Posted inଜାତୀୟ

ଲୋକ ସଭା ଉପବାଚସ୍ପତି ପଦ ଓ୍ବାଇଏସଆର୍‌ କଂଗ୍ରେସକୁ ଦିଆଯାଇପାରେ

ନୂଆଦିଲ୍ଲୀ. ୧୨।୬: ଆନ୍ଧ୍ର ପ୍ରଦେଶର ଜଗନମୋହନଙ୍କ ନେତୃତ୍ୱାଧୀନ ଓ୍ବାଇଏସଆର କଂଗ୍ରେସକୁ ଏଥର ଲୋକ ସଭା ଉପବାଚସ୍ପତି ପଦ ଅଫର୍‌ ଭାଜପା ଦେଇପାରେ। ମଙ୍ଗଳବାର ଭାଜପା ସାଂସଦ ଜିଭିଏଲ ନରସିଂହା ରାଓ ମୁଖ୍ୟମନ୍ତ୍ରୀ ଜଗନଙ୍କୁ ଭେଟିବା ପରେ ଏହି ଚର୍ଚ୍ଚା ଜୋର ଧରିଛି। ତେବେ ହଠାତ୍‌ ନିଷ୍ପତ୍ତି ନ ନେଇ କିଛି ଦିନ ସମୟ ନେଇଛନ୍ତି ଜଗନ। ଏନେଇ ସେ ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଛନ୍ତି। ଗୃହରେ ସବୁଠାରୁ ବଡ଼ ଦଳ ଭାବେ ଅଛନ୍ତି କଂଗ୍ରେସ ଓ ଡିଏମକେ। ଏହି ଦୁଇ ଦଳ ଉପ ବାଚସ୍ପତି ପଦବୀ ନେବା ପାଇଁ ମନା କରିଛନ୍ତି। ତେଣୁ ତୃତୀୟ ବୃହତ ଦଳ ଭାବରେ ୱାଇଏସଆର କଂଗ୍ରେସକୁ ଏହି ପ୍ରସ୍ତାବ ଦିଆଯାଇପାରେ ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, ଗତ ଲୋକ ସଭାରେ ଭାଜପାର ୩୦୩ଜଣ ସାଂସଦ, କଂଗ୍ରେସ ୫୨, ଡିଏମକେ ୨୩ ଏବଂ ୱାଇଏସଆର କଂଗ୍ରେସ ୨୨, ତୃଣମୂଳ କଂଗ୍ରେସ ୨୨, ଶିବସେନା ୧୮, ଜେଡିୟୁ ୧୬, ବିଜେଡି ୧୨ ଏବଂ ବିଏସପି ୧୦ ଆସନ ଓ ଅନ୍ୟାନ୍ୟ ଦଳ ୧୦ରୁ କମ ଆସନରେ ବିଜୟୀ ହୋଇଛନ୍ତି। ଆନ୍ଧ୍ର ପ୍ରଦେଶରେ ଏକକ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଢିଥିବା ଜଗନ ନିର୍ବାଚନ ଜିତିବା ପରେ ମୋଦିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ସେହିପରି ନୀତି ଆୟୋଗ ବୈଠକରେ ମଧ୍ୟ ଉଭୟ ନେତା ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ସୈନ୍ୟ ଗଳିର ଗୁଣ୍ଡା ପରି ଆଚରଣ ପ୍ରଦର୍ଶନ କରୁଛନ୍ତି: ପୂର୍ବତନ ସେନା ମୁଖ୍ୟ…

ନୂଆଦିଲ୍ଲୀ,୧୫।୧୨ : ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଭାରତୀୟ ସେନା ସହ ହୋଇଥିବା ଚାଇନା ସୈନ୍ୟଙ୍କ ସଂଘର୍ଷ ନେଇ ପୂର୍ବତନ ସେନା ମୁଖ୍ୟ ଜେନେରାଲ ଏମ.ଏମ ନରାଓ୍ବଣେ...

ପାକିସ୍ତାନକୁ ଚେତାଇଲା ଭାରତ :ଆତଙ୍କବାଦ ବିରୋଧରେ ଶକ୍ତ ହୁଅ

ନୂଆଦିଲ୍ଲୀ,୨୩ା୬(ପି.ଟି.) : ପାକିସ୍ତାନ ଆତଙ୍କବାଦ ବିରୋଧରେ ଶକ୍ତହୋଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ କହିଛି। ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଓ ସେମାନଙ୍କୁ...

ମହିଳା ସଂରକ୍ଷଣ ବିଲ୍‌କୁ କ୍ୟାବିନେଟ୍‌ ମଞ୍ଜୁରୀ ନେଇ ସୋନିଆଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ,୧୯।୯: କଂଗ୍ରେସ ସଂସଦୀୟ ପାର୍ଟି (ସିପିପି) ସଭାପତି ସୋନିଆ ଗାନ୍ଧୀ ମଙ୍ଗଳବାର ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲକୁ କ୍ୟାବିନେଟ୍‌ ମଞ୍ଜୁରୀକୁ ନେଇ ପ୍ରତିକ୍ରିୟା ପ୍ରକାଶ...

ସଂକ୍ରମଣର କେନ୍ଦ୍ର ପାଲଟିଛି ବିଦର୍ଭ

ମୁମ୍ବାଇ/ଭୋପାଳ, ୨୪।୨ : ମହାରାଷ୍ଟ୍ରର ମୁମ୍ବାଇ ଏବଂ ପୁଣେ ପରେ ଏବେ ବିଦର୍ଭ ଅଞ୍ଚଳ କରୋନା ସଂକ୍ରମଣର କେନ୍ଦ୍ରସ୍ଥଳ ପାଲଟିଛି। ଏହି ଅଞ୍ଚଳର ୟାଭତମାଲ, ଆକୋଲା,...

ଆଜି ଲୋକ ସଭାରେ ଆଗତ ହେବ ‘ଟ୍ରିପଲ ତଲାକ’ ବିଲ୍‌: ବିରୋଧ କରିବ କଂଗ୍ରେସ

ନୂଆଦିଲ୍ଲୀ, ୨୧।୬: ‘ଟ୍ରିପଲ ତଲାକ’ ଶୁକ୍ରବାର ଲୋକ ସଭାରେ ଆଗତ ହେବ। ଫଳରେ ୧୭ତମ ଲୋକ ସଭା ଗଠନ ହେବା ପରେ ମୋଦି ସରକାର ଦ୍ୱିତୀୟ...

ହାତୀ ମୃତ୍ୟୁରେ ଭାବୁକ ହେଲେ ରତନ ଟାଟା; କହିଲେ ନ୍ୟାୟ ମିଳୁ

ତିରୁଭାନନ୍ତପୁରମ,୪।୬:କେରଳରେ ଗର୍ଭିଣୀ ହାତୀମୃତ୍ୟୁ ଘଟଣା ଲୋକଲୋଚନକୁ ଆସିବା ପରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି। ଏହି ଅମାନବୀୟ ବର୍ବରତାକୁ ନେଇ ସୋସିଆଲ ମିଡିଆରେ ଝଡ ସୃଷ୍ଟି ହୋଇଥିବାବେଳେ...

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣ

ଶ୍ରୀନଗର,୪।୧: ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଥିବା ସିଆର୍‌ପିଏଫ୍‌ ଶିବିର ଉପରେ ଶନିବାର ଆତଙ୍କବାଦୀମାନେ ଗ୍ରେନେଡ୍‌ ଆକ୍ରମଣ କରିଛନ୍ତି। କୋଡରା ଚକରେ ଥିବା ଟ୍ରାନ୍ସଫରମର ନିକଟରେ ଏମାନେ ଗ୍ରେନେଡ...

କରୋନାରେ ସଂକ୍ରମିତ ହେଲେ ଆଇସିଏମ୍‌ଆର୍‌ର ବରିଷ୍ଠ ବୈଜ୍ଞାନିକ

ନୂଆଦିଲ୍ଲୀ,୧।୬: ଇଣ୍ଡିଆନ୍‌ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌)ର ଜଣେ ବରିଷ୍ଠ ବୈଜ୍ଞାନିକଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି। ସେ ଗତ ୨...

Advertisement
Archives

Model This Week