ଶୁଖିନି ଫନୀର କ୍ଷତ: ଅସଜଡ଼ା ଶିକ୍ଷାନୁଷ୍ଠାନ, ସଂଘର୍ଷ କରୁଛି ହୋଟେଲ ଶିଳ୍ପ; ପୁରୁଣା ରୂପକୁ ଫେରୁଛି ବାଲୁଖଣ୍ଡ

ପୁରୀ ଅଫିସ,୩।୫: ବାତ୍ୟା ଫନୀକୁ ବିତିଗଲା ବର୍ଷେ। ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳ ସମେତ ୧୪ ଜିଲା ଫନୀଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ବେଳେ ପୁରୀ, ଖୋର୍ଦ୍ଧା ଓ କଟକ ଜିଲାରେ ଅଧିକ କ୍ଷୟକ୍ଷତି ହୋଇଥିଲା। ତେବେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜିଲାର ବିଭିନ୍ନ ଅଞ୍ଚଳରେ ଏବେ ବି ଦୃଶ୍ୟମାନ ହେଉଛି ପ୍ରକୃତିର କରାଳ ରୂପର ପଦଚିହ୍ନ। ସଜଡ଼ା ଯାଇପାରିନି ଅନେକ ଶିକ୍ଷାନୁଷ୍ଠାନ। ବହୁ ବିପନ୍ନ ଏପର୍ଯ୍ୟନ୍ତ ପଲିଥିନ ତଳେ ଦିନ କାଟୁଛନ୍ତି। ଉଜୁଡ଼ି ଯାଇଥିବା ବାଲୁଖଣ୍ଡ ଅଭୟାରଣ୍ୟ ଧୀରେ ଧୀରେ ସବୁଜିମାମୟ ହେବାରେ ଲାଗିଛି। ବିଦ୍ୟୁତ୍‌, ପାଣି ସ୍ବାଭାବିକ ହୋଇଥିବାବେଳେ ହୋଟେଲ ଶିଳ୍ପ ଅଣ୍ଟା ସଳଖି ଆସୁଥିଲା, ହେଲେ କରୋନା ମାଡ଼ରେ ଏବେ ପୁଣି ଦିଗହରା ହୋଇଯାଇଛି। ଫନୀର ବର୍ଷକ ପରେ ପୁରୀର ସ୍ଥିତିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା…

୨୦୧୯ ମେ ୩ତାରିଖ ଥିଲା ଉପକୂଳବର୍ତ୍ତୀ ପୁରୀ ଜିଲା ପାଇଁ ଏକ ଅଭିଶପ୍ତ ଦିନ। ସେହିଦିନ ପୂର୍ବାହ୍ନରେ ତାଣ୍ଡବ ରଚିଥିଲା ଫନୀ। ପବନର ସୁ ସୁ ଗର୍ଜନ ଆଉ ଅବିଶ୍ରାନ୍ତ ବର୍ଷା ମାଡ଼ରେ ଭାଙ୍ଗିଯାଇଥିଲା ଘର, ଗଛ, ବିଦ୍ୟୁତ୍‌ ଖୁଣ୍ଟ ଆଉ ବଡ଼ ବଡ଼ ଟାୱାର। ମାଟି କାମୁଡ଼ିଥିଲା କଚ୍ଚା ଘର। ବେସାହାରା ହୋଇପଡ଼ିଥିଲେ ଲକ୍ଷ ଲକ୍ଷ ଲୋକ। ବାତ୍ୟା ପୂର୍ବରୁ ସରକାରଙ୍କ ସତର୍କତା ସତ୍ତ୍ବେ ଚାଲିଯାଇଥିଲା ୩୦ରୁ ଊର୍ଦ୍ଧ୍ୱ ଜୀବନ। ବାତ୍ୟା ପରେ ସବୁଆଡେ ଦେଖିବାକୁ ମିଳିଥିଲା ବିଭୀଷିକାର ଚିତ୍ର। ଉଜୁଡ଼ି ଯାଇଥିଲା ଅନେକଙ୍କ ଜୀବିକା। ପେଟକୁ ମୁଠେ ଦାନା ଏବଂ ମୁଣ୍ଡ ଗୁଞ୍ଜିବା ପାଇଁ ଆରମ୍ଭ ହୋଇଯାଇଥିଲା ସଂଘର୍ଷ। ରିଲିଫ୍‌ ପାଇଁ ଲାଗିଥିଲା ଲମ୍ବା ଧାଡ଼ି। ଧୀରେ ଧୀରେ ସ୍ଥିତି ସ୍ବାଭାବିକ ହୋଇଛି। ବଦଳିଛି ପୁରୀର ଚିତ୍ର। ଥୁଣ୍ଟା ଗଛ ସବୁଜିମାମୟ ହୋଇପଡିଛି। ହେଲେ ବିଭିନ୍ନ କ୍ଷେତ୍ରରେ ଏବେ ବି ବାତ୍ୟାର ଚିହ୍ନ ବାରି ହୋଇପଡୁଛି। ସରକାରୀ ବାବୁ ଏବଂ ରାଜନେତାଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ଅନେକ ବିପନ୍ନଙ୍କ ଅବସ୍ଥା ସୁଧୁରି ପାରି ନାହିଁ।

ଅସଜଡ଼ା ଶିକ୍ଷାନୁଷ୍ଠାନ
ଫନୀରେ ପୁରୀ ଜିଲାର ସ୍କୁଲ ଘରଗୁଡ଼ିକ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା। ଇତିମଧ୍ୟରେ ବାତ୍ୟାକୁ ବର୍ଷେ ପୂରିଯାଇଥିଲେ ବି ଅନେକ ଶିକ୍ଷାନୁଷ୍ଠାନ ମରାମତି କିମ୍ବା ପୁନଃ ନିର୍ମାଣ ହୋଇପାରିନି। ଅଳ୍ପ କେତେକ ସ୍କୁଲ ମରାମତି ହୋଇଥିବା ବେଳେ ସଂଖ୍ୟାଧିକ ସ୍କୁଲ ଅସଜଡ଼ା ଅବସ୍ଥାରେ ରହିଛି। ପୁରୀ ସହରର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ଦେଖିଲେ ବାତ୍ୟାର କରାଳ ରୂପ କେତେ ଭୟାନକ ଥିଲା ତାହା ସ୍ପଷ୍ଟ ବାରି ହୋଇପଡୁଛି। ସରକାରଙ୍କ ପକ୍ଷରୁ ମରାମତି କାର୍ଯ୍ୟ ଚାଲିଥିବା ବେଳେ କରୋନା ଏଥିରେ ବାଧକ ସାଜିଛି ବୋଲି ସମଗ୍ର ଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜିକା ସୌନ୍ଦର୍ଯ୍ୟ ମଞ୍ଜରୀ ଦାସ କହିଛନ୍ତି। ସୂଚନାଥାଉ କି, ଜିଲାରେ ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ୱ ସ୍କୁଲ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ପୁରୀ ସଦର, ବ୍ରହ୍ମଗିରି, କଣାସ, ଡେଲାଙ୍ଗ, ସତ୍ୟବାଦୀ ଓ କୃଷ୍ଣପ୍ରସାଦ ବ୍ଲକରେ ସର୍ବାଧିକ ସ୍କୁଲ ଘର ଭାଙ୍ଗିଥିଲା।

ସଂଘର୍ଷ କରୁଛି ହୋଟେଲ ଶିଳ୍ପ
ଫନୀ ମାଡ଼ରେ ଦୋହଲିଯାଇଥିଲା ପୁରୀ ହୋଟେଲ ଶିଳ୍ପର ଭିତ୍ତିଭୂମି। ବାତ୍ୟାରେ ହୋଟେଲ ଶିଳ୍ପର ୫୦୦ରୁ ଊର୍ଦ୍ଧ୍ୱ କୋଟି ଟଙ୍କା କ୍ଷତି ହୋଇଥିଲା। କୌଣସି ସରକାରୀ ସହାୟତା ବିନା ହୋଟେଲ ମାଲିକମାନେ ଅଣ୍ଟା ସଳଖିବାକୁ ଚେଷ୍ଟା କରିଥିଲେ। ବାତ୍ୟାର କିଛିଦିନ ପରେ କେତେକ ହୋଟେଲ ମାଲିକ ଜେନେରେଟର ଲଗାଇ ପର୍ଯ୍ୟଟକଙ୍କୁ ଆତିଥେୟତା ଦେବାକୁ ଚେଷ୍ଟା କରିଥିଲେ। ଏସବୁ ଭିତରେ ପ୍ରାୟ ୩/୪ ମାସ ମଧ୍ୟରେ ହୋଟେଲଗୁଡ଼ିକ ପ୍ରସ୍ତୁତ ହୋଇଯାଇଥିଲା। ଧୀରେ ଧୀରେ ପର୍ଯ୍ୟଟକଙ୍କ ଆଗମନ ବଢିବାକୁ ଲାଗିଥିଲା। ହେଟେଲ ମାଲିକମାନେ ଫନୀର କ୍ଷତିକୁ ଭୁଲିବାକୁ ଚେଷ୍ଟା କରୁଥିଲେ। ହେଲେ ବର୍ତ୍ତମାନ କରୋନା ପାଇଁ ପୁରୀ ହୋଟେଲ ଶିଳ୍ପରେ ତାଲା ଝୁଲୁଛି। ପ୍ରାୟ ଦେଢମାସ ହେବ ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ସବୁ ହୋଟେଲ ବନ୍ଦ ହୋଇଯାଇଛି। କରୋନା ପାଇଁ ପର୍ଯ୍ୟଟକ ଶୂନ୍ୟ ହୋଇପଡିଛି ପୁରୀ। ପୁରୀ ହୋଟେଲ ସଂଘ ସମ୍ପାଦକ ରାଜକିଶୋର ପାତ୍ର କହିଛନ୍ତି, ଫନୀରେ ପୁରୀ ହୋଟେଲ ଶିଳ୍ପର ପ୍ରାୟ ୫୦୦ କୋଟିରୁ ଊର୍ଦ୍ଧ୍ୱ କ୍ଷତି ହୋଇଥିଲା। ଯାହା ବି ହେଉ କିଛିମାସ ପରେ ପ୍ରାୟ ଅଧିକାଂଶ ହୋଟେଲ ପ୍ରସ୍ତୁତ ହୋଇଯାଇଥିଲେ। ଧୀରେ ଧୀରେ ବେପାର ଜମି ଆସୁଥିଲା। ହେଲେ କରୋନା ହୋଟେଲ ବ୍ୟବସାୟକୁ ସମ୍ପୂର୍ଣ୍ଣ ବୁଡାଇ ଦେଲାଣି। ଦୈନିକ ପ୍ରାୟ ୫ କୋଟି ଟଙ୍କା କ୍ଷତି ହେଉଛି ବୋଲି ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜେଶ ହତ୍ୟାକୁ ଦେଢ଼ମାସ ବିତିଲା, ପୋଲିସ ହାତ ଖାଲି: ୧୧ରେ କଂଗ୍ରେସର ରାଜପଥ ଅବରୋଧ

ପରଜଙ୍ଗ,୨।୧ (ନିଗମାନନ୍ଦ ଦଳବେହେରା):ବହୁ ଚର୍ଚ୍ଚିତ ଫଟୋଗ୍ରାଫର୍‌ ରାଜେଶ ପାଣି ହତ୍ୟାକାଣ୍ଡକୁ ଇତିମଧ୍ୟରେ ଦେଢ଼ମାସ ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଏଣୁ ଗୁରୁବାର...

ଗରମ ଚା’ କଫି ପିଉଥିଲେ ସାବଧାନ! ଖାଦ୍ୟନଳୀରେ ହୋଇପାରେ…

ଶୀତଦିନ ଆସିବା ସହିତ, ଲୋକମାନେ ଗରମ ଜିନିଷ ଖାଇବା ଏବଂ ପିଇବାକୁ ପସନ୍ଦ କରନ୍ତି । ବିଶେଷ କରି ଗରମ ଚା ହେଉ କିମ୍ବା କଫି...

ପ୍ରଥମଥର ସାର୍ବଜନୀନ ସ୍ଥାନରେ ନଜର ଆସିଲେ କିମ୍ ଜଙ୍ଗ ଉନଙ୍କ ଝିଅ

ସିଓଲ୍,୨।୧: ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କ ଝିଅ ଜୁ ଏ (Ju Ae) ପ୍ରଥମ ଥର ସାର୍ବଜନୀନ ସ୍ଥାନରେ ନଜର ଆସିଛନ୍ତି। ତାଙ୍କୁ...

ସ୍ୱାସ୍ଥ୍ୟାବସ୍ଥା ନେଇ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି, କହିଲେ ହାତରେ ନୀଳ ଚିହ୍ନ….

ନୂଆଦିଲ୍ଲୀ,୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ୭୯ ବର୍ଷ ବୟସରେ, ଟ୍ରମ୍ପ ରାଷ୍ଟ୍ରପତି ପଦ ସମ୍ଭାଳିବା...

ହଠାତ୍ ଅବସର ଘୋଷଣା କଲେ ଏହି ବରିଷ୍ଠ କ୍ରିକେଟର, ପୂର୍ବତନ ଖେଳାଳିଙ୍କୁ କଲେ ଟାର୍ଗେଟ୍

ନୂଆଦିଲ୍ଲୀ,୨।୧: ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟ୍ସମ୍ୟାନ୍ ଉସମାନ ଖ୍ୱାଜା ଆସନ୍ତା ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (SCG)ରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଆଶେସ୍...

କଂସ ଅତ୍ୟାଚାରରେ ମୁନିଋଷି ଆତଙ୍କିତ: ମଥୁରାରେ ପ୍ରବେଶ କଲେ କୃଷ୍ଣ ବଳରାମ

ମଥୁରାନଗରୀ/ଗୋପପୁର,୨।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୁରୁବାର ଥିଲା ନବମ ଦିବସ। ଗୋପପୁରରେ ବେନିଭାଇ ଶ୍ରୀକୃଷ୍ଣ, ବଳରାମଙ୍କୁ ମେଲାଣି ଦୃଶ୍ୟ ଗୋପବାସୀଙ୍କୁ ଯେଭଳି...

ଚିଲିକାରେ ଭସାପୋଲ ଅଘଟଣ ପରେ ବଡ଼ ନିଷ୍ପତ୍ତି, ୧୧ଟା ଯାଏ ଡ଼ଙ୍ଗା…

କୃଷ୍ଣପ୍ରସାଦ,୨।୧: ଗୁରୁବାର ଚିଲିକାରେ ଭସାପୋଲରୁ ଖସି ଜଣେ ଯାତ୍ରୀଙ୍କର ଜୀବନ ଯାଇଥିଲା । ଏହାପରେ ଆଜି ବଡ଼ ନିଷ୍ପତ୍ତି ନିଆଯାଇଛି । ଦିନ ୧୧ଟା ଯାଏଁ...

ସ୍ବାଧୀନତାର ୭୯ ବର୍ଷ ପରେ ପହଞ୍ଚିନି ବିକାଶ: ଆଜିବି ବି ଡିବିରି ଆଲୁଅରେ ପାଠ ପଢୁଛନ୍ତି ପିଲା

ଥୁଆମୂଳ ରାମପୁର,୨।୧ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ସରକାରୀ ବିକାଶର ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ବ୍ଲକ କାର୍ଯ୍ୟାଳୟଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri