Posted inଜାତୀୟ

ଶିଶୁଜନ୍ମ ହେବା ପରେ ଗଛ ନ ଲଗାଇଲେ ପଞ୍ଚାୟତରେ ହେବ ନାହିଁ ନାମ ପଞ୍ଜିକରଣ

ସୋଲମ,୮।୭: ହିମାଚଳ ସୋଲମ ଜିଲା ଝାହମାଜରିରେ ଥିବା ଭଟୋଲିକଲାଙ୍ଗ ପଞ୍ଚାୟତରେ ପରିବେଶକୁ ବଞ୍ଚାଇବା ଲାଗି ଏକ ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି। ରବିବାର ଆୟୋଜିତ ଏକ ବିଶେଷ ଗ୍ରାମସଭାରେ ନିଷ୍ପତ୍ତି ନିଆଯାଇଛି କି ଯେଉଁ ପରିବାରରେ ଶିଶୁ ଜନ୍ମ ହେବ ସେହି ପରିବାରର ସଦସ୍ୟ ଗୋଟିଏ ଗଛ ଲଗାଇବେ। ଓ୍ବାର୍ଡ ମେମ୍ବର ଗଛ ଲଗାଯାଇଛି କି ନା ଯାଞ୍ଚ କରିବା ପରେ ଯାଇ ଶିଶୁଟିର ନାଁ ଗ୍ରାମପଞ୍ଚାୟତରେ ଥିବା ରେଜିଷ୍ଟରରେ ପଞ୍ଜିକରଣ କରାଯିବ। ଏହାପରେ ଉକ୍ତ ପଞ୍ଚାୟତର ଲୋକେ ଦାବି କରୁଛନ୍ତି କି ଏଭଳି ଏକ ନିଷ୍ପତ୍ତି ନେବାରେ ଏହା ଦେଶର ପ୍ରଥମ ପଞ୍ଚାୟତ। ଯଦି କେହି ଏଥିରେ ଅରାଜି ହୁଅନ୍ତି ତେବେ ତାଙ୍କୁ ବୃକ୍ଷରୋପଣ ପାଇଁ ପ୍ରେରିତ କରାଯିବ। କାହା ଉପରେ ଏହା ବାଧ୍ୟବାଧକତାରେ ଲଦି ଦିଆଯିବ ନାହିଁ। ଏଥିପାଇଁ ଲୋକଙ୍କର ସହଯୋଗ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରିପଲ୍‌ ତଲାକ୍‌ ବିଲ୍‌କୁ ବିରୋଧ କରିବ ଜେଡିୟୁ

ପାଟନା, ୧୪।୬: କେନ୍ଦ୍ର କ୍ୟାବିନେଟ ଟ୍ରିପିଲ ତଲାକ ବିଲକୁ ମଞ୍ଜୁରୀ ଦେଇଛି। ଅଗାମୀ ସଂସଦୀୟ ଅଧିବେଶନରେ ଏହି ବିଲ୍‌ ଆସିବ ବୋଲି ପଥ ପରିଷ୍କାର ହୋଇଛି।...

ଜଗନମୋହନଙ୍କ ନୂଆ ଯୋଜନା: ଆନ୍ଧ୍ରପ୍ରଦେଶରେ ହେବ ୩ ରାଜଧାନୀ

ହାଇଦ୍ରାବାଦ୍‌,୧୮।୧୨: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀ ରାଜ୍ୟରେ ୩ ରାଜଧାନୀ ପ୍ରତିଷ୍ଠା ପାଇଁ ନୂଆ ଯୋଜନା କରିଛନ୍ତି। ଏନେଇ ବିଧାନସଭାରେ ସେ ସଙ୍କେତ ଦେଇଛନ୍ତି।...

୧୦ ହଜାର ଶିକ୍ଷକଙ୍କୁ ପିଅନ, ମାଳି କରାଇବାକୁ ଚାହୁଁଛନ୍ତି ଏହି ରାଜ୍ୟ ସରକାର

ଅଗରତାଲା,୨୯।୭: ତ୍ରିପୁରା ସରକାର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଏହି ପିଟିଶନରେ ୧୦ ହଜାରର ପୋଷ୍ଟ ଗ୍ରାଜୁଏଟ, ଗ୍ରାଜୁଏଟ ଏବଂ ଅଣ୍ଡର ଗ୍ରାଜୁଏଟ୍‌ ଶିକ୍ଷକଙ୍କୁ...

ରାମ ମନ୍ଦିର ଟ୍ରଷ୍ଟକୁ ମିଳିଲା ପ୍ରଥମ ଦାନ

ନୂଆଦିଲ୍ଲୀ,୬।୨: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ଗଠନ କରାଯାଇଥିବା ଟ୍ରଷ୍ଟକୁ ଦାନ ମିଳିବା ଆରମ୍ଭ ହୋଇଛି। ମୋଦି ସରକାର ନବ ଗଠିତ ଟ୍ରଷ୍ଟକୁ ମନ୍ଦିର...

ପୋଲିସ ବାବୁଙ୍କୁ ଚଟକଣା ମାରିଲେ ବାଲି ମାଫିଆ

ଭୋପାଳ, ୧୮।୭: ମଧ୍ୟପ୍ରଦେଶରେ ଆଇନଶୃଙ୍ଖଳା ସ୍ଥିତି ଧୀରେଧୀରେ ବିପନ୍ନ ହେବାରେ ଲାଗିଛି। ଅପରାଧୀଙ୍କ ମନରେ ପୋଲିସ ପ୍ରତି ଭୟ ନ ଥିବା ଦେଖିବାକୁ ମିଳୁଛି। ଏବେ...

ଶିବସେନାକୁ ସମର୍ଥନ କଲେ ଆଉ ୨ ବିଧାୟକ

ମୁମ୍ବାଇ,୨୭।୧୦: ମହାରାଷ୍ଟ୍ରରେ ସରକାର ଗଠନ କରିବା ପୂର୍ବରୁ ଶିବସେନାକୁ ଆଉ ୨ ବିଧାୟକଙ୍କ ସମର୍ଥନ ମିଳିଛି। ପ୍ରହାର ଜନଶକ୍ତି ପାର୍ଟିର ଏହି ୨ ବିଧାୟକ ସମର୍ଥନ...

ସାନ ଭାଇଙ୍କୁ ଦେଖାଇ ବଡ଼ଙ୍କ ସହ କଲେ ବାହାଘର, ୪ ପୁଅଙ୍କ ସହ ସମ୍ପର୍କ ରଖିବାକୁ ଶାଶୁ କରୁଥିଲେ ବାଧ୍ୟ

ଲକ୍ଷ୍ନୌ,୧୦।୧: ଉତ୍ତରପ୍ରଦେଶର ଗାଜିଆବାଦରେ ଅନନ୍ୟ ବିବାହର ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ମଧ୍ୟସ୍ଥି ସାନ ଭାଇକୁ ଦେଖାଇ ଜଣେ କନ୍ୟାଙ୍କର ବଡ଼ଙ୍କ ସହ ବିବାହ...

ସାବୁନ୍‌ ପ୍ୟାକେଟ୍‌ରେ ସୁନା ଚୋରାଚାଲାଣ, ଏମିତି ନେଉଥିଲେ ଚାଲାଣକାରୀ ଦେଖନ୍ତୁ ଏହି ଭିଡିଓ

ଚେନ୍ନାଇ,୫ା୯: ତାମିଲନାଡୁର ତିରୁଚିରାପଲ୍ଲୀ ବିମାନବନ୍ଦରରୁ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଚୋରା ଚାଲାଣକାରୀ ସାବୁନ ପ୍ୟାକେଟ୍‌ରେ ସୁନା ଚୋରା ଚାଲାଣ...

Play 250+ Trending Games
Archives

Model This Week

Why Dharitri