ଶୀଘ୍ର ଟ୍ରାକ୍‌କୁ ଫେରିପାରିବେନି ଏମ୍‌ଏସ୍‌ଏମ୍‌ଇ

ନୂଆଦିଲ୍ଲୀ,୨୭।୪: କୋଭିଡ୍‌-୧୯ ଦେଶର ଅଣୁ କ୍ଷୁଦ୍ର ମଧ୍ୟମ (ଏମ୍‌ଏସ୍‌ଏମ୍‌ଇ)ର ସମସ୍ୟା ବଢାଇଦେଇଛି। ମାନ୍ଦାବସ୍ଥା ସହ ଜୁଝୁଥିବା ଏହି ଶିଳ୍ପଗୁଡିକର କାରବାର ଲକ୍‌ଡାଉନ ପାଇଁ ପୁଣି ଥରେ କ୍ଷତିଗ୍ରସ୍ତ ହୋଇଛି। ସଂସ୍ଥାଗୁଡିକ ସଳଖି ଛିଡାହେବା ଲାଗି ପ୍ରୟାସ କରୁଥିବା ବେଳେ କୋଭିଡ୍‌ ସେଗୁଡିକର ଅଣ୍ଟାକୁ ଭାଙ୍ଗି ଦେଇଛି। ବିଶେଷ କରି କମ୍ପାନୀଗୁଡିକ ସାମ୍ନାରେ ନଗଦ ଅଭାବ, କ୍ଷତିଗ୍ରସ୍ତ ଯୋଗାଣ ଚେନ୍‌ ଏବଂ ଶ୍ରମିକ ସମସ୍ୟା ଆଗାମୀ କିଛିଦିନ ଧରି ଲାଗି ରହିବ। ଏଭଳି ସମସ୍ୟାକୁ ବିଚାରକଲେ ସଂସ୍ଥାଗୁଡିକ ଟ୍ରାକ୍‌କୁ ଫେରିବା କଷ୍ଟକର ହୋଇ ପଡିବ ବୋଲି ବଜାର ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। କିଛି କିଛି ସ୍ଥାନରେ ଖୋଲିଥିବା କ୍ଷୁଦ୍ର ସଂସ୍ଥାଗୁଡିକରେ କଞ୍ଚାମାଲ ଯୋଗାଣ ପ୍ରଭାବିତ ହୋଇଛି। ଦୀର୍ଘଦିନ ଧରି ଲକ୍‌ଡାଉନ ହେବା ଯୋଗୁ କଞ୍ଚାମାଲ ଯୋଗାଣ ସ୍ଥିତି କେବେ ସୁଧୁରିବ ସେ ନେଇ ମଧ୍ୟ ଠିକ୍‌ ଭାବେ କହି ହେଉନାହିଁ। ଅନ୍ୟ କେତେକ ସ୍ଥାନରେ ଶିଳ୍ପଗୁଡିକ ମେ ପର୍ଯ୍ୟନ୍ତ ଖୋଲିବ ନାହିଁ। କୋଭିଡ୍‌ ଯୋଗୁ ପ୍ରାୟ ୨୦ରୁ ୩୦% ସଂସ୍ଥା ସେମାନଙ୍କ ସ୍ଥିତି ବଜାୟ ରଖିବାକୁ ସକ୍ଷମ ହେବେ ବୋଲି ମୁମ୍ବାଇ ଭିିତ୍ତିକ ଆଇଏମ୍‌ସି ଚାମ୍ବର ଅଫ ଇଣ୍ଡଷ୍ଟ୍ରି ପକ୍ଷରୁ ଆଶଙ୍କା କରାଯାଇଛି।
ଦେଶରେ ୬୩ ନିୟୁତ ଏମ୍‌ଏସ୍‌ଏମ୍‌ଇ ରହିଥିବା ବେଳେ ସେଥିରେ ପ୍ରାୟ ୧୨ କୋଟି ଲୋକ କାମ କରୁଛନ୍ତି। ଦେଶର ମାନୁଫାକଚରିଂକୁ ଏକ ତୃତୀୟାଂଶ ଏବଂ ରପ୍ତାନି ଏହା ୪୫% ଅଂଶଦାନ କରୁଛି। କର୍ମଚାରୀଙ୍କୁ ବେତନ ଦେବା ଲାଗି ସରକାର କହିଥିବା ବେଳେ ସଂସ୍ଥାଗୁଡିକ ଏହାକୁ ପାଳନ କରୁଛନ୍ତି। ମାର୍ଚ୍ଚ ଏବଂ ଏପ୍ରିଲ ବେତନ କମ୍ପାନୀ ପ୍ରଦାନ କରିବେ। ହେଲେ ମାର୍ଚ୍ଚ ଏବଂ ଏପ୍ରିଲ କାମ ପ୍ରଭାବିତ ଥିବାରୁ ରାଜସ୍ବ ଉପରେ ଏହାର ଚାପ ଦେଖିବାକୁ ମିଳିଛି। ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ କମ୍ପାନୀଗୁଡିକୁ କରିବାକୁ ପଡୁଛି। ଏଭଳି ସ୍ଥିତିରେ ସରକାର ସହାୟତା ଯୋଗାଇଦେବା ଆବଶ୍ୟକ ବୋଲି ଆଇଏମ୍‌ସିର ସଭାପତି ଆଶିଷ ବୈଦ କହିଛନ୍ତି। ଏଭଳି ସ୍ଥିତିରେ ସଂସ୍ଥାଗୁଡିକୁ ବେଲ ଆଉଟ ପ୍ୟାକେଜ, କାର୍ଯ୍ୟରତ କର୍ମଚାରୀଙ୍କୁ ଲାଗି ନିରାପତ୍ତା ସୁବିଧା, ଜିଏସ୍‌ଟି ହ୍ରାସ ଏବଂ ବ୍ୟାଙ୍କ ଋଣ ପ୍ରଦାନ କରାଯିବା ନେଇ ସଂଘ ସଂଘଗୁଡିକ ପକ୍ଷରୁ ଦାବି ହେଉଛି। ଏହାବାଦ ପରିଚାଚାଳନା ପୁଞ୍ଜି ସୀମାରେ ବୃଦ୍ଧି, ନିମ୍ନ କୋଲାଟେରାଲ, ଏପ୍ରିଲରୁ ଜୁନ ମାସ ବେତନ ପ୍ରଦାନ କରିବା ଲାଗି ୪ରୁ ୫% ସରକାରୀ ଗ୍ୟାରେଣ୍ଟିରେ ଋଣ ସହାୟତା, ସରକାରୀ ଗ୍ୟାରେଣ୍ଟିରେ ଟର୍ମ ଋଣ ପୁନର୍ଗଠନ, ୬ ମାସର ମୋରାଟୋରିୟମ, ମୁଦ୍ରା ଏବଂ ଅନ୍ୟ ଏମ୍‌ଏସ୍‌ଏମ୍‌ଇ ଫୋକସ ବ୍ୟାଙ୍କର ଆସେଟ ବୃଦ୍ଧି ନେଇ ଦାବିରେ ଉଲ୍ଲେଖ ରହିଛି। ଏହାବାଦ ରାଷ୍ଟ୍ରାୟତ୍ତ କମ୍ପାନୀଗୁଡିକ ଏମ୍‌ଏସ୍‌ଏମ୍‌ଇ ବକେୟା ଶୀଘ୍ର ପ୍ରଦାନ ଉପରେ ମଧ୍ୟ ଜୋର ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କାର ଅବମୂଲ୍ୟାୟନକୁ ନେଇ ଷ୍ଟକ୍‌ ବଜାର ଅସ୍ଥିର

ମୁମ୍ବାଇ,୧୯।୫: ପଶ୍ଚିମ ଏସିଆ ସ୍ଥିତିକୁ ନେଇ ଏବେ ଭୂ-ରାଜନୈତିକ ସ୍ତରରେ ବିବାଦ ଲାଗି ରହିଥିଲାବେଳେ ଅନ୍ତର୍ଜାତୀୟ ବଜାରରେ ତୈଳଦର ମଧ୍ୟ ବୃଦ୍ଧି ପାଇ ଚାଲିଛି। ଏହାକୁ ନେଇ…

ପେଟ୍ରୋଲ-ଡିଜେଲ ଦର ପୁଣି ବୃଦ୍ଧି, ପାଞ୍ଚ ଦିନରେ ଦ୍ବିତୀୟ ଥର ପାଇଁ ବଢ଼ିଲା

ନୂଆଦିଲ୍ଲୀ,୧୯।୫: ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ପୁଣି ଥରେ ବୃଦ୍ଧି ଘଟିଛି । ଏହା ଗତ ପାଞ୍ଚ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମୂଲ୍ୟ ବୃଦ୍ଧି…

ଇଲେକ୍ଟ୍ରି ବିଲ୍‌ ନ ଦେଲେ ଜବତ ହେବ ଘରବାଡି ସମ୍ପତ୍ତି! କଠୋର ହେଲା ନିୟମ

ନୂଆଦିଲ୍ଲୀ,୧୭।୫: ରାଜ୍ୟବାସୀଙ୍କ ପାଇଁ ବଡ଼ ଖବର। ରାଜ୍ୟର ବିଜୁଳି ବିଭାଗ ଏବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି। ବିଦ୍ୟୁତ ନିଗମ ଦୀର୍ଘ ସମୟ ଧରି…

ସୁନା ପରେ ଏବେ ରୁପା! ସରକାର ଲଗାଇଲେ ବଡ଼ କଟକଣା, ଏଣିକି ଆଉ…

ନୂଆଦିଲ୍ଲୀ,୧୬।୫: ରୁପା ଆମଦାନୀକୁ ନେଇ କେନ୍ଦ୍ର ସରକାର ଲଗାଇଛନ୍ତି କଟକଣା। ସରକାର ଏହାର ଅନେକ ଶ୍ରେଣୀ କୁ ମୁକ୍ତ ତାଲିକା (Free List)ରୁ ହଟାଇ ପ୍ରତିବନ୍ଧିତ ତାଲିକା…

SBI କର୍ମଚାରୀଙ୍କ ବଡ଼ ଷ୍ଟ୍ରାଇକ୍‌! ଦେଶବ୍ୟାପୀ ଦୁଇଦିନ ପାଇଁ ଠପ୍‌ ପଡିଯିବ ବ୍ୟାଙ୍କ ସେବା, ଜାଣନ୍ତୁ କେବେ?

ନୂଆଦିଲ୍ଲୀ,୧୫।୫: ଦେଶର ସର୍ୱବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI)ରେ କାର୍ଯ୍ୟରତ କର୍ମଚାରୀମାନେ ସେମାନଙ୍କର ଦାବି ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଅଲ…

ପେଟ୍ରୋଲ ପରେ ବଢିଯିବ କି ଗ୍ୟାସ ସିଲିଣ୍ଡରର ଦାମ୍‌? ଏବେ ସିଲିଣ୍ଡର ବୁକ କରିବାକୁ କେତେ ଖର୍ଚ୍ଚ ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୫: ୧ ମଇ, ୨୦୨୬ ଠାରୁ ୧୯ କିଲୋଗ୍ରାମର ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୯୩ ବୃଦ୍ଧି କରାଯାଇଛି। ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପରେ,…

ପେଟ୍ରୋଲ ରେଟ୍‌ ବଢିବା ପରେ କେଉଁଠି ଶସ୍ତାରେ ମିଳୁଛି ପେଟ୍ରୋଲ, ଜାଣନ୍ତୁ…

ନୂଆଦିଲ୍ଲୀ,୧୫।୫: ଆଜି, ୧୫ ମଇ ଠାରୁ, ସାରା ଦେଶରେ ପେଟ୍ରୋଲ, ଡିଜେଲ ଏବଂ ସିଏନଜିର ମୂଲ୍ୟ ବୃଦ୍ଧି ପାଇଛି। ପେଟ୍ରୋଲର ମୂଲ୍ୟ ଲିଟର ପିଛା ୩.୧୪ ବୃଦ୍ଧି…

ବଢିଲା ପେଟ୍ରୋଲ ରେଟ୍‌: ମାର୍କେଟକୁ ଆସିଲା ୪ଟି ସବୁଠୁ ଶସ୍ତା ଇଲେକ୍ଟ୍ରି କାର୍‌, ରେଟ୍‌ ଜାଣିଲେ…

ନୂଆଦିଲ୍ଲୀ,୧୫।୫: ପେଟ୍ରୋଲ ଏବଂ ଡିଜେଲର ବୃଦ୍ଧି ଏବେ ଲୋକଙ୍କ ବଜେଟକୁ ବ୍ୟାହତ କରିବା ଆରମ୍ଭ କରିଛି। ଦୈନନ୍ଦିନ ଯାତ୍ରୀମାନଙ୍କ ପାଇଁ, ମାସିକ ଇନ୍ଧନ ଖର୍ଚ୍ଚ ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri