ଶାରିଶୂଆରେ ବେଆଇନ ଖଣି ଖନନ

ଖଇରା, ୨୪।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ ଓ ମୟୂରଭଞ୍ଜ ଜିଲା କପ୍ତିପଦା ତହସିଲ ଅଧୀନରେ ଥିବା ଶାରିଶୂଆ ପାହାଡ଼ରେ ବେଆଇନ ଖଣି କାରବାର ଚରମ ସୀମାରେ ପହଞ୍ଚିଛି। ଖଇରା ତହସିଲ ଅଧୀନରେ ୯୭ଖଣି ମଧ୍ୟରୁ ୩୫ ଖଣି ଲିଜ୍‌ ନେଇଥିବା ବ୍ୟକ୍ତି ନିଲାମ ଅର୍ଥ ପୈଠ କରିଥିବାବେଳେ ସମସ୍ତ ଖଣିରୁ ଚୋରାରେ ମୋରମ ଉତ୍ତୋଳନ କରାଯାଉଛି। ଏଭଳିକି ଭିଜିଲାନ୍ସ ଓ ହାଇକୋର୍ଟ କେସ୍‌ ଚାଲିଥିବା କିଛି ଖଣିରୁ ମଧ୍ୟ ମାଫିଆମାନେ ଟନ ଟନ ପଥର ଉତ୍ତୋଳନ କରି ପରିବହନ କରୁଛନ୍ତି। ୱାଗନ ମେଶିନରେ ବ୍ଲାଷ୍ଟିଂ ଯୋଗୁ ଘର କାନ୍ଥରେ ଫାଟ ସୃଷ୍ଟି ହେଉଛି। ଫଳରେ ପାହାଡ଼ତଳି ବାସିନ୍ଦା ରାତିରେ ଶାନ୍ତିରେ ଶୋଇ ପାରୁନାହାନ୍ତି।
ଖଣି ସଂଲଗ୍ନ ରାସ୍ତାଗୁଡ଼ିକ ଅତ୍ୟନ୍ତ ଶୋଚନୀୟ ହୋଇପଡିଥିବାରୁ ପାଦରେ ଚାଲିଚାଲି ଯିବା ଅସମ୍ଭବ ହୋଇପଡୁଛି। ଓଭରଲୋଡିଂ କରି ପରିବହନ କରାଯାଉଥିବାରୁ ଅଭିଭାବକମାନେ ପିଲାଙ୍କୁ ସ୍କୁଲ ଛାଡିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଖଣିନିଲାମଧାରୀମାନେ ଖଣିର ଗଭୀରତା ୧୧ଫୁଟ ରଖିବାର ନିୟମ ଥିଲେ ହେଁ ଗୋଟିଏ ଗୋଟିଏ ଖଣି ୮୦ଫୁଟ ପର୍ଯ୍ୟନ୍ତ ଖୋଳାଯାଉଛି। ପ୍ରତ୍ୟେକ ବର୍ଷ ଧନଜୀବନ ହାନି ଘଟୁଥିଲେ ମଧ୍ୟ ଅଧିକାରୀମାନେ ଚୁପ୍‌ ରହିଯାଉଛନ୍ତି। ହାତୀ ଚଲାପଥ ମଧ୍ୟରେ ଆସୁଥିବା ଅଧିକାଂଶ ଖଣିକୁ କେତେକ ସଂସ୍ଥା ଦ୍ୱାରା ଭୁଲ ଦର୍ଶାଇ ୫ ବର୍ଷିଆ ଲିଜ୍‌ ଦେଇ ପରିବେଶ ନିୟମକୁ ଖୁଲମଖୁଲା ଉଲ୍ଲଂଘନ କରାଯାଉଛି। ପାହାଡ଼ ସଂଲଗ୍ନ ଚାଷ ଜମିଗୁଡ଼ିକରେ ପଥରଖଣ୍ଡ ଧସି ପଡୁଥିବାରୁ ଚାଷଜମି ଅବ୍ୟବହୃତ ହୋଇପଡ଼ିଲାଣି। ଖଣିମାଲିକମାନେ ବହୁଳ ଭାବେ ମେଶିନ ବ୍ୟବହାର କରିବା ଯୋଗୁ ଶ୍ରମିକମାନେ ଜୀବିକା ହରାଉଛନ୍ତି। ଶହଶହ ସଂଖ୍ୟାର ଗ୍ରାମବାସୀ ବାଧ୍ୟହୋଇ ଦାଦନ ଖଟିବାକୁ ବାହାରକୁ ଚାଲି ଯାଉଛନ୍ତି। ଶ୍ରମ ଆଇନ କାର୍ଯ୍ୟକାରୀ କରାଯାଉ ନ ଥିବାରୁ ଖଣିରେ ପଡି ମୃତ୍ୟୁବରଣ କରୁଥିବା କିମ୍ବା ଆହତ ହେଉଥିବା ଶ୍ରମିକମାନେ ସାମାନ୍ୟତମ କ୍ଷତିପୂରଣ ପାଉନାହାନ୍ତି। କେହି ଗ୍ରାମବାସୀ ଏହି ବେଆଇନ କାର୍ଯ୍ୟ ସମ୍ପର୍କରେ ମୁହଁ ଖୋଲିଲେ ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଉଛି। ପାହାଡ଼ ପାଦଦେଶରେ ରହୁଥିବା ୨୦ଖଣ୍ଡ ଗ୍ରାମର ଲୋକେ ନିର୍ଯାତନାର ଶିକାର ହେଉଛନ୍ତି। ପରିବହନ ସମୟରେ ଗୋଟିଏ ଚାଲାଣକୁ ଏକାଧିକ ଥର ବ୍ୟବହାର କରାଯାଉଛି। ନିଜ ସୁରକ୍ଷା ଦାବି କରି ଗ୍ରାମବାସୀ ସୋମବାର ଖଇରା ବ୍ଲକରେ ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣି ଶିବିରକୁ ଆସିଥିଲେ। ସେଠାରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି। ଜିଲାପାଳ ଚକ୍ରବର୍ତ୍ତୀ ରାସ୍ତାରେ ସିସି କ୍ୟାମେରା ଲଗାଇବାକୁ ରାଜସ୍ବ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଅଭିଯୋଗର ତଦନ୍ତ ପାଇଁ ଉପଜିଲାପାଳ ନିଲୁ ମହାପାତ୍ରଙ୍କୁ ସେ ନିର୍ଦ୍ଦେଶ ଦେଇଥିବା ଗ୍ରାମବାସୀ ଜଣାଇଛନ୍ତି। ଏ ସମ୍ପର୍କରେ ନିଲୁ ମହାପାତ୍ରଙ୍କୁ ଯୋଗାଯୋଗ କରାଯିବାରୁ ଏକ ଟିମ୍‌ ଗଠନ କରାଯାଇ ସମସ୍ତ ଖଣି ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିତି ସାପକୁ କାମୁଡ଼ି ଦୁଇଖଣ୍ଡ କରି ରକ୍ତ ପିଇଲେ

କଳିଙ୍ଗନଗର,୧୩ା୮(ଡି.ଏନ୍‌.ଏ.): ଯାଜପୁର ଜିଲା ଦାନଗଦୀ ବ୍ଲକ ଅଧୀନ ଶାଳିଜଙ୍ଗା ପାଞ୍ଚୟତ ଗମ୍ଭାରୀପାଟିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର କିଶୋର ବଦରା(୪୫) ବିଲରୁ ଫେରୁଥିବା...

ବଦନାମକୁ ଭୟ ନ କରି ସିଏଏ କରାଯାଇଛି, ଏହାଦ୍ୱାରା ସଂଖ୍ୟାଲଘୁଙ୍କ ନାଗରିକତା ଯିବନାହିଁ: ଶାହା

ଭୁବନେଶ୍ୱର,୨୮।୨(ବ୍ୟୁରୋ): ସ୍ଥାନୀୟ ଜନତା ମଇଦାନରେ ଆୟୋଜିତ ସାଧାରଣ ସଭାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଉଦ୍‌ବୋଧନ ଦେଇଛନ୍ତି। ଜଗନ୍ନାଥଙ୍କୁ ସ୍ମରଣ କରି ଶାହା ନିଜର ବକ୍ତବ୍ୟ...

ଖରାପ ପରୀକ୍ଷା ଫଳକୁ ନେଇ ଗଣଶିକ୍ଷା ବିଭାଗର କଡ଼ା ଆଭିମୁଖ୍ୟ:ଶୂନ, ୫୦%ରୁ କମ୍‌ ଫଳ କରିଥିବା ହାଇସ୍କୁଲ ଶିକ୍ଷକଙ୍କ ଦରମା ବନ୍ଦ ହେବ

ଭୁବନେଶ୍ୱର,୨୮ା୮(ବ୍ୟୁରୋ):ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲର ଖରାପ ପରୀକ୍ଷା ଫଳକୁ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ୨୦୧୯ ହାଇସ୍କୁଲ ସାର୍ଟିଫିକେଟ୍‌...

ବଜ୍ରପାତରେ ୧୬ ଛେଳିଙ୍କ ଜୀବନ ଗଲା

କେନ୍ଦୁଝର,୧୮ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ ତଳ ଚମ୍ପେଇ ପଞ୍ଚାୟତର ସାରକୁଦର ଗାଁରେ ଶନିବାର ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା। ଫଳରେ ବଜ୍ରପାତରେ...

ଦହିବରା ଖାଇ ୩ ଗ୍ରାମର ୬୮ ଅସୁସ୍ଥ: ଗଣିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

ନୟାଗଡ଼ ଅଫିସ, ୭ା୧୧: ନୟାଗଡ଼ ଜିଲା ଗଣିଆ ବ୍ଲକର ବିଜୟନଗର, ଗଣିଆ ଓ ବେଲଗଡ଼ ଗ୍ରାମର ୬୮ଜଣ ଦହିବରା ଖାଇ ଗୁରୁବାର ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ...

ଆଜି ରାଜ୍ୟରୁ ୮୬ ପଜିଟିଭ୍‌ ଚିହ୍ନଟ, ସମ୍ବଲପୁରରୁ ସର୍ବାଧିକ

ଭୁବନେଶ୍ୱର,୧।୩(ବ୍ୟୁରୋ): ସୋମବାର ରାଜ୍ୟରୁ ୮୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୭,୨୭୭ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ବୀମା ଯୋଜନା ଅର୍ଥ ପୈଠ କରୁନାହାନ୍ତି ସରକାର: ସେବା ନ ଯୋଗାଇବାକୁ ଘରୋଇ ହସ୍ପିଟାଲ ସଂଘର ଚେତାବନୀ

ଭୁବନେଶ୍ୱର, ୧।୧୦(ବ୍ୟୁରୋ): ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ବିଜୁ କୃଷକ କଲ୍ୟାଣ ଯୋଜନା (ବିକେକେୱାଇ) ଏବଂ ଓଡ଼ିଶା ଷ୍ଟେଟ୍‌ ଟ୍ରିଟ୍‌ମେଣ୍ଟ୍‌ ଫଣ୍ଡ୍‌ ଆଦି ଯୋଜନା ଦ୍ୱାରା...

ପୁଣି ଶାଶୁଘର ଆଗରେ ବସିଲେ ତପସ୍ବିନୀ

ବ୍ରହ୍ମପୁର ଅଫିସ,୧୭।୧୨: ବହୁଚର୍ଚ୍ଚିତ ଡା. ସୁମିିତ ସାହୁ- ତପସ୍ବିନୀ ଦାଶ ପାରିବାରିକ ମାମଲା ତୁଟିବା ନାଁ ଧରୁନି। ଦିନକୁ ଦିନ ଏହା ଜଟିଳ ହେବାରେ ଲାଗିଛି।...

Advertisement
Archives

Model This Week