ଶିକ୍ଷୟିତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ସତ୍ୟତା ନାହିଁ, ତଦନ୍ତ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହୋଇଛି: ମନ୍ତ୍ରୀ

ବାଲିଆପାଳ/ଭୁବନେଶ୍ୱର,୭।୧୧(ସ୍ବ.ପ୍ର./ଡି.ଏନ୍‌.ଏ./ବ୍ୟୁରୋ): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଜାଠିଆଠାରେ ଥିବା ଏକ ବିଦ୍ୟାଳୟର ଜନୈକା ଶିକ୍ଷୟିତ୍ରୀଙ୍କୁ ପ୍ରଧାନଶିକ୍ଷକ ଯୌନ ନିର୍ଯାତନା ଦେବା ଅଭିଯୋଗ ମାମଲାରେ ସତ୍ୟତା ନାହିଁ। ତଦନ୍ତ ରିପୋର୍ଟ ଆସିବା ପରେ ଏହା ସ୍ପଷ୍ଟ ହୋଇଛି। ହେଲେ ବିଦ୍ୟାଳୟରେ ସୁସ୍ଥ ପରିବେଶ ପାଇଁ ପ୍ରଧାନଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ତାଙ୍କ ସହ ଅନ୍ୟ ୨ ଜଣ ଶିକ୍ଷକଙ୍କୁ ମଧ୍ୟ ବଦଳି କରାଯାଇଛି। ଖାଲି ସେତିକି ନୁହେଁ ଅଭିଯୋଗ ଆଣିଥିବା ଶିକ୍ଷୟିତ୍ରୀଙ୍କୁ ମଧ୍ୟ ଅନ୍ୟତ୍ର ବଦଳି କରାଯାଇଥିବା ଗୁରୁବାର ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଯୌନ ନିର୍ଯାତନା ଦେଉଥିବା ନେଇ ବୁଧବାର ଶିକ୍ଷୟିତ୍ରୀ ବାଲିଆପାଳ ଥାନାରେ ଅଭିଯୋଗ କରିଥିଲେ। ପରେ ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ଉକ୍ତ ପ୍ରଧାନଶିକ୍ଷକ ତାଙ୍କୁ ବିଭିନ୍ନ ସମୟରେ ଅସଦାଚରଣ କରିବା ସହ ଅଫିସରେ ଏକୁଟିଆ ପାଇ ଯୌନ ନିର୍ଯାତନା ଦେଉଥିବା ନେଇ ଶିକ୍ଷୟିତ୍ରୀ ଅଭିଯୋଗରେ ଦର୍ଶାଇଥିଲେ। ଗଣମାଧ୍ୟମରେ ଏହା ପ୍ରଚାର ହେବା ପରେ ମନ୍ତ୍ରୀ ଦାଶ ତୁରନ୍ତ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ଜିଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଧାର ବାଧ୍ୟତାମୂଳକ ନ କରିବାକୁ ଦାବି

କଟକ ଅଫିସ୍‌,୨୭।୪: ଲକ୍‌ଡାଉନ୍‌ ପରେ ପ୍ରବାସୀ ଶ୍ରମିକମାନେ ବହୁ ଅସୁବିଧାରେ ରହିଛନ୍ତି। ରହୁଥିବା ସ୍ଥାନରେ ସମସ୍ୟା ଦେଖାଦେବାରୁ ସେମାନେ ଭିଟାମାଟିକୁ ଫେରିବାକୁ ଚାହୁଁଛନ୍ତି। ଓଡ଼ିଶା ସରକାର...

ସୁରଟରୁ ବସ୍‌ ନୁହେଁ, ଟ୍ରେନ୍‌ରେ ଫେରିବେ ଶ୍ରମିକ

ଭୁବନେଶ୍ୱର,୬ା୫(ବ୍ୟୁରୋ): ଗୁଜରାଟର ସୁରଟରୁ ଓଡ଼ିଶା ଫେରୁଥିବା ଶ୍ରମିକମାନେ ଆଉ ବସ୍‌ରେ ଆସିବେ ନାହିଁ। ଦୀର୍ଘବାଟ ହୋଇଥିବାରୁ ଫେରିବା ସମୟରେ ଖାଇବା ପିଇବାରେ ଅସୁବିଧା, ଅଂଶୁଘାତ, ଦୁର୍ଘଟଣା...

୧୬ ନମ୍ବର ଜାତୀୟ ରାଜପଥ ଏବେ ମରଣଯନ୍ତା

ଖୋର୍ଦ୍ଧା ଅଫିସ,୨୮।୧୨: ଭୁବନେଶ୍ୱର-ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥ ଏବେ ମରଣଯନ୍ତା ପାଲଟିଛି। ରାଜପଥର ଖୋର୍ଦ୍ଧା ଓ ଭୁବନେଶ୍ୱର ମଧ୍ୟରେ ଗତ ମେ ମାସରୁ ଡିସେମ୍ବର...

ଶ୍ରୀମନ୍ଦିର ନିରାପତ୍ତା ବଳୟ ପାଇଁ ଅଭୂତପୂର୍ବ ସମର୍ଥନ: ୪୦ ଦିନରେ ୭୫ ପ୍ରତିଶତ ଜମି ସଂଗ୍ରହ

ଭୁବନେଶ୍ୱର,୩।୧୨(ବ୍ୟୁରୋ): ଶ୍ରୀମନ୍ଦିର ନିମନ୍ତେ ନିରାପତ୍ତା ବଳୟ ସୃଷ୍ଟି ପାଇଁ ଏହାର ୭୫ ମିଟର ପରିସରରେ ଥିବା ସ୍ଥାବର ସମ୍ପତ୍ତି ତ୍ୟାଗ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ବିଜେପୁର ଉପନିର୍ବାଚନ: ୩ଟା ସୁଦ୍ଧା ୫୬.୫% ମତଦାନ

ବରଗଡ଼ ଅଫିସ/ବିଜେପୁର, ୨୧।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ସୋମବାର ମତଦାନ ଚାଲିଛି । ନିର୍ବାଚନମଣ୍ଡଳୀର ୨୮୫ ବୁଥ୍‌ରେ ମତଦାନ ପ୍ରକ୍ରିୟା ଚାଲିଥିବା ବେଳେ...

ଶିକ୍ଷୟିତ୍ରୀଙ୍କ ବଦଳି ପ୍ରତିବାଦରେ ଛାତ୍ରୀଛାତ୍ରଙ୍କ ଧାରଣା

ପଦ୍ମପୁର,୧୪।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଲୁଙ୍କାର ଶ୍ରୀଧର-ଏକାଦମୀ ନୋଡାଲ ଉଚ୍ଚ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କ ବଦଳି ପ୍ରତିବାଦରେ ଶନିବାର ଛାତ୍ରୀଛାତ୍ର ବିଦ୍ୟାଳୟ ସମ୍ମୁଖରେ...

ଲକ୍‌ଡାଉନ୍‌ରେ ଥିଲେ ଠାକୁର: ବାଗ୍‌ଚୀ

ଭୁବନେଶ୍ୱର,୨୩।୩(ବ୍ୟୁରୋ)କରୋନା ଭୂତାଣୁର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଆସନ୍ତା ୨୯ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ୫ଟି ଜିଲା ସହିତ ୮ଟି ସହରରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି।...

ଖଣିଜ ପରିବହନ ଉପରେ ଗୁରୁତ୍ୱ ଦିଅ: ଜିଲାପାଳ

ଯୋଡ଼ା,୧ା୫ (ଡି.ଏନ୍‌.ଏ.)-ଖଣିଜ ପରିବହନକୁ ସୁଚାରୁରୂପେ କରିବା ନେଇ କେନ୍ଦୁଝର ଜିଲା ଯୋଡା ପୌରପାଳିକା ସଭାଗୃହଠାରେ ଗୁରୁବାର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲାପାଳ ଆଶିଷ...

Play 250+ Trending Games
Archives

Model This Week

Why Dharitri