Posted inପୁରୀ

ଶ୍ରୀଜଗନ୍ନାଥଙ୍କ ବାହୁଟ ସେବାଲାଗି ବଉଳ ବୃକ୍ଷ ଚିହ୍ନଟ

ସାକ୍ଷୀଗୋପାଳ,୨୯ା୫(ଡି.ଏନ୍‌.ଏ): ଚଳିତବର୍ଷ ସ୍ନାନ ଓ ରଥଯାତ୍ରା ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡଠାକୁରଙ୍କ ପହଣ୍ଡି ବିଜେ ନିମନ୍ତେ ଆବଶ୍ୟକ ବାହୁଟ ସେବା ଲାଗି ଶୁକ୍ରବାର ବଉଳବୃକ୍ଷ ଚିହ୍ନଟ କରାଯାଇଛି। ପରମ୍ପରାକ୍ରମେ ସାକ୍ଷୀଗୋପଳ ବକୁଳବନରୁ ସଂଗ୍ରହ କରାଯାଉଥିବା ବଉଳକାଠ ଏଥର ଅଭାବ ଥିବାରୁ ନିକଟସ୍ଥ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତର ହାଟସାହି ନିବାସୀ ହୃଷୀକେଶ ମହାନ୍ତି, ତାଙ୍କ ଭାଇ କାଳୀ ପ୍ରସନ୍ନ ମହାନ୍ତିଙ୍କ ବଗିଚାରୁ ଶ୍ରୀମନ୍ଦିର ସେବାୟତ ଓ କର୍ମଚାରୀମାନେ ବଉଳ ବୃକ୍ଷ ଚିହ୍ନଟ କରିଛନ୍ତି। ଶ୍ରୀମନ୍ଦିର ରଥ ନିର୍ମାଣ ମୁଖ୍ୟ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ, ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଅତିରିକ୍ତ ବିଡିଓ ସାରଦା ପ୍ରସନ୍ନ ମହାନ୍ତି, ସାକ୍ଷୀଗୋପାଳ ମନ୍ଦିର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ମିଶ୍ର, ସତ୍ୟବାଦୀ ସଂସ୍କୃତି ସୁରକ୍ଷା ମଞ୍ଚ ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ର, ସର୍ଦ୍ଦାର ଭୋଇ ସେବକ ରବି ଭୋଇ, ସହଯୋଗୀ ଧ୍ରୁବ ଭୋଇ ପ୍ରମୁଖ ଆବଶ୍ୟକୀୟ ମାପରେ ବଉଳ ବୃକ୍ଷ ଥିବା ଖବରପାଇ ସେଠାରେ ପହଞ୍ଚତ୍ଥିଲେ। ବୃକ୍ଷଟି ଉପଯୋଗୀ ହୋଇଥିବାରୁ ଚୟନ କରାଯାଇଥିଲା। ଏହି ବଉଳ କାଠରେ ନିର୍ମିତ ବାହୁଟ ମହାପ୍ରଭୁ କାଳିଆ ସାଅନ୍ତଙ୍କ ପହଣ୍ଡି ସମୟରେ ଶ୍ରୀଅଙ୍ଗର ସୁରକ୍ଷା ନିମନ୍ତେ ଲାଗି କରାଯିବ। ମଙ୍ଗଳବାର ନିର୍ଜଳା ଏକାଦଶୀ ତିଥିରେ ପୂଜାର୍ଚ୍ଚନା କରାଯାଇ ବୃକ୍ଷ ଛେଦନ କରାଯିବ। ବଉଳକାଠ ଗଣ୍ଡି ବଳଦ ଶଗଡିରେ ବକୁଳବନ ସିଦ୍ଧବକୁଳ ମନ୍ଦିରକୁ ଅଣାଯାଇ ସେଠାରୁ ଶ୍ରୀକ୍ଷେତ୍ର ଅଭିମୁଖେ ମେଲାଣି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମରଣଯନ୍ତା ପାଲଟିଛି ପୁରୀ ସମୁଦ୍ର: ବୁଡ଼ିଯିବାରୁ ଅଳ୍ପକେ ବର୍ତ୍ତିଲେ ୩ ବଙ୍ଗୀୟ ଯୁବକ

ପୁରୀ ଅଫିସ,୧୬।୧୦: ଏବେ ମରଣଯନ୍ତା ପାଲଟିଛି ପୁରୀ ସମୁଦ୍ର। ପ୍ରଶାସନର ଅବହେଳା ଯୋଗୁ ସମୁଦ୍ରରେ ଗାଧୋଇ ପର୍ଯ୍ୟଟକମାନେ ଅକାଳରେ ପ୍ରାଣ ହରାଉଛନ୍ତି। ଅନେକ ପର୍ଯ୍ୟଟକ ଆହତ...

ଜଗାକୁ ଦେଖିବାକୁ ଭିଡ଼: ବଡ଼ଦାଣ୍ଡରେ ଭକ୍ତଙ୍କ ଲମ୍ବା ଧାଡ଼ି

ପୁରୀ ଅଫିସ,୮।୧: ଶ୍ରୀଜିଉଙ୍କୁ ଦର୍ଶନ ଉପରେ ୧୦ ତାରିଖରୁ କଟକଣା ଲାଗିବା ପରେ ଶନିବାର ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ବଡ଼ଦାଣ୍ଡରେ ଭକ୍ତଙ୍କ ଲମ୍ବା...

ମା’ଙ୍କ ଅନୁମତି ପରେ ହେବ ରଥକାଠ ଚିହ୍ନଟ

ପୁରୀ ଅଫିସ, ୧୦।୧: ଚଳିତ ବର୍ଷ ରଥଯାତ୍ରା ପାଇଁ ଆଜିଠାରୁ ପକ୍ରିୟା ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର...

ଶ୍ରୀମନ୍ଦିର ହୁଣ୍ଡିରେ ଲକ୍ଷେ ଟଙ୍କା ଟପିଲାନି, ସୁନା ରୁପା ଶୂନ

ପୁରୀ ଅଫିସ, ୧୭।୩: କରୋନାର ପ୍ରଭାବ କେବଳ ଲୋକଙ୍କ ଜୀବନ ଜୀବିକା ଉପରେ ନୁହେଁ, ଶ୍ରୀମନ୍ଦିର ହୁଣ୍ଡିରେ ବି ଏହା ଦେଖିବାକୁ ମିଳିଛି। ବିଶ୍ୱବ୍ୟାପୀ ଘାତକ...

ୟୁଟ୍ୟୁବର ଅନିମେଷଙ୍କ ନାଁରେ ମାମଲା

ପୁରୀ ଅଫିସ, ୫ା୧୨:ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳ ତଥା ନୋ ଫ୍ଲାଇଙ୍ଗ୍‌ ଜୋନ୍‌ରେ ଜଣେ ବଙ୍ଗୀୟ ୟୁଟ୍ୟୁବର ଡ୍ରୋନ ଉଡ଼ାଇ ଶ୍ରୀମନ୍ଦିରର ବିଭିନ୍ନ ଭିଡିଓ ଭାଇରାଲ କରିବା ସହ...

ସ୍ବର୍ଗଦ୍ୱାରରୁ ଶବଦାହ କଟକଣା ହଟିଲା

ପୁରୀ ଅଫିସ,୨୮।୧: ପୁରୀ ସ୍ବର୍ଗଦ୍ୱାରରେ ଶବଦାହ ଓ ମହୋଦଧିରେ ଅସ୍ଥି ବିସର୍ଜନ ଉପରେ ଥିବା କଟକଣାକୁ ହଟାଇ ଦିଆଯାଇଛି। ପୁରୀ ଜିଲା ବାହାର ଲୋକଙ୍କୁ ସ୍ବର୍ଗଦ୍ୱାରରେ...

ପାର୍କ, ପାଠାଗାର ନିର୍ମାଣ ଲାଗି ମିଳୁନି ସ୍ଥାନ

ଗୋପ,୨୬।୨(ଡି.ଏନ୍‌.ଏ.): ସରକାର ଗ୍ରାମାଞ୍ଚଳର ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଉଥିବା ବେଳେ ବ୍ଲକ ପ୍ରଶାସନ ଓ ପଞ୍ଚାୟତରେ ଲୋକ ପ୍ରତିନିଧିମାନଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ଅଧିକାଂଶ...

ରଥଖଳା ଚଳଚଞ୍ଚଳ, କାମରେ ଲାଗିପଡ଼ିଛନ୍ତି ମହାରଣା ସେବାୟତ

ପୁରୀ ଅଫିସ,୫।୬: ପୁରୀ ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ ହୋଇ ଉଠିଛି। ରଥ ଖଳାରେ ତିନି ରଥ ନିର୍ମାଣ କାର୍ଯ୍ୟ ଜୋରଦାର ଆଗେଇ ଚାଲିଛି ।...

Advertisement
Archives

Model This Week