ଲୋକାଭିମୁଖୀ ହେବ ଶ୍ରୀଜଗନ୍ନାଥ ସଂସ୍କୃତି

ପୁରୀ ଅଫିସ, ୭ା୯: ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଅଭିଯାନ ଆରମ୍ଭ ହୋଇଛି। ଏଥିଲାଗି ଶୁକ୍ରବାର ଶ୍ରୀନଅରରେ ଶ୍ରୀଜଗନ୍ନାଥ ତତ୍ତ୍ବ ଗବେଷଣା ପ୍ରକାଶନ ଓ ପ୍ରସାର ଉପ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କିପରି ଆହୁରି ଅଧିକ ମାତ୍ରାରେ ହୋଇପାରିବ ଏବଂ ଠିକ୍‌ ଢଙ୍ଗରେ ହେବ ସେଥିଲାଗି ୬ଟି ସବ୍‌ କମିଟି ଗଠନ କରାଯାଇଛି। ଏହି ସବ୍‌ କମିଟିଗୁଡ଼ିକ ହେଲା ଐକ୍ୟ ସ୍ଥାପନା, ପ୍ରକାଶନୀ, ଅଡିଓ ଭିଡ଼ିଓ, ସ୍ବାଧ୍ୟାୟ, ଲୀଲାକ୍ଷେତ୍ର ଓ ସଦ୍‌ଗ୍ରନ୍ଥ।
ମହାପ୍ରଭୁଙ୍କ ବିଭିନ୍ନ ସ୍ଥାନରେ ଲୀଳାକ୍ଷେତ୍ର ରହିଛି। ଯେଉଁଠିକୁ ବିଭିନ୍ନ ସମୟରେ ମହାପ୍ରଭୁ ଯାଇଥିଲେ। ସେହି ସ୍ଥାନଗୁଡ଼ିକର କିପରି ବିକାଶ ହୋଇପାରିବ ଏବଂ ଲୋକମାନେ ଏହି ଲୀଳାକ୍ଷେତ୍ର ସମ୍ପର୍କରେ ସବିଶେଷ ଧାରଣା ପାଇବେ ସେଥିଲାଗି ଲୀଳାକ୍ଷେତ୍ର ସବ୍‌ କମିଟି କାମ କରିବ। ସେହିପରି ଶ୍ରୀମନ୍ଦିର ନିକଟରେ ଭକ୍ତମାନଙ୍କୁ ଆଧ୍ୟାତ୍ମିକ ଭାବ ଧାରାରେ ଉଦ୍‌ବୁଦ୍ଧ କରିବା ଲାଗି ପ୍ରତିଦିନ ବେଦପାଠ ଓ ପ୍ରବଚନ କାର୍ଯ୍ୟକ୍ରମ ହେବ। ଏଥିଲାଗି ସ୍ବାଧ୍ୟାୟ କମିଟି କାର୍ଯ୍ୟ କରିବ। ଅଡିଓ ଭିଡ଼ିଓ ସବ୍‌ କମିଟି ପାରମ୍ପରିକ ଭଜନ, ଜଣାଣ ଓ ମହାପ୍ରଭୁଙ୍କ ବିଭିନ୍ନ ଲୀଳା, କାହାଣୀ ପାଇଁ କାମ କରିବ। ଏଥିରେ ରେକର୍ଡିଂ ମଧ୍ୟ କରାଯିବ। ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ସମ୍ପର୍କୀତ ବିଭିନ୍ନ ପୁସ୍ତକ ଓ ପତ୍ରପତ୍ରିକା ଲାଗି ପ୍ରକାଶନୀ ସବ୍‌ କମିଟି ଗଠନ କରାଯାଇଛି। ଏହାର ସଦସ୍ୟମାନେ ଯେପରି ନିର୍ଭୁଲ ଭାବେ ପୁସ୍ତକ ଏବଂ ପତ୍ରପତ୍ରିକା ପ୍ରକାଶ କରାଯିବ ତାହା ଉପରେ ଗୁରୁତ୍ୱ ଦେବେ। ଶ୍ରୀଜଗନ୍ନାଥ ସଂସ୍କୃତି, ପରମ୍ପରା, ଶ୍ରୀମନ୍ଦିର ସମ୍ପର୍କୀତ ବିଭିନ୍ନ ପୁସ୍ତକକୁ ନେଇ ଲାଇବ୍ରେରୀକୁ ସମୃଦ୍ଧ କରାଯିବ। ସଦ୍‌ଗ୍ରନ୍ଥ ସବ୍‌ କମିଟି ଏହାର ଦାୟିତ୍ୱରେ ରହିବ। ତେବେ ଐକ୍ୟ ସ୍ଥାପନା ସବ୍‌ କମିଟିର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ବିଭିନ୍ନ ସ୍ଥାନରେ ଅଦିନରେ ରଥଯାତ୍ରା କରାଯାଉଛି। ସେହିପରି ଅନ୍ୟାନ୍ୟ ସ୍ଥାନରେ ଠାକୁରଙ୍କ ବେଶ, ସେବାପୂଜା କରାଯାଉଥିବା ବେଳେ ବିଧି ମୁତାବକ କରାଯାଉ ନାହିଁ। ତେଣୁ ମହାପ୍ରଭୁଙ୍କ ସେବାପୂଜା ଠିକ୍‌ ପ୍ରକାରେ ପରମ୍ପରା ଅନୁଯାୟୀ ଏବଂ ବିଧି ମୁତାବକ କିପରି ସର୍ବତ୍ର କରାଯିବ ତାହା ଉପରେ ଐକ୍ୟ ସ୍ଥାପନା କମିଟି ଫୋକସ ରଖିବ। ଲୁଧିଆନାରେ ଗତବର୍ଷ ଅଦିନରେ ରଥଯାତ୍ରା କରାଯାଇଥିଲା। ଏ ନେଇ ସମ୍ପୃକ୍ତ ମନ୍ଦିର କମିଟିକୁ ଅବଗତ କରାଯାଇଥିଲା। ହେଲେ ଚଳିତବର୍ଷ ମଧ୍ୟ ସେମାନେ ଅଦିନରେ ରଥଯାତ୍ରା କରିଛନ୍ତି। ତେଣୁ ଏହାର କିପରି ପୁନରାବୃତ୍ତି ନ ହେବ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ରଥଯାତ୍ରାକୁ ବିଧି ମୁତାବକ ନିର୍ଦ୍ଦିଷ୍ଟ ଦିନରେ କରିବା ଲାଗି ଏହି ସବ୍‌ କମିଟି କାମ କରିବ ବୋଲି ବୈଠକରେ ଆଲୋଚନା କରାଯାଇଛି।
୨/୩ ବର୍ଷ ଧରି ଏହା ପରିକଳ୍ପନା କରାଯାଇଥିଲା। କିନ୍ତୁ ଏହା ଅଗ୍ରଗତି କରିପାରି ନ ଥିଲା। ତେଣୁ ଏହାକୁ ତ୍ୱରାନ୍ବିତ କରିବା ଲାଗି ଉକ୍ତ ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକରେ ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର, ଜିଲାପାଳ ବଲୱନ୍ତ ସିଂଙ୍କ ସମେତ ପରିଚାଳନା କମିଟି ସଦସ୍ୟ, ମୁକ୍ତି ମଣ୍ଡପ ପଣ୍ଡିତ, ଗବେଷକ, ପ୍ରଫେସର, ବୁଦ୍ଧିଜୀବୀ, ମଠ ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତ୍ୟେକ ସବ୍‌ କମିଟରେ ୩ରୁ ୫ ଜଣଙ୍କୁ ସଦସ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri