ଶୂନ୍ୟରେ ଚାଲିଛି ୮୪ ଅଙ୍ଗନଓ୍ବାଡ଼ି କେନ୍ଦ୍ର

ପାରାଦୀପ,୯ା୧(ସ୍ବ.ପ୍ର.): ରାଜ୍ୟର ଅର୍ଥନୈତିକ ମୁଖଶାଳା କୁହାଯାଉଥିବା ପାରାଦୀପରେ ବାଲ୍ୟଶିକ୍ଷା ପାଇଁ ଉଦ୍ଦିଷ୍ଟ ଅଙ୍ଗନଓ୍ବାଡି କେନ୍ଦ୍ର ପରିଚାଳନା ନୀତି ଏକପ୍ରକାର ପ୍ରହସନ ପାଲଟିଛି। ୨୦୧୧ରୁ ପାରାଦୀପ ପୌରାଞ୍ଚଳର ୧୯ ଓ୍ବାର୍ଡରେ ୮୪ଟି ଅଙ୍ଗନଓ୍ବାଡି କେନ୍ଦ୍ର ଚାଲିଛି। କିନ୍ତୁ ବିଡ଼ମ୍ବନାର ପ୍ରସଙ୍ଗ ହେଲା ୮୪ କେନ୍ଦ୍ରର କୌଣସି ଚିହ୍ନବର୍ଣ୍ଣ ନାହିଁ। ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ନିଯୁକ୍ତି ପାଇଛନ୍ତି। ଏଥିପାଇଁ ସେହି କେନ୍ଦ୍ରରେ ଦର୍ଶାଯାଉଥିବା ଶିଶୁଙ୍କ ପାଇଁ ଖାଦ୍ୟ ପୋଷାକ, ଛତୁଆ, ବହି, ଖେଳନା ଆଦି ଆସୁଛି। କିନ୍ତୁ ସେ ସବୁକୁ କେତେ ପିଲାଙ୍କ ପାଖକୁ ଯାଉଛି ତା’ର ଠିକଣା ନାହିଁ କହିଲେ ଚଳେ। ୨୦୧୧ ପୂର୍ବରୁ ପୌରାଞ୍ଚଳରେ ୧୬ଟି ବାଲବାଡ଼ି ଥିଲା। ୨୦୧୧ରେ ସରକାର ବାଲବାଡି ବନ୍ଦ କରି ଅଙ୍ଗନଓ୍ବାଡି ସେଣ୍ଟର ଘୋଷଣା କଲେ। ୨୦୧୧ ଜନଗଣନା ରିପୋର୍ଟ ଆଧାରରେ ପୌରାଞ୍ଚଳର ୨୫ ବସ୍ତିରେ ୯୪ କେନ୍ଦ୍ର ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେତେବେଳର ଜନଗଣନା ରିପୋର୍ଟ ଅନୁସାରେ ପୌରାଞ୍ଚଳର ଜନସଂଖ୍ୟା ୬୮,୩୧୦। ୬ ବର୍ଷରୁ କମ୍‌ ପିଲା ସଂଖ୍ୟା ୬,୯୮୬ ଥିଲା। ପିଲାଙ୍କ ଅନୁସାରେ ୯୪ କେନ୍ଦ୍ର ଘୋଷଣା ହୋଇଥିଲା। କିନ୍ତୁ ନିଯୁକ୍ତି ପ୍ରକ୍ରିୟାରେ ପ୍ରିୟାପ୍ରୀତି ତୋଷଣ ଓ ରାଜନୈତିକ ବିବାଦ ଯୋଗୁ କେତେକ ବସ୍ତିରେ ସେଣ୍ଟର ଚିହ୍ନଟ ଓ କର୍ମୀ ନିଯୁକ୍ତି ବିଳମ୍ବ ହୋଇଛି। ୨୦୧୯ ଡିସେମ୍ବର ସୁଦ୍ଧା ୮୪ କେନ୍ଦ୍ର ଚାଲିଛି ବୋଲି ସିଡିପିଓଙ୍କ ଅଫିସରୁ ସୂଚନା ମିଳିଛି। ଏବେ ଯେଉଁ ସ୍ଥାନକୁ ଅଙ୍ଗନଓ୍ବାଡି ସେଣ୍ଟର ବୋଲି ଦର୍ଶାଯାଉଛି ସେଗୁଡିକ କର୍ମୀଙ୍କ ଜବରଦଖଲରେ ଥିବା ଜଣାପଡ଼ିଛି। ସେଠାରେ କର୍ମୀଙ୍କ ପରିବାର ରହୁଛନ୍ତି। ସେଣ୍ଟର କେତେବେଳେ ଖୋଲେ ତାହା ଦେଖିବା ବିରଳ। କିନ୍ତୁ ପ୍ରତି କେନ୍ଦ୍ରରେ ୧୫ରୁ ୩୦ ପିଲା ପଢ଼ୁଥିବା କାଗଜକଲମରେ ଦର୍ଶାଯାଉଛି।
ଅନ୍ୟ ଏକ ପ୍ରସଙ୍ଗ ହେଲା ପାରାଦୀପରେ ସମୁଦାୟ ବିଦ୍ୟାଳୟ ସଂଖ୍ୟା ୫୧। ସେଥିରୁ ୧୮ ସରକାରୀ ଥିବାବେଳେ ୩୩ଟି ହେଉଛି ଘରୋଇ। ଘରୋଇ ବିଦ୍ୟାଳୟ ମଧ୍ୟରେ ପ୍ରାରମ୍ଭ ଶିକ୍ଷା ଦେଉଥିବା ବିଦ୍ୟାଳୟ ୧୫ଟି ରହିଛି। ଯେଉଁଥିରେ ପ୍ରାୟ ୫ ହଜାର ଶିଶୁ ପାଠ ପଢ଼ୁଛନ୍ତି। ଅର୍ଥାତ୍‌ ଜନଗଣନା ରିପୋର୍ଟକୁ ତର୍ଜମା କଲେ ପ୍ରାୟ ସମସ୍ତ ୬ ବର୍ଷରୁ କମ୍‌ ଶିଶୁ ଘରୋଇ ସ୍କୁଲରେ ପଢ଼ୁଛନ୍ତି। ପାରାଦୀପରେ ୧୭୪୧୧ ଝୁମ୍ପୁଡି ଘର ଓ ୫୩୫୦ କ୍ୱାର୍ଟର ରହିଛି। ଉକ୍ତ ଘରଗୁଡିକୁ ସୀମା ନିର୍ଦ୍ଧାରଣ କରାଯାଇ ଅଙ୍ଗନଓ୍ବାଡି ଏରିଆ କରାଯାଇଛି। ଯାହା ସେହି ଅଙ୍ଗନଓ୍ବାଡି କର୍ମୀ ବ୍ୟତୀତ ଅନ୍ୟମାନଙ୍କୁ ଜଣାନାହିଁ। ଝୁମ୍ପୁଡ଼ି ଘର ଓ କ୍ୱାର୍ଟରରେ ଥିବା ମହିଳାଙ୍କ ଯଦି ଗର୍ଭଧାରଣ ହେଉଛି ସେମାନେ ଖୋଜୁଛନ୍ତି କର୍ମୀଙ୍କୁ। ଏଥିସହ ଭୋଟର ଲିଷ୍ଟରେ ନାମ ଯୋଡ଼ିବା ବା କାଟିବାବେଳେ ଲୋକେ ଖୋଜନ୍ତି କର୍ମୀ କେଉଁଠି ରୁହନ୍ତି। ସରକାରୀ ଭାବେ କରାଯାଉଥିବା ଅଙ୍ଗନଓ୍ବାଡି କେନ୍ଦ୍ରର ଗୋଲାପି କୋଠାଘର ପାରାଦୀପରେ ଗୋଟିଏ ବି ନାହିଁ। କିନ୍ତୁ କର୍ମୀ ଓ ସହାୟିକାଙ୍କୁ ଦରମା ଦେବାରେ ସରକାର ମାସକୁ ପ୍ରାୟ ୯ରୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ସେହିପରି ସୁପ୍ରିମ୍‌କୋର୍ଟ ୨୦୧୨ ଅକ୍ଟୋବର ୪ରେ ଘୋଷଣା କରିଥିଲେ ଯେ, ସମସ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ୬ମାସ ମଧ୍ୟରେ ଶୌଚାଳୟ କରାଯିବା ବାଧ୍ୟତାମୂଳକ। କିନ୍ତୁ ପରାଦୀପର କଥାକଥିତ ଅଙ୍ଗନଓ୍ବାଡି କେନ୍ଦ୍ରରେ ଏ ପର୍ଯ୍ୟନ୍ତ ପାନୀୟଜଳ, ଶୌଚାଳୟ ଓ ବିଦ୍ୟୁତ୍‌ ବ୍ୟବସ୍ଥା ହୋଇ ପାରିନାହିଁ।
ଅନ୍ୟପକ୍ଷରେ ପାରାଦୀପରେ ଦ୍ୱୈତଶାସନ ଚାଲିଛି। ଯେଉଁଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନେକ ଯୋଜନା କାର୍ଯ୍ୟକାରୀ ହୋଇପାରୁନାହିଁ। ମେଜର ପୋର୍ଟ ଆକ୍ଟ ୧୯୬୩ ଓ ପୌରପାଳିକା ନିୟମ ୧୯୭୯ ସମାନ ଜାଗାରେ ଚାଲିଛି। କୌଣସି ସରକାରୀ ସ୍କୁଲ କିମ୍ବା ଅଙ୍ଗନଓ୍ବାଡି ସେଣ୍ଟର କରିବାକୁ ହେଲେ ସେହି ଜାଗାକୁ ସମ୍ପୃକ୍ତ ସ୍କୁଲ କିମ୍ବା ସେଣ୍ଟର ନଁାରେ ହେବା ବାଞ୍ଛନୀୟ ବୋଲି ନିୟମ କହୁଛି। ମେଜର ପୋର୍ଟ ଆଇନ କହୁଛି ତାଙ୍କ ଜମିକୁ କାହାକୁ ଦେଇପାରିବେ ନାହିଁ। ଏପରି ବ୍ୟବସ୍ଥାର ଯୋଜନାର ଲକ୍ଷ୍ୟ ସାଧିତ ହୋଇପାରୁନାହିଁ। ଅପରପକ୍ଷେ କେତେକଙ୍କୁ ଏହା ବେଶ୍‌ ସୁହାଉଛି। ଅଙ୍ଗନଓ୍ବାଡି ଅର୍ଥ ସରକାରୀ ତହବିଲରୁ ଆଣିବା ପାଇଁ ଯୌଥ ବ୍ୟାଙ୍କ ଆକାଉଣ୍ଟ ରହିବା କଥା ଏବଂ ରହୁଛି ମଧ୍ୟ। ସ୍ଥାନୀୟ କାଉନସିଲର ଓ ଅଙ୍ଗନଓ୍ବାଡି କର୍ମୀ ଏହି ସୁବିଧାର ରହୁଥିବା ଚର୍ଚ୍ଚା ହୁଏ। ଏପରି ଅବ୍ୟବସ୍ଥାରେ ଅଙ୍ଗନଓ୍ବାଡି ପିଲାଙ୍କ ପାଇଁ ଆସୁଥିବା ପୁଷ୍ଟିକର ଖାଦ୍ୟ ଔଷଧ ବଣ୍ଟା ନ ହୋଇ ଖତ ଖାଉଛି। ଯାହାର ଦୃଷ୍ଟାନ୍ତ ଷଣ୍ଢକୁଦରେ ଥିବା ଏକ ଅଙ୍ଗନଓ୍ବାଡି କେନ୍ଦ୍ରର କର୍ମୀଙ୍କ ଘରେ ଦେଖିବାକୁ ମିଳିଛି। ଫୋଲିକ ଏସିଡ୍‌ ନାମକ ଔଷଧର ଅବଧି ସରିଥିଲେ ମଧ୍ୟ ତାହା ବଣ୍ଟା ହେବା ପାଇଁ ଆସିଥିବା ଦେଖିବାକୁ ମିଳିଛି। ତେଣୁ ଏସବୁ ସମସ୍ୟାର ସମାଧାନ ପାଇଁ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି। ଅଙ୍ଗନଓ୍ବାଡି ସେଣ୍ଟର ଘର ନ ଥାଇ ଚାଲିବା ପ୍ରସଙ୍ଗରେ ସିଡିପିଓ ତନୁପ୍ରଭା ବେହେରାଙ୍କୁ ପଚାରିବାରେ ସେ କୁହନ୍ତି, ଆମକୁ ଜାଗା ମିଳୁ ନ ଥିବାରୁ ଘର କରିପାରୁନାହୁଁ। ଚଳିତ ମାସରେ ୧୦ କେନ୍ଦ୍ର କରିବା ପାଇଁ ଅର୍ଥ ଆସିଛି। ପୂର୍ବରୁ ମଧ୍ୟ ଅନେକଥର ଅର୍ଥ ଆସି ଫେରିଛି। ଆମେ ଜାଗା ସମସ୍ୟା ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଇଛୁ। ତେଣୁ ଜାଗା ସମସ୍ୟା ସମାଧାନ ହେଲେ ସବୁ କେନ୍ଦ୍ର ନିର୍ମାଣ ହୋଇପାରିବ ବୋଲି ପ୍ରକାଶ କରିଥିଲେ। ଏବେ ଦେଖିବାକୁ ଅପେକ୍ଷା କେବେ ଏସବୁ ସମସ୍ୟାର ସମାଧାନ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକ ସୁରେନ୍ଦ୍ର ନାଥ ମିଶ୍ରଙ୍କ ଦେହାନ୍ତ

