ଶିକ୍ଷା, ସେବା ଯୋଗାଇବା ଆସ୍‌ମାଙ୍କ ନିଶା

ଯୋଡ଼ା, ୨।୩(ଡି.ଏନ.ଏ.)-ଧର୍ମକୁ ନେଇ ସବୁଆଡ଼େ ହିଂସା ବିବାଦ ଚାଲିଥିବା ବେଳେ କେନ୍ଦୁଝର ଜିଲା ଅନ୍ତର୍ଗତ ଯୋଡା ସହରର ମୁସଲିମ୍‌ ମହିଳା ଆସ୍‌ମା ଖାତୁନ୍‌ ଦେଇଚାଲିଛନ୍ତି ନିରବଚ୍ଛିନ୍ନ ଭାବେ ଶିକ୍ଷାଦାନ ଓ ସେବା। ଜାତି ଧର୍ମ ନିର୍ବିଶେଷରେ ଛୋଟ ଛୋଟ ପିଲାମାନଙ୍କୁ ଶିକ୍ଷାଦାନ ଓ ସାଧାରଣ ଲୋକଙ୍କୁ ସେବା ଯୋଗାଇବା ତାଙ୍କର ଯେପରି ଏକ ନିଶା ପାଲଟିଛି। ଦୀର୍ଘ ୨୦ ବର୍ଷ ଧରି ଅଞ୍ଚଳରେ ବେବି ଦିଦି ନାମରେ ପରିଚିତ ଥିବା ଆସ୍‌ମା ଖାତୁନ୍‌ ଏହି ସେବା ନିଶୁଳ୍କ ଓ ନିଃସ୍ବାର୍ଥପରଭାବେ ଯୋଗାଇଆସୁଛନ୍ତି। ଏହିପରି କାର୍ଯ୍ୟ ଦେଖି ୭ ବର୍ଷ ତଳେ ତାଙ୍କୁ ଅଙ୍ଗନଓ୍ବାଡିରେ ଶିକ୍ଷା ସହାୟିକା ଭାବେ ନିଯୁକ୍ତି ମିଳିଥିଲା। ଏ ସମ୍ପର୍କରେ ଆସ୍‌ମା ତାଙ୍କ ପ୍ରତିକ୍ରିୟାରେ କହନ୍ତି ଯେ, ସ୍ବାମୀଙ୍କ ମୃତ୍ୟୁ ପରେ ତାଙ୍କ ଝିଅପୁଅଙ୍କୁ ବହୁ କଷ୍ଟ ସହି ପାଠ ପଢାଇଥିଲେ ା ଦୁଃଖ ଓ ଦାରିଦ୍ର୍ୟ ହେତୁ ତାଙ୍କ ଝିଅ ଓ ପୁଅଙ୍କୁ ସେ ଉଚ୍ଚ ଶିକ୍ଷିତ କରିପାରିନଥିଲେ। ଏହି ଦୁଃଖ ତାଙ୍କୁ ଗରିବ ଶିଶୁ ମାନଙ୍କୁ ଶିକ୍ଷା ଦାନ କରିବା ପାଇଁ ପ୍ରେରଣା ଯୋଗାଇଥିଲା। ସକାଳୁ ଉଠି ବିଭିନ୍ନ ବସ୍ତିର ଗରିବ କୁନି କୁନି ଶିଶୁମାନଙ୍କୁ ଆଣି ସେ ପାଠ ପଢାଇଥାନ୍ତି। ଏପରିକି ସେ ନିଃସ୍ବାର୍ଥପର ଭାବେ ବିନା ଘୃଣାରେ ସେମାନଙ୍କର ନିତ୍ୟକର୍ମ କରିଥାନ୍ତି।
ଆସ୍‌ମା ମୟୂରଭଞ୍ଜ ଜିଲା କରଞ୍ଜିଆ ଅଞ୍ଚଳରେ ରହି ଏକ ଓଡିଆ ମିଡିୟମ ସ୍କୁଲରେ ପାଠ ପଢିଥିଲେ। ଏତଦ୍‌ବ୍ୟତୀତ ଧର୍ମ, ଜାତି ନିର୍ବିଶେଷରେ ଗରିବ ଲୋକମାନଙ୍କୁ ରାଶନକାର୍ଡ, ବିଭିନ୍ନ ଭତ୍ତା, ଜନ୍ମମୃତ୍ୟୁ ପ୍ରମାଣପତ୍ର ପ୍ରଭୃତି କାର୍ଯ୍ୟରେ ସେ ସହାୟତା ପ୍ରଦାନ କରିଥାନ୍ତି। ଯେଉଁ ଶିଶୁ ମାନେ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଆସିପାରି ନ ଥାନ୍ତି। ସେମାନଙ୍କ ଘରକୁ ଘର ଯାଇ ଅଙ୍ଗନଓ୍ବାଡିକୁ ଆସିଥିବା ଔଷଧ ବାଣ୍ଟିଥାନ୍ତି। ସେ ଜଣେ ମୁସଲିମ୍‌ ସମ୍ପ୍ରଦାୟର ହୋଇଥିଲେ ହେଁ, ସ୍ଥାନୀୟ ଶିଶୁମାନଙ୍କର ଯତ୍ନ ନେବା ଓ ସେମାନଙ୍କୁ ନିଶୁଳ୍କ ପାଠ ପଢାଇବାକୁ ତାଙ୍କ ସମ୍ପ୍ରଦାୟର କେହି ଏଥିରେ ବିରୋଧ କରୁ ନ ଥିବା ବରଂ ଏହି କାର୍ଯ୍ୟ ପାଇଁ ତାଙ୍କୁ ସମର୍ଥନ କରିବା ସହିତ ଉତ୍ସାହିତ କରୁଥିବା ସେ କହିଛନ୍ତି। ଶିକ୍ଷା ଓ ସେବା ଯୋଗାଇବା ଦ୍ୱାରା ସେ ଖୁବ୍‌ ଆନନ୍ଦିତ ଅନୁଭବ କରନ୍ତି। ବହୁ ସଂଖ୍ୟାରେ ଅଞ୍ଚଳରେ ଗରିବ ଶିଶୁ ମାନଙ୍କୁ ଆଗାମୀ ଦିନରେ ଏହି ସେବା ଯୋଗାଇବା ତାଙ୍କର ଲକ୍ଷ୍ୟ ରହିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର, ଗର୍ଭବତୀ ହେବାରୁ…

ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ବହୁ ପ୍ରତୀକ୍ଷାର ଅନ୍ତ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଖୋଲିଲା ଶାଳପଡ଼ା ଓଭରବ୍ରିଜ୍‌

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ଶାଳପଡ଼ା ଓଭରବ୍ରିଜ ଶୁକ୍ରବାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆସନ୍ତା ୧୨ ତାରିଖର ଗସ୍ତକୁ ଦୃଷ୍ଟିରେ…

ପ୍ରେମରେ ପ୍ରତାରଣା ପାଇବା ପରେ ଟାଓ୍ବାର ଉପରକୁ ଚଢିଗଲେ ଯୁବକ, ତା’ପରେ ଘଟିଲା…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): ପ୍ରେମରେ ପ୍ରତାରଣା ପାଇବା ପରେ ଯୁବକ ୩୩ କେଭି ଟାୱାରରେ ଚଢି ଜୀବନ ହାରିବା ପାଇଁ ଚେଷ୍ଟା କରୁଥିବାବେଳେ ପୋଲିସ ପହଞ୍ଚି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri