ଲୋପ ପାଇବାକୁ ବସିଲେଣି ଘରଚଟିଆ,ଚିନ୍ତାରେ ପରିବେଶବିତ୍‌

ଭବାନୀପାଟଣା,୭।୭(ଡି.ଏନ୍‌.ଏ.): ପ୍ରତ୍ୟେକ ଦିନ ଆମ ଚତୁଃପାର୍ଶ୍ୱରେ ଭିନ୍ନ ଭିନ୍ନ ପ୍ରକାର ପକ୍ଷୀ ଦେଖିଥାଉ। ଘରଚଟିଆ ସେଥିମଧ୍ୟରୁ ଅନ୍ୟତମ। ଏବେ ଘରଚଟିଆ ଧୀରେ ଧୀରେ କଳାହାଣ୍ଡି ଜିଲାର ବିଭିନ୍ନ ଅଞ୍ଚଳରୁ ଲୋପ ପାଇବାକୁ ବସିଲେଣି। ପାଗର ପରିବର୍ତ୍ତନ ସାଙ୍ଗକୁ ବିଭିନ୍ନ କାରଣରୁ ଏମାନଙ୍କ ବଂଶ ବୃଦ୍ଧି ହୋଇପାରୁନାହିଁ। ଘରର ଚାଳ ଉପରେ କିଚିରିମିଚିରି ଶବ୍ଦ କରୁଥିବା ଏହି ପ୍ରିୟ ପକ୍ଷୀଙ୍କ ନିରାପଦ ସ୍ଥାନ ହେଉଛି ଚାଳ ଛପର ଘର। ଘରେ ବାସ କରୁଥିବାରୁ ଏହି ପକ୍ଷୀର ନାଁ ଘରଚଟିଆ। ଏହା ଏକ ସାହାଯ୍ୟକାରୀ ପକ୍ଷୀ। ଘର ଭିତରର ନାନାଦି ପୋକ ଖାଇ ସଫା କରିଥାଏ। ରାତି ପାହିବା କ୍ଷଣି କିଚିରିମିଚିରି ଶବ୍ଦ କରି ମଣିଷକୁ ନିଦରୁ ଉଠାଇବାରେ ସାହାଯ୍ୟ କରିଥାଏ।

ଘରଚଟିଆର ଲମ୍ବ ପ୍ରାୟ ୬ ରୁ ୭ ସେମି ମଧ୍ୟରେ ଓଜନ ୩୦ରୁ ୩୫ଗ୍ରାମ୍‌। ଏହା ଥରକୁ ୪ରୁ ୫ଟି ଅଣ୍ଡା ଦେଇଥାଏ। ପ୍ରାୟ ୧୩ରୁ ୧୫ଦିନ ପର୍ଯ୍ୟନ୍ତ ଅଣ୍ଡାକୁ ଉଷୁମାଇଥାଏ। ଗାଁରୁ ହିଁ ଏମାନେ ବେଶୀ ପରିମାଣରେ ଖାଦ୍ୟ ସଂଗ୍ରହ କରିଥାନ୍ତି। ଧାନ, ଗହମ, ଡାଲିଦାନା, କୀଟ, ପତଙ୍ଗ, ଜିଆ ଆଦି ଏମାନଙ୍କର ପ୍ରଧାନ ଖାଦ୍ୟ। ଶାବକମାନଙ୍କୁ ମଧ୍ୟ ସେମାନେ ଏହା ଖୁଆଇଥାନ୍ତି। ଏହି ପକ୍ଷୀଟି କେବଳ ଭାରତରେ ନୁହେଁ ବ୍ରିଟେନ୍‌,ନେଦରଲାଣ୍ଡରେ ମଧ୍ୟ ଦେଖାଯାଇଥାନ୍ତି। ଘରଚଟିଆର ସୁରକ୍ଷା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ରେ ବିଶ୍ୱ ଘରଚଟିଆ ଦିବସ ପାଳନ କରାଯାଉଛି। ଏହି ଦିବସର ଉଦ୍ଦେଶ୍ୟ ହେଲା ଲୋପ ପାଇବାକୁ ବସିଥିବା ଘରଚଟିଆର ସଂରକ୍ଷଣ। ଘରଚଟିଆ ଦୁଇଟି ଜାତି ଓ ୧୨ ପ୍ରଜାତିର ଅଛନ୍ତି। ଗାଁଗହଳିରେ ଲୋକମାନଙ୍କ ଘରଚଟିଆକୁ ଛୁଇଁଲେ ପାଳିଜ୍ୱର ହୋଇ ନ ଥାଏ। ସେହିପରି ଘରଚଟିଆ ଧୂଳିରେ ଗଡ଼ିଲେ ବର୍ଷାର ଆଗମନ ହୋଇଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି। କଳାହାଣ୍ଡି ଅଞ୍ଚଳରେ ଆଗରୁ ବହୁ ଘରଚଟିଆ ଦେଖାଯାଉଥିଲା କିନ୍ତୁ ଏବେ ଚାଳଛପର ଘର ପରିବର୍ତ୍ତେ ଛାତ ଘର ଏବଂ ଆଜ୍‌ବେଷ୍ଟସ ଘର ଯୋଗୁ ଘରଚଟିଆ ବସା କରି ରହିବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ଯେଉଁଠି ବି ରହୁଛନ୍ତି ସେଇ ସ୍ଥାନକୁ ନିରାପଦ ମଣୁନାହାନ୍ତି। ଏବେଠୁ ସ୍ବେଚ୍ଛାସେବୀ ଛାତ୍ରୀଛାତ୍ର ପକ୍ଷୀ ବିଶେଷଜ୍ଞ, ଶିକ୍ଷକ, ଜଙ୍ଗଲ, ବିଭାଗ ଯଦି ଗାଁକୁ ଗାଁ ଯାଇ ସଚେତନ କରନ୍ତେ ତେବେ ଲୋପ ପାଇବାକୁ ଥିବା ଘରଚଟିଆର ବଂଶରକ୍ଷା ହୋଇପାରନ୍ତା ବୋଲି ପରିବେଶବିତ୍‌ମାନେ ମତ ଦିଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧ବର୍ଷରେ ପ୍ରଥମ ଥର ମୋଦି ସରକାରଙ୍କୁ ଜୋରଦାର ଝଟ୍‌କା, ପାସ୍‌ ପରିପାରିଲେନି ଗୋଟିଏ ବି ବିଲ୍‌

ନୂଆଦିଲ୍ଲୀ,୧୭।୪: ସଂସଦର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଶୁକ୍ରବାର ସଂଧ୍ୟାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଭିଭାଷଣ ପରେ, ମହିଳା ସଂରକ୍ଷଣ ବିଲ (ସମ୍ୱିଧାନ ୧୩୧ତମ…

ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସେମଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ ସହ ସ୍କୁଲ…

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି…

ମହିଳା ସଂରକ୍ଷଣ ବିଲ୍‌ କାଟ୍‌ ଖାଇବା ପରେ ରାହୁଲଙ୍କ ବଡ଼ ବୟାନ, ରାଜନୀତିରେ ହଲଚଲ…

ନୂଆଦିଲ୍ଲୀ,୧୭।୪: ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ପାସ ହୋଇପାରି ନାହିଁ। ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ସମ୍ୱିଧାନ ଉପରେ ଆକ୍ରମଣ…

କାର୍‌-ବସ୍‌ ମୁହାଁମୁହିଁ ଧକ୍କା: ଜଳିଗଲେ ଗୋଟିଏ ପରିବାରର ୯ ସଦସ୍ୟ

ୟାଦ୍‌ଗିର(କର୍ନାଟକ),୧୭ା୪: କର୍ନାଟକର ସୁରପୁର ତାଲୁକ୍‌ରେ ଶୁକ୍ରବାର ଏକ କାର୍‌ ଏବଂ ଘରୋଇ ବସ୍‌କୁ ମୁହାଁମୁହିଁ ଧକ୍କା ହୋଇଥିଲା। ପରବର୍ତ୍ତୀ ସମୟରେ କାରଟି ଜଳିଯିବାରୁ ସେଥିରେ ଥିବା ଗୋଟିଏ…

ମୋଦି ସରକାରଙ୍କୁ ଝଟ୍‌କା, ଲୋକ ସଭାରେ କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ,୧୭।୪: କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌ । ଲୋକ ସଭାର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲକୁ ନେଇ ଭୋଟିଂ ହୋଇଥିଲା । ଯେଉଁଥିରେ କାଟ୍‌…

ପାକିସ୍ତାନରେ ଦିନିକିଆ ସିରିଜ ଖେଳିବ ଅଷ୍ଟ୍ରେଲିଆ, ଆସିଲା ଚୂଡ଼ାନ୍ତ କାର୍ଯ୍ୟସୂଚୀ

କରାଚୀ,୧୭ା୪: ଅଷ୍ଟ୍ରେଲିଆ କ୍ରିକେଟ ଦଳ ମେ ମାସ ଶେଷ ଭାଗରେ ଅଷ୍ଟ୍ରେଲିଆ ଟୁର୍‌ରେ ଯିବ ଏବଂ ଲାହୋର ଓ ରାଓଲପିଣ୍ଡିରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ…

ଚଳଚଞ୍ଚଳ ରାଧାଦେଇପୁର, ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ଼, ଦାରୁ ବିଗ୍ରହଙ୍କ

ଦିଗପହଣ୍ଡି/ପାଟପୁର,୧୭୪(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ରାଧାଦେଇପୁର ଗ୍ରାମ ନୂଆସାହି ରେ ବହୁ ପୁରାତନ କାଳରୁ ପୂଜା ପାଇ ଆସୁଥିବା ଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri