ଶ୍ରୀନୀଳମାଧବ ଜୀଉଙ୍କ ପରିତ୍ୟକ୍ତ ଚନ୍ଦନ ପୋଖରୀ: ସମ୍ପନ୍ନ ହୋଇପାରିଲାନି ପୁନରୁଦ୍ଧାର କାର୍ଯ୍ୟ

ଖଣ୍ଡପଡା,୩୦।୬(ସ୍ବ.ପ୍ର.)-ଦୀର୍ଘଦିନ ଧରି ପରିତ୍ୟକ୍ତ ହୋଇ ପଡିରହିଥିବା ଶ୍ରୀ ନୀଳମାଧବ ଜୀଉଙ୍କ ଚନ୍ଦନ ପୋଖରୀ ପୁନରୁଦ୍ଧାର ହୋଇପାରିଲା ନାହିଁ। ପୋଖରୀ ପୁନରୁଦ୍ଧାର ଦାୟିତ୍ୱ ନୀଳମାଧବ ବିଦ୍ୟାପୀଠର ୬ ପୁରାତନ ବନ୍ଧୁ ନେଇ କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ସମ୍ପୂର୍ଣ୍ଣ କରି ପାରିଲେ ନାହିଁ। ଫଳରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ପରିତ୍ୟକ୍ତ ଚନ୍ଦନ ପୋଖରୀ ଯୋଗୁ ଗତ ୨ବର୍ଷ ହେବ ଠାକୁରଙ୍କ ଚନ୍ଦନ ଯାତ୍ରା ବନ୍ଦ ହୋଇଯାଇଛି ା ବିଭିନ୍ନ ଦଳ ଓ ପଦ୍ମ ବନରେ ପରିପୂର୍ଣ୍ଣ ହୋଇ ପ୍ରଦୂଷିତ ଅବସ୍ଥାରେ ଥିବା ଏହି ପୋଖରୀର ପୁନରୁଦ୍ଧାର ପାଇଁ ବାରମ୍ବାର ଦାବି ପରେ ଗତବର୍ଷ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୯ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର ହୋଇଛି । ମାତ୍ର କାର୍ଯ୍ୟ ନିର୍ବାହୀଙ୍କ ଇଚ୍ଛାଶକ୍ତିର ଅଭାବଯୋଗୁ କାର୍ଯ୍ୟ ସମ୍ପାଦନରେ ବାଧକ ସାଜିଛି ା ଅଞ୍ଚଳବାସୀଙ୍କ ଭାବାବେଗକୁ ହୃଦୟଙ୍ଗମ କରି କଣ୍ଟିଲୋ ନୀଳମାଧବ ବିଦ୍ୟାପୀଠର ୧୯୬୯ ମାଟ୍ରିକ ବ୍ୟାଚର ସିକ୍ସ ଏଫ୍‌ (୬ ବନ୍ଧୁ) ଭାବରେ ପରିଚିତ ଛାତ୍ର ପବିତ୍ର ମୋହନ ମହାପାତ୍ର( ଅବସରପ୍ରାପ୍ତ ଚାର୍ଟାର୍ଡ ଆକାଉଣ୍ଟାଟ), କଣ୍ଟିଲୋର ପୂର୍ବତନ ସରପଞ୍ଚ ସଚ୍ଚିଦାନନ୍ଦ ଦାଶ,ବିରଞ୍ଚତ୍ ନାରାୟଣ ସାହୁ( ଅବସରପ୍ରାପ୍ତ କୃଷି ଅଧିକାରୀ), ବିନୋଦ କୁମାର ଦାସ( ଅବସରପ୍ରାପ୍ତ ସହକାରୀ ପରିଚାଳକ, ରାଜ୍ୟ ସିଭିଲ ସପ୍ଲାଇ କର୍ପୋରେଶନ), ଧନେଶ୍ୱର ମହାରଣା(ଅବସରପ୍ରାପ୍ତ ଅଧ୍ୟକ୍ଷ) ଓ ଖଲେଶ୍ୱର ମହାରଣା( ଅବସରପ୍ରାପ୍ତ ସୁପରଭାଇଜର ଦୂର ସଞ୍ଚାର ନିଗମ) ପ୍ରମୁଖ ସରକାରୀ ଅନୁଦାନ ବିନା ନିଜସ୍ବ ପାଣ୍ଠିରେ ଉକ୍ତ ପୋଖରୀର ପୁନରୁଦ୍ଧାର କରିବାକୁ ଗତ ସାଧାରଣତନ୍ତ୍ର ଦିବସ ଅବସରରେ ରଘୁନାଥ ଶ୍ରୀଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏକ ସମାବେଶରେ ମତବ୍ୟକ୍ତ କରିଥିଲେ । ସରକାରୀ ଅନୁଦାନକୁ ଉପେକ୍ଷା କରି ଏହି ୬ ବନ୍ଧୁ ଗତ ଫେବୃୟାରୀ ମାସଠାରୁ ମୋଟର ପମ୍ପ ସାହାଯ୍ୟରେ ଦୀର୍ଘ ୩ମାସ କାଳ ଲାଗି ପୋଖରୀର ପ୍ରଦୂଷିତ ଜଳକୁ ପ୍ରାୟ ଦେଢ଼ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଖର୍ଚ୍ଚ କରି ନିଷ୍କାସନ କରାଇଥିଲେ। ଏହାପରେ ମଣିଖମ୍ବ କାର୍ଯ୍ୟ ସମ୍ପାଦନ କରାଯାଇ ପୋଖରୀରୁ ପଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା କରାଯାଇଥିଲା। ମାତ୍ର ଇତି ମଧ୍ୟରେ ୨ମାସ ଅତିବାହିତ ହୋଇଯାଇଥିଲେ ମଧ୍ୟ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଫଳରେ ସାମାନ୍ୟ ବର୍ଷାରେ ପୁନର୍ବାର ପୋଖରୀ ଦଳ ଓ ପଦ୍ମରେ ପରିପୂର୍ଣ୍ଣ ହୋଇ ଗଲାଣି b ଅପରପକ୍ଷେ ବର୍ଷାଋତୁର ଆଗମନ ଯୋଗୁ ଏହାର ପଙ୍କୋଦ୍ଧାର କାର୍ଯ୍ୟ କରିବା ଆଦୌ ସମ୍ଭବ ନୁହେଁ ା ୬ବନ୍ଧୁଙ୍କ ନୀରବତା ସେମାନେ କାର୍ଯ୍ୟ ସମ୍ପାଦନ କରିବାରେ ଅସମର୍ଥ ବୋଲି ସୂଚାଇ ଦେଉଛି । ଏଥିସହ ଆର୍ଥତ୍କ ସମସ୍ୟା ଆଳ କରି ସେମାନେ କାର୍ଯ୍ୟ ଆଗେଇ ନେଉ ନ ଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି ା ୬ ବନ୍ଧୁଙ୍କ ମଧ୍ୟରୁ ଗ୍ରାମରେ ରହି କାର୍ଯ୍ୟ ପରିଚାଳନା କରୁଥିବା ସଚ୍ଚିଦାନନ୍ଦ ଦାଶଙ୍କୁ ପଚାରିବାରୁ ସେ କୁହନ୍ତି, ଆମେ ଗାଁରେ ରହି କାମ କିପରି ହେବ ବୁଝୁଛୁ ା ହେଲେ ଅନ୍ୟବନ୍ଧୁମାନେ ଅର୍ଥ ଦେବାରେ ଅବହେଳା କରୁଥିବାରୁ କାର୍ଯ୍ୟ ସମ୍ପନ୍ନ କରିବା ସମ୍ଭବ ହେଉନି ା ଯେଉଁ ଗତିରେ କାର୍ଯ୍ୟ ଚାଲିଥିଲା, ସେହିପରି ଠିକ୍‌ ସମୟରେ ଆମ ପାଖରେ ଅର୍ଥ ପହଞ୍ଚିଥିଲେ କାର୍ଯ୍ୟ ନିଶ୍ଚିତ ଭାବେ ବର୍ଷା ପୂର୍ବରୁ ସମ୍ପନ୍ନ ହୋଇଥାନ୍ତା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri