Posted inଜାତୀୟ

ଶତାବ୍ଦୀ ଶେଷ ସୁଦ୍ଧା ଭାରତ ହେବ ୪.୪ ଡିଗ୍ରୀ ଅଧିକ ଉତ୍ତପ୍ତ

ନୂଆଦିଲ୍ଲୀ,୧୬ା୬(ପି.ଟି.): ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ଭାରତର ତାପମାତ୍ରା ୪.୪ ଡିଗ୍ରୀ ସେଲ୍‌ସିୟସ୍‌ ବୃଦ୍ଧି ହୋଇପାରେ। ସେହିପରି ଉଷ୍ମ ପ୍ରବାହର ତୀବ୍ରତା ୩-୪ ଗୁଣ ବଢ଼ିପାରେ ବୋଲି ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ଏକ ସରକାରୀ ରିପୋର୍ଟରୁ ଜଣାପଡ଼ିଛି। ଭୂବିଜ୍ଞାନ ମନ୍ତ୍ରଣାଳୟର ପୁଣେସ୍ଥିତ ଭାରତୀୟ ପାଣିପାଗ ପ୍ରତିଷ୍ଠାନର ଜଳବାୟୁ ପରିବର୍ତ୍ତନ ଗବେଷଣା କେନ୍ଦ୍ର ପକ୍ଷରୁ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ସବୁଜ ଗୃହ ବାଷ୍ପ ଜନିତ ଉଷ୍ମତା କାରଣରୁ ୧୯୦୧-୨୦୧୮ ମଧ୍ୟରେ ଭାରତର ହାରାହାରି ତାପମାତ୍ରା ପ୍ରାୟ ୦.୭ ଡିଗ୍ରୀ ସେଲ୍‌ସିୟସ ବୃଦ୍ଧିପାଇଥିବା ରିପୋର୍ଟରେ ଦର୍ଶାଯାଇଛି।
୧୯୮୬ରୁ ୨୦୧୫ ଅର୍ଥାତ୍‌ ୩୦ ବର୍ଷର ଅବଧି ମଧ୍ୟରେ ବର୍ଷର ସବୁଠୁ ଗରମ ଦିନର ତାପମାତ୍ରା ୦.୬୩ ଡିଗ୍ରୀ ବୃଦ୍ଧି ପାଇଥିବାବେଳେ ସବୁଠୁ ଥଣ୍ଡା ରାତିର ତାପମାତ୍ରା ୦.୪ ଡିଗ୍ରୀ ସେଲ୍‌ସିୟସ୍‌ ବଢ଼ିଥିବା ରିପୋର୍ଟରେ କୁହାଯାଇଛି। ଶତାବ୍ଦୀର ଶେଷ ସୁଦ୍ଧା ସବୁଠୁ ଗରମ ଦିନ ଏବଂ ଥଣ୍ଡା ରାତିର ତାପମାତ୍ରା ଯଥାକ୍ରମେ ୪.୭ ଡିଗ୍ରୀ ସେଲ୍‌ସିୟସ୍‌ ଏବଂ ୫.୫ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଗରମ ଦିନ ଏବଂ ଗରମ ରାତି ସଂଖ୍ୟା ମଧ୍ୟ ବଢ଼ିବ, ଯାହାକି ଯଥାକ୍ରମେ ୫୫% ଏବଂ ୭୦% ବୃଦ୍ଧି ହେବା ପୂର୍ବାନୁମାନ କରାଯାଇଛି। ଏକବିଂଶ ଶତାବ୍ଦୀର ଶେଷ ଭାଗରେ ଭାରତରେ ଗ୍ରୀଷ୍ମ (ଏପ୍ରିଲ-ଜୁନ) ଉଷ୍ମ ପ୍ରବାହ ୩ରୁ ୪ ଗୁଣ ଅଧିକ ହେବ। ଉଷ୍ମ ପ୍ରବାହର ହାରାହାରି ସମୟସୀମା ମଧ୍ୟ ପ୍ରାୟ ଦୁଇ ଗୁଣ ହେବ ବୋଲି ଆକଳନ କରାଯାଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ, ସମଗ୍ର ଭାରତରେ ଭୂପୃଷ୍ଠ ତାପମାତ୍ରା ଏବଂ ଆର୍ଦ୍ରତାର ମିଳିତ ବୃଦ୍ଧି ସାଙ୍ଗକୁ ଜୋର୍‌ଦାର ଗରମ ହେବା ଆଶଙ୍କା ଥିବାବେଳେ ଗାଙ୍ଗେୟ ସମତଳ ଅଞ୍ଚଳ ଏବଂ ସିନ୍ଧୁ ନଦୀ ଅବବାହିକାରେ ବିଶେଷ ଭାବେ ଅନୁଭୂତ ହେବ। ୧୯୫୧-୨୦୧୫ ମଧ୍ୟରେ ଭାରତ ମହାସାଗର ଅଞ୍ଚଳର ସମୁଦ୍ର ପୃଷ୍ଠ ତାପମାତ୍ରା (ଏସ୍‌ଏସ୍‌ଟି) ହାରାହାରି ୧ ଡିଗ୍ରୀ ସେଲ୍‌ସିୟସ୍‌ ବୃଦ୍ଧିପାଇଛି, ଯାହାକି ବିଶ୍ୱର ହାରାହାରି ଏସ୍‌ଏସ୍‌ଟି (୦.୭ ଡିଗ୍ରୀ ସେଲ୍‌ସିୟସ୍‌)ଠାରୁ ଅଧିକ। ଭାରତ ମହାସାଗରରେ ତାପମାତ୍ରା କମ୍‌ ବେଶି ହେବା ଯୋଗୁ ଉତ୍ତମ ମୌସୁମୀ ଆଣିବାରେ ସହାୟକ ହୋଇଥାଏ। ୧୮୭୪ରୁ ୨୦୦୪ ମଧ୍ୟରେ ଉତ୍ତର ଭାରତ ମହାସାଗରର ଜଳପତ୍ତନ ୧.୦୬ରୁ ୧.୭୫ ମିଲିମିଟର ବୃଦ୍ଧି ପାଇଥିଲା। ତେବେ ଗତ ୨୫ ବର୍ଷ ମଧ୍ୟରେ (୧୯୯୩-୨୦୧୭) ଏହା ୩.୩ ମିଲିିମିଟର ହିସାବରେ ବୃଦ୍ଧି ପାଇଛି। ଚଳିତ ଶତାବ୍ଦୀ ଶେଷ ବେଳକୁ ଉତ୍ତର ଭାରତ ମହାସାଗରରେ ସମୁଦ୍ର ପତ୍ତନ ହାରାହାରି ୩୦୦ ମିଲିିମିଟର ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ସେହିପରି ୧୯୫୧ରୁ ୨୦୧୫ ମଧ୍ୟରେ ଭାରତରେ ମୌସୁମୀ ବର୍ଷା ପରିମାଣ(ଜୁନ୍‌ରୁ ସେପ୍ଟେମ୍ବର) ପ୍ରାୟ ୬ ପ୍ରତିଶତ ହ୍ରାସପାଇଛି। ବିଶେଷ କରି ଗାଙ୍ଗେୟ ସମତଳ ଅଞ୍ଚଳ ଏବଂ ପଶ୍ଚିମଘାଟ ଅଞ୍ଚଳରେ ବର୍ଷା ଯଥେଷ୍ଟ କମିଥିବା ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri