ଶୁଟିଂ ସେଟ୍‌ରେ ହାତାହାତି ହେଲେ ଅକ୍ଷୟ-ରୋହିତ: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ତାଙ୍କର ଅପ୍‌ କମିଂ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଳାଇଛନ୍ତି ବଲିଉଡ୍‌ର ନାମୀ ନିର୍ଦ୍ଦେଶକ ରୋହିତ ସେଟ୍ଟୀ। ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ଅକ୍ଷୟ ଓ ରୋହିତଙ୍କ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଯାହାକୁ ଦେଖିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭିଡିଓକୁ ଦେଖିଲେ ଲାଗୁଛି ଅକ୍ଷୟ ପୁଣି ଥରେ ରୋହିତଙ୍କ ସହ ଫିଲ୍ମରେ କାମ କରିପାରିବେ ତ। ଏଥିରେ ପ୍ରଥମରୁ ଅଭିନେତ୍ରୀ କ୍ୟାଟ୍ରିନା କୈଫ ନଜର ଆସିଛନ୍ତି। ଏହାପରେ ଅଭିନେତା ଅକ୍ଷୟ ଓ ନିର୍ଦ୍ଦେଶକ ରୋହିତଙ୍କ ମଧ୍ୟରେ ହାତାହାତି ହେଉଥିବାର ଦେଖିବାକୁ ମିଳିଛି। ଦୁହେଁ ଦୁହିଁଙ୍କୁ ଫିଲ୍ମ ଷ୍ଟାଇଲ୍‌ରେ ନିସ୍ତୁକ ମାଡ ମାରୁଛନ୍ତି। ଦୁଇଜଣଙ୍କ ମଧ୍ୟରେ ଗଣ୍ଡଗୋଳ ଏତେ ବଢ଼ିଯାଇଛି ଯେ, ଶେଷରେ ପୋଲିସ ଆସି ଦୁଇଜଣଙ୍କୁ ବୁଝାସୁଝା କରି ଅଲଗା କରୁଥିବା ନଜର ଆସିଛି। ଏହି ସମସ୍ତ ଦୃଶ୍ୟକୁ ଆଉ କେହି ନୁହଁ ବରଂ କ୍ୟାଟ୍ରିନା ରେକର୍ଡ କରିଥିଲେ। କଥାଟି ହେଲା, ଏହି ଦୃଶ୍ୟ ହେଉଛି ଶୁଟିଂ ସେଟ୍‌ର। ଆଉ ଏହି ଭିଡିଓ ନିଜେ ଅକ୍ଷୟ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିବା ବେଳେ କ୍ୟାପଶନ୍‌ରେ ଲେଖିଛନ୍ତି, ବ୍ରେକିଂ ନ୍ୟୁଜ, ଏଭଳି ଏକ ଝଗଡ଼ା ଯାହା ଆପଣଙ୍କ ଦିନକୁ ମଜାଦାର କରିଦେବ। ଏବେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫିଲ୍ମ ସୂର୍ଯ୍ୟବଂଶୀରେ ଅକ୍ଷୟ ‘ବୀର’ ଚରିତ୍ରରେ ଅଭିନୟ କରୁଛନ୍ତି। ଏଥିସହ ଅଭିନେତ୍ରୀ କ୍ୟାଟ୍ରିନା କୈଫ, ଗୁଲଶନ୍‌ ଗ୍ରୋଭର ଓ ସିକନ୍ଦର ଖେର ଫିଲ୍ମରେ ନଜର ଆସିବେ। ଏହି ଫିଲ୍ମକୁ କରଣ ଜୋହର ଓ ରୋହିତ ସେଟ୍ଟୀ ମିଳିତ ଭାବେ ପ୍ରଯୋଜନା କରୁଥିବା ବେଳେ ୨୦୨୦ ମାର୍ଚ୍ଚ ୨୭ରେ ଏହା ପରାଦାକୁ ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

‘ନୋକ୍‌ ଝୋକ୍‌’ରେ ଦୀପିକାଙ୍କ ରୋମାନ୍ସ

ମୁମ୍ବାଇ: ଦୀପିକା ପାଦୁକୋନ୍‌ଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଛପାକ୍‌’ର ରିଲିଜ୍‌କୁ ଦର୍ଶକେ ଖୁବ୍‌ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ୨୦୧୯ ବର୍ଷ ଶେଷରେ ଫିଲ୍ମର...

ଲକ୍‌ଡାଉନରେ ପୁଅର ଚୁଟି କାଟୁଛନ୍ତି ଶୈଫ

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣ ପାଇଁ ଦେଶରେ ଚାଲିଛି ଲକ୍‌ଡାଉନ୍‌। ଏହି ସମୟରେ ସମସ୍ତେ ନିଜ ନିଜ ପରିବାର ସହ କ୍ୱାଲିଟି ଟାଇମ୍‌ ସ୍ପେଣ୍ଡ କରୁଛନ୍ତି।...

ମା’ ରାଣୀ ସମୃଦ୍ଧି ଦେବୀ ଚରିତ୍ରରେ ନଜର ଆସିବେ ବଲିଉଡ୍‌ର ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଇଶା ଦେଓଲ ବିବାହ ଏବଂ ଝିଅ ଜନ୍ମ ପରଠାରୁ ଅଭିନୟରୁ ସମ୍ପୂର୍ଣ୍ଣ ଦୂରେଇ ଯାଇଥିଲେ। ଏବେ ପୁଣିଥରେ ସେ ଛୋଟ ପରଦା ମାଧ୍ୟମରେ...

ପ୍ରଥମ ବିବାହ ବାର୍ଷିକୀ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତିରେ ଅଛନ୍ତି ନିକ୍‌

ମୁମ୍ବାଇ: ବଲିଉଡ୍‌ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଓ ଆମେରିକାନ୍‌ ସିଙ୍ଗର ନିକ୍‌ ଜୋନସ୍‌ ଏବର୍ଷ ପାଳନ କରିବେ ତାଙ୍କର ପ୍ରଥମ ବିବାହ ବାର୍ଷିକୀ। ଏଥିପାଇଁ ଏହି...

କରୋନା ଭାଇରସ ଥିମ୍‌କୁ ନେଇ ରିଲଜ ହେବ ସଲମାନଙ୍କ ଗୀତ ‘ପ୍ୟାର କରୋନା’

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ କରୋନା ଭାଇରସ ଥିମ୍‌କୁ ନେଇ ଏକ ଗୀତ ରିଲିଜ କରିବେ ବୋଲି ସୂଚନା ଦେଇଛନ୍ତି। ୫୪ ବର୍ଷୀୟ ଏହି...

ଅନ୍ତରୀକ୍ଷ ଯାତ୍ରୀ ହେବେ ସଲମାନ୍‌!

ଭାରତର ପ୍ରଥମ ଅନ୍ତରୀକ୍ଷ ଯାତ୍ରୀ ରାକେଶ ଶର୍ମାଙ୍କ ବାୟୋପିକ୍‌ ‘ସାରେ ଜହାଁ ସେ ଅଚ୍ଛା’ ପୁଣି ଥରେ ଚର୍ଚ୍ଚାରେ। ପ୍ରଥମରୁ ହିଁ ଫିଲ୍ମର କଳାକାରଙ୍କୁ ନେଇ...

ରାନୁଙ୍କର ଖୋଲିଲା ଭାଗ୍ୟ: ପ୍ରଥମ ଗୀତ ପାଇଁ ନେଲେ ୭ ଲକ୍ଷ ପାରିଶ୍ରମିକ

ମୁମ୍ବାଇ, ୨୭।୮: ପଶ୍ଚିମବଙ୍ଗ ରେଳଷ୍ଟେଶନରେ ଗୀତ ଗାଇ ପେଟ ପୋଷୁଥିବା ରାନୁ ମଣ୍ଡଳଙ୍କ ଉପରେ ଭାଗ୍ୟ ଦେବୀ ପ୍ରସନ୍ନ ହୋଇଛନ୍ତି। ତାଙ୍କର ପ୍ରଥମ ଗୀତ ରେକର୍ଡିଂ...

ଓସ୍କାର ଦୌଡରୁ ବାଦ୍‌ ପଡିଲା ‘ଗଲି ବୟ’

ନୂଆଦିଲ୍ଲୀ,୧୭।୧୨: ଆଲିଆ ଭଟ୍ଟ ଓ ରଣବୀର ସିଂଙ୍କ ଷ୍ଟାରକାଷ୍ଟରେ ନିର୍ମାଣ କରାଯାଇଥିବା ଫିଲ୍ମ ‘ଗଲି ବୟ’ ଓସ୍କାର ଦୌଡରୁ ବାଦ୍‌ ପଡିଛି। ଭାରତ ପକ୍ଷରୁ ଏହାକୁ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *