ଶିଡ଼ିରୁ ପଡ଼ି ବାୟୁସେନା ଅଧିକାରୀ ମୃତ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ

କାମାକ୍ଷାନଗର, ୧୬।୧୨(ଡି.ଏନ୍‌.ଏ.) କର୍ମସ୍ଥଳରେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିବା ଭାରତୀୟ ବାୟୁସେନାର ଜୁନିୟର ଓ୍ବାରେଣ୍ଟ ଅଫିସର ଧନେଶ୍ବର ସାହୁଙ୍କ ଶେଷକୃତ୍ୟ ରବିବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି। ଏହାକୁ ନେଇ ପୈତୃକ ଗ୍ରାମ କାମାକ୍ଷାନଗର ବ୍ଲକ ବାରୁଅଁା (କା)ରେ ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ।
ଧନେଶ୍ବର ରାଜସ୍ଥାନର ନାଲ ବାୟୁସେନା କାର୍ଯ୍ୟାଳୟରେ ନିୟୋଜିତ ଥିଲେ। ଡିସେମ୍ବର ୧ରେ ଡ୍ୟୁଟି ସାରି କ୍ୱାର୍ଟର୍ସକୁ ଫେରିବା ବେଳେ ସେ ଅସାବଧାନତାବଶତଃରୁ ଶିଡିରୁ ଖସିପଡ଼ିଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସେ କୋମାରେ ଥିଲେ। ସେଠାକାର ସେନା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଯାଇଥିଲା। ରବିବାର ଏକ ସ୍ବତନ୍ତ୍ର ଗାଡ଼ିରେ ମରଶରୀର ଗ୍ରାମକୁ ଅଣାଯାଇଥିଲା। ସରପଞ୍ଚ ମମତା ମାହୁନ୍ତ, ସମିତିସଭ୍ୟ ଦୀପକ ମାହୁନ୍ତ, ଜିଲା ପରିଷଦ ସଭ୍ୟ ହୃଦାନନ୍ଦ ପରିଡ଼ା, ବାୟୁସେନାର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ତୋପସଲାମୀ ଦିଆ ଯିବାପରେ ଅନ୍ତିମ ସଂସ୍କାର କରାଯାଇଥିଲା। ଧନେଶ୍ୱର ୧୯୯୭ରେ ଚାକିରିରେ ଯୋଗଦେଇଥିଲେ। ତାଙ୍କ ଘରେ ମା’, ସ୍ତ୍ରୀ ଏବଂ ୨ ପୁଅ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଠଭାଡ଼ିରୁ ୧ ନାଗୁଣୀ, ୫୫ ଅଣ୍ଡା ଉଦ୍ଧାର

ଭଣ୍ଡାରିପୋଖରୀ,୧୪।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନେରଡ଼ା ପଞ୍ଚାୟତ ଡାହାଲା ଗ୍ରାମର ସୂର୍ଯ୍ୟମଣି ରାଉତଙ୍କ ବାଡ଼ିରେ ଥିବା କାଠଭାଡ଼ିରେ ସାପ ଥିବା ଶୁକ୍ରବାର ଜଣାପଡ଼ିଥିଲା। ଖବର...

ଓଳାଶୁଣୀ ମେଳାରେ ୧୪୪ ଧାରା

ବାଲିଚନ୍ଦ୍ରପୁର,୯।୨(ସ୍ବ.ପ୍ର.): ପ୍ରସିଦ୍ଧ ଓଳାଶୁଣୀ ଗୁମ୍ପାମେଳା ରବିବାରଠାରୁ ଆରମ୍ଭ ହୋଇଛି। ଚଳିତ ବର୍ଷ କୋଭିଡ଼ କଟକଣା ଯୋଗୁ ଭକ୍ତମାନଙ୍କୁ ମେଳାକୁ ଆସିବାକୁ ବାରଣ କରାଯାଇଥିଲା। କେବଳ ମହାପୁରୁଷଙ୍କ...

କଟକରେ ରଜ କଟକଣା: ଭିଡ଼ ଜଗିବ ୩ଟି ଟିମ୍‌

କଟକ ଅଫିସ,୧୩।୬: ଆସନ୍ତା ସୋମବାର ଏବଂ ମଙ୍ଗଳବାର ରଜ ଯୋଗୁ ବଜାର ଭିଡ଼ ରହିବାର ସମ୍ଭାବନା ରହିଛି। ଅନେକ ସ୍ଥାନରେ ରଜ ଖେଳିବା ପାଇଁ ପ୍ରସ୍ତୁତି...

ବିଭିନ୍ନ ଦାବିରେ ରେଳରୋକୋ

ପାରଳାଖେମୁଣ୍ଡି,୧୦ା୬(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ରେଳ ଷ୍ଟେଶନରେ ଶୁକ୍ରବାର ସକାଳୁ ସ୍ଥାନୀୟ ଲୋକେ ବିଭିନ୍ନ ଦାବି ନେଇ ରେଳରୋକୋ କରିଛନ୍ତି। ଦାବିଗୁଡ଼ିକ ମଧ୍ୟରେ ଷ୍ଟେଶନର ଦୋହରୀକରଣ,...

ନିଶ୍ଚିନ୍ତକୋଇଲିରେ ଅମ୍ଫନ୍‌ ରଚିଲା ତାଣ୍ଡବ

ନିଶ୍ଚିନ୍ତକୋଇଲି,୨୦।୫(ସ୍ବ.ପ୍ର.): ମହାବାତ୍ୟା ଅମ୍ଫନ୍‌ କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକରେ ବୁଧବାର ତାଣ୍ଡବ ରଚିଛି। ଏହି ବ୍ଲକରେ ଥିବା ୪୧ଟି ପଞ୍ଚାୟତ ମଧ୍ୟରୁ ୩୦ଟିରେ ଗମନାଗମନ ଠପ୍‌...

ଧାନ ଅମଳ ପୂର୍ବରୁ ରୋଗପୋକ ଆତଙ୍କ

ପାରଳାଖେମୁଣ୍ଡି,୮ା୧୧(ଡି.ଏନ୍‌.ଏ.): ଗଜପତି ଜିଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଉପଲଡ଼ା ଅଞ୍ଚଳର ଏକର ଏକର ଜମିରେ ଦେଖାଦେଇଛି ଭିନ୍ନ ଏକ ପ୍ରଜାତିର ପୋକ ବ୍ଲାଷ୍ଟ। ଧାନ ଗଛକୁ...

କୃଷି ବିଭାଗ କୋମାରେ

ସାତମାଇଲ, ୬ା୫ ଅକ୍ଷୟତୃତୀୟାରେ ସରିଛି ଅଖିମୁଠି ଅନୁକୂଳ। ବିହନ ବୁଣି ଚାଷ ପାଇଁ ପାଗ ଭିଡ଼ିଲେଣି ଚାଷୀ। ଚଳିତ ବର୍ଷ ମୌସୁମୀ ବର୍ଷା ସ୍ବାଭାବିକ ହେବ...

୫ ଦିନ ବନ୍ଦ ରହିବ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ, ହସ୍ପିଟାଲ: ଜାଣନ୍ତୁ କେଉଁ ଦିନରୁ କେଉଁ ଦିନ

କୋରାପୁଟ,୩୧।୭(ସ୍ବ.ପ୍ର.): କୋରାପୁଟ ଜିଲାରେ କରୋନା କାୟା ବିସ୍ତାର କରି ଚାଲିଥିବା ବେଳେ ଶୁକ୍ରବାରଠାରୁ ୫ ଦିନ ପର୍ଯ୍ୟନ୍ତ ସହରରେ ଥିବା ସହିଦ ଲକ୍ଷ୍ମଣ ନାୟକ ମେଡିକାଲ...

Advertisement
Archives

Model This Week