ଶ୍ମଶାନ ପାଖରୁ ମିଳିଲା ନିଖୋଜ ଯୁବକଙ୍କ କଙ୍କାଳ

ଜଟଣୀ,୩୦।୩(ଡି.ଏନ.ଏ): ମାସକ ତଳେ ନିଖୋଜ ଥିବା ଯୁବକଙ୍କ କଙ୍କାଳ ରବିବାର ନିଜ ଗ୍ରାମ ଶ୍ମଶାନ ନିକଟ ଏକ ନିକାଞ୍ଚନ ସ୍ଥାନରୁ ମିଳିଛି। ମୃତକ ହେଲେ ଜଟଣୀ ଥାନା ଅଧୀନ ପଦନପୁର ଗ୍ରାମର ଅଟୋଚାଳକ ଚନ୍ଦନ ଛୋଟରାୟ (ଦୀପୁନା)। ଚନ୍ଦନ ଆତ୍ମହତ୍ୟା କରିଥିବା ପୋଲିସ ଅନୁମାନ କରୁଥିବାବେଳେ କେହି ତାଙ୍କୁ ହତ୍ୟା କରିଥିବା ପରିବାରବର୍ଗ ସନ୍ଦେହ କରିଛନ୍ତି। ଉଚିତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ପୋଲିସକୁ ଗୁହାରି ଜଣାଇଛନ୍ତି। ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ. ୮/୨୦) ରୁଜୁ କରି ତଦନ୍ତ ଜାରି ରଖିଛି। ସୂଚନା ଅନୁଯାୟୀ, ଗତ ଫେବୃୟାରୀ ୨୪ରେ ଚନ୍ଦନ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ବଡଭାଇ ସୁକାନ୍ତ ଥାନାରେ ଅଭିଯୋଗ କରିଥିଲେ। ରବିବାର ସକାଳେ ଗ୍ରାମର କେତେଜଣ ଲୋକ ଗାଈ ଖୋଜିବାକୁ ଶ୍ମଶାନ ନିକଟକୁ ଯିବାବେଳେ ଏକ କଙ୍କାଳ ପଡ଼ିଥିବା ଦେଖି ପୋଲିସକୁ ଜଣାଇଥିଲେ। ଖବରପାଇ ପୋଲିସ ଓ ଚନ୍ଦନଙ୍କ ପରିବାରବର୍ଗ ଘଟଣାସ୍ଥଳରେ ପହଞ୍ଚିଥିଲେ। କଙ୍କାଳ ପାଖରେ ଅଟୋ ଚାବି, ଚପଲ, ଗାମୁଛା, ଦାନାଦାର, ୩ଟି ପ୍ଲାଷ୍ଟିକ ଗ୍ଲାସ, ମାଂସ ବିହୀନ ଡାହାଣ ହାତରେ ଷ୍ଟିଲବଳା ଆଦି ପଡ଼ିଥିବା ଦେଖିତାହା ଚନ୍ଦନଙ୍କର ବୋଲି ସେମାନେ ଚିହ୍ନଟ କରିଥିଲେ। ଫଳରେ କଙ୍କାଳଟି ଚନ୍ଦନଙ୍କର ବୋଲି ଜଣାପଡ଼ିଥିଲା। ତେବେ ଏହାର ଅଧିକ ତଦନ୍ତ ପାଇଁ କଟକସ୍ଥିତ ଏଫ୍‌ଏମ୍‌ଟିକୁ ଜବତ କଙ୍କାଳକୁ ପୋଲିସ ପଠାଇଛି। ପରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରି ଫେରିଆସିଛନ୍ତି । କଙ୍କାଳ ନିକଟରେ ଦାନାଦାର ପଡ଼ିଥିବାରୁ ଗୋଟିଏ ପକ୍ଷରେ ପୋଲିସ ଏହାକୁ ଆତ୍ମହତ୍ୟା ସନ୍ଦେହ କରୁଛି । ଅପରପକ୍ଷରେ କଙ୍କାଳ ନିକଟରେ ୩ଟି ପ୍ଲାଷ୍ଟିକ ଗ୍ଲାସ ପଡ଼ିଥିବାରୁ ଅନ୍ୟ କେହି ଘଟଣାସ୍ଥଳରେ ଉପସ୍ଥିତ ଥିଲେ ବୋଲି ସନ୍ଦେହ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଦେବା ନାଁରେ ଦେଢ଼ଲକ୍ଷ ଠକେଇ

ଭୁବନେଶ୍ୱର,୭।୯(ବ୍ୟୁରୋ): ଏମ୍‌ସରେ ଚାକିରି ପାଇଁ ଘର ବନ୍ଧା ପକାଇ ଦେଢ଼ ଲକ୍ଷ ଟଙ୍କା ଋଣ କରିଥିଲେ ଖୋର୍ଦ୍ଧା ଜିଲା ଜଙ୍କିଆ ଅଚ୍ୟୁତପୁର ଗ୍ରାମର କାର୍ତ୍ତିକ କୁମାର...

ମହାଗୌରୀ ବେଶରେ ଦର୍ଶନ ଦେଲେ ମା’ ଉଗ୍ରତାରା

ନିରାକାରପୁର,୬।୧୦(ଡି.ଏନ.ଏ.)- ଖୋର୍ଦ୍ଧା ଜିଲା ନୂଆଗଡ଼ ପଞ୍ଚାୟତ ଅନ୍ତର୍ଗତ ମୂଳିଝର ନିକଟସ୍ଥ ହାତୀଆଶୁଣି ପାହାଡ଼ ପାଦଦେଶରେ ବିଜେ ମା’ ଉଗ୍ରତାରାଙ୍କ ଶାକ୍ତପୀଠରେ ଶନିବାର ଅଷ୍ଟମୀ ଜନ୍ମତିଥି ଅବସରରେ...

ଗିନିଜ୍‌ ବୁକ୍‌ରେ ସ୍ଥାନ ପାଇବା ଲକ୍ଷ୍ୟ ୧୦୬ ଦେଶର ୪୪୧୪ ଖବରକାଗଜ ପ୍ରଦର୍ଶିତ

ଭୁବନେଶ୍ୱର,୧ା୧୨ (ବ୍ୟୁରୋ) ଖବରକାଗଜ ସଂଗ୍ରହ କରିବା ତାଙ୍କର ଏକ ସଉକ। ଏପରିକି ଭିନ୍ନ ଭିନ୍ନ ଦେଶର ସବୁ ଖବରକାଗଜ ସଂଗ୍ରହ ତାଙ୍କର ଏବେ ନିଶା ପାଲଟିଯାଇଛି।...

ନନ୍ଦନକାନନରେ ଧଳା ବାଘୁଣୀ ରୁପା ଜନ୍ମ କଲା ପ୍ରଥମ ଶାବକ

ବାରଙ୍ଗ,୧୧।୩(ଡି.ଏନ୍‌.ଏ.): ନନ୍ଦନକାନନରେ ଧଳା ବାଘୁଣୀ ରୁପା ଶୁକ୍ରବାର ସକାଳେ ତାର ପ୍ରଥମ ଶାବକ ଜନ୍ମ ଦେଇଛି। ବାଘ ଶାବକର ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଛି। ଏବେ ସ୍ବତନ୍ତ୍ର...

ଚିଲିକାରେ ବଢୁଛି ବିଦେଶୀ ପକ୍ଷୀଙ୍କ ସମାଗମ

ବାଲୁଗାଁ,୨୧।୧୦(ଡି.ଏନ୍‌.ଏ.): ବାୟୁମଣ୍ଡଳକୁ ଶୀତ ସ୍ପର୍ଶ ନ କରୁଣୁ ଏସିଆର ସର୍ବବୃହତ ଲବଣାକ୍ତ ହ୍ରଦ ଚିଲିକାକୁ ବିଦେଶୀ ପକ୍ଷୀଙ୍କ ସୁଅ ଛୁଟିବା ଆରମ୍ଭ ହୋଇଛି। ଗତ ୨ସପ୍ତାହରୁ...

ବକ୍ସିଙ୍କ ନାଁରେ ନଗର, ପ୍ରତିମୂର୍ତ୍ତି ନାହିଁ

ଖୋର୍ଦ୍ଧା ଅଫିସ,୧ା୧୦: ସ୍ବାଧୀନୋତ୍ତର ଭାରତରେ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ମିଳିଛି। ଆଜାଦିକା ଅମୃତ ମହୋତ୍ସବ ଉପଲକ୍ଷେ ଉଭୟ କେନ୍ଦ୍ର ଓ ରାଜ୍ୟ...

ନନ୍ଦନକାନନରେ ବାଘ ଛୁଆ ରକି ଅସୁସ୍ଥ

ବାରଙ୍ଗ,୧୦।୪(ଡି.ଏନ୍‌.ଏ.): ନନ୍ଦନକାନନରେ ୧୨ ମାସର ବାଘ ଛୁଆ ରକି ଅସୁସ୍ଥ ହୋଇପଡ଼ିଛି। ଗତ ଦୁଇଦିନ ହେଲା ତାକୁ ତରଳ ଝାଢ଼ା ହେଉଥିବା ଯୋଗୁ ବାଘ ଛୁଆଟି...

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ: ଲକ୍ଷାଧିକ ଟଙ୍କାର ଠକେଇର ଶିକାର ହୋଇଛନ୍ତି ଅଭିଯୋଗକାରୀ

ଖୋର୍ଦ୍ଧା ଅଫିସ, ୪।୧: ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାରୀ ସକାଳେ ଜଣେ ଯୁବକ ଆତ୍ମାହୁତି ଉଦ୍ୟମ କହିଛନ୍ତି। ପୋଲିସର ଉପସ୍ଥିତରେ ଯୁବକ ଦେହରେ କିରୋସିନ...

Advertisement
Archives

Model This Week