ଶିକ୍ଷକ କର୍ମଶାଳା ଉଦ୍‌ଯାପିତ

ସବ୍‌ଡ଼େଗା, ୨୬।୪ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା ସବ୍‌ଡେଗା ବ୍ଲକ ଅନ୍ତର୍ଗତ ସମସ୍ତ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଜଣେ ଲେଖାଏଁ ସହକାରୀ ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ନେଇ ଏକ ଦିବସୀୟ କର୍ମଶାଳା ଆୟୋଜିତ ହୋଇଥିଲା। ସବ୍‌ଡେଗା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ସ୍ଥାନୀୟ ନ୍ୟୁ ଓଡ଼ିଶା ଉଚ୍ଚ ବିଦ୍ୟାଳୟ ଗାଈବିରାଠାରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଛାତ୍ରୀଛାତ୍ରଙ୍କ ପାଇଁ ଛୁଟି ଘୋଷଣା କରିଥିବା ବେଳେ ମେ ୪ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲା ରହିବ। ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ବିଦ୍ୟାଳୟକୁ ଆସିବା ପାଇଁ ବିଭାଗ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଥିବା ଜଣାପଡିଛି। ଛାତ୍ରୀଛାତ୍ର ବିଦ୍ୟାଳୟକୁ ଆସୁ ନ ଥିବା ବେଳେ ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ବିଦ୍ୟାଳୟକୁ ନିୟମିତ ଆସୁଛନ୍ତି। ଏଣୁ ଏହି ସମୟରେ ଶିକ୍ଷୟିତ୍ରୀ, ଶିକ୍ଷକମାନେ ଚଳିତ ଶିକ୍ଷାବର୍ଷ ପାଇଁ କଣ ସବୁ କାର୍ଯ୍ୟକ୍ରମ ହାତକୁ ନେବେ କଣ ସବୁ ଯୋଜନା ପ୍ରସ୍ତୁତ କରିବେ ସେସବୁ ବିଷୟରେ ଏହି କର୍ମଶାଳାରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଉଜ୍ଜଳ ଏବଂ ଉତ୍‌ଥାନ କାର୍ଯ୍ୟକ୍ରମ ପାଇଁ ଯୋଜନା ପ୍ରସ୍ତୁତି, ରେକର୍ଡ ପ୍ରସ୍ତୁତି, ବିଦ୍ୟାଳୟ ନଥିପତ୍ର ପ୍ରସ୍ତୁତି, କ୍ୟାସବହି ଲିପିବଦ୍ଧ, ସ୍କୁଲ ପରିସର, ଶ୍ରେଣୀ ଗୃହ, ସଫା ସୁତରା, ରଙ୍ଗ ଧଉଳାକରଣ, ଶ୍ରେଣୀ ଗୃହ ଓ ବିଦ୍ୟାଳୟର ନାମଲିଖିନ, ଅତ୍ୟାବଶ୍ୟକ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଆଦି କାର୍ଯ୍ୟକ୍ରମ ହାତକୁ ନିଆଯିବାକୁ ସ୍ଥିର କରାଯାଇଥିଲା। ସବ୍‌ଡେଗା ବ୍ଲକ ଶିକ୍ଷା ଅଧିକାରୀ ଅଜୟ କୁମାର ଏକ୍କାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ସୂଚାରୁରୂପେ ସମ୍ପନ୍ନ ହୋଇଥିଲା। ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଅକ୍ଷୟ କୁମାର ବେହେରା, ଫକୀର କିସପଟ୍ଟା ପ୍ରମୁଖ ତାଲିମ ପ୍ରଦାନ କରିଥିଲେ। ସିଆରସିସି ଅର୍ଜୁନ ରୋହିଦାସ, ପ୍ରଶାନ୍ତ ନାଏକ, ମହେନ୍ଦ୍ର ତନ୍ତୀ, ଲଙ୍କେଶ୍ୱର ନାଏକ, ସଞ୍ଜୟ ଗରଡିଆ, ନରେନ୍ଦ୍ର ପୁରୋହିତ, ସୁରେଶ ପୃଷେଟ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ କୃଷ୍ଣଚନ୍ଦ୍ର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶସେବା ପାଇଁ ସ୍ତ୍ରୀଙ୍କୁ ହସ୍ପିଟାଲରେ ଛାଡ଼ି ପଳାଇଥିଲେ ଯବାନ ସ୍ବାମୀ: ଶେଷରେ ଆଖି ବୁଜିଲେ ଜଶ୍ମିନ

ସମ୍ବଲପୁର, ୧୩।୫(ପ୍ରମୋଦ ବହିଦାର): ଦେଶ ମାତୃକାରେ ସୁରକ୍ଷା ପାଇଁ ସୀମାରେ ନିୟୋଜିତ ଜଣେ ଯବାନଙ୍କ ସ୍ତ୍ରୀ ବୁର୍ଲା ଭିମସାରରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। ଦୀର୍ଘ...

ବିନା ପରମିଟ୍‌ରେ ଫ୍ଲାଏ ଆସ ଚାଲାଣ: ୨୩ ଟ୍ରକ ଜବତ

ସମ୍ବଲପୁର,୧୨।୫(ପ୍ରମୋଦ ବହିଦାର): ବେଆଇନ ଅଳିଆ ନିଷ୍କାସନ ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଥେଲକୋଲୋଇ ପୋଲିସ। ଥେଲକୋଲୋଇ ନିକଟରେ ଫ୍ଲାଏ ଆସ ବୋଝେଇ ୨୩ଟି...

ଯବାନଙ୍କ ପ୍ରସୂତି ସ୍ତ୍ରୀଙ୍କୁ ଭିମ୍‌ସାରରେ ମିଳିଲାନି ରକ୍ତ

ସମ୍ବଲପୁର/ଝାରସୁଗୁଡ଼ା,୧୨ା୫(ପ୍ରମୋଦ ବହିଦାର/ଆଶିଷ ରଞ୍ଜନ ଦାଶ):ଦେଶ ମାତୃକାର ସୁରକ୍ଷାରେ ନିୟୋଜିତ ବୁର୍ଲା ଭିମ୍‌ସାରରେ ଚିକିତ୍ସାଧୀନ ଜଣେ ଯବାନଙ୍କ ସ୍ତ୍ରୀଙ୍କୁ ଆବଶ୍ୟକ ରକ୍ତ ମିଳି ପାରିଲାନି। ଡାକ୍ତରଙ୍କ ପରାମର୍ଶକ୍ରମେ...

ଡାକ୍ତରଖାନାରୁ ମହିଳା ରୋଗୀ ନିଖୋଜ

ରେଢାଖୋଲ,୧୧ା୫(ଅଚ୍ୟୁତାନନ୍ଦ ପୁରୋହିତ): ସ୍ବାମୀଙ୍କ ମାଡରେ ଆହତ ହୋଇ ରେଢାଖୋଲ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ନିଖୋଜ ହୋଇଯାଇଛନ୍ତି। ଏନେଇ ମହିଳାଙ୍କ ମା’ ରେଢାଖୋଲ ଥାନାରେ ଅଭିଯୋଗ...

ଭିମ୍‌ସାରରେ ରାଗିଂ ଅଭିଯୋଗ

ସମ୍ବଲପୁର,୯ା୫(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଚିକିତ୍ସା ଓ ଗବେଷଣା ପ୍ରତିଷ୍ଠାନ(ଭିମସାର)ରେ ରାଗିଂ ଅଭିଯୋଗ ହୋଇଛି। ସ୍ନାତକୋତ୍ତର ପ୍ରଥମ ବର୍ଷରେ ଅଧ୍ୟୟନରତ ଝାରସୁଗୁଡ଼ାର...

ସମ୍ବଲପୁର ଜିଲା ଟପ୍ପର: ଜି ଶିରିଶା

ସମ୍ବଲପୁର,୩ା୫(ପ୍ରମୋଦ ବହିଦାର): ନିୟମିତ ଅଭ୍ୟାସ ଯୋଗୁ ମାଟ୍ରିକ୍‌ ପରୀକ୍ଷାରେ ସଫଳତା ପାଇଛନ୍ତି ବୋଲି ସମ୍ବଲପୁର ଜିଲା ଟପ୍ପର ଜି ଶିରିଶା କହିଛନ୍ତି। ମାନେଶ୍ୱରର ଜି ଜଗଦିଶ...

୧୦୦ ବିଶୃଙ୍ଖଳିତ ଭିସୁଟ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ସମ୍ବଲପୁର,୨୮।୪(ପ୍ରମୋଦ ବହିଦାର): ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ)ର ୧୦୦ ଜଣ ଛାତ୍ରଙ୍କ ହିରୋଧରେ ବିଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କର୍ତ୍ତୃପକ୍ଷ। ଭିସୁଟ ଶୃଙ୍ଖଳା...

ସମ୍ବଲପୁରରେ ୧୪୦୦ ଜଣଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ, ୧୮ ଜଣଙ୍କୁ ତୁରନ୍ତ ୧୯ ଲଷ ଟଙ୍କାର ଚିକିତ୍ସା ସହାୟତା 

ଭୁବନେଶ୍ୱର,୨୧।୪: ସମୟ ଥିଲା ସକାଳ ୮ ଟା। ଲୋକାରଣ୍ୟ ହୋଇ ଉଠିଥିଲା ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ପରିସର। କାରଣ ଲୋକଙ୍କ ମୁଖ୍ୟମନ୍ତ୍ରୀ ଆସିଛନ୍ତି ଲୋକଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri