ଶୁଟିଂ ସେଟ୍‌ରେ କଥା ହେଉ ନ ଥିଲେ ଅଭିନେତ୍ରୀ ଅଭିନେତା, ତଥାପି ହିଟ୍‌ ହୋଇଥିଲା ଏହି ଫିଲ୍ମ

ବଲିଉଡ୍‌ର ୩ ଖାଁ ଏକା ସାଥୀରେ କାମ କରି ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଏହି ୩ ଖାଁ ହେଲେ ଶାହାରୁଖ୍‌, ସଲମାନ୍‌ ଏବଂ ଅମୀର। ଆଜି ଫିଲ୍ମ ‘ଅନ୍ଦାଜ ଅପ୍‌ନା ଅପ୍‌ନା’ସହିତ ଜୋଡ଼ା ଏକ କଥା କହିବୁ, ଯାହା ଜାଣିଲେ  ଚକିତ ହେବେ। ଏହି ଫିଲ୍ମରେ ଅମୀର ଏବଂ ସଲମାନ୍‌ ଏକାଠି କାମ କରିଥିଲେ। ଏଥିରେ ଅମୀର, ସଲମାନଙ୍କ ବ୍ୟତୀତ କରିସ୍ମା କପୁର ଏବଂ ରବୀନା ଟଣ୍ଡନ ମୁଖ୍ୟ ଭୂମିକାରେ ଥିଲେ।

ଏକ ସାକ୍ଷାତକାରରେ ରବୀନା କହିଛନ୍ତି, ଫିଲ୍ମ ଶୁଟିଂ ସମୟରେ ଅମୀର ଏବଂ ସଲମାନ୍‌ ଦୁହେଁ ଦୁହିଁଙ୍କ ସହ କଥା ହେଉ ନ ଥିଲେ। ଏପରିକି ସେ ଏବଂ କରିସ୍ମା ମଧ୍ୟ ପରସ୍ପର ମଧ୍ୟରେ କଥା ହେଉ ନ ଥିଲେ। ରବୀନା କୁହନ୍ତି, ଏହି ଫିଲ୍ମ ଶୁଟିଂ ସମୟରେ ଯେତିକି ମଜା ହୋଇଥିଲା, ସେତିକି ସମସ୍ୟା ବି ଉପୁଜିଥିଲା। ଶୁଟିଂ ସେଟ୍‌ରେ କେହି କାହା ସହ କଥା ହେଉ ନ ଥିଲୁ। ସମସ୍ତଙ୍କ ଭିତରେ ଝଗଡ଼ା ଚାଲିଥିଲା।

ଖାଲି ଏତିକି ନୁହେଁ, ଫିଲ୍ମର କ୍ଲାଇମେକ୍ସ ସିନ୍‌ ଶୁଟିଂ ସମୟରେ ଏକ ଖୁଣ୍ଟରେ ଦୁଇ ଅଭିନେତ୍ରୀଙ୍କୁ ବାନ୍ଧି ଦେଇଥିଲେ ରାଜ୍‌ ଜୀ। ତାଙ୍କୁ ଧମକ ବି ଦିଆଯାଇଥିଲା ଯେପର୍ଯ୍ୟନ୍ତ ଦୁଇଜଣ କଥା ନ ହେବେ ସେତେବେଳ ଯାଏ ତାଙ୍କୁ ଖୋଲାଯିବ ନାହିଁ। ଯେତିକି ସିନ୍‌ ଥାଏ ସେତିକି କଥା ପରେ ବନ୍ଦ। କିନ୍ତୁ ଏହି ଫିଲ୍ମ କେମିତି ହେଲା ତାହା ଆମକୁ ଜଣା ନ ଥିଲା। ଫିଲ୍ମଟି ରିଲିଜ୍‌ ପରେ ଏତେ ହିଟ୍‌ ହୋଇଥିଲା ସମସ୍ତେ ଆମକୁ ଭଲ ଅଭିନେତ୍ରୀ ଅଭିନେତା ଭାବେ ଗ୍ରହଣ କରିନେଇଥିଲେ। ଆଉ ଏକ ଖାସ୍‌ କଥା ହେଲା, ରବୀନା ଏହି ଫିଲ୍ମ ଆଜିପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଦେଖି ନାହାନ୍ତି। ଭାଗ ଭାଗ କରି ଦେଖିଛନ୍ତି। ଯାହା ଶୁଣି ଦର୍ଶକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପିକାଙ୍କ କୋଳରେ ରଣବୀର

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବେ ଫ୍ରାନ୍ସରେ ଚାଲିଥିବା କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ନିଜ ଜଲଓ୍ବା ପ୍ରଦର୍ଶନ କରି ପ୍ରଶଂସା ସାଉଁଟିଛନ୍ତି। ଚଳିତ ଥର ଦୀପିକା...

ଏବେ ବି ଏକା ଏକା…

ମୁମ୍ବାଇ: ବଲିଉଡ୍‌ର ରୋମାଣ୍ଟିକ ଅଭିନେତା ଅକ୍ଷୟ ଖାନ୍ନାଙ୍କୁ ରବିବାର ୪୬ ବର୍ଷ ପୂରଣ ହୋଇଛି। ୧୯୭୫ ମାର୍ଚ୍ଚ ୨୮ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ପିତା...

ନିକ୍‌ଙ୍କ ସହ ଘୋଡ଼ା ଚଢ଼ି ବୁଲିଲେ ପ୍ରିୟଙ୍କା, ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସ୍ବାମୀ ନିକ୍‌ ଜୋନାସ୍‌ଙ୍କ ସହ ସପ୍ତାହ ଶେଷରେ ଖୁବ୍‌ ଏନ୍‌ଜୟ କରୁଥିବା ଦେଖିବାକୁ ମିଳିଛି। ଏହି ସମୟର କିଛି...

ଦିଶାଙ୍କ ଡ୍ୟାନ୍ସ୍‌କୁ ଟାଇଗରଙ୍କ ପରିବାର କଲେ ପ୍ରଶଂସା…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନିଙ୍କ ଏକ ଡ୍ୟାନ୍ସ୍‌ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ତାଙ୍କ ବୟଫ୍ରେଣ୍ଡ୍‌ ଟାଇଗର ଶ୍ରଫ୍‌ଙ୍କ...

ସ୍ତ୍ରୀ ପିଲାଙ୍କ ଖର୍ଚ୍ଚ ଉଠାଇ ପାରୁ ନ ଥିଲେ ଏହି ଲୋକପ୍ରିୟ ଅଭିନେତା

କପୁର ପରିବାର ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପରି ଏକ ପରିବାର ଯିଏକି ଅନେକ ଦଶନ୍ଧି ଧରି ଦର୍ଶକଙ୍କ ମନୋରଞ୍ଜନ କରି ଆସୁଛନ୍ତି। ଅଭିନେତ୍ରୀ କରିସ୍ମାଙ୍କ ବାପା...

ଫଟୋ ଡିଲିଟ୍‌ କରୁଛନ୍ତି ସାମନ୍ଥା

ମୁମ୍ବାଇ: ଟଲିଉଡ୍‌ର ଲୋକପ୍ରିୟ ଯୋଡ଼ି ନାଗା ଚୈତନ୍ୟ ଓ ସାମନ୍ଥା ରୁଥ୍‌ ଅଲଗା ହୋଇଛନ୍ତି। ଉଭୟଙ୍କ ସମର୍ଥନରେ ଦାମ୍ପତ୍ୟ ଜୀବନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଅଲଗା ହେବା...

ହ୍ରିତିକ ରୋଶନଙ୍କୁ ପୂରିଲା ୪୬: ଦାମ୍ପତ୍ୟ ଜୀବନରେ ଝଡ଼ ଆଣିଥିଲା ଅନ୍ୟ ଅଭିନେତ୍ରୀଙ୍କ ସହ ପ୍ରେମ ସମ୍ପର୍କ…

ମୁମ୍ବାଇ: ବଲିଉଡ୍‌ ସୁପର ଷ୍ଟାର ହ୍ରିତିକ ରୋଶନ ଶୁକ୍ରବାର ୪୬ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୪ ଜାନୁୟାରୀ ୧୦ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ସଞ୍ଜୟ...

ପୂର୍ବରୁ ବିଗ୍‌ ବିଙ୍କୁ ବି ଆସିଥିଲା ଏମିତି ଧମକ, ସୁରକ୍ଷାକୁ ବଢ଼ାଇଦେଇଥିଲା ପୋଲିସ

ଚଳଚ୍ଚିତ୍ର ତାରକାମାନଙ୍କ ସୁରକ୍ଷା ପାଇଁ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବା କିମ୍ବା ସର୍ବୋତ୍ତମ ଅଙ୍ଗରକ୍ଷୀ ନିଯୁକ୍ତି କରିବା ବଡ଼ କଥା ନୁହେଁ। ଏପରି...

Advertisement
Archives

Model This Week