Posted inରାଜ୍ୟ

ଶ୍ରୀଜୀଉଙ୍କ ଅପେକ୍ଷାରେ ବ୍ରହ୍ମ ତାଳଧ୍ୱଜ

କେନ୍ଦ୍ରାପଡା ଅଫିସ, ୪ା୭: ଆଜି ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା। ତୁଳସୀ କ୍ଷେତ୍ରାଧିପତି ଶ୍ରୀ ବଳଦେବଜୀଉ ଏହି ଅବସରରେ ମାଉସୀମା ମନ୍ଦିର ଅଭିମୁଖେ ରଥରେ ଯାତ୍ରା କରିବେ। ଏଥିପାଇଁ ଶ୍ରୀଜୀଉଙ୍କ ମନ୍ଦିର ସମ୍ମୁଖରେ ବ୍ରହ୍ମ ତାଳଧ୍ୱଜ ରଥ ପ୍ରସ୍ତୁତ ହୋଇରହିଛି । ବୁଧବାର ସନ୍ଧ୍ୟାରେ ରଥ ପ୍ରତିଷ୍ଠା ହୋଇଛି ା କେବଳ ଶ୍ରୀଜୀଉଙ୍କୁ ଅପେକ୍ଷା । ପୁରୀ ଶ୍ରୀକ୍ଷେତ୍ର ପରେ ରାଜ୍ୟର ଯେଉଁ କୋତୋଟି ସ୍ଥାନରେ ରଥଯାତ୍ରାରେ ପ୍ରବଳ ଜନ ସମାଗମ ହୁଏ, ସେଥିମଧ୍ୟରୁ କେନ୍ଦ୍ରାପଡାର ଇଚ୍ଛାପୁର ଅନ୍ୟତମ । ଶ୍ରୀଜୀଉ ମଣି ବିଗ୍ରହ ହୋଇଥିବା ବେଳେ ବିରାଜିତ ରଥକୁ ବ୍ରହ୍ମ ତାଳଧ୍ୱଜ ରଥ କୁହାଯାଏ । ଏହି ବ୍ରହ୍ମ ତାଳଧ୍ୱଜ ରଥରେ ଗତ ସ୍ନାନ ପୂର୍ଣ୍ଣିମାରେ ଚକ ଡେରାଲାଗି ହୋଇ ବରାନ୍ଦ ଯୋଡା ଆରମ୍ଭ ହୋଇଥିଲା । ଆଷାଢ଼ ମାସ, କୃଷ୍ଣପକ୍ଷ ଏକାଦଶୀ ତିଥିରେ ନାହାକା ଯୋଡା ପରେ ଏବେ ରଥ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି ବୋଲି ରଥ ନିର୍ମାଣ ମୁଖ୍ୟ ସୁକଦେବ ମହାରଣା କହିଛନ୍ତି ।
ସେ ରଥ ସମ୍ପର୍କରେ ସୂଚନା ଦେଇଛନ୍ତି, ଏହାର ଉଚ୍ଚତା ୪୩ ହାତ ୧୦ ଆଙ୍ଗୁଳି । କଳସ ଓ ନେତକୁ ବାଦ ଦେଲେ କେବଳ ରଥର ଉଚ୍ଚତା ୬୫ ଫୁଟ ୬ ଇଞ୍ଚ ହେବ। ରଥର ବ୍ୟାସ ୩୮ ଫୁଟ ହେବ । ବଖୁରିଆ ଯନ୍ତ୍ରରେ ମାପ ହୋଇ ନିର୍ମିତ ଏହି ବ୍ରହ୍ମ ତାଳଧ୍ୱଜ ରଥର ଉଚ୍ଚତା ଅଥବା ବ୍ୟାସ କେବେ କମ୍‌ ହୋଇ ନ ଥିବା ସେ ଦର୍ଶାଇଛନ୍ତି । ୧୭୨୮ ମସିହାରେ ମରହଟ୍ଟା ସନ୍ନ୍ୟାସୀ ସନ୍ଥ ଗୋପାଳ ଦାସ ତୁଳସୀ କ୍ଷେତ୍ରରେ ଅବସ୍ଥାନ ପରେ ଶ୍ରୀଜୀଉଙ୍କ ମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ନିମିର୍ର୍ତ ହୋଇଥିଲା । ଏହି ମହାତ୍ମା ହିଁ ଏହି ବିଶ୍ୱବିଖ୍ୟାତ ରଥର ପ୍ରବର୍ତ୍ତକ ବୋଲି ସେବାୟତ ଗଗନ ପତ୍ରୀ ମତ ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ, ଦ୍ୱିବିନ୍ଦ ଦାନବ ବଧ କାଳରେ ତାଳ ବନରେ ବ୍ରହ୍ମା ଶ୍ରୀ ବଳଦେବଜୀଉଙ୍କୁ ଏହି ତାଳଧ୍ୱଜ ରଥ ପ୍ରଦାନ କରିଥିଲେ । ବଳଦେବ ସ୍ବୟଂ ବାସୁଦେବ ଓ ଅନନ୍ତ । ସେ ପ୍ରଥମେ ତୁଳସୀ କ୍ଷେତ୍ରରେ ଏକାକୀ ପୂଜା ପାଉଥିଲେ । ପରବର୍ତ୍ତୀ କାଳରେ ତାଙ୍କ ସହ ସୁଭଦ୍ରା ଓ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରାଯାଉଛି। ଅଗ୍ରପୂଜ୍ୟ ବଳଦେବ ଓ ମୁନିଋଷିଙ୍କ ଗହଣରେ ଯାତ୍ରା କରିବା ପରମ୍ପରା ଏଠାରେ ଚାଲିଆସିଛି । ରଥ ନିର୍ମାଣର ରୀତିନୀତି ସମ୍ପର୍କରେ ଟ୍ରଷ୍ଟ ବୋର୍ଡ କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ କୁହନ୍ତି, ଦୋଳ ପୂର୍ଣ୍ଣିମା ପରଦିନ ଚୈତ୍ର କୃଷ୍ଣ ପ୍ରତିପଦ ଦିବସରେ ରଥ ନିର୍ମାଣ ନିମନ୍ତେ ନିର୍ଦ୍ଦିଷ୍ଟ ବୃକ୍ଷରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ବନ୍ଧା ଯାଏ । ପରେ ପୂଜାର୍ଚ୍ଚନା କରାଯାଇ ବୃକ୍ଷଛେଦନ କରାଯାଏ ।
ଅକ୍ଷୟ ତୃତୀୟା ଦିବସରେ ଏହି କାଷ୍ଟ ସହ ଯନ୍ତ୍ରାଦି ପୂଜା ପାଇ ରଥ ନିର୍ମାଣ ଶୁଭାରମ୍ଭ ହୋଇଥାଏ । ଅନୁକୂଳ ଦିବସରେ ଯେଉଁ କାଷ୍ଟ ଖଣ୍ଡିକ କଟା ଯାଏ, ସେଥିରେ ଲଙ୍ଗଳାୟୁଧ ତିଆରି କରା ଯିବା ବିଧି ରହିଛି। ଉକ୍ତ ହଳାୟୁଧ ରଥ ଶୀର୍ଷରେ ସ୍ଥାନିତ ହୁଏ । ରଥ କାଠ ସମ୍ପର୍କରେ ଟ୍ରଷ୍ଟି ଧୀରେନ ସାହୁ କୁହନ୍ତି, ରଥର ନିର୍ମାଣ ପାଇଁ ପୂର୍ବରୁ ବ୍ୟବହୃତ ରଥର କାଠ ଲାଗେ । ତେବେ ୨ ନୂତନ ଚକ ଓ ଅଖ ଅନ୍ୟୁନ ବଦଳା ଯିବାର ବିଧାନ ରହିଛି। ଏଥିସହ ରଥର ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଲମ୍ବା କାଠର ଆବଶ୍ୟକତା ହୋଇଥାଏ। ଚଳିତ ବର୍ଷ ମୋଟ ୩୦ ଲକ୍ଷ ଟଙ୍କା ରଥଯାତ୍ରାରେ ଖର୍ଚ୍ଚ ହେବାକୁ ଥିବା ବେଳେ ଏହି ଅର୍ଥ ଭରଣା ପାଇଁ ବିଭିନ୍ନ ସଂସ୍ଥା, ବ୍ୟକ୍ତି, ଅନୁଷ୍ଠାନ ଓ ସରକାରୀ ସାହାଯ୍ୟକୁ ଅପେକ୍ଷା କରାଯାଇଥାଏ ା ଶ୍ରୀଜୀଉଙ୍କ ରଥଯାତ୍ରା ପାଇଁ ଏକ ସ୍ବତନ୍ତ୍ର ବନ ପ୍ରକଳ୍ପ ଆରମ୍ଭ ହେବା ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି । ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ତଥା ଉପଜିଲାପାଳ ସଞ୍ଜୟ କୁମାର ମିଶ୍ର ରଥଯାତ୍ରା ସମ୍ପର୍କରେ କୁହନ୍ତି ଏଠାରେ ୨ଦିନ ଧରି ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ସମୟରେ ଭକ୍ତଙ୍କ ଭିଡକୁ ଲକ୍ଷ୍ୟକରି ପ୍ରଶାସନ ଓ ଟ୍ରଷ୍ଟ ବୋର୍ଡ ପକ୍ଷରୁ ବାରମ୍ବାର ବୈଠକ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri