ଶାଳଗଣ୍ଡି ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ, ୨ଗିରଫ

ଦେବଗଡ, ୫ା୫(ଡି.ଏନ.ଏ.)-ଦେବଗଡ ଜିଲା ରିଆମାଳ ଫରେଷ୍ଟ ରେଞ୍ଜ କୁଣ୍ଢେଇଗୋଳା ସେକ୍ସନ ଅଧିନ ଛଲକ ଗ୍ରାମ ନିକଟ ଲକ୍ଷ୍ମୀପୁର ଜଙ୍ଗଲରୁ କାଟି ଶାଳଗଣ୍ଡି ଚାଲାଣ ବେଳେ ବନ ବିଭାଗ ହାତରେ ଧରାପଡିଛି। ପିକଅପ ଭ୍ୟାନ (ନଂ.ଓଆର -୧୯-ସି- ୭୨୨୦)ରେ ୪ଟି ଶାଳ ଗଣ୍ଡି ଚୋରଚାଲାଣ ହେଉଥିଲା। ଏହି ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଅନୁଗୋଳ ଜିଲା କଣିହଁା ଥାନା ଅନ୍ତର୍ଗତ ଡେରେଙ୍ଗ ଗ୍ରାମର ବିଭୂତି ଭୂଷଣ ସାହୁ(୪୦) ଓ ଲୋଧାଝରି ଗ୍ରାମର ବସନ୍ତ ନାଏକ (୩୮)। ଅଭିଯୁକ୍ତମାନଙ୍କ ନିକଟରୁ ଗୋଟିଏ ଇଲେକ୍ଟ୍ରିକ କଟର ମେଶିନ୍‌ ଓ ବାଇକ ଜବତ କରାଯାଇଛି। ଆଗାମୀ ଦିନରେ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇ କାଠ ଚୋରଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନଖଣ୍ଡ ଅଧିକାରୀ କ୍ଷମା ଷଢଙ୍ଗୀ କହିଛନ୍ତି ା ରିଆମାଳ ରେଞ୍ଜ ଅଫିସର ଭବାନୀ ଶଙ୍କର ଦାଶ, କୁଣ୍ଡେଇଗୋଳା ଫରେଷ୍ଟର ପ୍ରୀତମ କୁମାର ସାହୁ, ପଳସମା ଫରେଷ୍ଟର ପ୍ରଶାନ୍ତ କୁମାର ଶତପଥି,ନୂଆଁଡିହି ଫରେଷ୍ଟର ଗିରିଧାରୀ ପ୍ରଧାନ ଓ ବୁଢାପାଳ ବନରକ୍ଷୀ ଗୋପାଳକୃଷ୍ଣ ମହାକୁଳଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ ଯୁବକଙ୍କ ମୃତଦେହ ଠାବ, ପଥର ବାନ୍ଧି ନାଳରେ ଫିଙ୍ଗାଯାଇଥିବା ଅନୁମାନ

ଦେବଗଡ,୪।୧୨( ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନା ଟାଇଁସିରା ଯୌତୁକନାଳରେ ନିଖୋଜ ଯୁବକଙ୍କ ମୃତଦେହ ଠାବ ହୋଇଥିବା ବେଳେ ହତ୍ୟା ସନ୍ଦେହ ବୋଲି କୁହାଯାଉଛି। ମୃତଦେହଟି...

ଶୌଚ ପାଇଁ ଯାଇଥିବା ବେଳେ ହାତୀ ହାବୁଡରେ ପଡିଗଲେ ବୃଦ୍ଧବୃଦ୍ଧା, ତା’ପରେ…

ଦେବଗଡ଼,୪।୧୨ (ଶଶାଙ୍କ ଶେଖର ଝାଙ୍କର): ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବାବେଳେ ବୃଦ୍ଧା ଗୁରୁତର ହୋଇଛନ୍ତି। ରିଆମାଳ ରେଞ୍ଜ ଜୁରାଡଙ୍ଗା ଗ୍ରାମରେ ଗୋଠ ଛଡା...

ବିବାହ ପାଇଁ ଜିଦ୍‌ ଧରିବାରୁ ମହିଳାଙ୍କୁ ମାରିଦେଲେ ହୋମଗାର୍ଡ, ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

ଦେବଗଡ଼,୨୭ା୧୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ଲଇମୁରା ଥାନାଞ୍ଚଳରେ ଗତ ୨୧ ତାରିଖ ରାତିରେ ଜଣେ ମହିଳାଙ୍କୁ ହତ୍ୟା ଘଟଣାରେ ବୁଧବାର ପୋଲିସ ମହିଳାଙ୍କ ପ୍ରେମିକଙ୍କୁ...

ଭିଜିଲାନ୍ସ ଜାଲରେ କାଦୋପଡା ପେକ୍ସ ସମ୍ପାଦକ: ୪୦.୭୧ ଲକ୍ଷ ଟଙ୍କା ହେରଫେର …

ଦେବଗଡ,୨୧|୧୧(ଶଶାଙ୍କ ଶେଖର ଝାଙ୍କର) ଦେବଗଡ ଜିଲା କାଦୋପଡା ପେକ୍ସ ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ । ୪୦.୭୧ ଲକ୍ଷ ଟଙ୍କା ହେରଫେର ମାମଲାରେ ପେକ୍ସ ସମ୍ପାଦକ...

ବାନ୍ଧବୀଙ୍କ ସହ ଗଞ୍ଜେଇ ଚାଲାଣ କରୁଥିଲେ ଯୁବକ, ବାଟରେ ଛକି ରହିଥିଲା ପୋଲିସ, ଆଉ ତା’ପରେ…

ଦେବଗଡ,୨୦।୧୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ରିଆମାଳ ପୋଲିସକୁ ସଫଳତା । ବାନ୍ଧବୀଙ୍କ ସହ ଜଣେ ଯୁବକ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଗୋଡାଇ ଗୋଡାଇ...

ବେଆଇନ ଗଞ୍ଜେଇ ଜବତ ଘଟଣା:ଜେଲ ଗଲେ ଦୁଇ ଅଭିଯୁକ୍ତ

ଦେବଗଡ,୧୯ା୧୧(ଶଶାଙ୍କ ଶେଖର ଝାଙ୍କର):ବେଆଇନ ଗଞ୍ଜେଇ କାରବାର ଅଭିଯୋଗରେ ଦେବଗଡ ଥାନା ପୋଲିସ କୁରଡ ଗ୍ରାମରୁ ଗିରଫ କରିଥିବା କୁରଡ ଗ୍ରାମର କେଶବ ଚନ୍ଦ୍ର ପ୍ରଧାନ(୫୫) ଓ...

ପ୍ରେମଜାଲରେ ଫସାଇ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର, ଜେଲ ହାଜତକୁ ଗଲେ ସୁରେଶ

ଦେବଗଡ,୧୮ା୧୧(ଶଶାଙ୍କ ଶେଖର ଝାଙ୍କର): ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ଅଭିଯୋଗରେ ବାରକୋଟ ଥାନା ପୋଲିସ କେନ୍ଦୁଝର ଜିଲା ତେଲକୋଇ ଥାନା ବେରିଡା ଗ୍ରାମର ଜଣେ...

ବିଦ୍ୟୁତ୍‌ ଫାଶ ପକାଇ ବନ୍ୟଜନ୍ତୁ ଶିକାର: ୨ ଗିରଫ

ଦେବଗଡ,୧୬।୧୧(ଶଶାଙ୍କ ଶେଖର ଝାଙ୍କର): ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ କପାଗୋଳା ଗ୍ରାମ ନିକଟସ୍ଥ ଜଙ୍ଗଲରେ ବିଦ୍ୟୁତ୍‌ ଫାଶ ପକାଇ ବନ୍ୟଜନ୍ତୁ ଶିକାର ପାଇଁ ଉଦ୍ୟମ କରୁଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri