ଲେମନ ଗାର୍ଲିକ ଫିଶ୍‌

ସୁଲଭ ଦରରେ ସୁସ୍ବାଦୁ ଖାଦ୍ୟ ପାଇଁ ରେଶମ ସହର ବ୍ରହ୍ମପୁର ବେଶ୍‌ ପରିଚିତ। ତେଣୁ ରାଜ୍ୟ ତଥା ବାହାରୁ ଗଞ୍ଜାମ ଜିଲାକୁ ଆସୁଥିବା ପର୍ଯ୍ୟଟକମାନେ ସହରର ବିଭିନ୍ନ ରେଷ୍ଟୁରାଣ୍ଟରେ ଖାଇବାକୁ ପସନ୍ଦ କରିଥାନ୍ତି। ଗ୍ରାହକଙ୍କ ଚାହିଦା ଅନୁଯାୟୀ ସହରରେ ରହିଥିବା ରେଷ୍ଟୁରାଣ୍ଟଗୁଡିକ ମଧ୍ୟ ବିଭିନ୍ନ ନୂତନ ଡିଶ୍‌ ପ୍ରସ୍ତୁତ କରୁଛନ୍ତି। ପର୍ଯ୍ୟଟକ ତଥା ବାହାରୁ ଆସୁଥିବା ଗ୍ରାହକଙ୍କ ମନପସନ୍ଦ ମୁତାବକ ଓଡିଆ ଖାଦ୍ୟ ସମେତ ଅନ୍ୟ ରାଜ୍ୟ ତଥା ଦେଶର ଖାଦ୍ୟକୁ ମଧ୍ୟ ପ୍ରସ୍ତୁତ କରୁଛନ୍ତି। ଗ୍ରାହକଙ୍କୁ ଆକର୍ଷିତ କରିବାକୁ ରାଜ୍ୟ ତଥା ଅନ୍ୟ ଦେଶର ସ୍ବତନ୍ତ୍ର କାରିଗରଙ୍କ ଦ୍ୱାରା ଉଭୟ ଅମିଷ ଓ ନିରାମିଷର ବିଭିନ୍ନ ଡିଶ୍‌ ପ୍ରସ୍ତୁତ କରୁଛନ୍ତି। ଏଭଳି ଏକ ରେଷ୍ଟୁରାଣ୍ଟ ହେଉଛି ବ୍ରହ୍ମପୁରର ଟାଟାବେଞ୍ଜ ଛକ ନିକଟସ୍ଥ ଏସ୍‌ବିଆଇ ହାଇଟେକ ବ୍ରାଞ୍ଚ ପାର୍ଶ୍ୱରେ ରହିଥିବା ବ୍ରୋକୋଲି ରେଷ୍ଟୁରାଣ୍ଟ। ନିରାମିଷ ତଥା ଆମିଷର ବିଭିନ୍ନ ଦେଶୀୟ ଓ ବିଦେଶୀ ଡିଶ୍‌ ପାଇଁ ଏହି ରେଷ୍ଟୁରାଣ୍ଟ ସହରରେ ସ୍ବଳ୍ପ ସମୟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହାର ଚାହିଦାଯୁକ୍ତ ଖାଦ୍ୟ ତଥା ଡିଶ୍‌ ମଧ୍ୟରୁ ଲେମନ ଗାର୍ଲିିକ ଫିଶ୍‌୍‌ ଡିଶ୍‌କୁ ଲୋକେ ବେଶ୍‌ ପସନ୍ଦ କରିଥାନ୍ତି। ଏହି ଡଶ୍‌ର ପ୍ଲେଟ ପିଛା ମୂଲ୍ୟ ୧୯୯ ଟଙ୍କା ରହିଛି। ଏହି ଖାଦ୍ୟର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ରେଷ୍ଟୁରାଣ୍ଟର କୁକ୍‌ ମୌସମ୍‌ ଥାପା କହନ୍ତି…..

ଆବଶ୍ୟକ ସାମଗ୍ରୀ
ବାସା ଫିଶ୍‌ (କଣ୍ଟା ନ ଥିବା ଏକ ସାମୁଦ୍ରିକ ମାଛ)- ୬ ଖଣ୍ଡ
ରସୁୁଣ -୨୦ ଗ୍ରାମ
ଲେମ୍ବୁ ଜୁସ୍‌-ଏକ ଚାମଚ
ରେଡ୍‌ ୟେଲୋ କ୍ୟାପ୍‌ସିକମ-୧୦ ଗ୍ରାମ
ପିଆଜ-୨୦ ଗ୍ରାମ
ଗ୍ରିନ୍‌ କ୍ୟାପ୍‌ସିକମ- ୫ ଗ୍ରାମ
ଲୁଣ-ଅଧା ଚାମଚ
ଧଳା ସୋରିଷ – ଅଧା ଚାମଚ
ଚିନି-ଏକ ଚାମଚ
ତେଲ-ଏକ ଚାମଚ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ବାସା ଫିଶ୍‌କୁ ଭଲ ଭାବେ ଧୋଇ ଛୋଟ ଛୋଟ ପିସ୍‌ କରିରଖିବେ। ଚୁଲା ଉପରେ କଡେଇ ବସାଇ ଏକ ଚାମଚ ତେଲ ପକାଇବେ। ତେଲ ଗରମ ହେବା ପରେ ରସୁୁଣ, କଟା ପିଆଜ, ରେଡ୍‌ ୟେଲୋ କ୍ୟାପ୍‌ସିକମକୁ ପକାଇ କିଛି ସମୟ ଫ୍ରାଏ କରିବେ। ଭଲଭାବେ ଫ୍ରାଏ ହେବା ପରେ ସେଥିରେ ଆବଶ୍ୟକ ପରମାଣର ଚିନି, ଲୁଣ, ଧଳା ସୋରିଷ ପକାଇ ଫ୍ରାଏ କରିବେ। ଏହାପରେ ସେଥିରେ ଲେମ୍ବୁ ଜୁସକୁ ପକାଇବେ। ପୂର୍ବରୁ ପ୍ରସ୍ତୁତ ହୋଇଥିବା ବାସା ଫିଶ୍‌କୁ ପକାଇ ଫ୍ରାଏ କରିବେ। ଏକ ମିନିଟ ପରେ ତାହାକୁ ପ୍ଳେଟକୁ ବାହାର କରି ସବୁଜ କ୍ୟାପ୍‌ସିକମ୍‌ ଓ ପିଆଜ ସଜାଇ ଖାଇବାକୁ ପରଷିିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri