ଶହେ ବର୍ଷର ବିଦ୍ୟାଳୟ କାନ୍ଥ ଭୁଶୁଡିଲା

ବାହାନଗା, ୨୬ା୧୦(ଡି.ଏନ.ଏ.)-ଲଘୁଚାପ ଜନିତ ଲଗାଣ ବର୍ଷାରେ ବାହାନଗା ବ୍ଲକ ଅଭଣା ପଞ୍ଚାୟତର ବରଜଦେଉଳି ଗ୍ରାମରେ ଥିବା ଶହେ ବର୍ଷର ପୁରୁଣା ଉନ୍ନୀତ ଉ.ପ୍ରା.ବିଦ୍ୟାଳୟର କାନ୍ଥ ଭୁଶୁଡି ପଡିଛି। ତେବେ ରାତିରେ ଏଭଳି ଦୁର୍ଘଟଣା ଘଟିଥିବାରୁ କାହାରି କିଛି କ୍ଷତି ହୋଇନାହିଁ।
ଏହି ବିଦ୍ୟାଳୟ ୧୯୧୯ ମସିହାରେ ପ୍ରତିଷ୍ଠା ହୋଇଥିଲା। ବିଦ୍ୟାଳୟରେ ୧ମରୁ ୭ମ ପର୍ଯ୍ୟନ୍ତ ପାଠ ପଢାଯାଇଥାଏ ା ବିଦ୍ୟାଳୟରେ ୧୨୦ଜଣ ଛାତ୍ରୀଛାତ୍ର ପାଠ ପଢନ୍ତି। ସରକାର ତରଫରୁ ୨ଟି ପକ୍କା ଘର ଯୋଗାଇ ଦିଆଯାଇଥିଲେ ମଧ୍ୟ ସେଥିମଧ୍ୟରୁ ଗୋଟିଏ ଘରେ ଅଫିସ କାର୍ଯ୍ୟ ଚାଲୁଛି। ଅନ୍ୟଟିରେ ପାଠ ପଢାଯାଇଥାଏ। ତେବେ ମାଟି କାନ୍ଥ ଥିବା ୩ ଶ୍ରେଣୀଗୃହର କାନ୍ଥ ପୂର୍ବରୁ ବିପଦସଙ୍କୁଳ ଅବସ୍ଥାରେ ଥିଲା। ଏନେଇ ବିଦ୍ୟାଳୟ ତରଫରୁ ଶିକ୍ଷାଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କେହି ପ୍ରତିକାର ନିମନ୍ତେ ପଦକ୍ଷେପ ନେଇ ନ ଥିଲେ ା ତେବେ ୭ ଶ୍ରେଣୀ ପାଇଁ ଆବଶ୍ୟକ ଶ୍ରେଣୀ ଗୃହ ନ ଥିବାରୁ ଛାତ୍ରୀଛାତ୍ରମାନେ ବାରଣ୍ଡାରେ ବସି ପାଠ ପଢୁଥିଲେ ା ଗୁରୁବାର ରାତିରେ ୩ ଶ୍ରେଣୀ ଗୃହ କାନ୍ଥ ସମ୍ପୂର୍ଣ୍ଣ ଭୁଶୁଡି ପଡିଥିଲେ ମଧ୍ୟ କେହି ନ ଥିବାରୁ ଏକ ବଡଧରଣର ବିପଦ ଟଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତିଅଧରେ ଏଟିଏମ୍‌ ତାଡ଼ି ଥାର୍‌ ଗାଡ଼ିରେ ବାନ୍ଧି ନେଉଥିଲେ ଦୁର୍ବୃତ୍ତ, ଭୁକିଲା କୁକୁର, ଆଉ ତା’ ପରେ…

ଖଇରା,୧୧ା୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ ତୁଡ଼ିଗଡିଆ ବଜାରରେ ଥିବା ଇଣ୍ଡିଆ -୧ ଏଟିଏମ୍‌ ମେଶିନ ତାଡ଼ି ଦୃବୁର୍ତ୍ତମାନେ ଥାର୍‌ ଗାଡ଼ି ପଛରେ ବାନ୍ଧି…

ଫକିର ମୋହନ ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ, ପରୀକ୍ଷା ବିଳମ୍ବକୁ ନେଇ…

ବାଲେଶ୍ୱର,୧୦।୭( ବାଞ୍ଛାନିଧି ଦେ): ବାଲେଶ୍ଵର ଫକୀର ମୋହନ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଗୁରୁବାର ବିଳମ୍ବିତ ରାତିରେ ଉତ୍ତେଜନା ଦେଖାଦେଇଛି । ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି ଶତାଧିକ ନର୍ସିଂ…

ମିଳୁନି ୧୫ ମତ୍ସଜୀବୀଙ୍କ ପତ୍ତା, ବାଲେଶ୍ବରରୁ ରହିଛନ୍ତି ୩ ଭାଇ

ଭୋଗରାଇ,୯।୭(ପ୍ରଦୀପ ଦାସ): ଲଘୁଚାପ କାରଣରୁ ସମୁଦ୍ର ଅଶାନ୍ତ ରହିଛି । ଏଭକି ସ୍ଥିତିରେ ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ମା କାଳୀ ନାମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri