Posted inଖେଳ

ଶୀର୍ଷକୁ ଫେରିଲା ଚେନ୍ନାଇ

ଚେନ୍ନାଇ,୨୪।୪(ପି.ଟି.)- ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ଚଳିତ ଆଇପିଏଲ୍‌ର ୪୧ତମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ଗୋଟିଏ ବଲ୍‌ ବାକିରଖି ୬ ଉଇକେଟରେ ପରାସ୍ତ କରିଛି। ଏଥିସହ ଚେନ୍ନାଇ ୧୧ଟି ମ୍ୟାଚ୍‌ ଖେଳି ୮ ବିଜୟ ଓ ୩ ପରାଜୟ ସହ ମୋଟ ୧୬ ପଏଣ୍ଟ ପାଇ ତାଲିକାର ଶୀର୍ଷ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ହାଇଦ୍ରାବାଦ ୩ ଉଇକେଟ ହରାଇ ୧୭୫ ରନ ସଂଗ୍ରହ କରିଥିଲା। ଜବାବରେ ଚେନ୍ନାଇ ୧୯.୫ ଓଭରରେ ୪ ଉଇକେଟ ହରାଇ ୧୭୬ ରନ କରି ବିଜୟୀ ହୋଇଛି। ୯୬ ରନର ଦ୍ରୁତ ଇନିଂସ ଖେଳି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଚେନ୍ନାଇ ଅଭିଜ୍ଞ ଓପନର ଶେନ୍‌ ଓ୍ବାଟସନ ପ୍ଲେୟାର ଅଫ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।

୧୭୬ ରନ ବିଜୟ ଲକ୍ଷ୍ୟର ପିଛା କରି ଚେନ୍ନାଇ ଆରମ୍ଭରୁ ଫାଫ୍‌ ଡୁପ୍ଲେସିଙ୍କୁ ହରାଇଥିଲା। ଡୁପ୍ଲେସି ୧ ରନ କରିଥିବା ବେଳେ ଦୀପକ୍‌ ହୁଦାଙ୍କ ଥ୍ରୋରେ ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ୍‌ ହୋଇଥିଲେ। ଦ୍ୱିତୀୟ ଉଇକେଟ ଯୋଡିରେ ଶେନ୍‌  ଓ୍ବାଟସନ ଓ ସୁରେଶ ରାଇନା ୪୪ ବଲରୁ ୭୭ ରନ ସଂଗ୍ରହ କରିଥିଲେ। ରାଇନା ଦ୍ରୁତଗତିରେ ରନ୍‌ ସଂଗ୍ରହ କରିବାକୁ ଯାଇ ୨୪ଟି ବଲ୍‌ ଖେଳି ୬ ଚୌକା ଓ ୧ ଛକା ସହ ୩୮ ରନ କରିଥିବା ବେଳେ ରସିଦ ଖାଁଙ୍କ ବଲରେ ବେୟାରଷ୍ଟୋଙ୍କ ଦ୍ୱାର ଷ୍ଟମ୍ପ ଆଉଟ୍‌ ହୋଇଥିଲେ। ଏହାପରେ ଅଭିଜ୍ଞ ଓପନର ଓ୍ବାଟସନ୍‌ ୫୩ଟି ବଲ୍‌ ଖେଳି ୯ ଚୌକା ଓ ୬ ଛକା ସହ ୯୬ରନର ଧୂଆଁଧାର ଇନିଂସ ଖେଳି ଆଉଟ ହେବା ପୂର୍ବରୁ ବିଜୟପଥ ପରିଷ୍କାର କରିଥିଲେ। ସେ ଭୁବନେଶ୍ୱର କୁମାରଙ୍କ ବଲ୍‌ରେ ବେୟାରଷ୍ଟୋଙ୍କୁ କ୍ୟାଚ୍‌ ଦେଇ ୪ ରନ ପାଇଁ ଶତକ ହାସଲରୁ ବଞ୍ଚିତ ହୋଇଥିଲେ। ଅମ୍ବାତି ରାୟୁଡୁ ୨୫ ବଲରୁ ୨୧ ରନ କରି ସନ୍ଦୀପ ଶର୍ମାଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ। କେଦାର ଯାଦବ ୧୦ ବଲରୁ ୧୧ ରନ କରି ଦଳ ବିଜୟରେ ମୁଣ୍ଡି ମାରିଥିଲେ। ବୋଲିଂ ହାଇଦ୍ରାବାଦ ତରଫରୁ ଭୁବନେଶ୍ୱର, ସନ୍ଦୀପ ଓ ରସିଦ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

ପୂର୍ବରୁ ଇନ୍‌ଫର୍ମ ଓପନର ଜନୀ ବେୟାରଷ୍ଟୋଙ୍କୁ ହରାଇ ହାଇଦ୍ରାବାଦ ଆରମ୍ଭରୁ ଝଟ୍‌କା ଖାଇଥିଲା। ବେୟାରଷ୍ଟୋ ବିନା ସ୍କୋରରେ ଅଭିଜ୍ଞ ସ୍ପିନର ହରଭଜନ ସିଂଙ୍କ ବଲ୍‌ରେ ଉଇକେଟ କିପର ଧୋନୀଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଚଳିତ ଆଇପିଏଲ୍‌ରେ ବେୟାରଷ୍ଟୋ ତାଙ୍କ ଅନ୍ତିମ ମ୍ୟାଚ୍‌ରେ ବିଫଳ ହୋଇଛନ୍ତି। ସାରା ସେସନରେ ଜବରଦସ୍ତ ବ୍ୟାଟିଂର ନମୁନା ପ୍ରଦର୍ଶନ କରିଥିଲେ ମଧ୍ୟ ଶେଷ ମ୍ୟାଚ୍‌ରେ ସେ ଖାତା ଖୋଲିବାରେ ବିଫଳ ହୋଇଛନ୍ତି। ବେୟାରଷ୍ଟୋ ଏବେ ଇଂଲଣ୍ଡ କ୍ରିକେଟ ଦଳର ବିଶ୍ୱକପ୍‌ ପ୍ରସ୍ତୁତି ଶିବିରରେ ଯୋଗଦେବେ ଓ ଏଥିପାଇଁ ଆଇପିଏଲ୍‌ରୁ ସେ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାପରେ ଦ୍ୱିତୀୟ ଉଇକେଟ ଯୋଡିରେ ବିସ୍ଫୋରକ ଓପନର ଡେଭିଡ ଓ୍ବାର୍ନର ଓ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ମନୀଷ ପାଣ୍ଡେ ୭୨ଟି ବଲ୍‌ର ସମ୍ମୁଖୀନ ହୋଇ ୧୧୫ ରନ ସଂଗ୍ରହ କରି ସ୍ଥିତି ସମ୍ଭାଳିବା ସହ ଭଲ ମୂଳଦୁଆ ପ୍ରଦାନ କରିଥିଲେ। ତେବେ ଓ୍ବାର୍ନର ୪୫ଟି ବଲର ସମ୍ମୁଖୀନ ହୋଇ ୩ ଚୌକା ଓ ୨ ଛକା ସହ ୫୭ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଧୋନୀଙ୍କ ଦ୍ୱାରା ଷ୍ଟମ୍ପ ଆଉଟ ହୋଇ ହରଭଜନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଅଲରାଉଣ୍ଡର ବିଜୟ ଶଙ୍କର ଦ୍ରୁତଗତିରେ ରନ୍‌ ସଂଗ୍ରହ କରିବାକୁ ଯାଇ ୨୦ ବଲରୁ ୨ ଚୌକା ଓ ୧ ଛକା ସହ ୨୬ ରନ କରି ଦୀପକ ଚହରଙ୍କ ବଲ୍‌ରେ ରବୀନ୍ଦ୍ର ଜାଡେଜାଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ମନୀଷ ୪୯ଟି ବଲର ସମ୍ମୁଖୀନ ହୋଇ ୭ ଚୌକା ଓ ୩ ଛକା ସହ ୮୩ ରନର ଧୂଆଁଧାର ପାଳି ଖେଳି ଅପରାଜିତ ରହିଥିଲେ। ସେହିପରି ୟୁସୁଫ ପଠାନ୍‌ ୪ ବଲରୁ ୫ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଚେନ୍ନାଇ ତରଫରୁ ହରଭଜନ ୨ ଓ ଚହର ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।

ସଂକ୍ଷିପ୍ତ ସ୍କୋର:

ସନ୍‌ରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୧୭୫/୩

(ମନୀଷ- ୮୩*, ଓ୍ବାର୍ନର- ୫୭, ଶଙ୍କର- ୨୬, ହରଭଜନ-୨/୩୯, ଚହର- ୧/୩୦)।

ଚେନ୍ନାଇ ସୁପର କିଙ୍ଗ୍ସ ୧୯.୫ ଓଭରରେ ୧୭୬/୪

(ଓ୍ବାଟସନ- ୯୬, ରାଇନା- ୩୮, ରାୟୁଡୁ- ୨୧, ଯାଦବ- ୧୧, ଭୁବନେଶ୍ୱର- ୧/୧୮, ସନ୍ଦୀପ- ୧/୫୪, ରସିଦ- ୧/୪୪)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀ-କୋହଲି ମୋ କ୍ୟାରିୟର୍‌ ବରବାଦ କରିଦେଇଛନ୍ତି: ସାଂଘାତିକ ଅଭିଯୋଗ ଆଣିଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ, ୧୭।୭: ଭାରତର ଭେଟେରାନ ସ୍ପିନର ଅମିତ ମିଶ୍ର ମହେନ୍ଦ୍ର ସିଂ ଧୋନୀ ଏବଂ କୋହଲିଙ୍କ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି। ଏକ ସାକ୍ଷାତକାରରେ...

ଜଣାପଡ଼ିଲା କାରଣ, ଏଥିଲାଗି ପାଣ୍ଡ୍ୟାଙ୍କୁ ଅଧିନାୟକ କରିବାକୁ ଚାହାନ୍ତି ନାହିଁ ଗୌତମ ଗମ୍ଭୀର…

ନୂଆଦିଲ୍ଲୀ,୧୭।୭: ଶ୍ରୀଲଙ୍କା ଗସ୍ତ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା ଖୁବ୍‌ଶୀଘ୍ର ହେବାକୁ ଯାଉଛି। ଭାରତୀୟ ଚୟନ କମିଟି ଖୁବ୍‌ଶୀଘ୍ର ଟି୨୦ ଏବଂ ଦିନିକିଆ ଟିମ୍‌ର ଘୋଷଣା...

୩୬ ଖେଳାଳିଙ୍କୁ ପଛରେ ପକାଇଲେ ଶୁଭମନ ଗିଲ, ଟପ୍‌-୪ ନିକଟତର ହେଲେ ଯଶସ୍ବୀ

ନୂଆଦିଲ୍ଲୀ,୧୭।୭: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍‌(ଆଇସିସି) ପକ୍ଷରୁ ଟି୨୦ ର଼୍ୟାଙ୍କିଂ ଜାରି କରାଯାଇଛି। ନିକଟରେ ଜିମ୍ବାଓ୍ବେ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜରେ ଟିମ୍‌ ଇଣ୍ଡିଆ...

ପତ୍ନୀ-ପିଲାଙ୍କ ସମ୍ମୁଖରେ କ୍ରିକେଟରଙ୍କୁ ଗୁଳି କରି ହତ୍ୟା, ଖେଳଜଗତରେ ଶୋକର ଛାୟା

କଲମ୍ବୋ,୧୭।୭: ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ଧାମ୍ମିକା ନିରୋଶାନାଙ୍କୁ ଘରେ ପଶି ହତ୍ୟା କରାଯାଇଛି। ସେ ଦେଶର ଅଣ୍ଡର ୧୯ ଟିମ୍‌ର ଅଧିନାୟକ ମଧ୍ୟ ଥିଲେ। ମଙ୍ଗଳବାର...

ରୋହିତ-କୋହଲି ଓ ବୁମରାଙ୍କୁ ଖୋଲାଖୋଲି ଧମକ ଦେଲେ ଗମ୍ଭୀର! ଘରୋଇ ମ୍ୟାଚ ନ ଖେଳିଲେ ଟିମ୍‌ରୁ ହେବେ ବିଦା

ନୂଆଦିଲ୍ଲୀ,୧୭।୭: ଆଇପିଏଲ ୨୦୨୪ ପୂର୍ବରୁ, କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ଘରୋଇ କ୍ରିକେଟକୁ ଅଣଦେଖା କରି ଇଶାନ କିଶାନ ଏବଂ ଶ୍ରେୟସ ଆୟରଙ୍କ ବିରୋଧରେ...

ଆଜି ବିସିସିଆଇ କରିପାରେ ବଡ଼ ଘୋଷଣା, କାହାକୁ ମିଳିବ କ୍ୟାପ୍ଟେନ ଦାୟିତ଼୍ବ ?

ନୂଆଦିଲ୍ଲୀ, ୧୭ା୭: ଭାରତୀୟ କ୍ରିକେଟ୍‌ ଟିମ୍‌ ଚଳିତ ମାସର ଶେଷ ଆଡ଼କୁ ଶ୍ରୀଲଙ୍କା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ସମୟରେ ଟିମ୍‌...

ଛାଡ଼ପତ୍ର ଖବର ମଧ୍ୟରେ ଘର ଛାଡିଲେ ନତାଶା! ପୁଅ ଅଗସ୍ତ୍ୟଙ୍କ ସହ ବିମାନବନ୍ଦରରେ ଆସିଲେ ନଜର, ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୧୭।୭: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ ଛାଡ଼ପତ୍ରର ଖବରକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଦୀର୍ଘ ଦିନ ଧରି କଳ୍ପନା...

ରାତିରେ ଶୋଇଥିଲେ କ୍ରିକେଟର, ହଠାତ୍‌ ନିଦ ଭାଙ୍ଗିଲା ପରେ ଯାହା ଦେଖିଲେ ପାଦ ତଳୁ ମାଟି ଖସିଗଲା

ନୂଆଦିଲ୍ଲୀ,୧୭।୭: ଇଂଲଣ୍ଡ କ୍ରିକେଟର ଜେମ୍ସ ଭିନ୍ସଙ୍କ ପରିବାର ଉପରେ କାହାର ଖରାପ ନଜର ଲାଗିଯାଇଛି। ଗତ ଚାରିମାସ ଧରି ତାଙ୍କ ଜୀବନର ସମସ୍ତ ସୁଖ ଏବଂ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri