Posted inଖେଳ

ଶୋକ ପ୍ରକାଶ କଲେ ରୋନାଲ୍ଡୋ, କୋହଲି

କାଲିଫର୍ନିଆ,୨୭।୧- କିମ୍ବଦନ୍ତୀ ବାସ୍କେଟବଲ ଖେଳାଳି କୋବେ ବ୍ରାଏଣ୍ଟ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏଥି ଯୋଗୁ କ୍ରୀଡ଼ା ଜଗତରେ ଖେଳିଯାଇଛି ଶୋକର ଛାୟା। ଫୁଟବଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କଠାରୁ ଆରମ୍ଭ କରି ଟେନିସ ଖେଳାଳି ନୋଭାକ ଜୋକୋଭିଚ୍‌, ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସୋସିଆଲ ମିଡିଆରେ ଶୋକ ପ୍ରକାଶ କରିଛନ୍ତି। କୋହଲି ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟରେ ଲେଖିଛନ୍ତି, ବ୍ରାଏଣ୍ଟଙ୍କ ମୃତ୍ୟୁ ଖବର ପାଇ ମୁଁ ଦୁଃଖିତ। ଛୋଟବେଳେ ସକାଳୁ ଉଠି ତାଙ୍କ ଖେଳ ଦେଖେ। ଜୀବନରେ କିଛି ବି ଘଟିପାରେ। ତାଙ୍କ ଝିଅ ଗିଆନା ମଧ୍ୟ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ତାଙ୍କ ପରିବାର ପ୍ରତି ମୋର ସମବେଦନା ରହିଛି। ସେହିଭଳି ରୋହିତ ଶର୍ମା ମଧ୍ୟ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ କ୍ରୀଡ଼ା ଜଗତ ପାଇଁ ଦୁଃଖର ଦିନ। ବାସ୍କେଟବଲ ଖେଳିଥିବା ଅନ୍ୟତମ ଶ୍ରେଷ୍ଠ ଖେଳାଳି ଏତେ ଶୀଘ୍ର ଚାଲିଗଲେ ବୋଲି ଲେଖିଛନ୍ତି। ଜୁଭେଣ୍ଟସ ଫରଓ୍ବାର୍ଡ ରୋନାଲ୍ଡୋ ଟୁଇଟ୍‌ରେ ଲେଖିଛନ୍ତି, ଖୁବ୍‌ ଦୁଃଖିତ। ସେ ଜଣେ କିମ୍ବଦନ୍ତୀ ଓ ଯୁବ ଖେଳାଳିଙ୍କ ପାଇଁ ପ୍ରେରଣାର ସ୍ରୋତ ଥିଲେ। ତାଙ୍କ ପରିବାର ଓ ବନ୍ଧୁମାନଙ୍କ ପ୍ରତି ମୋର ସମବେଦନା ରହିଛି। ଉଲ୍ଲେଖଯୋଗ୍ୟ, ୪୧ ବର୍ଷୀୟ ବ୍ରାଏଣ୍ଟ ଓ ତାଙ୍କ ୧୩ ବର୍ଷୀୟା ଝିଅ ଗିଆନାଙ୍କ ସମେତ ୯ ଜଣ ରବିବାର ସର୍ଦର୍ନ କାଲିଫର୍ନିଆରେ ଘଟିଥିବା ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ବ୍ରାଏଣ୍ଟଙ୍କ ମୃତ୍ୟୁ ଖବର କେବଳ କ୍ରୀଡ଼ା ଜଗତକୁ ମର୍ମାହତ କରିଦେଇଛି, ତା’ ନୁହେଁ ଫିଲ୍ମ ଷ୍ଟାର, ରାଜନେତାମାନେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦୀର୍ଘ ଦିନ ପରେ ଦଳକୁ ଫେରିଲେ ମାକ୍ସଓ୍ବେଲ, ମାର୍ଶ

ମେଲବୋର୍ନ,୨୪ା୨: ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା କରାଯାଇଛି। ୩ ଜଣ...

ଟ୍ୟାକ୍ସି ଡ୍ରାଇଭରରୁ ଗ୍ରାଣ୍ଡସ୍ଲାମ ଓି୍ବନିଙ୍ଗ୍‌ କୋଚ୍‌

ମେଲ୍‌ବୋର୍ନ,୩।୨(ଏଏଫ୍‌ପି)- ଏକଦା ନ୍ୟୁୟର୍କରେ ଟ୍ୟାକ୍ସି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ଆଲେକ୍ସ କେନିନ୍‌ ଏବେ ଗ୍ରାଣ୍ଡସ୍ଲାମ ଓ୍ବିନିଙ୍ଗ୍‌ କୋଚ୍‌ ଭାବେ ବିବେଚିତ ହୋଇଛନ୍ତି। ଅଷ୍ଟ୍ରେଲିଆନ ଓପନ୍‌...

ବିଶ୍ୱ ଭିନ୍ନକ୍ଷମ ଟି୨୦ ସିରିଜ୍‌ ଚାମ୍ପିୟନ ଭାରତ

ମୁମ୍ବାଇ,୧୪।୮(ପିଟି): ବିଶ୍ୱ ଶାରୀରିକ ଭିନ୍ନକ୍ଷମ ଟି୨୦ ସିରିଜ୍‌ର ପ୍ରଥମ ସଂସ୍କରଣରେ ଫେଭରାଇଟ୍‌ ଭାରତୀୟ ଦଳ ଚାମ୍ପିୟନ ହୋଇଛି। ବୁଧବାର ଖେଳାଯାଇଥିବା ଫାଇନାଲରେ ଭାରତୀୟ ଦଳ ୩୬...

ଅନ୍‌ଫିସିଆଲ ସିରିଜ ଜିତିଲା ଭାରତ

ଆଣ୍ଟିଗୁଆ,୨୨ା୭- ରବିବାର ଖେଳାଯାଇଥିବା ଅନ୍‌ଫିସିଆଲ ଦିନିକିଆ ମ୍ୟାଚ୍‌ରେ ଭାରତ ଏ’ ଦଳ ୮ ଉଇକେଟରେ ଓ୍ବେଷ୍ଟଇଣ୍ଡିଜ ଏ’କୁ ହରାଇ ଦେଇଛି। ଏଥିସହିତ ୫ ମ୍ୟାଚ୍‌ ବିଶିଷ୍ଟ...

ବିଶ୍ୱକପ୍‌: କରୁଣାରତ୍ନେ ଶ୍ରୀଲଙ୍କା ଅଧିନାୟକ

କଲମ୍ବୋ,୧୮।୪(ପି.ଟି.)- ଆଗାମୀ ବିଶ୍ୱକପ୍‌ ପାଇଁ ଗୁରୁବାର ଶ୍ରୀଲଙ୍କା ଦଳ ଘୋଷଣା କରାଯାଇଛି। ତେବେ ଦଳ ଘୋଷଣା ହେବା ପୂର୍ବରୁ ଅଭିଜ୍ଞ ଦ୍ରୁତ ବୋଲର ଲସିଥ ମାଲିଙ୍ଗାଙ୍କଠାରୁ...

ଶ୍ରୀଲଙ୍କା ୪୧ ରନ୍‌ରେ ପରାଜିତ…

ସିଲହଟ, ୧।୧୦ : ମହିଳା ଏସିଆ କପର ଦ୍ୱିତୀୟ ମ୍ୟାଚ୍‌ରେ ବାଂଲାଦେଶର ସିଲହଟରେ ଶନିବାର ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହୋଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କା ୪୧...

‘ଘରୋଇ କ୍ରିକେଟକୁ ଯାଆନ୍ତୁ, ଯଦି ଫର୍ମକୁ ଫେରନ୍ତି ଦେଖାଯିବ’

ନୂଆଦିଲ୍ଲୀ,୧୨।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି୨୦ ସିରିଜ ପରେ ଦିନିକିଆ ସିରିଜ ଆରମ୍ଭ ହୋଇଛି। ହେଲେ ଦଳ ପାଇଁ ପୂର୍ବ ଅଧିନାୟକ ବିରାଟ କୋହଲିଙ୍କ...

କ୍ରିକେଟରେ ‘ଦ ହଣ୍ଡ୍ରେଡ’ ପ୍ରତିଯୋଗିତା: ଜାଣନ୍ତୁ କେମିତି ଖେଳାଯିବ

ନୂଆଦିଲ୍ଲୀ,୨୨।୧୦: କ୍ରିକେଟକୁ ଅଧିକ ରୋମାଞ୍ଚକ କରିବା ପାଇଁ ବିଭିନ୍ନ ଉପାୟ ଆପଣାଯାଉଛି। ଟି-୨୦ଠାରୁ ଆରମ୍ଭ କରି ୧୦ ଓଭର ବିଶିଷ୍ଟ ମ୍ୟାଚ ମଧ୍ୟ ଆୟୋଜନ କରାଯାଉଛି।...

Advertisement
Archives

Model This Week