ଶୀଘ୍ର ଟ୍ରାକ୍‌କୁ ଫେରିପାରିବେନି ଏମ୍‌ଏସ୍‌ଏମ୍‌ଇ

ନୂଆଦିଲ୍ଲୀ,୨୭।୪: କୋଭିଡ୍‌-୧୯ ଦେଶର ଅଣୁ କ୍ଷୁଦ୍ର ମଧ୍ୟମ (ଏମ୍‌ଏସ୍‌ଏମ୍‌ଇ)ର ସମସ୍ୟା ବଢାଇଦେଇଛି। ମାନ୍ଦାବସ୍ଥା ସହ ଜୁଝୁଥିବା ଏହି ଶିଳ୍ପଗୁଡିକର କାରବାର ଲକ୍‌ଡାଉନ ପାଇଁ ପୁଣି ଥରେ କ୍ଷତିଗ୍ରସ୍ତ ହୋଇଛି। ସଂସ୍ଥାଗୁଡିକ ସଳଖି ଛିଡାହେବା ଲାଗି ପ୍ରୟାସ କରୁଥିବା ବେଳେ କୋଭିଡ୍‌ ସେଗୁଡିକର ଅଣ୍ଟାକୁ ଭାଙ୍ଗି ଦେଇଛି। ବିଶେଷ କରି କମ୍ପାନୀଗୁଡିକ ସାମ୍ନାରେ ନଗଦ ଅଭାବ, କ୍ଷତିଗ୍ରସ୍ତ ଯୋଗାଣ ଚେନ୍‌ ଏବଂ ଶ୍ରମିକ ସମସ୍ୟା ଆଗାମୀ କିଛିଦିନ ଧରି ଲାଗି ରହିବ। ଏଭଳି ସମସ୍ୟାକୁ ବିଚାରକଲେ ସଂସ୍ଥାଗୁଡିକ ଟ୍ରାକ୍‌କୁ ଫେରିବା କଷ୍ଟକର ହୋଇ ପଡିବ ବୋଲି ବଜାର ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। କିଛି କିଛି ସ୍ଥାନରେ ଖୋଲିଥିବା କ୍ଷୁଦ୍ର ସଂସ୍ଥାଗୁଡିକରେ କଞ୍ଚାମାଲ ଯୋଗାଣ ପ୍ରଭାବିତ ହୋଇଛି। ଦୀର୍ଘଦିନ ଧରି ଲକ୍‌ଡାଉନ ହେବା ଯୋଗୁ କଞ୍ଚାମାଲ ଯୋଗାଣ ସ୍ଥିତି କେବେ ସୁଧୁରିବ ସେ ନେଇ ମଧ୍ୟ ଠିକ୍‌ ଭାବେ କହି ହେଉନାହିଁ। ଅନ୍ୟ କେତେକ ସ୍ଥାନରେ ଶିଳ୍ପଗୁଡିକ ମେ ପର୍ଯ୍ୟନ୍ତ ଖୋଲିବ ନାହିଁ। କୋଭିଡ୍‌ ଯୋଗୁ ପ୍ରାୟ ୨୦ରୁ ୩୦% ସଂସ୍ଥା ସେମାନଙ୍କ ସ୍ଥିତି ବଜାୟ ରଖିବାକୁ ସକ୍ଷମ ହେବେ ବୋଲି ମୁମ୍ବାଇ ଭିିତ୍ତିକ ଆଇଏମ୍‌ସି ଚାମ୍ବର ଅଫ ଇଣ୍ଡଷ୍ଟ୍ରି ପକ୍ଷରୁ ଆଶଙ୍କା କରାଯାଇଛି।
ଦେଶରେ ୬୩ ନିୟୁତ ଏମ୍‌ଏସ୍‌ଏମ୍‌ଇ ରହିଥିବା ବେଳେ ସେଥିରେ ପ୍ରାୟ ୧୨ କୋଟି ଲୋକ କାମ କରୁଛନ୍ତି। ଦେଶର ମାନୁଫାକଚରିଂକୁ ଏକ ତୃତୀୟାଂଶ ଏବଂ ରପ୍ତାନି ଏହା ୪୫% ଅଂଶଦାନ କରୁଛି। କର୍ମଚାରୀଙ୍କୁ ବେତନ ଦେବା ଲାଗି ସରକାର କହିଥିବା ବେଳେ ସଂସ୍ଥାଗୁଡିକ ଏହାକୁ ପାଳନ କରୁଛନ୍ତି। ମାର୍ଚ୍ଚ ଏବଂ ଏପ୍ରିଲ ବେତନ କମ୍ପାନୀ ପ୍ରଦାନ କରିବେ। ହେଲେ ମାର୍ଚ୍ଚ ଏବଂ ଏପ୍ରିଲ କାମ ପ୍ରଭାବିତ ଥିବାରୁ ରାଜସ୍ବ ଉପରେ ଏହାର ଚାପ ଦେଖିବାକୁ ମିଳିଛି। ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ କମ୍ପାନୀଗୁଡିକୁ କରିବାକୁ ପଡୁଛି। ଏଭଳି ସ୍ଥିତିରେ ସରକାର ସହାୟତା ଯୋଗାଇଦେବା ଆବଶ୍ୟକ ବୋଲି ଆଇଏମ୍‌ସିର ସଭାପତି ଆଶିଷ ବୈଦ କହିଛନ୍ତି। ଏଭଳି ସ୍ଥିତିରେ ସଂସ୍ଥାଗୁଡିକୁ ବେଲ ଆଉଟ ପ୍ୟାକେଜ, କାର୍ଯ୍ୟରତ କର୍ମଚାରୀଙ୍କୁ ଲାଗି ନିରାପତ୍ତା ସୁବିଧା, ଜିଏସ୍‌ଟି ହ୍ରାସ ଏବଂ ବ୍ୟାଙ୍କ ଋଣ ପ୍ରଦାନ କରାଯିବା ନେଇ ସଂଘ ସଂଘଗୁଡିକ ପକ୍ଷରୁ ଦାବି ହେଉଛି। ଏହାବାଦ ପରିଚାଚାଳନା ପୁଞ୍ଜି ସୀମାରେ ବୃଦ୍ଧି, ନିମ୍ନ କୋଲାଟେରାଲ, ଏପ୍ରିଲରୁ ଜୁନ ମାସ ବେତନ ପ୍ରଦାନ କରିବା ଲାଗି ୪ରୁ ୫% ସରକାରୀ ଗ୍ୟାରେଣ୍ଟିରେ ଋଣ ସହାୟତା, ସରକାରୀ ଗ୍ୟାରେଣ୍ଟିରେ ଟର୍ମ ଋଣ ପୁନର୍ଗଠନ, ୬ ମାସର ମୋରାଟୋରିୟମ, ମୁଦ୍ରା ଏବଂ ଅନ୍ୟ ଏମ୍‌ଏସ୍‌ଏମ୍‌ଇ ଫୋକସ ବ୍ୟାଙ୍କର ଆସେଟ ବୃଦ୍ଧି ନେଇ ଦାବିରେ ଉଲ୍ଲେଖ ରହିଛି। ଏହାବାଦ ରାଷ୍ଟ୍ରାୟତ୍ତ କମ୍ପାନୀଗୁଡିକ ଏମ୍‌ଏସ୍‌ଏମ୍‌ଇ ବକେୟା ଶୀଘ୍ର ପ୍ରଦାନ ଉପରେ ମଧ୍ୟ ଜୋର ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବରରେ ବଢ଼ିଲା GST ସଂଗ୍ରହ: ୧.୭୪ ଲକ୍ଷ କୋଟି ଟଙ୍କା ଛୁଇଁଲା ରାଜସ୍ୱ

ନୂଆଦିଲ୍ଲୀ,୧।୧: ଦେଶରେ ବସ୍ତୁ ଓ ସେବା କର (GST) ସଂଗ୍ରହ କ୍ଷେତ୍ରରେ ପୁଣି ଉତ୍ସାହଜନକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଗତ ନଭେମ୍ବର ମାସର ମନ୍ଥରତା ପରେ...

ସିଗାରେଟ୍‌, ବିଡ଼ି, ପାନ ମସଲା ହେବ ମହଙ୍ଗା: ଏହି ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ TAX

ନୂଆଦିଲ୍ଲୀ,୧।୧: ଯଦି ସିଗାରେଟ, ବିଡ଼ି, ପାନ ମସଲା ଇତ୍ୟାଦି ଆପଣଙ୍କ ଅଭ୍ୟାସର ଅଂଶ ଏବଂ ଆପଣ ଏହା ବିନା କିଛି ଅଭାବ ଅନୁଭବ କରୁଛନ୍ତି, ତେବେ...

Stock Market Today: ନୂଆବର୍ଷର ପ୍ରଥମ ଦିନରେ ଉପର ମୁହାଁ ଷ୍ଟକ ମାର୍କେଟ, ମାଲେମାଲ ନିବେଶକ

ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନ, ଜାନୁଆରୀ ୧, ୨୦୨୬ ରେ ଭାରତୀୟ ଷ୍ଟକ୍ ବଜାର ଜୋରଦାର ଆରମ୍ଭ ହୋଇଛି । ସକାଳ ପ୍ରାୟ ୯ଟା...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri