ଶଳା ବାହାଘର ପାଇଁ  କନ୍ୟାଡାକରାରେ ଆସୁଥିଲେ ଗର୍ଭବତୀ ଭଉଣୀ, ଭିଣେଇ କୁନି ଭାଣିଜୀ, ଦୁର୍ଘଟଣାରେ ଆଖିବୁଜିଦେଲେ ସମସ୍ତେ 

ପଟ୍ଟାଙ୍ଗି,୨୭।୬(ଶରତ ଧଳ): ମୃତ୍ୟୁ କେତେବେଳେ  ଆସିବ କିଏ ବା କହିପାରିବ।  ଘରୁ ଖୁସିରେ ବାହାରିଥିଲେଲେ ବିବାହ ଉତ୍ସବରେ ଯୋଗ ଦେବାପାଇଁ ହେଲେ ଅଧା ରାସ୍ତାରେ ଅପେକ୍ଷା କରି ରହିଥିଲା ମୃତ୍ୟୁ। ଏପରି ଏକ ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ସୁଣ୍ଡି ପୁଙ୍ଗାରଗ୍ରାମ ନିକଟରେ ।
ସୂଚନାନୁଯାୟୀ, ଉକ୍ତ ଥାନା ଅଧୀନରେ ରହିଥିବା ମାଳିମାର୍ଲା ଗ୍ରାମର ପିଣ୍ଟୁ ଚୌଧିରୀଙ୍କ ଭଉଣୀ ବୋରିଗୁମ୍ମା ଅଞ୍ଚଳର ବାଙ୍ଗସାହିର ଟୁନେଶ୍ୱର ପ୍ରଧାନଙ୍କୁ ମଙ୍ଗଳବାର ବିବାହ କରିଥାନ୍ତେ। ଉକ୍ତ ବିବାହ ପୂର୍ବରୁ ପରମ୍ପରା ଅନୁଯାୟୀ  ଟୁନେଶ୍ୱରଙ୍କ ଭିଣେଇ ରବୀ ପ୍ରଧାନ ୨ ମାସର ଗର୍ଭବତୀ ଭଉଣୀ ରଶ୍ମିତା ପ୍ରଧାନ ଏବଂ ୬ ବର୍ଷର ଶିଶୁ କନ୍ୟା ଶୁଭଲକ୍ଷ୍ମୀ ପ୍ରଧାନଙ୍କୁ ନେଇ ଝିଅ ଡାକରା ପାଇଁ ପିଣ୍ଟୁ ଚୌଧିରୀଙ୍କ ଘରକୁ କାର ନଂ ଓଡି୧୦ପି ୫୯୧୨ ଯୋଗେ ଯାଉଥିଲେ। ମାତ୍ର ବିପରୀତ ଦିଗରୁ ଆସୁଥିବା ଟ୍ୟାଙ୍କର ନଂ ଓଡ୦୭ଏଡି୨୫୧୭ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ କାର ଚଲାଉ ଥିବା ରବୀ ଏବଂ ତାଙ୍କ ସ୍ତ୍ରୀ ରଶ୍ମିତା ଘଟଣାସ୍ଥଳେ ମୃତ୍ୟୁବରଣ କରିଥିବା ବେଳେ କାର ପଛପଟରେ ବସିଥିବା ଶିଶୁକନ୍ୟା ଶୁଭଲକ୍ଷ୍ମୀ ଗୁରୁତର ହୋଇଥିଲେ। ହେଲେ ଉଦ୍ଧାର କରିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିବା ସେଠାରେ ଉପସ୍ଥିତଥିବା ଲୋକେ କହିଛନ୍ତି। ଅନ୍ୟପକ୍ଷରେ ଟ୍ୟାଙ୍କର ଡ୍ରାଇଭର ଦିଲ୍ଲୀପ କୁମାର ବେହେରା କହିଛନ୍ତି, ମୋ ଗାଡ଼ି ସମ୍ମୁଖରୁ ଆସୁଥିବା କାରଟି ଦ୍ରୁତ ଗତିରେ ଥିଲ। ପରେ ମୋର ଡାହାଣ ପାର୍ଶ୍ୱରେ କାରଟି ପିଟିହୋଇ ଓଲଟି ପଡିଥିଲା। ଖବରପାଇ ପଟ୍ଟାଙ୍ଗି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତକଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଠାଇଛନ୍ତି ମୃତଦେହ ବ୍ୟବଚ୍ଛେଦ ପାଇଁ। ପରେ ଟ୍ୟାଙ୍କର ଡ୍ରାଇଭରଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଜାରି କରିଛି।

Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri