ଶିଶୁର ଜୀବନ ଚାଲିଯିବା ପରେ…ରାସ୍ତା ନା ହସ୍ପିଟାଲ ଦାୟୀ

ଭୁବନେଶ୍ୱର, ୧୨।୨ (ବ୍ୟୁରୋ): ବିଳମ୍ବ ଯୋଗୁ ଚାଲିଯାଇଛି ୫ବର୍ଷର ନୀଲ୍‌ ନୀତୀଶ ନାୟକଙ୍କ ଜୀବନ। ରାଜଧାନୀ ରାଜରାସ୍ତାରେ ମଙ୍ଗଳବାର ପୂର୍ବାହ୍ନରେ ଘଟିଥିଲା ଏହି ହୃଦୟଥରା ଘଟଣା। ତ୍ରୁଟିପୂର୍ଣ୍ଣ ତଥା ବିଳମ୍ବ ଚିକିତ୍ସା ଯୋଗୁ ନା ରାସ୍ତାରେ ଟ୍ରାଫିକ ଜାମ୍‌ ଯୋଗୁ ନୀତୀଶଙ୍କ ମୃତ୍ୟୁ ହୋଇଛି ତାହାକୁ ନେଇ ଚାଲିଛି ନାନା ଆଲୋଚନା। ଉନ୍ନତ ସ୍ବାସ୍ଥ୍ୟ ସେବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେବା ସହ ସ୍ବାସ୍ଥ୍ୟ ବିଭାଗକୁ ‘ମୋ ସରକାର’ ଯୋଜନାରେ ସାମିଲ୍‌ କରିନ୍ତି। ରାଜ୍ୟର ପ୍ରମୁଖ କ୍ୟାପିଟାଲ ହସ୍ପିଟାଲକୁ ଚକାଚକ୍‌ କରାଯାଇଥିବାବେଳେ ଅଭିଜ୍ଞ ତଥା ଦାୟିତ୍ୱ ସମ୍ପନ୍ନ ଡାକ୍ତରଙ୍କୁ ଅବସ୍ଥାପିତ କରାଯାଇଥିବା କୁହାଯାଉଛି। ଏପଟେ ଭୁବନେଶ୍ୱର ନଂ.୧ ସ୍ମାର୍ଟସିଟି ହେବା ପରେ ରାସ୍ତାଠାରୁ ଆରମ୍ଭ କରି ଟ୍ରାଫିକ ପରିଚାଳନା ଉପରେ ଢେର୍‌ ଗୁରୁତ୍ୱ ଦିଆଯାଉଛି। କହିବାକୁ ଗଲେ ଏସବୁ କ୍ଷେତ୍ରରେ ସରକାର ଯୋଜନା ପରେ ଯୋଜନା ଗଦା କରିଚାଲିଛନ୍ତି। ହେଲେ କାହିଁକି ଭୁବନେଶ୍ୱର ପରି ସହରରେ ନୀତୀଶ୍‌ଙ୍କ ପରି ଜୀବନ ଯାଉଛି, ତାହାକୁ ନେଇ ଏବେ ସବୁଠି ବଡ଼ ପ୍ରଶ୍ନ ଉଠିଛି।

ନେତା ମନ୍ତ୍ରୀଙ୍କୁ ଗୁରୁତ୍ୱ, ଆମ୍ବୁଲାନ୍ସ ପାଇଁ ନାହିଁ ଲେନ୍‌
ରାସ୍ତାରେ ନେତା ମନ୍ତ୍ରୀ ଯିବାବେଳେ ପୋଲିସ ସାଧାରଣ ଲୋକଙ୍କୁ ଅଟକାଇ ସେମାନଙ୍କୁ ସ୍ବତନ୍ତ୍ର ଲେନ୍‌ କରି ନିଆଯାଉଛି। କିନ୍ତୁ ଆମ୍ବୁଲାନ୍ସ ପାଇଁ କିଛି ଲେନ୍‌ ରହୁନାହିଁ। ରାସ୍ତାର ବାମ ପଟେ ଆମ୍ବୁଲାନ୍ସ ପାଇଁ ସ୍ଥାନ ଛାଡିବା ପାଇଁ ବ୍ୟବସ୍ଥା ରହିଥିଲେ ମଧ୍ୟ ଲୋକେ ଗାଡି ଚଳାଇଲାବେଳେ କବ୍‌ଜା କରି ବାଟ ଓଗାଳୁଛନ୍ତି। ରାସ୍ତାରେ ଜାମ୍‌ରେ ଦୀର୍ଘ ସମୟ ଦରି ଫସି ରହୁଛି ଆମ୍ବୁଲାନ୍ସ। ବିଳମ୍ବ ଯୋଗୁ ରୋଗୀଙ୍କ ଜୀବନ ଯାଉଛି ବୋଲି ନୀତୀଶଙ୍କୁ ନେଇ ଯାଉଥିବା ଘରୋଇ ଆମ୍ବୁଲାନ୍ସର ଡ୍ରାଇଭର ଆଲୋକ ଖୁଣ୍ଟିଆ କହିଛନ୍ତି। ସେ କହିଛନ୍ତି, ଶିଶୁଟିକୁ ଶୀଘ୍ର ହସ୍ପିଟାଲରେ ପହଞ୍ଚାଇବା ପାଇଁ ଗାଡ଼ି ବେଗ ବଢ଼ାଇଥିଲି। କିନ୍ତୁ ବେହେରା ସାହି ଛକ ନିକଟରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ଏହାପରେ ଜୟଦେବବିହାର, ନାଲ୍‌କୋ ଛକ, ଡମଣା ଛକ ଆଦିରେ ଆମ୍ବୁଲାନ୍ସ ଫସିଯାଇଥିଲା। ଫଳରେ ଏକ ଘଣ୍ଟାରୁ ଅଧିକ ସମୟ ବିଳମ୍ବ ହୋଇଥିଲା।
ଅବହେଳା ହୋଇଛି କି ନାହିଁ ତଦନ୍ତ ହେବ: କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ
କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଅଶୋକ ପଟ୍ଟାନାୟକ କହିଛନ୍ତି, ଘଟଣା ଅତ୍ୟନ୍ତ ଦୁଃଖଦାୟକ। ଶିଶୁଟି ରବିବାର ଭୋର୍‌ ସମୟରେ ଶିଶୁ ବିଭାଗରେ ଭର୍ତ୍ତି ହେବାବେଳେ କେଉଁ ଡାକ୍ତର ଡ୍ୟୁଟିରେ ଥିଲେ। ତାଙ୍କୁ କିଏ ଦେଖି ଔଷଧ ଦେଇଥିଲେ। ମଙ୍ଗଳବାର ଭୋର୍‌ରେ ଯେଉଁ ଅନଭିଜ୍ଞ ଡାକ୍ତର ତାଙ୍କୁ ଚିକିତ୍ସା କରିଥିବା କୁହାଯାଉଛି ତାହାର ଯାଞ୍ଚ କରାଯିବ। ଯଦି କିଛି ସେଭଳି ଅବହେଳା ପଦାକୁ ଆସେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପଟ୍ଟନାୟକ କହିଛନ୍ତି।
ସିସିଟିଭି ଯାଞ୍ଚ କରିଛୁ, ଆମ୍ବୁଲାନ୍ସ ଅଟକି ନାହିଁ: ଟ୍ରାଫିକ ଡିସିପି
ଟ୍ରାଫିକ ଡିସିପି ସାଗରିକା ନାଥ କହିଛନ୍ତି, ଘଟଣା ସଂକ୍ରାନ୍ତରେ ଗଣମାଧ୍ୟମରୁ ଜାଣିବା ପରେ ମୁଁ ବ୍ୟକ୍ତିଗତଭାବେ ନାଲ୍‌କୋ ଛକ ଟ୍ରାଫିକ ପୋଷ୍ଟକୁ ଯାଇ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲି। ସେଭଳି କୌଣସି ଆମ୍ବୁଲାନ୍ସ ଭିଡ଼ରେ ଫସିଥିବା ଦେଖିବାକୁ ମିଳିନାହିଁ। ୪ ଆମ୍ବୁଲାନ୍ସ ଉକ୍ତ ଛକ ଦେଇ ଯାଇଛି। ୩ ଆମ୍ବୁଲାନ୍ସ ଛକରେ ଅଟକି ନ ଥିବାବେଳେ ଶେଷଟି କିଛି ସମୟ ପାଇଁ ଅଟକିଥିଲା। ଆମ ଟ୍ରାଫିକ ପୋଲିସ ତୁରନ୍ତ ଆମ୍ବୁଲାନ୍ସ ଆଗରୁ ଅନ୍ୟ ଗାଡ଼ି ହଟାଇ ଆଗକୁ ଛାଡ଼ିଥିଲେ।

ଅଭିଜ୍ଞ ଡାକ୍ତର ଦେଖିଥିଲେ ପୁଅ ବଞ୍ଚତ୍ୟାଇଥାନ୍ତା
ଚିକିତ୍ସାରେ ବିଳମ୍ବ ଓ ତ୍ରୁଟି କ୍ୟାପିଟାଲ ହସ୍ପିଟାଲରେ ହିଁ ହେଲା। ମୋ ପୁଅ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ କେହି ଜଣେ ଅନଭିଜ୍ଞ ଡାକ୍ତର ଠିକ୍‌ ଭାବେ ରୋଗ ଚିହ୍ନଟ କରି ନ ପାରି ଥଣ୍ଡା ହୋଇଥିବା କହି ମନଇଚ୍ଛା ଇଞ୍ଜେକ୍ସନ ଓ ଔଷଦ ଦେଲେ। ଶେଷ ମୁହୂର୍ତ୍ତରେ ଜଣେ ବରିଷ୍ଠ ଡାକ୍ତର ଦେଖିଥିଲେ ମଧ୍ୟ ସେତେବେଳକୁ ଦୁଇଦିନ ବିଳମ୍ବ ହୋଇଯାଇଥିଲା। ଫଳରେ ମୋ ପୁଅର ସ୍ବାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ବିଗିଡି ଯାଇଥିଲା ବୋଲି ମୃତ ନୀଲ୍‌ ନୀତୀଶଙ୍କ ବାପା ନିରୋଦ ନାୟକ କହିଛନ୍ତି। ଯଦି ହସ୍ପିଟାଲରେ ଅଭିଜ୍ଞ ଡାକ୍ତର ସବୁ ସମୟରେ ରହିଥାନ୍ତେ ତେବେ ମୋ ପୁଅର ଜୀବନ ଯାଇ ନ ଥାନ୍ତା। ପ୍ରଥମରୁ କ୍ୟାପିଟାଲ ହସ୍ପିଟାଲ ଡାକ୍ତର ଅନ୍ୟତ୍ର ରେଫର କରିଦେଇଥିଲେ ମୁଁ ମୋ ପୁଅକୁ ଘରୋଇ ହସ୍ପିଟାଲ ନେଇ ଭଲ କରି ଦେଇଥାନ୍ତି। ମୋ ପୁଅର ମୃତ୍ୟୁ ପାଇଁ କ୍ୟାପିଟାଲ ହସ୍ପିଟାଲର ଡାକ୍ତର, କର୍ମଚାରୀ ଓ ବ୍ୟବସ୍ଥା ହିଁ ଦାୟୀ। ପୁଅ ଯନ୍ତ୍ରଣା ପାଉଥିବା କର୍ମଚାରୀମାନେ ଦେଖୁଥିଲେ ମଧ୍ୟ ରକ୍ତ ପରୀକ୍ଷା ପାଇଁ ଲାଇନ୍‌ରେ ଆସିବାକୁ ତାଗିଦ୍‌ କରି ବିଳମ୍ବ କରିଦେଇଥିଲେ।

ପୁଣି ଫସିଲା ଆମ୍ବୁଲାନ୍ସ
ସକାଳେ ନାଲ୍‌କୋ ଛକ ଓ ଡମଣା ଛକରେ ଆମ୍ବୁଲାନ୍ସ ଭିଡ଼ରେ ପଶି ଜଣେ ଶିଶୁର ଜୀବନ ଯାଇଥିବାବେଳେ ମଙ୍ଗଳବାର ସନ୍ଧ୍ୟାରେ ମଧ୍ୟ ଖଣ୍ଡଗିରି ଛକରେ ଆଉଏକ ଆମ୍ବୁଲାନ୍ସ ଭିଡ଼ରେ ଫସି ଯାଇଥିଲା। ଏମ୍ସରୁ ଜଣେ ରୋଗୀଙ୍କୁ ଧରି ଏକ ଆମ୍ବୁଲାନ୍ସ ଗୋଟିଏ ଘରୋଇ ହସ୍ପିଟାଲକୁ ନେଉଥିବାବେଳେ ଖଣ୍ଡଗିରି ଛକରେ ଟ୍ରାଫିକ ଜାମ୍‌ରେ ଅଟକି ରହିଥିଲା। ଛକରେ ଗାଡି ଚାଳକମାନେ ରାସ୍ତାକୁ ପୂରା କବ୍‌ଜା କରି ରଖିଥିବାରୁ ଆମ୍ବୁଲାନ୍ସ ଯିବାକୁ ରାସ୍ତା ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri