ଶୁଣିଲେନି ନେତା, ପ୍ରଶାସକ: ରାସ୍ତା ମରାମତି କଲେ ଗ୍ରାମବାସୀ

ଖଇରା, ୨୪।୮(ଡି.ଏନ.ଏ.)-ରାସ୍ତା ମରାମତି ପାଇଁ ବାରମ୍ବାର ସ୍ଥାନୀୟ ନେତାଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ନିବେଦନ କଲେ ମଧ୍ୟ କୌଣସି ସୁଫଳ ମିଳିଲାନି। ଶେଷରେ ସରକାରଙ୍କ ସହାୟତାକୁ ଅପେକ୍ଷା ନ କରି ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧିନ ମାଟିଆଳପଦା ଗ୍ରାମବାସୀ ନିଜସ୍ବ ଅର୍ଥରେ ରାସ୍ତା ନିର୍ମାଣ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।
ଏହି ଗ୍ରାମରେ ୨୫୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରନ୍ତି। ଗଣ୍ଡିବେଡ-କୁରୁଣ୍ଟା ମୁଖ୍ୟ ରାସ୍ତାରୁ ଏହି ଗ୍ରାମର ୧୫ନଂ. ୱାର୍ଡକୁ ସଂଯୋଗ କରିଥିବା ରାସ୍ତା ମାଟିରାସ୍ତା ହୋଇଥିବାରୁ ବର୍ଷାଦିନରେ ପାଣି ଜମି କାଦୁଅ ହୋଇଯାଏ। ଫଳରେ ଏହି ରାସ୍ତାଦେଇ ଯାତାୟାତ କରିବା ପାଇଁ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏ ନେଇ ଗ୍ରାମବାସୀ ନେତା ମନ୍ତ୍ରୀ ପ୍ରସାଶନକୁ ବାରମ୍ବାର ଜଣାଇଥିଲେ। ହେଲେ ତାହାର କିଛି ସୁଫଳ ମିଳିଲା ନାହିଁ। ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ଚାନ୍ଦା ଆଦାୟ କରି ପାହାଡରୁ ପଥରମିଶା ମାଟି ଆଣି ରାସ୍ତା ନିର୍ମାଣ କରିଛନ୍ତି। ଗ୍ରାମର ମନୋରଞ୍ଜନ ଜେନା, ମନୋଜ ଜେନା, ଶରତ ଜେନା, ଲକ୍ଷ୍ମୀଧର ଜେନା, କମ୍ବୁନାଥ ମହାନ୍ତି, ମହେଶ୍ୱର ମହାନ୍ତି, ଗୟାଧର ମହାନ୍ତି, ଜୟାଧର ମହାନ୍ତି, ମୁନ୍ନା ଜେନା, ଗୀତା ଜେନା, ସରସ୍ବତୀ ମହାନ୍ତି, ଭାଷ୍କର ଜେନା, ସୀତା ମହାନ୍ତି, ଶାନ୍ତି ମହାନ୍ତି, ସୁଦର୍ଶନ ମହାନ୍ତି, ରଘୁନାଥ ମହାକୁଡ, ରଶ୍ମିରଞ୍ଜନ ଜେନାଙ୍କ ସମେତ ସମସ୍ତ ଗ୍ରାମବାସୀ ଏହି ରାସ୍ତା ନିର୍ମାଣରେ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋ ସରକାର ଯୋଜନାରେ ୩ଜିଲା ଡାକ୍ତରଖାନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୯ା୧୦(ବ୍ୟୁରୋ): ମୋ ସରକାର ପ୍ରତିନିଧି ଦଳ ନିକଟରେ ୫ ଜିଲା ଗସ୍ତ କରି ତୃତୀୟ ରିପୋର୍ଟ ପ୍ରଦାନ କରିଥିଲେ। ସେହି ରିପୋର୍ଟ ଆଧାରରେ ସୋମବାର ମୁଖ୍ୟମନ୍ତ୍ରୀ...

କୋଣାର୍କ ହେବ ନୂଆ ଡେଷ୍ଟିନେଶନ

ଭୁବନେଶ୍ୱର,୨୩ା୯(ବ୍ୟୁରୋ) : ପ୍ରଥମେ କଚ୍ଛ୍‌ରେ ହେଉଥିବା ରାନ୍‌ ଉତ୍ସବ ଶୈଳୀରେ କୋଣାର୍କରେ ମାସିକିଆ ଉତ୍ସବ, ଆଉ ଏବେ ପର୍ଯ୍ୟଟକଙ୍କ ଲାଗି ଏକ ସ୍ଥାୟୀ ପ୍ରକଳ୍ପ। କୋଣାର୍କକୁ...

ଅବହେଳିତ ନୂଆହତା ଗୋଚ୍ଛାୟତସାହି : ସୁଧୁରୁନି ରାସ୍ତା ସମସ୍ୟା

ବଅଁରପାଳ, ୩।୯ (ଡି.ଏନ୍‌.ଏ) – ସମସ୍ୟା ଘେରରୁ ମୁକୁଳି ପାରୁନି ବଅଁରପାଳ ବ୍ଲକ ମହକୁମା ନିକଟସ୍ଥ ନୂଆହତା ଗୋଚ୍ଛାୟତସାହି। ପାନୀୟ ଜଳ, ରାସ୍ତା ପରି ମୌଳିକ...

ନିରଞ୍ଜନ ସେଠୀଙ୍କୁ ଶ୍ରେଷ୍ଠ ପ୍ରଶାସକ ସମ୍ମାନ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଓଡ଼ିଶା ପ୍ରତିଭା ପୂଜା ସଂସଦ ପକ୍ଷରୁ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କୁ...

ଅତୀତକୁ ଝୁରୁଛି ଶିବମାହାରା

ଆରଡ଼ି,୧୭।୩(ଡି.ଏନ.ଏ.)-ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ବାବା ଆଖଣ୍ଡଳମଣି ମନ୍ଦିରର ମାହାତ୍ମ୍ୟ ସର୍ବଜନବିଦିତ। ମନ୍ଦିର ବେଢ଼ାକୁ ଲାଗି ରହିଥିବା ପୁଷ୍କରିଣୀ ପୀଠର ଶୋଭାବର୍ଦ୍ଧନ କରୁଛି। ଭକ୍ତମାନେ...

ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା: ରଥଖଳାରେ ରଥକାଠ ଅନୁକୂଳ ସମ୍ପନ୍ନ

ପୁରୁଣା ଭୁବନେଶ୍ୱର,୬।୩ (ଡି.ଏନ.ଏ.): ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ଗୁରୁବାର ମନ୍ଦିର ସନ୍ନିକଟ ରଥଖଳାରେ ରଥକାଠ ଅନୁକୂଳ ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଛି। ପ୍ରାତଃରୁ ଶ୍ରୀଜୀଉଙ୍କ...

ଟ୍ରାଫିକ ପରିଚାଳନା ଢାଞ୍ଚା ବଦଳିବ

ଭୁବନେଶ୍ୱର,୧୩।୯(ବ୍ୟୁରୋ) : ଦିନକୁ ଦିନ ଟ୍ରାଫିକ ସମସ୍ୟା ଜଟିଳ ହେଉଛି। ଏଥିସହ ବଢ଼ିଚାଲିଛି ଦୁର୍ଘଟଣା। ଏନେଇ ଗୁରୁବାର କମିଶନରେଟ ପୋଲିସ ମୁଖ୍ୟାଳୟରେ ଟ୍ରାଫିକ ଡିସିପି ସାଗରିକା...

ସଶସ୍ତ୍ର ଡକାୟତଙ୍କ ଲୁଟ୍‌ ଉଦ୍ୟମ: ଆକ୍ରମଣରେ ବାପଝିଅ ଗୁରୁତର

ପାଟଣା,୧୪।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଝାରବେଡା ଗାଁର ଏକ ଘରୁ ଶୁକ୍ରବାର ବିଳମ୍ବିତ ରାତିରେ ଲୁଟ୍‌ ଉଦ୍ୟମ କରି ବିଫଳ ହୋଇଛନ୍ତି। ୬ଜଣ ସଶସ୍ତ୍ର...

Play 250+ Trending Games
Archives

Model This Week

Why Dharitri