ଶ୍ରୀଦେବୀଙ୍କ ପ୍ରଥମ ଆତ୍ମଜୀବନୀ ଲେଖିଲେ ଓଡ଼ିଆ ଯୁବକ: ଉନ୍ମୋଚନ ବେଳେ କାନ୍ଦି ପକାଇଲେ ବୋନି କପୁର

ଭୁବନେଶ୍ୱର,୪ା୧୨(ବ୍ୟୁରୋ):ଚିରସବୁଜ ଅଭିନେତ୍ରୀ ସ୍ବର୍ଗୀୟା ଶ୍ରୀଦେବୀଙ୍କ ଜୀବନୀ ଉପରେ ପ୍ରଥମ ପୁସ୍ତକ ଲେଖି ଚର୍ଚ୍ଚାକୁ ଆସିଛନ୍ତି ଓଡ଼ିଆ ଲେଖକ ସତ୍ୟାର୍ଥ ନାୟକ। ଦିଲ୍ଲୀରେ ଅନୁଷ୍ଠିତ ‘ଟାଇମ୍ସ ଲିଟ୍‌ ଫେଷ୍ଟ୍‌’ରେ ରବିବାର ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ଦ୍ୱାରା ଏହି ପୁସ୍ତକ ଉନ୍ମୋଚିତ ହୋଇଥିବାବେଳେ ଏହାକୁ ନେଇ ବିଭିନ୍ନ ମହଲରେ ସତ୍ୟାର୍ଥଙ୍କୁ ପ୍ରଶଂସା କରାଯାଇଛି। ‘ଶ୍ରୀଦେବୀ: ଗର୍ଲ ଓ୍ବିମ୍ୟାନ୍‌ ସୁପରଷ୍ଟାର୍‌’ ନାମକ ଏହି ପୁସ୍ତକରେ ଶ୍ରୀଦେବୀଙ୍କ ଜୀବନ କାହାଣୀ ସହ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ କିଭଳି ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ସେ ସମ୍ପର୍କରେ ଉଲ୍ଲେଖ ରହିଛି। ସେହିଭଳି ଜଣେ ମହିଳା ହୋଇ ମଧ୍ୟ ବଲିଉଡ୍‌ ଭଳି ପୁରୁଷ ପ୍ରାଧାନ୍ୟ ଇଣ୍ଡଷ୍ଟ୍ରିର ଚିରାଚରିତ ଧାରାକୁ ଭାଙ୍ଗି ଶ୍ରୀଦେବୀ କିଭଳି ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କରିପାରିଥିଲେ, ତାହାକୁ ଏଥିରେ ବର୍ଣ୍ଣନା କରାଯାଇଛି। ପୁସ୍ତକ ଉନ୍ମୋଚନ ସମୟରେ ମଞ୍ଚରେ ଶ୍ରୀଦେବୀଙ୍କ ସ୍ବାମୀ ତଥା ପ୍ରଯୋଜକ ବୋନୀ କପୁର ଉପସ୍ଥିତ ଥିବାବେଳେ ତାଙ୍କୁ ଭାବବିହ୍ବଳ ଅବସ୍ଥାରେ ଦେଖିବାକୁ ମିଳିଥିଲା। ଏହି ପୁସ୍ତକ ଲେଖିବାକୁ ସତ୍ୟାର୍ଥଙ୍କୁ ଅନୁମତି ଦେଇଥିବା ବୋନି ନିଜ କୋହ ସମ୍ଭାଳି ନ ପାରି ମଞ୍ଚ ଉପରେ କାନ୍ଦି ପକାଇଥିଲେ।
ଏହି ଆତ୍ମଜୀବନୀ ପୁସ୍ତକ ଶ୍ରୀଦେବୀଙ୍କ ଉପରେ ଲିଖିତ ପ୍ରଥମ ପୁସ୍ତକ ହୋଇଥିବାବେଳେ ଏହାକୁ ଲେଖିବାକୁ ଲେଖକଙ୍କୁ ଦେଢ଼ବର୍ଷରୁ ଊର୍ଦ୍ଧ୍ୱ ସମୟ ଲାଗିଥିଲା। ବୋନି କପୁରଙ୍କ ସହ କପୁର ପରିବାରରୁ ତାଙ୍କୁ ପୂର୍ଣ୍ଣ ସମର୍ଥନ ମିଳିଥିବାବେଳେ ଶ୍ରୀଦେବୀଙ୍କ ସମ୍ପର୍କରେ ଅଧିକ ଜାଣିବାକୁ ସେ ତାଙ୍କ ବନ୍ଧୁ ପରିଜନ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରମୁଖ ବ୍ୟକ୍ତିତ୍ୱଙ୍କ ସହ ଆଲୋଚନା କରିଥିଲେ। ଫଳରେ ସେ ଶ୍ରୀଦେବୀଙ୍କ ସମ୍ପର୍କରେ ଅନେକ ଅଜଣା କଥା ଜାଣିବାର ସୁଯୋଗ ପାଇଥିଲେ। ଶ୍ରୀଦେବୀଙ୍କ ସହ କାମ କରିଥିବା ଓ ତାଙ୍କ ନିକଟତର ଥିବା କମଲ ହାସନ, ଚିରଞ୍ଜିବୀ, ରଜନୀକାନ୍ତ, ନାଗାର୍ଜୁନ, ଅନିଲ କପୁର, ଋଷି କପୁର, ସୁବାସ ଘାଇ, ଗୌରୀ ସିନ୍ଧେ, କରନ ଜୋହର, ମନୀଷ ମାଲହୋତ୍ରା, ଲତା ମଙ୍ଗେସ୍‌କର, ଓ୍ବାହିଦା ରେହମାନ ଓ ଜାଭେଦ ଅଖତରଙ୍କ ଭଳି ବହୁ କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ, କଣ୍ଠଶିଳ୍ପୀଙ୍କଠାରୁ ସେ ଶ୍ରୀଦେବୀଙ୍କ ସହ ଜଡ଼ିତ ବହୁ ସ୍ମୃତିକୁ ପୁସ୍ତକରେ ସ୍ଥାନିତ କରିଛନ୍ତି। ଜଣେ ସାମ୍ବାଦିକ ଭାବେ କାର୍ଯ୍ୟରତ ସତ୍ୟାର୍ଥ ନାୟକ ୨୦୧୪ରେ ପ୍ରଥମ ନୋବେଲ ‘ଦି ଏମ୍ପୋରର୍ସ ରିଡ୍‌ଲ୍‌ସ’ ଲେଖି ଚର୍ଚ୍ଚାକୁ ଆସିଥିଲେ। ଏହାସହ ସୋନୀ ଚ୍ୟାନେଲରେ ପ୍ରସାରିତ ଟିଭି ସିରିଜି ‘ପୋରସ୍‌’ର ସ୍କ୍ରିନ୍‌-ପ୍ଲେ ଲେଖିଥିବା ସତ୍ୟାର୍ଥଙ୍କ ଏହି ନୂଆ ପୁସ୍ତକ ଉନ୍ମୋଚନ ହେବାର ମାତ୍ର କିଛି ଘଣ୍ଟାରେ ଆମାଜନ୍‌ରେ ବହୁଳ ବିକ୍ରି ହୋଇଥିବା ପୁସ୍ତକ ମଧ୍ୟରେ ସ୍ଥାନ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ଆଉ ଖୋଲାରେ ମିଳିବନି ଗ୍ୟାସ୍‌! ଖାତା ନ ଥିଲେ…

ଭୁବନେଶ୍ୱର,୫ା୪: ଏଣିକି ଆଉ ଖୋଲାରେ ଗ୍ୟାସ ମିଳିବନି । ବାଟରେ, ବଜାରରେ ଖୋଲାରେ ମିଳିବନି ଗ୍ୟାସ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟର କୌଣସି…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବ ଭାରତ? ରାଜନାଥଙ୍କ ଚେତାବନୀ ପରେ ସେନାରେ ହଲଚଲ!

ନୂଆଦିଲ୍ଲୀ,୫।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାକ୍‌ ଯୁଦ୍ଧ ପୁଣି ଥରେ ତୀବ୍ର ହୋଇଛି। ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ସାମ୍ପ୍ରତିକ ବୟାନ ସ୍ପଷ୍ଟ ଭାବରେ…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଯୁଦ୍ଧ ଭିତରେ ବଡ଼ ଖବର, ହସ୍ପିଟାଲରେ ଭର୍ତ୍ତି ହେଲେ ଟ୍ରମ୍ପ? ସାରା ବିଶ୍ୱରେ ଚହଳ, ହ୍ବାଇଟ୍‌ ହାଉସ୍‌…

ୱାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ସେ ଗୁରୁତର ଅସୁସ୍ଥ ହୋଇ…

ଆଉ ଏକ ଆମେରିକୀୟ ବିମାନକୁ ଖସାଇଲା ଇରାନ, ଦାବି କରି କହିଲା….

ତେହେରାନ,୫।୪: ଇରାନ ସହିତ ଚାଲିଥିବା ସଂଘର୍ଷରେ ଆମେରିକୀୟ ସେନା ପ୍ରବଳ କ୍ଷତି ସହୁଛି । ରବିବାର ଦିନ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଇସଫାହାନ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri