ଲେଠ୍‌ରଉଛେ ନାରାୟଣ ସାଗର ମାଏଟ୍‌ କାମ୍‌

ଲୋଇସିଂହା,୧୮।୪(ଡି.ଏନ.ଏ):  ବଲାଙ୍ଗୀର ଜିଲା ଲୋଇସିଂହାର ନାରାୟଣ ସାଗରର ମାଏଟ୍‌ କାମ୍‌ ଚାଲିଛେ। ହେଲେ ପଁକ୍‌ ଉଧାର କାମ୍‌ ଧିରେସୁସ୍‌ତେ ଚାଲିଥିବାର ଅଭିଯୋଗ ହେଉଛେ। ଆଗ୍‌କେ ବର୍ଷା ଦିନ୍‌ ଆସୁଛେ, ତାର ଆଗ୍‌ରୁ ଇ ଉନ୍‌ନତିକରନ୍‌ କାମ୍‌ ସରବା କି ନାଇଁ ଲୋଇସିଂହାବାସୀ ସଁଧେ କରୁଛନ୍‌। ଲୋଇସିଂହା ବସ୍‌ତିର ତଲମୁଡ଼େ ୧୨୦ ଏକର ଜାଗାରେ ନାରାୟଣ ସାଗର ରହିଛେ। ୧୯୮୦ ଦଶକରେ ଥାନୀୟ ଜମିଦାର ନାରାୟଣ ସାଗର କୁଡ଼େଇଥିବାର ଥାନୀୟ ଲୁକ୍‌କରନୁ ଜନାଯାଇଛେ। ଏମ୍‌ଆଇପି ଅଧୀନରେ ଥିବାର ନାରାୟଣ ସାଗର ଗଲା ୩୬ ବଛର ହେଲା ଦେଖ୍‌ଭାଲ ଅଭାବୁ ପଁକ୍‌ରେ ତୁପି ହେଇଯାଇଥିଲା। ଯେନ୍‌ଥିରଲାଗି ସାଗରରେ ଯେତେ ପାଏନ୍‌ ରହିବାର କଥା ନାଇଁ ରହିପାରୁଥାଇ। ଅଲପ୍‌ ବର୍ଷାରେ ସାଗର ପୂରି ଉଛ୍‌ଲି ପଡ଼ୁଥିଲା। ଯେନ୍‌ଥିରଲାଗି ତଲମୁଡ଼େ ଥିବାର ଚାଷୀମାନେ ଦରକାର ସମିଆରେ ଜମିକେ ପାଏନ୍‌ ବଲାବାର ଲାଗି ନାଇଁ ପାଉଥାଇ। ଇ ସାଗରର ପାଏନ୍‌ରେ ଲୋଇସିଂହାବାସୀ ଗଧାପଧା କରୁଥିଲେ। ହେଲେ ଦିନୁଦିନ୍‌କେ ପାଏନ୍‌ ଦୂଷିତ ହେଲା, ଗଧାପଧା କଲେ ନାନା ପରକାର ଚରମ୍‌ ରୋଗ୍‌ ହେଲା। ହେଲେ ଲୁଇସିଂହାବାସୀକରନେ ଉନିଆ କିଛି ବିକଲ୍‌ପ ନାଇଁଥିବାର ଲାଗି ସାଗରର ଦୂଷିତ ପାଏନ୍‌କେ ବେଭାର କରୁଥିଲେ। ଗଲା ବଛର ଲୋଇସିଂହା ବିଧାୟକକଁର ଉଦିଅମରେ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ କ୍ଷେତ୍‌ର ପରିଦରଶନ କରି ପ୍ରକଳ୍ପ ଦେଖି ଖୁସି ହେଇଥିଲେ। ପଁକ୍‌ ଉଧାର ଆର ଉନ୍‌ନତିକରନ୍‌ ଲାଗି ପାଖାପାଖି ୧ କୋଟି ୪୮ ଲାଖ୍‌ ଟଁକା ମଂଜୁର ହେଇଛେ। ଗଲା ଫେବୃୟାରୀ ମାସୁ ସାଗରର ଉନ୍‌ନତୀକରନ୍‌ କାମ୍‌ ଆରମ୍‌ ହେଇଛେ। ୬ ଫେବୃୟାରୀରେ ସାଗରର ଆଡ଼ି କାଟି ପାଏନ୍‌ ଖାଲି ଶୁଖାଯାଇଥିଲା। ଇତାର ପରେ କାମ୍‌ ପାଇଥିବାର ଠିକାଦାର କାମ୍‌ ଆରମ୍‌ କରିଛନ୍‌। ହେଲେ କାମ୍‌ଟା ଉପରଠାଉରି ଆର ଲେଠ୍‌ରାବାର ଲାଗି ଅଂଚଲବାସୀ ଅସ୍‌ନୋଷ ହେଉଛନ୍‌। ଜିଲା ପରଶାସନ ଆର ବିଭାଗୀୟ ଉଚ ଅଧ୍‌କାରୀ କ୍ଷେତର ପରିଦରଶନ କରି କାମ୍‌ କେନ୍‌ଥେଇ ବର୍ଷା ଦିନ୍‌ ଆଗରୁ ସରବା ସେ ଦିଗେ ପଦକ୍ଷେପ ନେବାକେ ଥାନୀୟ ଲୋକ୍‌ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଖସିଲା ଜଳସ୍ତର: ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ସମସ୍ତ ସ୍ଲୁଇସ୍‌ ଗେଟ୍‌

ସମ୍ବଲପୁର,୫ା୧୦(ପ୍ରମୋଦ ବହିଦାର): ତିନିଦିନ ଧରି ହୀରାକୁଦ ଜଳଭଣ୍ଡାର ପୂଣ୍ଣଗର୍ଭା ରହିବା ପରେ ସୋମବାର ଜଳସ୍ତର ସାମାନ୍ୟ ହ୍ରାସ ପାଇଛି। ତେଣୁ ଆଜି ଜଳଭଣ୍ଡାରର ଖୋଲାଥିବା ଏକମାତ୍ର ସ୍ଲୁଇସ୍‌…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?