ବୋଲଗଡ/ବେଗୁନିଆ,୨୫। ୧ (ଡି.ଏନ୍‌.ଏ.): ବୋଲଗଡ଼-ବେଗୁନିଆର ପୂର୍ବତନ ବିଧାୟକ ସୁରେନ୍ଦ୍ର ନାଥ ମିଶ୍ରଙ୍କର ରବିବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି।...

୧୫୦ତମ ଜନ୍ମବାର୍ଷିକୀର କାର୍ଯ୍ୟକ୍ରମ ଚୂଡ଼ାନ୍ତ: ରାଜ୍ୟରେ ସ୍ଥାପନ ହେବ ଗାନ୍ଧିଜୀଙ୍କ ବିଶାଳ ପ୍ରତିମୂର୍ତ୍ତି

ଭୁବନେଶ୍ୱର,୨୨।୯ (ବ୍ୟୁରୋ): ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ସମାରୋହ ପାଳନ ପରିପ୍ରେକ୍ଷୀରେ ଆସନ୍ତା ଅକ୍ଟୋବର ୨ରେ ରାଜ୍ୟବ୍ୟାପୀ ଜୟନ୍ତୀ ଉତ୍ସବ ସହ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ।...

ବଢୁଛି ଅନୁପ୍ରବେଶ, ପ୍ରଶାସନ ନୀରବ

କେନ୍ଦ୍ରାପଡ଼ା ଅଫିସ,୨୪ା୧:ଅମିତ ରାୟ(୩୦)। ଆଶାଲତା ଓ ବିଧାନ ରାୟଙ୍କ ପୁଅ ଅମିତଙ୍କ ବାଂଲାଦେଶର ଠିକଣା ଅନୁଯାୟୀ ବଜରହାଟ ଜିଲା ଛତଲମାରି ଥାନା ଆରୁଲିଏ ଗଁାରେ ରୁହନ୍ତି।...

୨ କୋଟି ଟଙ୍କାର ଅତ୍ୟାଧୁନିକ ଭ୍ରାମ୍ୟମାଣ ମେଡିକାଲ, ଏଥିରେ ରହିଛି ଏସବୁ ସୁବିଧା

ଚିତ୍ରକୋଣ୍ଡା,୨୯ା୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ମାତ୍ର ଅଞ୍ଚଳ ବଡ଼ପଡ଼ାଠାରେ ଆମେରିକାନ ଇଣ୍ଡିଆନ ଫାଉଣ୍ଡେଶନ ପକ୍ଷରୁ ଚେନ୍ନାଇ ଆଇଆଇଟି ଦ୍ୱାରା ମାଷ୍ଟର କାର୍ଡ ସଂସ୍ଥା ସହାୟତାରେ...

୮ ଦଫା ଦାବିପତ୍ର ଦେଲେ ଏଆଇଏସ୍‌ଏଫ୍‌ ଛାତ୍ରୀଛାତ୍ର

ବଡବିଲ, ୧୮।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ କଲେଜ ସମ୍ମୁଖରେ ଅଲ୍‌ଇଣ୍ଡିଆ ଷ୍ଟୁଡେଣ୍ଟ ଫେଡେରେଶନ(ଏଆଇଏସଏଫ୍‌) ବଡବିଲ ଶାଖା ତରଫରୁ ସୋମବାର ନିଆରା ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସାମାଜିକ...

ଆଦିବାସୀ ଚିତ୍ରକଳାର ସ୍ବାତନ୍ତ୍ର୍ୟ ରହିଛି

ସୋନପୁର,୧୯।୨(ନି.ପ୍ର.) – ସୁବର୍ଣ୍ଣପୁରରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ଆଦିବାସୀ ଚିତ୍ରଶିଳ୍ପୀ ଶିବିର ଓ କଳାକୃତି ଚର୍ଚ୍ଚା କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି। ଓଡିଶା ଲଳିତ...

କେନ୍ଦୁଝରରେ ୨ବର୍ଷର ରେକର୍ଡ ଭାଙ୍ଗିଲା ଶୀତ

କେନ୍ଦୁଝର,୨୮।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ବର୍ଷା ସାଙ୍ଗକୁ କୋହଲା ପାଗ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଚଳିତବର୍ଷ ସର୍ବନିମ୍ନ ତାପମାତ୍ରା ୫.୬ ଡିଗ୍ରୀ ରେକର୍ଡ କରାଯାଇଛି, ଯାହାକି...

ଯେ କୌଣସି କାର୍ଯ୍ୟାଳୟରେ ଯାଞ୍ଚ କରିପାରେ ଏନ୍‌ଫୋର୍ସମେଣ୍ଟ ଟିମ୍‌

ଭୁବନେଶ୍ୱର,୧୮।୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଥିବା ସମସ୍ତ କାର୍ଯ୍ୟାଳୟ ଏବଂ ଅନୁଷ୍ଠାନର କର୍ତ୍ତୃପକ୍ଷ ସେମାନଙ୍କ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ କୋଭିଡ୍‌ ନିୟମର କଡା ଅନୁପାଳନ କରିବାକୁ ହେବ।...

Advertisement
Archives

Model This Week