ଶରଧାବାଲିରେ ତିନିରଥ : ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶ

ପୁରୀ ଅଫିସ,୫।୭ : ଶ୍ରୀମନ୍ଦିର ଛାଡ଼ି ବଡଦାଣ୍ଡକୁ ଓହ୍ଲାଇ ଆସିଲେ ଚତୁର୍ଦ୍ଧାବିଗ୍ରହ। ତାଙ୍କ ସ୍ପର୍ଶରେ ରଥ, ପଥ ହେଲା ବ୍ରହ୍ମମୟ। ବଡ଼ଦାଣ୍ଡରେ ଭକ୍ତ-ଭଗବାନଙ୍କର ଘଟିଲା ମହାମିଳନ। ଦାରୁଦିଅଁଙ୍କ ଦର୍ଶନ ପାଇ ଭାବରେ ଭିଜିଲେ ଭକ୍ତ। ପରେ ଭଉଣୀ ଭାଇଙ୍କୁ ସାଥିରେ ଧରି କଳାଠାକୁର ବାହାରିଲେ ଜନ୍ମବେଦି ଅଭିମୁଖେ। ଗୁରୁବାର ଘୋଷଯାତ୍ରାରେ ଅନୁକୂଳ ପାଗ ଓ ସଅଳ ନୀତିକାନ୍ତି ଯୋଗୁ ସଞ୍ଜ ନଇଁବା ପୂର୍ବରୁ ଶରଧାବାଲିରେ ତିନିରଥ ପହଞ୍ଚିଛନ୍ତି। ରାତିରେ ରଥରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇ ଶୁକ୍ରବାର ଆଡ଼ପମଣ୍ଡପକୁ ବିଜେ କରିବେ ଦାରୁଦିଅଁ। ଏହି ନବଦିନାତ୍ମକ ଯାତ୍ରା ଦେଖିବା ଲାଗି ଶ୍ରୀକ୍ଷେତ୍ରରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ।
ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଜନସମୁଦ୍ର ପାଲଟିଥିଲା ଶ୍ରୀକ୍ଷେତ୍ର। ମେଘୁଆ ପାଗ ସହ ସାମାନ୍ୟ ଗୁଳୁଗୁଳି ହେଉଥିଲେ ବି ଭକ୍ତ-ଭଗବାନଙ୍କ ମଧ୍ୟରେ ଏହା ବାଧକ ସାଜିପାରି ନ ଥିଲା। ରଥାରୂଢ ଠାକୁରଙ୍କ ଦର୍ଶନ ଲାଗି ଅପେକ୍ଷା କରିଥିଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ପ୍ରାତଃ ୫ଟା ୨୫ରେ ଠାକୁରଙ୍କ ମଙ୍ଗଳ ଆଳତି ହୋଇ ଅନ୍ୟାନ୍ୟ ନୀତି ହୋଇଥିଲା। ସକାଳ ୭ଟା ୪୫ରେ ସକାଳ ଧୂପ ବଢିଥିଲା। ଏହାପରେ ଦେଉଳ ପୁରୋହିତ ତିନିରଥ ପ୍ରତିଷ୍ଠା କରିଥିଲେ। ସକାଳ ୮ଟା ୫ରେ ମଙ୍ଗଳାର୍ପଣ ହୋଇ ପୁଷ୍ପାଞ୍ଜଳି ସରିଥିଲା। ନିର୍ଦ୍ଧାରିତ ପହଣ୍ଡି ନୀତିର ୧ଘଣ୍ଟା ୧୦ମିନିଟ୍‌ ପୂର୍ବରୁ ଅର୍ଥାତ୍‌ ସକାଳ ୮ଟା ୨୦ରେ ବାଜିଥିଲା ବିଜେ କାହାଳୀ। ଆରମ୍ଭ ହୋଇଥିଲା ଚତୁର୍ଦ୍ଧାବିଗ୍ରହଙ୍କ ପହଣ୍ଡି। ହରିବୋଲ, ହୁଳହୁଳି, ଘଣ୍ଟନାଦ ଏବଂ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା ସିଂହଦ୍ୱାର ସମ୍ମୁଖ। ପରମ୍ପରା ଅନୁଯାୟୀ, ଧାଡ଼ି ପହଣ୍ଡିରେ ଆସିଥିଲେ ଦାରୁବିଗ୍ରହ। ପ୍ରଥମେ ଶ୍ରୀସୁଦର୍ଶନ ଦର୍ପଦଳନ (ଦେବୀ ସୁଭଦ୍ରା) ରଥରେ ସକାଳ ୮ଟା ୫୦ରେ ବିଜେ କରିଥିଲେ। ଏହାପରେ ୯ଟା ୪୫ରେ ବଡ ଠାକୁର ବଳଭଦ୍ର ଏବଂ ୧୦ଟାରେ ଦେବୀ ସୁଭଦ୍ରା ରଥାରୂଢ ହୋଇଥିଲେ। ଶେଷରେ ଆସିଥିଲେ କଳାଠାକୁର। ତେବେ ପହଣ୍ଡି ବେଳେ ବେଶ୍‌ ଅଝଟ କରିଥିଲେ। ପୂର୍ବାହ୍ନ ୧୦ଟାରେ ସିଂହଦ୍ୱାର ଗୁମୁଟରେ ପହଞ୍ଚତ୍ ଯାଇଥିଲେ ମଧ୍ୟ ଆଉ ଆଗକୁ ବଢି ନ ଥିଲେ। ସତେ ଯେମିତି ଗୁମୁଟରୁ ବାହାରିବାକୁ ଇଚ୍ଛା ନ ଥିଲା। ପ୍ରାୟ ୩୫ ମିନିଟ୍‌ ଗୁମୁଟ ଭିତରେ ବାମ ଡାହାଣ ହୋଇଥିଲେ। ଶେଷରେ ଅଭିମାନ ଭାଙ୍ଗି ୧୦ଟା ୩୫ରେ ବାହାରକୁ ଆସିଥିଲେ। ଏହାପରେ ଟହଲି ଟହଲି ସାଢେ ୧୧ଟାରେ ରଥାରୂଢ ହୋଇଥିଲେ ହଟିଆ ଠାକୁର। ମଧ୍ୟାହ୍ନ ସାଢେ ୧୨ଟା ସୁଦ୍ଧା ପହଣ୍ଡି ଶେଷ ଲାଗି ସମୟ ଧାର୍ଯ୍ୟ ହୋଇଥିଲେ ହେଁ, ୧ଘଣ୍ଟା ପୂର୍ବରୁ ଅର୍ଥାତ୍‌ ସାଢେ ୧୧ଟା ସୁଦ୍ଧା ଏହା ସମ୍ପନ୍ନ ହୋଇଥିଲା। ୧୧ଟା ୫୦ରେ ମଦନମୋହନ ରଥକୁ ବିଜେ ହୋଇଥିଲେ। ଏହାପରେ ମହାପ୍ରଭୁଙ୍କ ଚିତା ଲାଗି କରାଯାଇଥିଲା। ମଧ୍ୟାହ୍ନ ୧୨ଟାରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ତାଙ୍କ ଶିଷ୍ୟ ଓ ସାଧକଙ୍କ ସହିତ ଆସି ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିଥିଲେ। ମହାପ୍ରଭୁଙ୍କ ବେଶ ବଢିବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀନଅରରୁ ତାମଯାନରେ ଆସି ଅପରାହ୍ନ ୧ଟା ୧୦ରେ ତିନିରଥରେ ଛେରାପହଁରା କରିଥିଲେ। ଏହା ପରେ ସଙ୍ଗେସଙ୍ଗେ ଚାରମାଳ ଫିଟା ହୋଇ ଘୋଡ଼ା ଓ ସାରଥି ଲାଗି କରାଯାଇଥିଲା। ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ତେବେ ଏହାର ପ୍ରାୟ ୧ଘଣ୍ଟା ୫୦ ମିନିଟ ପୂର୍ବରୁ ଅର୍ଥାତ୍‌ ୨ଟା ୧୦ରେ ରଥଟଣା ଆରମ୍ଭ ହୋଇଥିଲା। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥ, ପରେ ୩ଟାରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଶେଷରେ ଅପରାହ୍ନ ୩ଟା ୪୦ରେ ବିଶ୍ୱନିୟନ୍ତା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯାଇଥିଲା।
ତିନିରଥକୁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣିନେଇଥିଲେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ। ଅପରାହ୍ନ ୫ଟା ୪୫ରେ ଶରଧାବାଲିରେ ଲାଗିଥିଲା ତାଳଧ୍ୱଜ ରଥ। ଏହାର ୧୦ମିନିଟ୍‌ ପରେ ଦର୍ପଦଳନ ରଥ ଏବଂ ଶେଷରେ ସନ୍ଧ୍ୟା ୬ଟା ୪୦ରେ ନନ୍ଦିଘୋଷ ରଥ ଶରଧାବାଲିରେ ପହଞ୍ଚିଥିଲା। ସେଠାରେ ପ୍ରଶାସନ ପକ୍ଷରୁ ରଥ ଚତୁଃପାର୍ଶ୍ୱରେ ବ୍ୟାରିକେଡ୍‌ କରାଯାଇଛି। ଭକ୍ତମାନେ ରଥତଳେ ରହି ରଥାରୂଢ ଶ୍ରୀବିଗ୍ରହଙ୍କୁ ଦର୍ଶନ କରିବେ। ଶୁକ୍ରବାର ରଥରେ ଠାକୁରଙ୍କ ସନ୍ଧ୍ୟାଧୂପ ନୀତି ସରିବା ପରେ ପହଣ୍ଡି ହେବ। ଚତୁର୍ଦ୍ଧାବିଗ୍ରହ ଗୋଟି ପହଣ୍ଡିରେ ଯାଇ ଆଡ଼ପମଣ୍ଡପ ତଥା ଜନ୍ମବେଦିରେ ବିଜେ କରିବେ ଏବଂ ଶନିବାରଠାରୁ ସେଠାରେ ଭକ୍ତଙ୍କୁ ଦର୍ଶନ ଦେବେ। ରଥଯାତ୍ରାରେ ୮ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ପ୍ରଶାସନ ପକ୍ଷରୁ ପ୍ରାକ୍‌ ଆକଳନ କରାଯାଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri