ଶଙ୍କରାଚାର୍ଯ୍ୟଙ୍କୁ ଅସମ୍ମାନିତ କରିଛନ୍ତି ନରସିଂହ: ଭାଜପା; କୌଣସି ଅପମାନସୂଚକ କଥା କହିନାହିଁ: ନରସିଂହ

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ):  ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ସାଙ୍ଗିଆକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଯେଉଁ ପ୍ରଶ୍ନ ଉଠାଇଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ା ଶଙ୍କରାଚାର୍ଯ୍ୟଙ୍କର ଶିକ୍ଷା ଓ ଜାତିକୁ ନେଇ ପ୍ରମାଣ ମାଗିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଭାଜପା ଅଭିଯୋଗ କରିଛି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ପୁରୀ ମଠାଧୀଶ ବୋଲି ନ୍ୟାୟାଳୟରେ ପୂର୍ବରୁ ପ୍ରମାଣିତ ହୋଇସାରିଛି। ତାଙ୍କ ସ୍ବୀକୃତିକୁ ନେଇ ବର୍ତ୍ତମାନ କଂଗ୍ରେସ ବିଧାୟକ ଦଳ ନେତା ପ୍ରଶ୍ନ ଉଠାଇବା ଅର୍ଥାତ୍‌ ଜାଣିଶୁଣି ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ କରିବା ା ବୈଦିକ ଗଣିତ ଉପରେ ୫୦ରୁ ଅଧିକ ପୁସ୍ତକ ରଚନା କରିବାସହ ବେଦ ସହିତ ଗଣିତକୁ ଯୋଡିବା ଭଳି ବିରଳ ବିଦ୍ୟାରେ ଶଙ୍କରାଚାର୍ଯ୍ୟ ଅଧିକାରୀ ବୋଲି ସମସ୍ତେ ଜାଣନ୍ତି ା ତାଙ୍କ ପ୍ରତି ଅପଶବ୍ଦ ନରସିଂହ ମିଶ୍ର ଓ କଂଗ୍ରେସ ଦଳର ହୀନମନ୍ୟତାର ପରିଚୟ ଦେଇଛି । ନରସିଂହବାବୁ ଜାଣିଶୁଣି ଜଗନ୍ନାଥ ସଂସ୍କୃତିକୁ ନୀଚା ଦେଖାଇବାକୁ ଯାଇ ସାଢେ ୪କୋଟି ଓଡିଆଙ୍କ ଆସ୍ଥା ଓ ବିଶ୍ୱାସ ଓ ଭାବନାକୁ ଆଘାତ ଦେଇଛନ୍ତି ା ସେ ପୂର୍ବରୁ ଆଇନ ମନ୍ତ୍ରୀ ଥିବାବେଳେ ମଧ୍ୟ ଜଗଦ୍‌ଗୁରୁଙ୍କ ପ୍ରତି ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ, ଯାହାକୁ ନେଇ ତାଙ୍କୁ ବିବାଦ ଘେରକୁ ଆସିବାକୁ ପଡିଥିଲା। ଏଭଳି ମନ୍ତବ୍ୟ ପାଇଁ ସେ କ୍ଷମା ମାଗନ୍ତୁ ବୋଲି ଗୋଲକ କହିଛନ୍ତି। ଭାଜପାର ଏଭଳି ଅଭିଯୋଗ ଉପରେ ପ୍ରତିକ୍ରିୟା ପ୍ରକାଶ କରି ନରସିଂହ ମିଶ୍ର କହିଛନ୍ତି, ମୁଁ ଯାହା କହିଛି ଠିକ୍‌ କହିଛି। କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ। ଭାଜପା ବନ୍ଧୁମାନେ ଧର୍ମ ନାମରେ ରାଜନୀତି କରିବାରେ ଓସ୍ତାଦ। ଇଏ ଆଉ ଏକ ପ୍ରକାର ରାଜନୀତି ସେମାନେ କହୁଛନ୍ତି। ମନ୍ତ୍ରୀ ଥିବାବେଳେ ତାଙ୍କ ମତକୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତିନିଧି ଗ୍ରହଣ କରି ଧନ୍ୟବାଦ ଚିଠି ଦେଇଥିଲେ। ଏହା ଦଳର ନୁହେଁ ବରଂ ତାଙ୍କର ବ୍ୟକ୍ତିଗତ ମତ। କୌଣସି ଅପମାନ ସୂଚକ କଥା କହିନାହିଁ ବୋଲି ନରସିଂହ କହିଛନ୍ତି। ଏନେଇ ଗୋବର୍ଦ୍ଧନ ପୀଠର ମୁଖପାତ୍ର କହିଛନ୍ତି, ଶଙ୍କରାଚାର୍ଯ୍ୟଙ୍କୁ ନରସିଂହ ମିଶ୍ରଙ୍କ ସ୍ବୀକୃତିର ଆବଶ୍ୟକତା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri