Posted inଭଦ୍ରକ

ଶଙ୍ଖାବାଲୀର ଶଙ୍ଖା, ଚୁଡ଼ି କିମିଆ

ଆରଡ଼ି, ୧୦।୧୨ (ଡି.ଏନ.ଏ.)- ଶଙ୍ଖା, ଚୁଡ଼ି, ସିନ୍ଦୂର ସୌଭାଗ୍ୟର ପ୍ରତୀକ। କାହିଁ କେଉଁ କାଳରୁ ବିବାହିତ ସଧବା ମହିଳାମାନେ ଏହାକୁ ପିନ୍ଧି ଆସୁଛନ୍ତି। ଆଜିକାଲି ହାଟବଜାରରେ ଲେଡିଜ କର୍ନ୍ନର ଓ ଫ୍ୟାଶନ ସେଣ୍ଟରରେ ଶଙ୍ଖାସିନ୍ଦୂର ଭଳି ନାନା ପ୍ରସାଧନ ସାମଗ୍ରୀ ବିକ୍ରି ହେଉଛି। ବିବାହ ଋତୁରେ ଏସବୁ ଜିନିଷର ଚାହିଦା ଅଧିକ। ଆଗ କାଳରେ ଗଁାଗଣ୍ଡାର ମହିଳାମାନେ ଫେରିବାଲା ଶଙ୍ଖାରୀଠାରୁ ଶଙ୍ଖା ସିନ୍ଦୂର କିଣି ପିନ୍ଧୁଥିଲେ। ସେତେବେଳେ ଏହି ଶଙ୍ଖା ବ୍ୟବସାୟକୁ କୌଳିକ ବୃତ୍ତି ଭାବେ ଗ୍ରହଣ କରି ଅନେକ ଜୀବିକା ନିର୍ବାହ କରୁଥିଲେ। ସମୟ ବଦଳିବା ଏବଂ ହାଟବଜାରରେ ଏସବୁ ସାମଗ୍ରୀ ହାଉଜାଉ ହେଉଥିବାବେଳେ ଶଙ୍ଖାରୀ ପରିବାରର ଅନେକ ମହିଳା ଓ ପୁରୁଷ ଆଜି ବି ପୁରୁଣା ବୃତ୍ତିକୁ ନେଇ ଶଙ୍ଖା ବ୍ୟବସାୟ କରି ପରିବାର ଚଳାଉଥିବା ଶୁଣିଲେ ବିସ୍ମୟ ଲାଗେ। ଏଭଳି ଜଣେ ଶଙ୍ଖାରୀ ହେଲେ ବାସନ୍ତୀ ଦାସ(୪୫)। ଘର ଭଦ୍ରକ ଜିଲାର ଆରଡ଼ି ନିକଟସ୍ଥ ଅମୃତମଣୋହୀରେ। ପରିବାର ପ୍ରତିପୋଷଣ ପାଇଁ ସେ ଓ ତାଙ୍କ ସ୍ବାମୀ ରବୀନ୍ଦ୍ର ଏହି ବ୍ୟବସାୟକୁ ଆଦରି ନେଇଛନ୍ତି। ବାସନ୍ତୀ ପ୍ରତିଦିନ ସକାଳୁ ବିଭିନ୍ନ ରଙ୍ଗବେରଙ୍ଗ କିସମର ଶଙ୍ଖା ଓ ଚୁଡି ଥିବା ଟୋକେଇ ଧରି ଘରୁ ବାହାରି ଯାଆନ୍ତି। ତାଙ୍କ ସ୍ବାମୀ ଅଲଗା ବାଟରେ ଯାଇ ବେପାର କରିଥାନ୍ତି। ବିଭିନ୍ନ ଗଁାଗଣ୍ଡା ବୁଲି ଶଙ୍ଖା, ଚୁଡ଼ି ବିକି ସନ୍ଧ୍ୟାକୁ ସେମାନେ ଘରକୁ ଫେରନ୍ତି।
ବାସନ୍ତୀ କହନ୍ତି, ପୂର୍ବ ରାତିରେ ସେ ଘରେ ବିକ୍ରି ସାମଗ୍ରୀକୁ ଟୋକେଇରେ ସଜାଡ଼ି ରଖିଥାନ୍ତି। ସକାଳେ ଏହାକୁ ମୁଣ୍ଡାଇ ବାହାରି ପଡ଼ନ୍ତି। କେବଳ ଶଙ୍ଖା, ଚୁଡ଼ି ନୁହେଁ, ଆଇନା, ପାନିଆ, ନେଲ୍‌ପଲିସ, ଛୁଞ୍ଚି, ସୂତା ଭଳି କେତେକ’ଣ ଷ୍ଟେସନେରୀ ସାମଗ୍ରୀ ତାଙ୍କ ଟୋକେଇରେ ରହିଥାଏ। ପ୍ରତିଦିନ ସେ ୧୦ କି.ମି. ପରିଧିରେ ବିଭିନ୍ନ ଗଁା ଗଣ୍ଡା ବୁଲି ଗ୍ରାହକଙ୍କୁ ଜିନିଷ ବିକନ୍ତି। ଏହି ବ୍ୟବସାୟ କରିବା ପରଠାରୁ ଅନେକ ଚିହ୍ନରା ଗ୍ରାହକଙ୍କୁ ସମ୍ପର୍କ ଡୋରିରେ ବାନ୍ଧି ରଖିଛନ୍ତି। ଆରଡ଼ି ନିକଟବର୍ତ୍ତୀ ଓଳଗ, କୁଳେଇପଦା, ଚମ୍ପାସାହି, ପାରଡିଆ, ବାଙ୍କମୁହଁା, ନାନ୍ଦପୁର, ତଳଦୁମୁକା, ବୋଡକ, ଷାଠିବାଙ୍କୁଡା ଆଦି ଗାଁ ତାଙ୍କ ବ୍ୟବସାୟର କ୍ଷେତ୍ର ପାଲଟିଛି। ଚିହ୍ନା ପରିଚୟ ବଢ଼ିବା ଯୋଗୁ ଲୋକଙ୍କଠାରୁ ତାଙ୍କୁ ମିଳୁଛି ଅନେକ ସ୍ନେହ ଶ୍ରଦ୍ଧା। ଏହା ତାଙ୍କ ବ୍ୟବସାୟକୁ ଚଳାଇ ରଖିବାରେ ସହାୟତା କରୁଛି। ଶଙ୍ଖା ବ୍ୟବସାୟ ଦେଇଛି ତାଙ୍କୁ ଦାନା ପାଣି। ଜମିବାଡ଼ି କିଛି ନ ଥିବାରୁ ଏହାକୁ ଭରସା କରି ସେ ତାଙ୍କ ସଂସାର ଚଳାଇଛନ୍ତି। ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ। ସେମାନଙ୍କୁ ପାଠ ପଢ଼ାଇ ଶିକ୍ଷିତ କରାଇବା ସହ ବିବାହ କରାଇ ଦେଇଛନ୍ତି। ଘରକୁ ୨ ବୋହୂ ଆସି ସୁଖଦୁଃଖରେ ସାଥୀ ପାଲଟିଛନ୍ତି। ବଡ଼ ବୋହୂର ୨ ପୁଅ ଜନ୍ମ ନେବା ପରେ ଘରେ ସେ ଏହି କୁନି ପିଲାଙ୍କ ମେଳରେ ଅନ୍ୟ ସମୟ ବିତାଇଥାନ୍ତି। ପୁଅମାନେ ବଡ଼ ହେବା ପରେ ଏହି ପୁରୁଣା ବୃତ୍ତି ଛାଡ଼ି ଦେବା ଲାଗି ବାରଣ କରୁଥିଲେ ମଧ୍ୟ ସେ ଗ୍ରାହକଙ୍କ ଭଲପାଇବାକୁ ଏଡ଼ାଇ ନ ପାରି ବ୍ୟବସାୟକୁ ଜାରି ରଖିଛନ୍ତି। ହାତଗୋଡ଼ ଚାଲୁଥିବା ଯାଏ ସେ ଲୋକଙ୍କ ପାଖକୁ ଯିବେ ବୋଲି କହିଛନ୍ତି। ଶଙ୍ଖା ବେପାର କରୁଥିବା ବାସନ୍ତୀଙ୍କ ବ୍ୟବହାର ଓ ମଧୁର ଆଳାପରେ ଅନେକ ମହିଳା ଗ୍ରାହକ ଶ୍ରଦ୍ଧାରେ ତାଙ୍କୁ ମାଉସୀ ଡାକିଥାନ୍ତି। ସେହିଭଳି ତାଙ୍କ ସ୍ବାମୀ ଗ୍ରାହକଙ୍କ ମନ ଜିଣି ଏହି କୌଳିକ ବୃତ୍ତି ବଜାୟ ରଖିବା ସହ ତାଙ୍କୁ ଉତ୍ସାହିତ କରିଆସୁଛନ୍ତି। ହାଟ ବଜାର ଦର ତୁଳନାରେ ସେ ବେଶି ଲାଭ ନ ରଖି ସୁଲଭ ମୂଲ୍ୟରେ ଶଙ୍ଖା ଚୁଡ଼ି ଆଦି ବିକ୍ରି କରିଥାନ୍ତି। ଘରେ ବସି ଲୋକେ ଚାହିଦା ମୁତାବକ ଜିନିଷ ପାଇପାରୁଥିବାରୁ ଏହା ତାଙ୍କୁ ଦେଇଛି ବ୍ୟବସାୟିକ ସଫଳତା।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

ଚାଷୀଙ୍କ ଧାରଣାକୁ ପୂରିଲା ୩୫ଦିନ: ଏବେ ନ୍ୟାୟିକ ସହଯୋଗ କରିବ ଜିଲା ଓକିଲ ସଂଘ

ବରଗଡ଼,୧୩।୪(ପ୍ରେମାନନ୍ଦ ଖମାରୀ): ରବିଧାନ ଅମଳ ଆଉମାତ୍ର ୨ସପ୍ତାହ ପରେ ଆରମ୍ଭ ହୋଇଯିବ। ହେଲେ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ହୋଇଥିବା ଧାନ…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସରିଲା ଯୁକ୍ତ ୩ ପରୀକ୍ଷା: ଫଳାଫଳକୁ ଅପେକ୍ଷା

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶବିଦ୍ୟାଳୟ ପକ୍ଷରୁ ଗତ ୪ ତାରିଖରୁ ଆରମ୍ଭ ହୋଇଥିବା ଯୁକ୍ତ ୩ କଳା, ବାଣିଜ୍ୟ, ବିଜ୍ଞାନ ପରୀକ୍ଷା ସୋମବାର ସରିଛି। ଖୁବଶୀଘ୍ର ପରୀକ୍ଷା…

ଗତକାଲି ହଠାତ୍‌ ଘରୁ ନିଖୋଜ ହୋଇଯାଇଥିଲେ ୧୦ମ ଶ୍ରେଣୀ ଛାତ୍ରୀ, ଆଜି ଜଙ୍ଗଲରୁ ଉଦ୍ଧାର ହେବା ପରେ…

ଦିଗପହଣ୍ଡି,୧୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁରୁ ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିବା ଜଣେ ୧୬ ବର୍ଷୀୟା ଛାତ୍ରୀ ରବିବାର ଘରୁ…

ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ, ଗଛ ଉପରେ ଚଢି ଅଚେତ ହୋଇପଡ଼ିଲେ ହନୁମାନ

ବୁଗୁଡ଼ା,୧୩ା୪(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧୀନ ସଂକୁରୁ ଗ୍ରାମରେ ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ ଘଟିଛି। ରାମାୟଣ ପରିବେଷଣ ବେଳେ ଗଛ ଉପରେ…

କୀର୍ତ୍ତନ ଦାସଙ୍କ ଉପରେ ଭରସା କଲା ଭାଜପା, ଦେଲା ଏହି ଗୁରୁଦାୟିତ୍ୱ: ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଗଞ୍ଜାମ,୧୩।୪(ଅନାଥ ତରାଇ): ଭାରତୀୟ ଜନତା ପାର୍ଟିର ଜଣେ ଦକ୍ଷ ତଥା ନିଷ୍ଠାପର ସଂଗଠକ ଭାବେ ପରିଚିତ କୀର୍ତ୍ତନ ଦାସଙ୍କୁ ଦ୍ୱିତୀୟଥର ପାଇଁ ଗଞ୍ଜାମ ଜିଲା ଭାଜପା ଅନୁସୂଚିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri