ଶିଶୁଙ୍କ ସୁରକ୍ଷା

ଶିଶୁମାନଙ୍କ ସୁରକ୍ଷା, ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି। ମାତ୍ର କେତେକ କ୍ଷେତ୍ରରେ ଶିଶୁମାନଙ୍କ ଭବିଷ୍ୟତ ବାଟବଣା ହୋଇଯାଉଛି । ଅଧିକାଂଶ ଶିଶୁ ଅଧାରୁ ପାଠ ଛାଡୁଥିବା ଦେଖିବାକୁ ମିଳୁଛି। ମାଲକାନଗିରି ଜିଲାରେ ଶିଶୁ ସୁରକ୍ଷା ବିଭାଗର ସର୍ଭେ ଅନୁଯାୟୀ ଜିଲାରେ ୮ ହଜାର ଅନାଥ ଶିଶୁ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୩୫୪ ଜଣ ସମ୍ପୂର୍ଣ୍ଣ ମା’ବାପା ଛେଉଣ୍ଡ । ଅନ୍ୟ ଶିଶୁମାନଙ୍କ ମଧ୍ୟରୁ କାହାର ବାପା ଅଛନ୍ତି ତ କାହାର ମା’ ନାହାନ୍ତି। ମା’ କିମ୍ବା ବାପା ଅଥବା ସମ୍ପର୍କୀୟଙ୍କ ନିକଟରେ ରହୁଥିବା ଶିଶୁମାନେ ସେମାନଙ୍କ ସମ୍ପର୍କୀୟଙ୍କ ସହ ଜିଲା ଏବଂ ରାଜ୍ୟ ବାହାରକୁ ଦାଦନ ଖଟିବା ପାଇଁ ଯାଉଛନ୍ତି। ହେଲେ ସେମାନଙ୍କୁ ନାନା ନିର୍ଯାତନା ସହିବାକୁ ପଡୁଛି । ବିଶେଷ କରି ରାଜ୍ୟ ବାହାରକୁ ଯାଉଥିବା ଶିଶୁଶ୍ରମିକମାନେ ଅର୍ଥ ବଦଳରେ ମାଡ଼ଗାଳି ଖାଇ ଫେରୁଛନ୍ତି ।
ଅନ୍ୟପକ୍ଷେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଥିବା ଶିଶୁମାନଙ୍କ ପାଠପଢା ଅଧାରୁ ବନ୍ଦ ହୋଇଯାଉଛି । ବିଶେଷ କରି ବିଭିନ୍ନ ସ୍କୁଲରେ ପାଠ ପଢୁଥିବା ଗ୍ରାମାଞ୍ଚଳର ଶିଶୁଙ୍କ ପରିବାର ଧାନ ଅମଳ ପରେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥାନ୍ତି। ଜିଲାରେ ଚାଇଲ୍‌ଡ ଲାଇନ୍‌ ଦ୍ୱାରା ୨୦୧୭ରୁ ୨୦୧୯ ମସିହା ମଧ୍ୟରେ ୯୪୯ ଶିଶୁଶ୍ରମିକ ଉଦ୍ଧାର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୭୬ ଶିଶୁଙ୍କୁ ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରାଯାଇଥିଲା। ଶିଶୁ ମଙ୍ଗଳ ସମିତି ଏହି ଶିଶୁମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ସେମାନଙ୍କ ଥଇଥାନ ଓ ଶିକ୍ଷା ପାଇଁ ଶିଶୁ ସୁରକ୍ଷା ବିଭାଗକୁ ହସ୍ତାନ୍ତର କରିଛି। ଊଦ୍ଧାର ଶିଶୁମାନଙ୍କ ଶିକ୍ଷା ଗ୍ରହଣ ଲାଗି ବିଭିନ୍ନ ବିଦ୍ୟାଳୟରେ ବ୍ୟବସ୍ଥା କରାଯାଇଛି। ଜିଲାରେ ପରିବର୍ତ୍ତନ ଶିଶୁ ଗୃହରେ ୫୫ ଜଣ, କୋରୁକୋଣ୍ଡା ନୀଳାଚଳ ଶିଶୁ ଗୃହରେ ୩୫ଜଣ, ଟାଗୋର ସୋସାଇଟି ମାର୍କେଲଗୁଡା ଶିଶୁ ଗୃହରେ ୫୦ ଜଣ ଏବଂ ନାୟକ ଗୁଡାସ୍ଥିତ ଇର୍ମାବାକା ଅନ୍ଧ ମୂକ ବିଦ୍ୟାଳୟରେ ୭୦ ଜଣ ଶିଶୁ ଅଛନ୍ତି। ଯେଉଁ ଶିଶୁମାନେ ସେମାନଙ୍କ ମା’ କିମ୍ବା ବାପା ଅଥବା ସମ୍ପର୍କୀୟଙ୍କ ନିକଟରେ ଅଛନ୍ତି ସେମାନଙ୍କ ଶିକ୍ଷାଗ୍ରହଣ ଏବଂ ଭବିଷ୍ୟତ ନିରାପଦ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବା ଉପରେ ଗୁରୁତ୍ୱ ଦେବାକୁ ଦାବି ହୋଇଛି । ଏହି ଶିଶୁମାନଙ୍କ ଭବିଷ୍ୟତ ପ୍ରତି ଜିଲା ପ୍ରଶାସନ ଗୁରୁତ୍ୱ ଦେଲେ ସେମାନେ ‘ଶ୍ରମିକ’ ହେବାରୁ ରକ୍ଷା ପାଇପାରନ୍ତେ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। କେବଳ ଜିଲା ପ୍ରଶାସନ ନୁହେଁ ସବୁ କ୍ଷେତ୍ରରେ ଏଥିପାଇଁ ଉଦ୍ୟମ ହେବା ଉଚିତ ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri