ଲୋକ ସଭା ବାଚସ୍ପତି ନିର୍ବାଚନ: ଚର୍ଚ୍ଚାରେ ଜୁଏଲ

ଭୁବନେଶ୍ୱର, ୪।୬(ବ୍ୟୁରୋ): ଭାଜପା ପରିଚାଳିତ ଏନ୍‌ଡିଏ ଲଗାତର ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିଛି। ଆସନ୍ତା ୧୭ ତାରିଖରେ ନୂଆ ଲୋକ ସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବ। ତା’ ପୂର୍ବରୁ ଆସନ୍ତା ୫ ବର୍ଷ ସକାଶେ ଲୋକ ସଭାର ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ବାଚସ୍ପତି ପଦବୀ ପାଇଁ ବହୁ ନେତାଙ୍କ ନାମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଓଡ଼ିଶାରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ଲୋକ ସଭା ସଦସ୍ୟ ଜୁଏଲ ଓରାମ ଏହି ଦୌଡ଼ରେ ଆଗରେ ଅଛନ୍ତି। ଓଡ଼ିଶାରୁ ୨ ଜଣଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି। ଏଥର ଜୁଏଲ ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଛନ୍ତି। ଜୁଏଲ ଜଣେ ଆଗଧାଡିର ଆଦିବାସୀ ନେତା ଏବଂ ସେ ପାଞ୍ଚଥର ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି। ଜୁଏଲ ୧୯୯୮, ୧୯୯୯, ୨୦୦୪, ୨୦୧୪ ଓ ୨୦୧୯ ଲୋକ ସଭା ନିର୍ବାଚନରେ ବିଜୟୀ ହୋଇଥିଲେ। ଦୀର୍ଘ ଅଭିଜ୍ଞତାକୁ ଆଧାର କରି ତାଙ୍କୁ ଏହି ପଦବୀ ମିଳିବା ନେଇ ଦଳୀୟ ମହଲରେ ଆଲୋଚନା ଚାଲିଛି। ଆଦିବାସୀ ସମ୍ପ୍ରଦାୟର ଲୋକମାନଙ୍କୁ ସନ୍ତୁଷ୍ଟ କରିବା ଲାଗି ତାଙ୍କୁ ବାଚସ୍ପତି ପଦବୀରେ ବସାଇବା ପାଇଁ ଭାଜପା ଚିନ୍ତା କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି। ତେବେ ଏହି ଦୌଡରେ ଜୁଏଲଙ୍କ ବ୍ୟତୀତ ରାଧାମୋହନ ସିଂ, ବୀରେନ୍ଦ୍ର କୁମାର, ଏସ୍‌.ଏସ୍‌. ଆଲୁଓ୍ବାଲିଆ ଏବଂ ରମେଶ ଜିଗାଜିନାଗିଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତଳଭଣ୍ଡାର, ଆଳୁମିଶନ ବନ୍ଦ ଆରୋପ ମହାରଥୀଙ୍କୁ ବାଧିଛି

ଭୁବନେଶ୍ୱର,୧୮।୭(ବ୍ୟୁରୋ) : କାଲିଠୁ ମୁଁ ଖାଇନି। ଆପଣ ମନ୍ତ୍ରୀ ହୋଇଥିଲେ କ’ଣ ଏକଥା ସହିପାରିଥାନ୍ତେ! ମୋର ସବୁ ସମ୍ମାନ ଆପଣଙ୍କ ପାଖରେ। ବୁଧବାର ମୋହନ ମାଝିଙ୍କ...

ଇକୋ ରିଟ୍ରିଟ୍‌ ମହୋତ୍ସବରେ ଗୁଡ଼ି ଉଡ଼ା କାର୍ଯ୍ୟକ୍ରମ

କୋଣାର୍କ,୧୬ା୧(ଡି.ଏନ୍‌.ଏ.): କୋଣାର୍କ-ପୁରୀ ବେଳାଭୂମି ମାର୍ଗର ସାହୁଖଣତାଠାରେ ଅନୁଷ୍ଠିତ ଇକୋ ରିଟ୍ରିଟ ମହୋତ୍ସବ ସ୍ଥଳୀରେ ବୁଧବାର ପବିତ୍ର ମକର ସଂକ୍ରାନ୍ତି ଅବସରରେ ଉତରାୟନ ଗୁଡ଼ି ଉଡ଼ା କାର୍ଯ୍ୟକ୍ରମ...

ଧରାପଡ଼ିଲା ବାଇକ୍‌, ହାଇଓ୍ବା ଲୁଟେରା ଗ୍ୟାଙ୍ଗ୍‌

ଭୁବନେଶ୍ୱର,୨୬।୮(ବ୍ୟୁରୋ): ରାଜଧାନୀରେ ଏକ ବାଇକ ଏବଂ ହାଇଓ୍ବା ଲୁଟେରା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ୍‌ କରିଛି ସ୍ପେଶାଲ ସ୍କ୍ବାଡ୍‌ ଟିମ୍‌। ଏହି ଗ୍ୟାଙ୍ଗ୍‌ର ୨ଜଣ ଲୁଟେରାଙ୍କ ସମେତ ୨ଜଣ...

୧୫ ଜିଲାରୁ ୧୩୭ କରୋନା ପଜିଟିଭ, ପଶ୍ଚିମବଙ୍ଗରୁ ଫେରିଥିବା ଆଉ ୯ ଅଗ୍ନିଶମ କର୍ମଚାରୀ ଆକ୍ରାନ୍ତ

ଭୁବନେଶ୍ୱର, ୧୫।୬(ବ୍ୟୁରୋ): ରାଜ୍ୟରେ ସୋମବାର ୧୪୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୩୭ଜଣ ୧୫ଟି ଜିଲାର। ସେହିପରି ପଶ୍ଚିମବଙ୍ଗରୁ ବାତ୍ୟା ‘ଅମ୍ଫନ୍‌’...

ପୁଣି ରାଜ୍ୟରେ ୮ ମୁଣ୍ଡ ନେଲା କରୋନା: ଜାଣନ୍ତୁ କେଉଁ ଜିଲାରୁ ଅଛନ୍ତି ଅଧିକ ସଂଖ୍ୟକ ମୃତକ

ଭୁବନେଶ୍ୱର,୧୫।୯(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୮ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୪୫ ରେ ପହଞ୍ଚିଥିବା...

ହସ୍ପିଟାଲ ପାଇଁ ନୂଆ ନିର୍ଦ୍ଦେଶନାମା: ପ୍ରତି ହସ୍ପିଟାଲରେ ସ୍ବତନ୍ତ୍ର ଫିଭର କ୍ଲିନିକ୍‌

ଭୁବନେଶ୍ୱର,୨୬।୬(ବ୍ୟୁରୋ): ରାଜ୍ୟରେ ଦ୍ରୁତ ଗତିରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ପାଖାପାଖି ପହଞ୍ଚତ୍ଥିବାବେଳେ ଏବେ ଏହି ଲଢ଼େଇରେ ସାମିଲ୍‌ ହୋଇଥିବା...

ଉପରାଷ୍ଟ୍ରପତିଙ୍କୁ ପୁସ୍ତକ ପ୍ରଦାନ କଲେ ପ୍ରଶାନ୍ତ

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ବିଜେଡି ରାଜ୍ୟ ସଭା ଏମ୍‌ପି ପ୍ରଶାନ୍ତ ନନ୍ଦ ଶନିବାର ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁଙ୍କୁ ସ୍ବରଚିତ ୨ଟି ପୁସ୍ତକ ପ୍ରଦାନ କରିଛନ୍ତି। ଏହି ପୁସ୍ତକ ୨ଟି...

ଉପକୂଳ ସୁରକ୍ଷାକୁ ଅଣଦେଖା

ଭୁବନେଶ୍ୱର,୨୭ା୯(ବ୍ୟୁରୋ) : ଭୁବନେଶ୍ୱର ସମେତ ଦେଶର ୩୦ଟି ପ୍ରମୁଖ ସହର ଆତଙ୍କବାଦୀମାନଙ୍କ ଟାର୍ଗେଟ ଥିବା କେନ୍ଦ୍ର ଗୋଇନ୍ଦା ସଂସ୍ଥା ବୁଧବାର ସୂଚନା ଦେବା ପରେ ବିଭିନ୍ନ...

Coronavirus Update


Archives

Model This Week

Why Dharitri