ଶ୍ରମିକ ବସିଛନ୍ତି, ଜେସିବି ଖୋଳୁଛି ବନ୍ଧ

ଦଶମନ୍ତପୁର,୧୪ା୬( ଡ଼ି.ଏନ.ଏ.)- ଶ୍ରମିକଙ୍କ ଜୀବିକା ନିର୍ବାହ ଲାଗି ସରକାର ବିଭିନ୍ନ ଯୋଜନାରେ କାର୍ଯ୍ୟ ଯୋଗାଇ ଦେବାକୁ ଉଦ୍ୟମ ଜାରି ରଖିଛନ୍ତି। ମାତ୍ର କୋରାପୁଟ ଜିଲା ଦଶମନ୍ତପୁରରେ ସରକାରଙ୍କ ନିୟମକୁ ଉଲ୍ଲଂଘନ କରାଯାଉଛି। ଶ୍ରମିକଙ୍କ ବଦଳରେ ଠିକାଦାରମାନେ ଜେସିବି ମେଶିନ ଲଗାଇ କାର୍ଯ୍ୟ କରୁଛନ୍ତି। ଫଳରେ ଶ୍ରମିକମାନେ କାମ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଏପରି ଦେଖିବାକୁ ମିଳିଛି ଦଶମନ୍ତପୁର ବ୍ଲକ ଗାଦିଆଗୁଡ଼ା ପଞ୍ଚାୟତର ପରଜାଗଦ୍ରି ଗ୍ରାମରେ। ଗ୍ରାମରେ ୬୦ ପରିବାର ବସବାସ କରନ୍ତି। ଲକ୍‌ଡାଉନ୍‌ ଯୋଗୁ କୌଣସି କାର୍ଯ୍ୟ ନ ପାଇ ଶ୍ରମିକମାନେ ହଇରାଣ ହେଉଥିଲେ। ପ୍ରଶାସନ ଏହା ଜାଣିବା ପରେ ସେହି ଗ୍ରାମରେ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଗ୍ରାମରେ ୨ଟି ବନ୍ଧ ଖୋଳିବା ପାଇଁ ନିର୍ଦ୍ଦେଶ ଦେଇଥିଲା। ଫଳରେ ଏହାଦ୍ୱାରା ଶ୍ରମିକମାନେ କାର୍ଯ୍ୟ ପାଇବା ସହ ପରବର୍ତ୍ତୀ ସମୟରେ ବନ୍ଧରେ ମାଛଚାଷ କରି ଜୀବିକା ନିର୍ବାହ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ ଲକ୍ଷ ରଖାଯାଇଥିଲା। ଗୋଟିଏ ବନ୍ଧ ଖୋଳିବା ଲାଗି ଦେଢଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ୨ଟି ଯାକ ବନ୍ଧ ଖୋଳିବା ପାଇଁ ଗ୍ରାମର ଡମ୍ବରୁଧର ଜାନି ଏବଂ ଲୁକୁ ଡଙ୍ଗ୍ରି ଠିକା ନେଇଥିଲେ। ଏହି କାର୍ଯ୍ୟ ଯେଉଁ ସ୍ଥାନରେ ହେବାକୁ ସ୍ଥିର ହୋଇଥିଲା ସେଠାରେ ନ କରି ସେମାନେ ଗ୍ରାମଠାରୁ ୨ କି.ମି. ଦୂର ପାହାଡ଼ ତଳେ ଥିବା ଲିଟିଝୋଲାଠାରେ ରହିଥିବା ପୁରୁଣା ବନ୍ଧରେ ଶ୍ରମିକ ନ ଲଗାଇ ଜେସିବି ମେଶିନରେ ବନ୍ଧ ଖନନ କରୁଛନ୍ତି। ଏନେଇ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ମଧ୍ୟ ନୀରବ ରହିଛନ୍ତି। ଏବେ ବନ୍ଧ ଖନନର ଅଧା ବିଲ୍‌ କରି ଅର୍ଥ ଉଠାଇଥିବା ଜାଣିବାକୁ ମିଳିଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ସେହିପରି ଦଶମନ୍ତପୁର ବ୍ଲକର କେତେକ ପଞ୍ଚାୟତରେ ଶ୍ରମିକଙ୍କ ବଦଳରେ ଜେସିବିରେ ବନ୍ଧ ଖୋଳା ଯାଉଥିବା ଦେଖିବାକୁ ମିଳୁଛି। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଆଗାମୀ ଦିନରେ ଏ ସମ୍ପର୍କରେ ଜିଲାପାଳ ଏବଂ ଦୁର୍ନୀତି ନିବାରଣ ବିଭାଗ ନିକଟରେ ଅଭିଯୋଗ କରାଯିବ ବୋଲି ଗ୍ରାମବାସୀ କହିଛନ୍ତି। ଏନେଇ ମୃତ୍ତିକା ସଂରକ୍ଷଣ ବିଭାଗ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ଡ଼ାକୁଆଙ୍କୁ ପଚାରିବାରୁ ସେ କହିଲେ ଯେ, ମୁଁ ସେଠାରେ ଥିବା ବେଳେ ଠିକାଦାର କାମ ଠିକ୍‌ କରୁଛନ୍ତି। ଚାଲିଆସିବା ପରେ ଜେଶିବି ଲଗାଇ ଦେଉଛନ୍ତି ବୋଲି ପ୍ରକାଶ କରିଥିଲେ। ଏ ସମ୍ପର୍କରେ ଉଭୟ ଠିକାଦାରଙ୍କୁ ପଚାରିବାରୁ ସେମାନେ ଆମ ନିଜ ଦାୟିତ୍ୱରେ ଜେସିବିରେ ଏହି ବନ୍ଧ ନିର୍ମାଣ କରୁଛୁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ

କୋରାପୁଟ,୩୦ା୫(ସ୍ବ.ପ୍ର.): କୋରାପୁଟ-ଜୟପୁର ୨୬ ନଂ. ଜାତୀୟ ରାଜପଥର ବଗେଇପଦର ଛକ ନିକଟରେ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ ହୋଇଛି। ମୃତକ ହେଲେ ଜୟପୁର ସହର...

ପ୍ରମାଣପତ୍ର ଥାଇ ମିଳୁନି ଆବାସ, ଭତ୍ତା

କୁନ୍ଦୁରା,୩୦।୧(ଡି.ଏନ୍‌.ଏ.) ଶହେ ପ୍ରତିଶତ ଭିନ୍ନକ୍ଷମ ବୋଲି ପ୍ରଶାସନ ପ୍ରମାଣପତ୍ର ଦେଇଛନ୍ତି। କିନ୍ତୁ ଏହା ସତ୍ତ୍ୱେ ଗୋରୀମଣିଙ୍କୁ ମିଳୁନି ଭତ୍ତା। ତାଙ୍କ ପରିବାରକୁ ଆବାସ ଯୋଜନାରେ ସାମିଲ କରାଯାଉ...

ସଙ୍ଗରୋଧ କେନ୍ଦ୍ରରେ ପ୍ରସବ କଲେ ମହିଳା

ବୋରିଗୁମ୍ମା,୨୮ା୫(ଡି.ଏନ୍‌.ଏ.): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ କାଠରଗଡ଼ା ସଙ୍ଗରୋଧ କେନ୍ଦ୍ରରେ ଜଣେ ମହିଳା ପ୍ରସବ କରିଛନ୍ତି। ବୁଧବାର ସାରେ ସେ ଏକ ଶିଶୁପତ୍ରକୁ ଜନ୍ମ ଦେଇଥିବା...

ଓଲଟିଲା ମାଲବାହୀ ଟ୍ରେନ ବଗି

କୋରାପୁଟ/ଜୟପୁର,୧୭ା୧୨(ନି.ପ୍ର.): କେ-କେ ଲାଇନରେ ଶୁକ୍ରବାର ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇ ଓଲଟି ପଡିଛି। ଫଳରେ କିରଣ୍ଡୁଲ-କୋରାପୁଟ ମଧ୍ୟରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏପରିକି...

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ସ୍ତ୍ରୀ, ସ୍ବାମୀ ମୃତ

ପଟାଙ୍ଗୀ, ୨।୧(ଡି.ଏନ.ଏ.): ସୁନାବେଡା ଥାନା ଅନ୍ତର୍ଗତ ଡିପି କ୍ୟାମ୍ପ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ସ୍ତ୍ରୀ ସ୍ବାମୀଙ୍କ ମୃତ୍ୟୁ ଘଟିଛି। ସୁଧାକର...

ପୂଜାରିଗୁଡ଼ା ପଞ୍ଚାୟତ ସମିତି ଆସନରେ ଦ୍ୱିମୁଖୀ ଲଢ଼େଇ

ବୈପାରିଗୁଡା,୭ା୨ (ଡି.ଏନ୍‌.ଏ.): ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବୈପାରିଗୁଡା ବ୍ଲକ ପୂଜାରିଗୁଡା ପଞ୍ଚାୟତ ସମିତି ସଭ୍ୟ ଆସନରେ ଦ୍ୱିମୁଖୀ ଲଢ଼େଇ ହେବା ନେଇ ଆକଳନ କରାଯାଉଛି।...

ଇସ୍ରୋ ଯୁବବିଜ୍ଞାନୀ କାର୍ଯ୍ୟକ୍ରମକୁ ଦାମନଯୋଡ଼ିର ଅଂଶୁମାନ ମନୋନୀତ

ଦାମନଯୋଡ଼ି,୧୨।୫(ଡି.ଏନ୍‌.ଏ.): ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ଯୁବବିଜ୍ଞାନୀ କାର୍ଯ୍ୟକ୍ରମ ୨୦୨୨ ପାଇଁ ଦାମନଯୋଡ଼ି ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲର ଦଶମ ଶ୍ରେଣୀ ଛାତ୍ର ଅଂଶୁମାନ ସାହୁ...

‘କାର୍ଯ୍ୟ ସମୟରେ ଅନୁପସ୍ଥିତ ରହିଲେ ନିଆଁ ଲଗାଇଦେବି’

କୋରାପୁଟ,୧୭ା୩(ସ୍ବ.ପ୍ର.): କୋରାପୁଟ ପୌରପାଳିକାକୁ ବୁଧବାର ପଟ୍ଟା ପାଇଁ କେତେକ ହିତାଧିକାରୀ ଆସିଥିଲେ। ଦୀର୍ଘ ସମୟ ଅପେକ୍ଷା କରିବା ପରେ ଦାୟିତ୍ୱରେ ଥିବା ଅଧିକାରୀ ଆସି ନ ଥିଲେ।...

Advertisement
Archives

Model This Week