Posted inଖେଳ

ଲୋରେଟ୍‌ କପ୍‌ରେ ଭାଗନେଇ ଫେରିଲେ ଆର୍ଯ୍ୟନ

ଭୁବନେଶ୍ୱର, ୨୧।୪(ସ୍ପୋଟର୍‌ସ ବ୍ୟୁରୋ)- ଚଳିତ ମାସ ୧୩ରୁ ୧୮ ତାରିଖ ପର୍ଯ୍ୟନ୍ତ ସ୍ପେନରେ ଅନୁଷ୍ଠିତ ‘ଲୋରେଟ୍‌ କପ୍‌’ ଇଣ୍ଟରନ୍ୟାଶନାଲ ହ୍ୟାଣ୍ଡବଲ୍‌ ଟୁର୍ନାମେଣ୍ଟରେ ଓଡ଼ିଶାର ଆର୍ଯ୍ୟନ ବ୍ରାହ୍ମିନ ଭାରତୀୟ ଦଳରୁ ପ୍ରତିନିଧିତ୍ୱ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଏହି ଟୁର୍ନାମେଣ୍ଟରେ ମୋଟ୍‌ ୧୬ଟି ଦେଶ ଅଂଶଗ୍ରହଣ କରିଥିଲେ ଏବଂ ଭାରତର ପ୍ରଦର୍ଶନ ଉଚ୍ଚକୋଟୀର ହେଲେ ମଧ୍ୟ ଦଳ ଅଳ୍ପକେ ପଦକ ହାସଲରୁ ବଞ୍ଚତ୍ତ ହୋଇଥିଲା। ପ୍ରତିଯୋଗିତାରେ ଆର୍ଯ୍ୟନଙ୍କ ପ୍ରଭାବୀ ପ୍ରଦର୍ଶନ ଯୋଗୁ ତାଙ୍କୁ ଆୟୋଜକଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବେ ପଦକ ଦିଆଯାଇ ସମ୍ମାନିତ କରାଯାଇଥିଲା। ଗତ ୨ ବର୍ଷ ହେବ ଜାତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଆସୁଥିବା ଆର୍ଯ୍ୟନ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚତ୍ବାପରେ ବିଭିନ୍ନ କ୍ରୀଡ଼ା ସଙ୍ଗଠକ ପକ୍ଷରୁ ତଶଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଆର୍ଯ୍ୟନ କଟକ ଫୁଲନଖରାସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ସର୍ବଭାରତୀୟସ୍ତରରେ ରାଜ୍ୟ ଓ ସ୍କୁଲ ପାଇଁ ଗୌରବ ଆଣିଥିବାରୁ ଓଡ଼ିଶା ହ୍ୟାଣ୍ଡବଲ ସଂଘ ସଭାପତି ସୟଦ ମକ୍‌ବୁଲ ଅଲି, ସମ୍ପାଦକ ବୀରେନ ବେହେରା ପ୍ରମୁଖ ଆର୍ଯ୍ୟନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବକ୍ସର ଅମିତ୍‌ଙ୍କୁ ୧ ନମ୍ବର ମାନ୍ୟତା

ନୂଆଦିଲ୍ଲୀ, ୧୩।୨ (ପି.ଟି.)- ଆସନ୍ତା ମାସରେ ହେବାକୁ ଥିବା ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ପୂର୍ବରୁ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି)ର ବକ୍ସିଂ ଟ୍ୟାକ୍ସ ଫୋର୍ସ ଭାରତର...

ଏସୀୟ ଜୁନିୟର କରାଟେରେ ଓଡ଼ିଶାର ୪ ପ୍ରତିଯୋଗୀ

ଭୁବନେଶ୍ୱର, ୨୮।୪(କ୍ରୀଡ଼ା ପ୍ରତିନିଧି)- ମାଲେସିଆର କୋଟା ବିନାବାଲୁଠାରେ ଶନିବାରଠାରୁ ୧୮ତମ ଏ.କେ.ଏଫ. କ୍ୟାଡେଟ ଜୁନିୟର ଓ ୨୧ ବର୍ଷରୁ କମ୍‌ କରାଟେ ପ୍ରତିଯୋଗିତା ଆରମ୍ଭ ହୋଇଛି।...

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ: କୋହଲିଙ୍କୁ ହଟାଇ ଶୀର୍ଷରେ ସ୍ମିଥ୍‌

ଦୁବାଇ,୪।୯(ପି.ଟି.)- ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ତାଙ୍କର ୧ ନମ୍ବର ସ୍ଥାନ ହରାଇଛନ୍ତି। ସେ...

ଭାଇରାଲ ହେଉଛି ବୀରେନ୍ଦ୍ର ସେହ୍ବାଗଙ୍କ ଭିଡିଓ

ସାଧାରଣତଃ ଜେସିବି ମେଶିନ୍‌ ବହୁତ ଓଜନିଆ ହୋଇଥାଏ। ବଡ ବଡ କୋଠା ଭାଙ୍ଗିବା, ରାସ୍ତା ଖୋଳିବା ଭଳି କାର୍ଯ୍ୟରେ ଏହି ମେଶିନ୍‌ ବ୍ୟବହୃତ ହୋଇଥାଏ। ଭାରତୀୟ...

ଆଇପିଏଲ ପୂର୍ବରୁ ଖେଳାଳିଙ୍କୁ ତଥ୍ୟ ପ୍ରଦାନ କରୁଛି ନ୍ୟୁଜିଲାଣ୍ଡ କ୍ରିକେଟ

ଅକ୍‌ଲାଣ୍ଡ,୫ା୩(ପି.ଟି.)- କରୋନା ଭାଇରସ କାରଣରୁ ବିଶ୍ୱରେ ପ୍ରାୟ ୮୦ ଦେଶ ପ୍ରଭାବିତ ହୋଇସାରିଛନ୍ତି। ଏଥିରୁ ବର୍ତ୍ତି ପାରିନାହିଁ ଭାରତ । ଦେଶରେ ୧୬ ଇଟାଲି ଯାତ୍ରୀଙ୍କ...

ମହିଳା କ୍ରିକେଟ ଖେଳାଳିଙ୍କ କେନ୍ଦ୍ରୀୟ ଚୁକ୍ତିନାମା ଘୋଷଣା: ଏ ଗ୍ରେଡରେ ହରମନପ୍ରୀତ-ମନ୍ଧାନା-ଦୀପ୍ତି…

କୋଲାକାତା,୨୭।୪ : ବିସିସିଆଇ ୨୦୨୨-୨୩ ବର୍ଷ ପାଇଁ ମହିଳା କ୍ରିକେଟ ଖେଳାଳିଙ୍କ କେନ୍ଦ୍ରୀୟ ଚୁକ୍ତିନାମା ଘୋଷଣା କରିଛି। କେନ୍ଦ୍ରୀୟ ଚୁକ୍ତିରେ ସମୁଦାୟ ୧୭ ଖେଳାଳିଙ୍କୁ ଅନ୍ତର୍ଭୁକ୍ତ...

ବାର୍ଟି-ପ୍ଲିସ୍‌କୋଭା ଫାଇନାଲ

ଲଣ୍ଡନ, ୯।୧-ଅଷ୍ଟ୍ରେଲିଆର ଆଶ୍‌ଲେ ବାର୍ଟି ଚଳିତ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଫାଇନାଲରେ ସେ ଚେକ୍‌ ରିପବ୍ଲିକର କାରୋଲିନା ପ୍ଲିସ୍‌କୋଭାଙ୍କୁ...

ରଣଜୀ ଟ୍ରଫିରେ ପ୍ରଥମ ହ୍ୟାଟ୍ରିକ୍‌ ନେଇଥିଲେ ଏହି ଖେଳାଳି

ଅଧିକାଂଶ ଭାରତୀୟ କ୍ରିକେଟ ପ୍ରେମୀ ହୁଏତ ସି.କେ ନାଇଡୁ, ଲାଲା ଅମରନାଥଙ୍କ ନାମ ଶୁଣିଥିବେ, କିନ୍ତୁ କେବଳ ବାକା ଜିଲାନିଙ୍କୁ କମ୍‌ ଜାଣିଥିବେ। ଜୁଲାଇ ୨୦,...

Advertisement
Archives

Model This Week