୍ତି। ଏହାକୁ ନେଇ ବାହାରେ ଆଲୋଚନା ହେବା ପରେ ସେବକଙ୍କ ଖାମଖିଆଲିକୁ ଶ୍ରଦ୍ଧାଳୁମାନେ ଦାୟୀ କରିଛନ୍ତି। ପରମ୍ପରା ଅନୁସାରେ ମହାପ୍ରଭୁଙ୍କର ଚିତା ଲାଗି ପର୍ବ ଶ୍ରାବଣ ଅମାବାସ୍ୟାରେ ଅନୁଷ୍ଠିତ ହୋଇଥାଏ। ଗତବର୍ଷ ଅଗଷ୍ଟ ୧ ତାରିଖରେ ଚିତା ଲାଗି କରାଯାଇଥିଲା। ଶ୍ରୀମନ୍ଦିରରେ ଭୋଗମଣ୍ଡପ ନୀତି ସମ୍ପନ୍ନ ପରେ ପୁଷ୍ପାଳକ ସେବକ ତିନିବାଡ଼ରେ ମଇଲମ କରିଥିଲେ। ରତ୍ନସିଂହାସନରୁ ଶ୍ରୀଦେବୀ ଓ ଭୂଦେବୀଙ୍କୁ ହାତରେ ନେଇ ଖଟଶେଯ ଘରେ ବିଜେ କରାଯାଇଥିଲା। ଏହାପରେ ଦଇତାପତିମାନେ ଗର୍ଭଗୃହକୁ ପ୍ରବେଶ କରିଥିଲେ। ରତ୍ନସିଂହାସନକୁ ଯାଇ ପ୍ରଥମେ ବଡ ଠାକୁର, ପରେ ଦେବୀ ସୁଭଦ୍ରା ଏବଂ ଶେଷରେ ଶ୍ରୀଜଗନ୍ନାଥଙ୍କୁ ଚିତା ଲାଗି କରାଇଥିଲେ। ଶୁଦ୍ଧସୁଆରଙ୍କ ଘରୁ ଆସିଥିବା ଓଷ ଏବଂ ପାଟରା ସେବକଙ୍କଠାରୁ ଆସିଥିବା ପାଟଡୋର ଦ୍ୱାରା ତିନିଠାକୁରଙ୍କ ଶ୍ରୀମସ୍ତକରେ ଚିତା ଲାଗି କରାଇଥିଲେ। ବିଧି ଅନୁଯାୟୀ, ଗତବର୍ଷ ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ମହାପ୍ରଭୁ ଜ୍ୱରରେ ପୀଡ଼ିିତ ହୋଇ ଅଣସର ପିଣ୍ଡିରେ ବିରାଜମାନ କରିଥିଲେ। ଅଣସର ପିଣ୍ଡିରେ ଦଇତାପତିମାନେ ଶ୍ରୀବିଗ୍ରହଙ୍କ ଚିତାକୁ ପରମ୍ପରା ମୁତାବକ କାଢି ଦେଇଥିଲେ। ପରେ ଶ୍ରୀଗୁଣ୍ଡିଚା ଯାତ୍ରାରେ ଦାରୁବିଗ୍ରହ ସୋଲ ଚିତା ପରିଧାନ କରି ନବଦିନାତ୍ମକ ଯାତ୍ରା କରିଥିଲେ। ହେଲେ ବର୍ତ୍ତମାନ ଚିତାକୁ ନେଇ ଯେଉଁ ତ୍ରୁଟି ପଦାକୁ ଆସିଛି ତାହାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏଭଳି ମନୁଷ୍ୟକୃତ ତ୍ରୁଟି ପାଇଁ ମହାପ୍ରଭୁ ଆସନ୍ତା ଦେବସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ବଙ୍କା ଚିତା ପରିଧାନ କରିବେ।
ଏ ସମ୍ପର୍କରେ ଦେବୀ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର କହିଛନ୍ତି, ଆମେ ଚିତା ଲଗାଇବା ସମୟରେ ଏହା ଠିକ୍‌ ରହିଥିଲା। ଲାଗି କରିସାରିବା ପରେ ମେକାପ ସେବକ ଆମଠାରୁ ମଣତି ନିଅନ୍ତି। ଏ ସମ୍ପର୍କରେ ସେମାନେ ହିଁ ଯାହା କହିପାରିବେ। ଏଥିରେ ଦଇତାଙ୍କର ଆଉ କୌଣସି ଭୂମିକା ନ ଥାଏ ବୋଲି ସେ କହିଛନ୍ତି। ଅନ୍ୟଜଣେ ସେବାୟତ ଓଷର ମାନ ଯଦି ଠିକ୍‌ ନ ଥିବ ତେବେ ଏପରି ହୋଇଥିବ, ଲାଗି ପରେ ଏହା ଢଳିଯାଇଥିବ ବୋଲି କହିଛନ୍ତି। ସେହିପରି ପୁଷ୍ପାଳକ ଏବଂ ସିଂହାରୀ ସେବାୟତ ଠାକୁରଙ୍କୁ ବେଶ କଲାବେଳେ ଯଦି କେବେ କେମିତି ସେମାନଙ୍କ ହାତ ବାଜିଥିବ ତେବେ ଚିତା ବଙ୍କା ହୋଇଯାଇଥିବ ବୋଲି ଅନ୍ୟଜଣେ ସେବାୟତ ନିଜ ନାମ ଗୋପନ ରଖି କହିଛନ୍ତି। ଅନ୍ୟପକ୍ଷରେ ଶ୍ରଦ୍ଧାଳୁମାନେ ଏଥିପାଇଁ ସେବକମାନଙ୍କ ଖାମଖିଆଲିକୁ ଦାୟୀ କରିଛନ୍ତି। ମହାପ୍ରଭୁଙ୍କ ସେବା କରିବା ସମୟରେ ଯେଉଁଭଳି ଭାବେ ନିଷ୍ଠା ଏବଂ ଏକାଗ୍ରତାର ସହ କରିବା କଥା ସେଭଳି କରୁ ନ ଥିବା ଏହି ଘଟଣା ସ୍ପଷ୍ଟ କରୁଛି ବୋଲି କଟକର ରଶ୍ମିରଞ୍ଜନ ସ୍ବାଇଁ କହିଛନ୍ତି।
ଏ ସମ୍ପର୍କରେ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କୁ ପଚାରିବାରେ କହିଛନ୍ତି, ଏହାର ଅନୁଧ୍ୟାନ କରାଯିବ। ବାସ୍ତବରେ କ’ଣ ହୋଇଛି ତାହା ଦେଖାଯିବ। ତେବେ ବର୍ତ୍ତମାନ କିଛି କରିହେବ ନାହିଁ। ରଥଯାତ୍ରା ପରେ ଆସନ୍ତା ସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିିବ। ସ୍ନାନ ପୂର୍ଣ୍ଣିମା ପରେ ଏହାର ଯାହା ସଂଶୋଧନ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri