ଶ୍ରୀତମ୍‌ଙ୍କୁ ଅନ୍ତର୍ଜାତୀୟ ଫଟୋଗ୍ରାଫି ଆୱାର୍ଡ

ବାଲେଶ୍ୱର ଅଫିସ, ୪।୧୧-ସ୍ମାର୍ଟଫୋନରେ ଫଟୋ ଉଠାଇ ଚର୍ଚ୍ଚାକୁ ଆସିଥିବା ବାଲେଶ୍ୱର ଜିଲା ଶୋଭାରାମ୍‌ପୁର ଅଞ୍ଚଳର ଶ୍ରୀତମ୍‌ କୁମାର ସେଠୀ ଚଳିତବର୍ଷ ଅନ୍ତର୍ଜାତୀୟ ଫଟୋଗ୍ରାଫି ଆୱାର୍ଡ଼ ପାଇପାରିଛନ୍ତି। ବନ୍ୟଜନ୍ତୁ ଓ ସବୁଜିମାଭରା ପ୍ରକୃତିର ଫଟୋ ଉଠାଇବାକୁ ସେ ଅଧିକ ଆଗ୍ରହ ରଖିଥାନ୍ତି। ଗତ ହୋଲି ଉତ୍ସବ ବେଳେ ଉଠାଇଥିବା ଏକ କଳାତ୍ମକ ଫଟୋ ପାଇଁ ସେ ଏହି ଅନ୍ତର୍ଜାତୀୟ ସମ୍ମାନ ଲାଭ କରିଛନ୍ତି। ଭୁବନେଶ୍ୱରସ୍ଥିତ ହାଇଟେକ୍‌ ମେଡିକାଲ କଲେଜରେ ବିଫାର୍ମା ପଢୁଥିବା ଶ୍ରୀତମ ଫଟୋ ଉଠାଇବା ପାଇଁ କେବେ କୌଣସି ଦାମୀ ଡିଜିଟାଲ୍‌ କ୍ୟାମେରା ବ୍ୟବହାର କରି ନ ଥାନ୍ତି। ସ୍ମାର୍ଟଫୋନ୍‌ର ଉପଯୁକ୍ତ ବ୍ୟବହାର କରି ସେ ବିଭିନ୍ନ ଦୃଶ୍ୟର ଛବି ଉତ୍ତୋଳନ କରିଥାନ୍ତି। ଅନ୍ତର୍ଜାତୀୟ ଫଟୋଗ୍ରାଫି ଆୱାର୍ଡ ତାଙ୍କୁ ଏ ଦିଗରେ ଅଧିକ ଉତ୍ସାହ ଯୋଗାଇବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।
ଶ୍ରୀତମ କହିଛନ୍ତି, ଚଳିତବର୍ଷ ଆମେରିକାର ନ୍ୟୁୟର୍କରେ ଆୟୋଜିତ ଅନ୍ତର୍ଜାତୀୟ ଫଟୋଗ୍ରାଫି ପ୍ରତିଯୋଗିତାରେ ବିଭିନ୍ନ ଦେଶରୁ ୧ହଜାରରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଥିଲେ। ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କ ଫଟୋଗ୍ରାଫି ପୁରସ୍କାର ଘୋଷଣା କରାଯାଇଥିଲା। ଏ ବାବଦରେ ତାଙ୍କୁ ମିଳିଛି ମାନପତ୍ର ସହ ୫ ହଜାର ଡଲାର ଅର୍ଥରାଶି। ଗତ ଦୁଇବର୍ଷ ପୂର୍ବରୁ ସେ ଫଟୋଗ୍ରାଫି ଉପରେ କିଛି ନୂତନତ୍ୱ ଆଣିବା ଲକ୍ଷ୍ୟ ନେଇ କାର୍ଯ୍ୟ କରି ଆସୁଥିଲେ। ଦାମୀ କ୍ୟାମେରା ଏବଂ ଆବଶ୍ୟକ ଉପକରଣ ନ ଥିବା କାରଣରୁ ସେ କେତେକାଂଶରେ ପଛରେ ପଡ଼ିଯାଇଥିବା ମନେ କରୁଥିଲେ। କିନ୍ତୁ ନିରାଶ ନ ହୋଇ ମୋବାଇଲ୍‌ ଫୋନ ସହାୟତାରେ ଫଟୋ ଉଠାଇବା ପ୍ରକ୍ରିୟା ଜାରି ରଖିଥିଲେ। ହୋଲି ସମୟରେ ସେ ଉଠାଇଥିବା କେତେକ ଫଟୋକୁ ନେଇ ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରି ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିବା ସହ ନ୍ୟାଶନାଲ୍‌ ଜିଓଗ୍ରାଫିରେ ଛାଡିଥିଲେ। ସେତେବେଳେ ଏହି ଫଟୋ ଭାଇରାଲ୍‌ ହେବା ସହ ଏପ୍ରିଲ ୧୨ ତାରିଖରେ ଇୟରସଟ୍‌ କମ୍ୟୁନିଟିରେ ପ୍ରକାଶ ପାଇଥିଲା। ଗତ ମେ’ରେ ରେଟ୍ରୋ କଲିକତା ଅର୍ଗାନାଇଜେଶନ୍‌ ତରଫରୁ କଲିକତାରେ ହୋଇଥିବା ଅନ୍ତର୍ଜାତୀୟ ଫଟୋଗ୍ରାଫି ଓ ପେଣ୍ଟିଂ ପ୍ରତିଯୋଗିତାରେ ଉକ୍ତ ଫଟୋ ସ୍ଥାନ ପାଇବାରୁ ସେ ପୁରସ୍କୃତ ହୋଇଥିଲେ। ରୋମାନିଆ ମର୍‌ ଆର୍ଟ ପ୍ଲିସ୍‌ ଗ୍ୟାଲେରିରେ ମଧ୍ୟ ଏହି ଫଟୋ ପ୍ରଦର୍ଶିତ ହୋଇଥିଲା। ଏଥିପାଇଁ ତାଙ୍କୁ ‘ଇଭେଣ୍ଟ ଫଟୋଗ୍ରାଫ୍‌ ଅଫ୍‌ ଦି ଇୟର୍‌ ଆୱାର୍ଡ଼’ ମିଳିପାରିଥିବା ସେ କହିଛନ୍ତି। ହୋଲି ଉତ୍ସବକୁ ପାଳନ ନେଇ ଜଣେ ଯୁବକ କେତେ ଉତ୍ସାହିତ ରହିଛନ୍ତି ତାହା ତାଙ୍କ ପୁରସ୍କୃତ ଫଟୋଟି ଦର୍ଶାଉଛି। ମା’ ମମତା ଓ ବାପା ଶରତ ଚନ୍ଦ୍ରଙ୍କର ସେ ଏକମାତ୍ର ସନ୍ତାନ। ତାଙ୍କ ଫଟୋଗ୍ରାଫି ସମଗ୍ର ଦେଶ ପାଇଁ ଗୌରବ ଆଣିଦେଇଥିବାରୁ ତାଙ୍କ ମାତାପିତା ଖୁସିରେ ଆତ୍ମହରା ହୋଇପଡିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାଟଡିହୀ ବିଇଓ ରାଜୀବ ଦଳେଇ ନିଲମ୍ବିତ: କାର୍ଯ୍ୟରେ ଅବହେଳା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ

ହାଟଡିହୀ/ଛେନାପଦୀ, ୯।୯(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ରାଜୀବ ଦଳେଇଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ବୁଧବାର ମଧ୍ୟାହ୍ନରେ ସ୍ପେଶାଲ ମେସେଞ୍ଜର…

ବିନା ଅନୁମତିରେ ସାଉଣ୍ଡ ବାଜିଲେ ଜବତ ହେବ ଡିଜେ ଗାଡ଼ି, ସିଧା ହେବେ ଗିରଫ: ପାର୍ବଣ ପୂର୍ବରୁ ପୋଲିସର ଚେତାବନୀ

ପୁରୁଷୋତ୍ତମପୁର,୯।୯(ସବିତା ମିଶ୍ର): ଆଗାମୀ ପୂଜାପାର୍ବଣ ସମୟରେ ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ପୁରୁଷୋତ୍ତମପୁର ପୋଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଉପଜିଲାପାଳଙ୍କ ବିନା ଅନୁମତିରେ କୌଣସି ସ୍ଥାନରେ…

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ, ୩ ବର୍ଷ ଝିଅକୁ ହତ୍ୟା ଉଦ୍ୟମ କରି ନିଜେ…

ବଲାଙ୍ଗୀର,୯ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବେଲପଡ଼ା ଅଞ୍ଚଳରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି, ବାରମ୍ବାର ଚୋରି ଡକାୟତ ପରେ ବୁଧବାର ପୁଣି ବେଲପଡ଼ା ଥାନା…

ବରଗଡ଼ରେ ସ୍କ୍ରବ୍ ଟାଇଫସ୍‌ ଆତଙ୍କ! ବୃଦ୍ଧଙ୍କ ଜୀବନ ଗଲା, ବଢ଼ୁଛି ସଂକ୍ରମଣ ଭୟ

ବରଗଡ଼, ୯।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଏବେ ଏହା ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି…

ଆଦିବାସୀ କଲ୍ୟାଣ ଓ ଅଧିକାର ନେଇ ସମୀକ୍ଷା: ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ନେଇ…

ଖୋର୍ଦ୍ଧା,୯ା୯(ପ୍ରଭାତ ପାଣିଗ୍ରାହୀ): ଅନୁସୂଚିତ ଜନଜାତିଙ୍କ କଲ୍ୟାଣ, ବିକାଶ ଏବଂ ଅଧିକାର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ଜାତୀୟ ଅନୁସୂଚିତ ଜନଜାତି କମିଶନ ଅଧ୍ୟକ୍ଷ ଅନ୍ତର ସିଂ ଆର୍ଯ୍ୟ…

ଭବାନୀପାଟଣା-ତାସିଗୁଡ଼ା ଓଏସଆରଟିସି ବସ୍ ବନ୍ଦ: ଲାଭଜନକ ରୁଟ୍‌ରେ ସେବା ଠପ୍, ଆସନ୍ତା ଶନିବାର ସୁଦ୍ଧା…

ଥୁଆମୂଳ ରାମପୁର, ୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ସଦର ମହକୁମା ଭବାନୀପାଟଣାରୁ ଥୁଆମୂଳ ରାମପୁର ଓ ଗୁଣପୁର ଦେଇ ତାସିଗୁଡ଼ା ପର୍ଯ୍ୟନ୍ତ ଚାଲୁଥିବା ସରକାରୀ (ଓଏସଆରଟିସି)…

ପ୍ରଶାସନର ନାକତଳେ ଖୋଲାଖୋଲି ଭାବେ ଶ୍ରମିକ ଚାଲାଣ, ସବୁ ଜାଣି ଶ୍ରମ ବିଭାଗ ଚୁପ୍‌

ଥୁଆମୂଳ ରାମପୁର,୯ା୯(ଦୁର୍ଗା କୀର୍ତ୍ତି): ଗ୍ରାମାଞ୍ଚଳରେ ଶ୍ରମିକଙ୍କୁ ସୋହାଗୀ ନିଯୁକ୍ତି ଏବଂ ମନରେଗା ଯୋଜନାରେ ବେକାର ଯୁବକ ଉପକୃତ ହେଉଥିବା ନେଇ ସରକାରୀ ଦାବିର ସତ୍ୟତା ଏବେ ପଦାରେ…

ତୁରୁମୁଙ୍ଗା ଜାତୀୟ ରାଜପଥ କଡ଼ରୁ ହଟିଲା ଜବରଦଖଲ: ଚାଲିଲା ଜେସିବି, ଥଇଥାନ ଦାବି କଲେ ବ୍ୟବସାୟୀ

ପାଟଣା,୯।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ର ତୁରୁମୁଙ୍ଗା ବଜାର ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ କଡ଼ରୁ ବୁଧବାର ବ୍ୟାପକ ଜବରଦଖଲ ଉଚ୍ଛେଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri