ଲେଠ୍‌ରଉଛେ ନାରାୟଣ ସାଗର ମାଏଟ୍‌ କାମ୍‌

ଲୋଇସିଂହା,୧୮।୪(ଡି.ଏନ.ଏ):  ବଲାଙ୍ଗୀର ଜିଲା ଲୋଇସିଂହାର ନାରାୟଣ ସାଗରର ମାଏଟ୍‌ କାମ୍‌ ଚାଲିଛେ। ହେଲେ ପଁକ୍‌ ଉଧାର କାମ୍‌ ଧିରେସୁସ୍‌ତେ ଚାଲିଥିବାର ଅଭିଯୋଗ ହେଉଛେ। ଆଗ୍‌କେ ବର୍ଷା ଦିନ୍‌ ଆସୁଛେ, ତାର ଆଗ୍‌ରୁ ଇ ଉନ୍‌ନତିକରନ୍‌ କାମ୍‌ ସରବା କି ନାଇଁ ଲୋଇସିଂହାବାସୀ ସଁଧେ କରୁଛନ୍‌। ଲୋଇସିଂହା ବସ୍‌ତିର ତଲମୁଡ଼େ ୧୨୦ ଏକର ଜାଗାରେ ନାରାୟଣ ସାଗର ରହିଛେ। ୧୯୮୦ ଦଶକରେ ଥାନୀୟ ଜମିଦାର ନାରାୟଣ ସାଗର କୁଡ଼େଇଥିବାର ଥାନୀୟ ଲୁକ୍‌କରନୁ ଜନାଯାଇଛେ। ଏମ୍‌ଆଇପି ଅଧୀନରେ ଥିବାର ନାରାୟଣ ସାଗର ଗଲା ୩୬ ବଛର ହେଲା ଦେଖ୍‌ଭାଲ ଅଭାବୁ ପଁକ୍‌ରେ ତୁପି ହେଇଯାଇଥିଲା। ଯେନ୍‌ଥିରଲାଗି ସାଗରରେ ଯେତେ ପାଏନ୍‌ ରହିବାର କଥା ନାଇଁ ରହିପାରୁଥାଇ। ଅଲପ୍‌ ବର୍ଷାରେ ସାଗର ପୂରି ଉଛ୍‌ଲି ପଡ଼ୁଥିଲା। ଯେନ୍‌ଥିରଲାଗି ତଲମୁଡ଼େ ଥିବାର ଚାଷୀମାନେ ଦରକାର ସମିଆରେ ଜମିକେ ପାଏନ୍‌ ବଲାବାର ଲାଗି ନାଇଁ ପାଉଥାଇ। ଇ ସାଗରର ପାଏନ୍‌ରେ ଲୋଇସିଂହାବାସୀ ଗଧାପଧା କରୁଥିଲେ। ହେଲେ ଦିନୁଦିନ୍‌କେ ପାଏନ୍‌ ଦୂଷିତ ହେଲା, ଗଧାପଧା କଲେ ନାନା ପରକାର ଚରମ୍‌ ରୋଗ୍‌ ହେଲା। ହେଲେ ଲୁଇସିଂହାବାସୀକରନେ ଉନିଆ କିଛି ବିକଲ୍‌ପ ନାଇଁଥିବାର ଲାଗି ସାଗରର ଦୂଷିତ ପାଏନ୍‌କେ ବେଭାର କରୁଥିଲେ। ଗଲା ବଛର ଲୋଇସିଂହା ବିଧାୟକକଁର ଉଦିଅମରେ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ କ୍ଷେତ୍‌ର ପରିଦରଶନ କରି ପ୍ରକଳ୍ପ ଦେଖି ଖୁସି ହେଇଥିଲେ। ପଁକ୍‌ ଉଧାର ଆର ଉନ୍‌ନତିକରନ୍‌ ଲାଗି ପାଖାପାଖି ୧ କୋଟି ୪୮ ଲାଖ୍‌ ଟଁକା ମଂଜୁର ହେଇଛେ। ଗଲା ଫେବୃୟାରୀ ମାସୁ ସାଗରର ଉନ୍‌ନତୀକରନ୍‌ କାମ୍‌ ଆରମ୍‌ ହେଇଛେ। ୬ ଫେବୃୟାରୀରେ ସାଗରର ଆଡ଼ି କାଟି ପାଏନ୍‌ ଖାଲି ଶୁଖାଯାଇଥିଲା। ଇତାର ପରେ କାମ୍‌ ପାଇଥିବାର ଠିକାଦାର କାମ୍‌ ଆରମ୍‌ କରିଛନ୍‌। ହେଲେ କାମ୍‌ଟା ଉପରଠାଉରି ଆର ଲେଠ୍‌ରାବାର ଲାଗି ଅଂଚଲବାସୀ ଅସ୍‌ନୋଷ ହେଉଛନ୍‌। ଜିଲା ପରଶାସନ ଆର ବିଭାଗୀୟ ଉଚ ଅଧ୍‌କାରୀ କ୍ଷେତର ପରିଦରଶନ କରି କାମ୍‌ କେନ୍‌ଥେଇ ବର୍ଷା ଦିନ୍‌ ଆଗରୁ ସରବା ସେ ଦିଗେ ପଦକ୍ଷେପ ନେବାକେ ଥାନୀୟ ଲୋକ୍‌ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ଜଗିବାକୁ ଯାଇଥିଲେ: ୨ ଚାଷୀଙ୍କୁ ଦଳିଦେଲା ହାତୀ

ଜମନକିରା,୧୧।୧୧(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ବଡ଼ରମା ବନ୍ୟପ୍ରାଣୀ ବନାଞ୍ଚଳ ଅଧୀନ କୁତବ ଗାଁରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଧାନ...

ସ୍ବାମୀ ମୃତ୍ୟୁର ୨ଘଣ୍ଟା ପରେ ଜନ୍ମ ହେଲା ଝିଅ

ନାକଟିଦେଉଳ, ୧୦ା୧୧(ବୈକୁଣ୍ଠନାଥ ସାହୁ): ବିଧିର ବିଧାନ ବଡ଼ ବିଚିତ୍ର। ବାଇକ୍‌ ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁର ୨ଘଣ୍ଟା ପରେ କନ୍ୟା ସନ୍ତାନ ଜନ୍ମଦେଲେ ସ୍ତ୍ରୀ। ଏପଟେ ଜନ୍ମର...

ମଣ୍ଡି ପ୍ରସ୍ତୁତିରେ ବିଳମ୍ବ: ବଢୁଛି ଚାଷୀ ଅସନ୍ତୋଷ

କୁଚିଣ୍ଡା, ୧୦।୧୧(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଆରଏମ୍‌ସି ପକ୍ଷରୁ ମଣ୍ଡି ପ୍ରସ୍ତୁତିରେ ବିଳମ୍ବକୁ ନେଇ ଚାଷୀ ଅସନ୍ତୋଷ ଦେଖାଦେଇଛି। ବିଗତ ବର୍ଷରେ ମାସେ ପୂର୍ବରୁ...

ପଥର ସନ୍ଧିରେ ମହିଳାଙ୍କ ଜୀବନ: ଉଦ୍ଧାର ପାଇଁ ଲାଗିଛି ବନବିଭାଗ

ସମ୍ବଲପୁର,୫।୧୧:ପାହାଡ଼ ମଝିରେ ପଥର ଭିତରେ ଫସିଲେ ଜଣେ ମହିଳା। ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଯୁଯୁମୁରା ବ୍ଲକ ଭଣ୍ଡାରୀମାଲ ପାହାଡ଼ରେ। ପୂର୍ଣ୍ଣିମାରେ ମନ୍ଦିର ଦର୍ଶନ...

ସ୍କୁଟି-ହାଇୱା ଧକ୍କା: ଚାଲିଗଲା ସ୍କୁଟି ଚାଳକଙ୍କ ଜୀବନ

ଜମନକିରା,୪।୧୧: ସମ୍ବଲପୁର ଜିଲା ଜମନକିରା ଥାନା ଗରିଆବାହାଲ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସ୍କୁଟି-ହାଇୱା ଧକ୍କା ହୋଇ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଥିବା...

ସମ୍ବଲପୁରରେ ଜବ୍‌ ଫ୍ରଡ୍‌: ୬୪ ଲକ୍ଷ ଲୁଟି ଜୀବନ ହାରିଲେ ମହିଳା, ୬ ଶହ ଲୋକ…

ସମ୍ବଲପୁର,୨୭।୧୦: ଜବ୍‌ ଫ୍ରଡ୍‌ରେ ୬୪ ଲକ୍ଷ ଟଙ୍କା ଲୁଟି ଚାପରେ ପଡ଼ିଥିବା ଚିପିଲିମାର ୩୮ ବର୍ଷୀୟ ସ୍ୱର୍ଣ୍ଣପ୍ରଭା ପାଢ଼ୀ ବୁର୍ଲା ଭୀମସାରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ...

ମା’ଙ୍କ ଦୁଃଖ ସହି ପାରିଲେନି ପୁଅ: ମେସେଜ୍‌ରେ ATM ପାସଓ୍ବାର୍ଡ ଲେଖି ନେଲେ ଚରମ ନିଷ୍ପତ୍ତି

ସମ୍ବଲପୁର, ୨୫।୧୦(ପ୍ରମୋଦ ବହିଦାର/ସୁନୀଲ ମହାନ୍ତି): ରୋଗ ଯନ୍ତ୍ରଣାରେ ଛଟପଟ ମା’ଙ୍କ ଦୁଃଖ ସହିତ ନ ପାରି ପୁଅ ଆତ୍ମହତ୍ୟା କରିବା ଭଳି ଏକ ଲୋମହର୍ଷକ ଖବର...

ସରକାରୀ ଚାକିରି ପ୍ରଲୋଭନ ଦେଖାଇ ୨ କୋଟି ଟଙ୍କା ଠକେଇ

ସମ୍ବଲପୁର,୨୩।୧୦: ସରକାରୀ ସଂସ୍ଥାରେ ଝାଡ଼ୁଦାର ଚାକିରି ଦେବାକୁ କହି ଏକ ବଡ଼ ଧରଣର ଠକେଇ ସାମ୍ନାକୁ ଆସିଛି। ଠକେଇ ଅଭିଯୋଗରେ ବୁର୍ଲା ପୋଲିସ ୨ଜଣଙ୍କୁ ଗିରଫ...

Advertisement
Dharitri Youth Conclave 2025

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri