ଶାନ୍ତିର ଆଲୋକବର୍ତ୍ତିକା

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ବିଶ୍ୱରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ପ୍ରତିଷ୍ଠା ଦିଗରେ ଇଟାଲୀୟ କ୍ୟାଥଲିକ୍‌ ଧର୍ମ ପ୍ରଚାରକ ସେଣ୍ଟ ଫ୍ରାନ୍ସିସ୍‌ଙ୍କ ଭୂମିକା ସ୍ମରଣୀୟ । ଭାଟିକାନ୍‌ ପକ୍ଷରୁ ତାଙ୍କ କାର୍ଯ୍ୟ ଓ ଦିଗ୍‌ଦର୍ଶନକୁ ଉଜ୍ଜୀବିତ କରି ରଖିବା ପାଇଁ ‘ଲ୍ୟାମ୍ପ ଅଫ୍‌ ପିସ୍‌ ଅଫ୍‌ ସେଣ୍ଟ ଫ୍ରାନ୍ସିସ୍‌’ ସମ୍ମାନ ପ୍ରଦାନ କରାଯାଇଆସୁଛି। ପୋଲାଣ୍ଡର ଟ୍ରେଡ୍‌ ୟୁନିୟନ ନେତା ଲେଚ୍‌ ଓ୍ବାଲେସାଙ୍କୁ ୧୯୮୧ରେ ପ୍ରଥମେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମା, ସୋଭିଏଟ୍‌ ୟୁନିୟନର ପୂର୍ବତନ ଟାଣୁଆ ନେତା ମିଖାଇଲ ଗୋର୍ବାଚେଭ୍‌, ଜର୍ମାନ୍‌ ଚାନ୍‌ସେଲର ଆଞ୍ଜେଲା ମର୍କେଲଙ୍କ ଭଳି ବ୍ୟକ୍ତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଲୋକଙ୍କ ମଧ୍ୟରେ ବ୍ୟକ୍ତିଗତ ସ୍ତରରେ ଶାନ୍ତି ପ୍ରତିଷ୍ଠା ଦିଗରେ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିବା ବାଂଲାଦେଶର ନୋବେଲ ଶାନ୍ତି ପୁରସ୍କାର ବିଜେତା ପ୍ରଫେସର ମହମ୍ମଦ ୟୁନୁସଙ୍କୁ ନିକଟରେ ଏହି ସମ୍ମାନରେ ଭୂଷିତ କରାଯାଇଛି। ତାଙ୍କ ଅର୍ଥନୈତିକ ଚିନ୍ତାଧାରା ବାଂଲାଦେଶରେ ଦାରିଦ୍ର୍ୟ ଦୂରୀକରଣ ଦିଗରେ ନୂଆ ବାଟ ଦେଖାଇପାରିଥିଲା। ଜନସାଧାରଣଙ୍କ ପାଇଁ ତାଙ୍କ ଏକନିଷ୍ଠ କାର୍ଯ୍ୟଶୈଳୀ ନୋବେଲ କମିଟିର ଦୃଷ୍ଟି ଆକର୍ଷଣ କରିଥିଲା ଓ ସେଥିପାଇଁ ସେ ୨୦୦୬ରେ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ। ସାମଗ୍ରିକ କୃତି, ଦୂରଦୃଷ୍ଟି ଓ ସମାଜସେବା ଲାଗି ତାଙ୍କୁ ୧୯୮୪ରେ ରେମନ୍‌ ମାଗ୍‌ସେସ, ୧୯୯୪ରେ ଓ୍ବାର୍ଲଡ୍‌ ଫୁଡ୍‌ ପ୍ରାଇଜ୍‌, ୨୦୦୦ରେ ଗାନ୍ଧୀ ଶାନ୍ତି ପୁରସ୍କାର, ୨୦୦୩ରେ ଭୋଲ୍‌ଭୋ ପରିବେଶ ପୁରସ୍କାର ଭଳି ଅସଂଖ୍ୟ ସମ୍ମାନ ମିଳିଛି। ତେବେ ନୋବେଲ ପୁରସ୍କାର ପାଇବା ସତ୍ତ୍ୱେ ବାଂଲାଦେଶର ଏହି ସୋସିଆଲ୍‌ ଏଣ୍ଟରପ୍ରିନ୍ୟୁୟର, ବ୍ୟାଙ୍କର, ଅର୍ଥନୀତିଜ୍ଞ ଓ ଭଦ୍ର ସମାଜର ନେତାଙ୍କୁ ହଟହଟା ହେବାକୁ ପଡ଼ିଥିଲା। ଗ୍ରାମୀଣ ବ୍ୟାଙ୍କ ଜରିଆରେ ସେ ସେଠାରେ ଅର୍ଥନୈତିକ ସଂସ୍କାର ଆଣିଥିଲେ ମଧ୍ୟ ଏହି ଆର୍ଥିକ ସଂସ୍ଥାର ସମୀକ୍ଷା କରାଯିବା ଲାଗି ୨୦୧୧ରେ ନିର୍ଦ୍ଦେଶ ଦିଆଯାଇଥିଲା। ଫଳରେ ତାଙ୍କ ବ୍ୟକ୍ତିତ୍ୱ ଉପରେ ଆଞ୍ଚ ଆସିଥିଲା। ବାଂଲାଦେଶ ସରକାରଙ୍କ ସେହି ନିଷ୍ପତ୍ତିକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଥିଲା। ଏବେ ଲ୍ୟାମ୍ପ ଅଫ୍‌ ପିସ୍‌ ଅଫ୍‌ ସେଣ୍ଟ ଫ୍ରାନ୍ସିସ୍‌ ସମ୍ମାନ ମିଳିବା ପରେ ୟୁନୁସଙ୍କ ଉପରେ ସବୁଆଡ଼ୁ ପ୍ରଶଂସା ଅଜାଡ଼ି ହୋଇପଡ଼ୁଛି।
ୟୁନୁସ୍‌ ୨୮ ଜୁନ୍‌ ୧୯୪୦ରେ ବାଂଲାଦେଶର ତତ୍‌କାଳୀନ ବେଙ୍ଗଲ ପ୍ରେସିଡେନ୍ସିର ଚିଟ୍ଟାଗଙ୍ଗ ଅନ୍ତର୍ଗତ ବାଥୁଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ମାତାପିତାଙ୍କ ସେ ୯ମ ସନ୍ତାନ। ପିତା ହାଜି ଦୁଲା ମିଅ ସୌଦାଗର ଜଣେ ଅଳଙ୍କାର ଦୋକାନୀ ଥିବା ବେଳେ ମା’ ଥିଲେ ସୁଫିଆ ଖାତୁନ୍‌। ତାଙ୍କ ପିଲାଦିନ ବାଥୁଆ ଗ୍ରାମରେ କଟିଥିଲା। ପରେ ତାଙ୍କ ପରିବାର ଚିଟ୍ଟାଗଙ୍ଗ ପଳାଇଯିବା ପରେ ସେଠାରେ ସେ ଉଚ୍ଚ ଶ୍ରେଣୀରେ ପଢ଼ିଥିଲେ। ଚିଟ୍ଟାଗଙ୍ଗ କଲେଜରେ ପଢ଼ିବା ବେଳେ ସେ ନାଟକରେ ଅଂଶଗ୍ରହଣ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ୧୯୫୭ରେ ଢାକା ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ବିଭାଗରେ ନାମ ଲେଖାଇବା ପରେ ତାଙ୍କର ବାସ୍ତବ ଜୀବନଯାତ୍ରା ଆରମ୍ଭ ହୋଇଥିଲା। ପରେ ୟୁନୁସ୍‌ ଖ୍ୟାତନାମା ପ୍ରଫେସର ନୁରୁଲ ଇସ୍‌ଲାମ ଓ ରେହେମନ୍‌ ଶୋଭନ୍‌ଙ୍କ ଅଧୀନରେ ଅର୍ଥନୀତିରେ ଗବେଷଣା କରିଥିଲେ। ୧୯୬୧ରେ ସେ ଚିଟ୍ଟାଗଙ୍ଗ କଲେଜରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ। ତେବେ ୧୯୬୫ରେ ସେ ଫୁଲ୍‌ବ୍ରାଇଟ୍‌ ସ୍କଲାରଶିପ୍‌ ପାଇବା ପରେ ଆମେରିକାରେ ପଢ଼ିବାର ସୁଯୋଗ ପାଇଥିଲେ। ଭନ୍ଦେରବିଲ୍ଟ ୟୁନିଭର୍ସିଟିରୁ ପିଏଚ୍‌ଡି ଡିଗ୍ରୀ କରିବା ପରେ ସେ ମିଡିଲ୍‌ ଟେନିଜ୍‌ଷ୍ଟେଟ୍‌ ୟୁନିଭର୍ସିଟିରେ ଆସିଷ୍ଟାଣ୍ଟ ପ୍ରଫେସର ହୋଇଥିଲେ। ୧୯୭୧ରେ ଯେତେବେଳେ ବାଂଲାଦେଶ ମୁକ୍ତି ସଂଗ୍ରାମ ଚାଲିଥିଲା, ସେତେବେଳେ ସେ ଆମେରିକାରେ ବାସ କରୁଥିବା ଅନ୍ୟ ବାଂଲାଦେଶୀ ନାଗରିକଙ୍କ ସହ ମିଶି ‘ସିଟିଜେନ୍ସ କମିଟି’ ଗଠନ କରିଥିଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ନିଜ ଦେଶକୁ ସମୃଦ୍ଧ କରିବା। ସେତେବେଳେ ସେ ବାଂଲାଦେଶ ନ୍ୟୁଜ୍‌ଲେଟର ପ୍ରକାଶ କରିଥିଲେ। ଯୁଦ୍ଧ ଶେଷ ପରେ ସେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରି ସରକାରଙ୍କ ଯୋଜନା କମିଶନରେ ନିଯୁକ୍ତ ହୋଇଥିଲେ। ସେତେବେଳେ ନୁରୁଲ ଇସ୍‌ଲାମ ଏହି କମିଶନର ମୁଖ୍ୟ ଥିଲେ। ସେହି କାର୍ଯ୍ୟ ତାଙ୍କୁ ସନ୍ତୋଷ ନ ଦେବାରୁ ସେ ସେଠାରୁ ଇସ୍ତଫା ଦେଇ ଚିଟ୍ଟାଗଙ୍ଗ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗ ମୁଖ୍ୟ ଭାବେ ଯୋଗ ଦେଇଥିଲେ। ୧୯୭୪ରେ ଦେଶରେ ଦୁର୍ଭିକ୍ଷ ପଡ଼ିବା ପରେ ସେ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ପରବର୍ତ୍ତୀ ସମୟରେ ଗ୍ରାମୀଣ ବ୍ୟାଙ୍କର ଉନ୍ନତି ଓ ମାଇକ୍ରୋ କ୍ରେଡିଟ୍‌ ବ୍ୟବସ୍ଥା ଦେଶର ଅସଂଖ୍ୟ ଧନହୀନ ବ୍ୟକ୍ତିଙ୍କୁ ନୂଆ ରାହା ଦେଖାଇଥିଲା। ଗରିବଙ୍କ ଆର୍ଥିକ ଉନ୍ନତିରେ ତାଙ୍କ ଅଭିନବ ଚିନ୍ତାଧାରା ନିଜ ଦେଶରେ ସୀମିତ ନ ରହି ବିଶ୍ୱକୁ ସେ ଅର୍ଥନୀତି ମାଧ୍ୟମରେ ଦେଉଛନ୍ତି ଶାନ୍ତିର ବାର୍ତ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri