ଶହୀଦ ମନୋଜଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ନିଆଳି, ୧୫।୨ (ଡି.ଏନ୍‌.ଏ.): ଜମ୍ମୁ-କଶ୍ମୀରର ପୁଲଓ୍ବାମା ଜିଲାର ଲେଥ୍‌ପୋରାରେ ୨୦୧୯ ଫେବୃୟାରୀ ୧୪ରେ ଆତଙ୍କବାଦୀଙ୍କ ଆକ୍ରମଣରେ ଓଡ଼ିଆ ଯବାନ କଟକ ଜିଲା ନିଆଳି ବ୍ଲକ ଅନ୍ତର୍ଗତ ରତନପୁରର ମନୋଜ ବେହେରା ଶହୀଦ ହୋଇଥିଲେ। ଶହୀଦ ଦିବସ ଅବସରରେ ଶୁକ୍ରବାର ମନୋଜଙ୍କ ବାସଭବନ ଓ ଶ୍ମଶାନ ଘାଟରେ ତାଙ୍କର ଦୁଇଟି ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି। ସିଆରପିଏଫ୍‌ ଡିଆଇଜି ରାମ ଚରିତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ବାସଭବନରେ ନିର୍ମିତ ଶହୀଦ ମନୋଜଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ। ଏହା ସହ ମନୋଜଙ୍କ ବାପା ଜିତେନ୍ଦ୍ର ବେହେରା ଓ ମା’ ସାବିତ୍ରୀ ବେହେରାଙ୍କୁ ଶାନ୍ତ୍ୱନା ଦେଇଥିଲେ। ଏହି ପ୍ରତିମୂର୍ତ୍ତି ଉନ୍ମୋଚନ ବେଳେ ସ୍ଥାନୀୟ ସରପଞ୍ଚ ଅଭିନା ସାହୁ, ଜଟାଧାରୀ ସ୍ବାଇଁ, କେଦାରନାଥ ସାହୁ, ନିଆଳି ଥାନା ଆଇଆଇସି ବିଜୟ କୁମାର ମଲ୍ଲିକଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ। ସେହିପରି ଶ୍ମଶାନ ଘାଟରେ ନିର୍ମିତ ହୋଇଥିବା ଶହୀଦ ମନୋଜଙ୍କ ପ୍ରତିମୂର୍ତ୍ତିକୁ ବିଧାୟକ ପ୍ରଫେସର ଡା.ପ୍ରମୋଦ କୁମାର ମଲ୍ଲିକ ଉନ୍ମୋଚନ କରିଥିଲେ। ଏଥିରେ ଆତ୍ମାର ଅଧ୍ୟକ୍ଷ ଆଦିତ୍ୟ ପାଣି, ଶିକ୍ଷାବିତ୍‌ ପ୍ରଦୀପ ଦାସ, ସରପଞ୍ଚ ରବୀନ୍ଦ୍ର ନାୟକଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇସିସି, ପିସିସି ମଧ୍ୟରେ ସମନ୍ବୟ ନାହିଁ: ସୁର

ଭୁବନେଶ୍ୱର,୧୫-୧(ବ୍ୟୁରୋ): କଂଗ୍ରେସରେ ନେତୃତ୍ୱକୁ ନେଇ ବିବାଦ ତୁଟିବାର ନାଁ ଧରୁନାହିଁ। ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ପରିବର୍ତ୍ତନକୁ ନେଇ ବିବାଦ ଲାଗି ରହିଥିବାବେଳେ ବର୍ତ୍ତମାନ ଆଉ...

ଭୟ ବଢ଼ାଉଛନ୍ତି ଅମାନିଆ: ସହରରେ ବୁଲିବୁଲି ଯାଞ୍ଚ କଲେ ଜିଲାପାଳ

ଢେଙ୍କାନାଳ ଅଫିସ, ୨୫।୪ – କୋଭିଡ୍‌-୧୯ ଭୂତାଣୁ ଠାବ ହୋଇଥିବା ଏକମାତ୍ର ରୋଗୀ ସୁସ୍ଥ ହୋଇ ଫେରିବା ପରେ କରୋନା ମୁକ୍ତ ହୋଇଛି ଢେଙ୍କାନାଳ ଜିଲା।...

ମାଟ୍ରିକ ରେଜଲ୍ଟ: ଏଥର ମଧ୍ୟ ପୁଅଙ୍କୁ ପଛରେ ପକାଇଲେ ଝିଅ

ଭୁବନେଶ୍ୱର,୬।୭(ବ୍ୟୁରୋ): ଚଳିତ ବର୍ଷ ମାଟ୍ରିକ ରେଜଲ୍ଟ ବୁଧବାର ପ୍ରକାଶ ପାଇଛି। ଏଥର ବି ଝିଅମାନେ ପାସ ହାରରେ ପୁଅଙ୍କୁ ପଛରେ ପକାଇ ଦେଇଛନ୍ତି । ୨,...

ସୁବର୍ଣ୍ଣରେଖାରେ ବାରମ୍ବାର ବନ୍ୟା; ଖରିଫ ଧାନଚାଷ ବ୍ୟାପକ କ୍ଷତି

ଜଳେଶ୍ୱର, ୭ା୧୦(ଡି.ଏନ.ଏ.)-ଉତ୍ତର ବାଲେଶ୍ୱର ସହିତ ପଶ୍ଚିମବଙ୍ଗର ଉଦ୍‌ବୃତ୍ତ ବର୍ଷାପାଣି ଜଳେଶ୍ୱର, ଭୋଗରାଇ, ବାଲିଆପାଳର ବିସ୍ତୀର୍ଣ୍ଣ ଅଞ୍ଚଳ ଜଳମଗ୍ନ କରିଥିଲା। ସେହିପରି ସୁବର୍ଣ୍ଣରେଖା ନଦୀରେ ବାରମ୍ବାର ବନ୍ୟା...

ପୂର୍ବ ଶତ୍ରୁତାରୁ ଆକ୍ରମଣ: ଭାଇଙ୍କୁ ନ ପାଇ ଭଉଣୀଙ୍କୁ ହାଣିଲେ, ୬ ଅଟକ

ବ୍ରହ୍ମପୁର ଅଫିସ,୧୭ା୮: ବଡବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ସାହିରେ ଗୋଟିଏ ଗୋଷ୍ଠୀର ମୁଖିଆ ଲବ ସେଠୀଙ୍କୁ ଗୁରୁବାର ରାତିରେ ଅନ୍ୟ ଏକ ଗୋଷ୍ଠୀର କେତେଜଣ ଆକ୍ରମଣ...

ଦାନଗଦୀ ମେଡିକାଲ ଗୃହ ନିର୍ମାଣରେ ଅନିୟମିତତା

କଳିଙ୍ଗନଗର,୬ା୧୧(ଡି.ଏନ.ଏ.): ଦାନଗଦୀ ସ୍ବାସ୍ଥ୍ୟକେନ୍ଦ ପରିସରରେ ପ୍ରାୟ ୬କୋଟି ଟଙ୍କାରେ ଏକ ମେଡିକାଲ ଗୃହ ନିର୍ମାଣ କରାଯାଉଛି। ତେବେ ଏଥିରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି।...

ମଧ୍ୟାହ୍ନ ଭୋଜନ ଅଣ୍ଡାଖାଇ ୧୪ ଛାତ୍ରୀଛାତ୍ର ଅସୁସ୍ଥ

ଖଣ୍ଡପଡ଼ା,୧୮ା୭(ସ୍ବ.ପ୍ର.): ଖଣ୍ଡପଡ଼ା ବ୍ଲକ ବାଣପୁର ପଞ୍ଚାୟତ ଅଧୀନ ଘଣାଶାଳିଆ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଅଣ୍ଡା ଖାଇ ବୁଧବାର ୧୪ ଛାତ୍ରୀଛାତ୍ର ଅସୁସ୍ଥ...

ବରିଷ୍ଠ ନାଗରିକଙ୍କୁ ପୋଲିସ ବାଣ୍ଟିଲା ପରିଚୟପତ୍ର: ଏକୁଟିଆ ଥିଲେ ରହିବ ସ୍ବତନ୍ତ୍ର ଦୃଷ୍ଟି: ଏସ୍‌ପି

ଅନୁଗୋଳ ଅଫିସ, ୧୩।୧୦ – ଅନୁଗୋଳ ପୋଲିସ ପକ୍ଷରୁ ଶନିବାର ମଧ୍ୟାହ୍ନରେ ବରିଷ୍ଠ ନାଗରିକମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଛି। ଅନୁଗୋଳ ଥାନା ପରିସରରେ ଆୟୋଜିତ ଏହି...

Advertisement
Archives

Model This Week