ଲୁଟେରା ଗ୍ୟାଙ୍ଗ୍‌ଠାବ: ୬ ଗିରଫ

କଟକ ଅଫିସ, ୧୧।୭: ସିଡିଏ ଫେଜ-୨ ପୋଲିସ ବୁଧବାର ଏକ ଲୁଟେରା ଗ୍ୟାଙ୍ଗକୁ ଠାବ କରିଛି। ଏଥିସହ ଗ୍ୟାଙ୍ଗର ୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ବିଡ଼ାନାସୀ ଥାନା ଅନ୍ତର୍ଗତ ଖ୍ରୀଷ୍ଟିୟାନ ସାହି ଅଞ୍ଚଳର ଜିତେନ୍ଦ୍ର ବସ୍ତିଆ, ପ୍ରଶାନ୍ତ ବସ୍ତିଆ, ରାଜେନ୍ଦ୍ର ବସ୍ତିଆ, ଖୋର୍ଦ୍ଧା ଜିଲା ଜଟଣୀ ଅଞ୍ଚଳର ଚନ୍ଦନ ରାଣାସିଂ, ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅନ୍ତର୍ଗତ ବାଘବାଡ଼ି ଅଞ୍ଚଳର ପପୁ ମଣ୍ଡଳ ଓ ଲାଲବାଗ ଥାନା ଅନ୍ତର୍ଗତ ବାଲୁବଜାର ଅଞ୍ଚଳର ପରେଶନାଥ ଶାହା। ପୋଲିସ ସେମାନଙ୍କଠାରୁ ଏକ ସୁନାଚେନ, ୩ଟି ମୋବାଇଲ, ଦୁଇଟି ବାଇକ୍‌ (ଓଡି୦୫ଆର୍‌-୯୩୦୬, ଓଆର୍‌୦୭ୟୁ-୮୨୬୦) ଜବତ କରିଛି।
ଅଭିଯୋଗ ଅନୁଯାୟୀ, ଗତ ୬ ତାରିଖ ସକାଳେ ବାରଙ୍ଗ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଅଞ୍ଚଳର ମାନସ ଲେଙ୍କା ନରାଜ ଆଇବିକୁ ଯାଉଥିଲେ। ସେହି ସମୟରେ ବାଟରେ ୨ ଜଣ ଯୁବକ ଏକ ବାଇକ୍‌ରେ ଆସି ତାଙ୍କୁ ଅଟକାଇଥିଲେ। ମାନସ ରହିବାରୁ ସେମାନେ ତାଙ୍କୁ ଗାଳିଗୁଲଜ କରି ପିନ୍ଧିଥିବା ସୁନାଚେନ, ବ୍ରେସଲେଟ୍‌, ଦୁଇଟି ମୋବାଇଲ ସହିତ ୬ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। ଏ ନେଇ ମାନସ ସିଡିଏ ଫେଜ-୨ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା (ନଂ.୩୯/୧୯) ରୁଜୁ କରି ଘଟଣାର ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ରଙ୍କୁ ଗିରଫ କରିଥିଲା। ପଚରାଉଚରା ପରେ ସେ ଅନ୍ୟ ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ଦେଇଥିଲେ। ପରେ ପୋଲିସ ଅନ୍ୟ ୫ ଜଣଙ୍କୁ ଗିରଫ କରିଥିଲା। ତେବେ ସେମାନେ ମୁଖ୍ୟତଃ ନରାଜ ଅଞ୍ଚଳକୁ ଯାଉଥିବା ଲୋକମାନଙ୍କୁ ଟାର୍ଗେଟ କରୁଥିଲେ। ନିଛାଟିଆ ସ୍ଥାନ ଦେଖି ଲୋକମାନଙ୍କୁ ଅଟକାଇ ଲୁଟ୍‌ କରୁଥିଲେ ବୋଲି ଅଭିଯୁକ୍ତମାନେ ପୋଲିସ ନିକଟରେ ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭ ହେଲା ‘ପୁରୀ ପଢ଼େ, ପୁରୀ ବଢ଼େ’ କାର୍ଯ୍ୟକ୍ରମ ବହି ହେଉଛି ବନ୍ଧୁ: ଚିତ୍ରା ଅରୁମୁଗମ୍‌

ପୁରୀ ଅଫିସ, ୮ା୧୨: ଆଗକୁ ଯିବାର ଏକମାତ୍ର ରାସ୍ତା ହେଉଛି ଶିକ୍ଷା। ଯାହା ପାଖରେ ଶିକ୍ଷା ଅଛି ତାଙ୍କୁ କେହି ଅଟକାଇ ପାରିବେ ନାହିଁ। ସ୍କୁଲ...

ଏଥର ଭୁବନେଶ୍ୱରରେ ମହିଳା ମେୟର!

ଭୁବନେଶ୍ୱର,୧୨।୧(ବ୍ୟୁରୋ): ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ମହାନଗର ନିଗମ ପାଇଁ ମେୟର ପଦବୀ ନିମନ୍ତେ ଚିଠା ତାଲିକା ପ୍ରକାଶ ପାଇଛି। ଭୁବନେଶ୍ୱର ମହାନଗର ମେୟର ପଦବୀ...

ବାଳ ଅପରାଧୀଙ୍କୁ ମୁଖ୍ୟସ୍ରୋତକୁ ଆଣିବାକୁ ଉଦ୍ୟମ: ଜାମୁଝରୀରେ ହେବ ‘ପ୍ଲେସ୍‌ ଅଫ୍‌ ସେଫ୍ଟି ହୋମ୍‌’

ଭୁବନେଶ୍ୱର,୧୦।୯(ବ୍ୟୁରୋ): ରାଜଧାନୀ ଉପକଣ୍ଠ ଜାମୁଝରୀଠାରେ ବାଳ ଅପରାଧୀଙ୍କ ପାଇଁ ନିର୍ମାଣ ହେବ ‘ପ୍ଲେସ୍‌ ଅଫ୍‌ ସେଫ୍ଟି ହୋମ୍‌’। ସେମାନଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ସହ ସମାଜର...

ହସ୍ପିଟାଲରେ ଭର୍ତ୍ତି ହେଲେ ବିଶ୍ୱଭୂଷଣ

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଦୁଇ ଦିନ ତଳେ ଦିଲ୍ଲୀରୁ ଫେରିଥିବା ବିଶ୍ୱଭୂଷଣ ଥଣ୍ଡା ଏବଂ କାଶରେ ପୀଡ଼ିତ ହୋଇ...

ଗୋଟିଏ ରାତିରେ ୨ ଘରୁ ଚୋରି; ଦୁର୍ବୃତ୍ତ ଲୁଟି ନେଲେ ସୁନା, ଟଙ୍କା

ପାତ୍ରପଡା, ୧୧।୭ (ଡି.ଏନ.ଏ.)  ତମାଣ୍ଡୋ ଥାନା ବିଜିପୁର ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ୨ ଘର ଗ୍ରୀଲ ତାଡି ସୁନା ଅଳଙ୍କାର ସହ ୩୫...

ପିପିଲି ପାଇଁ ପ୍ରକାଶ ପାଇବ ସାନି ବିଜ୍ଞପ୍ତି, ପ୍ରାର୍ଥୀ ଦେବା ପାଇଁ କଂଗ୍ରେସକୁ ମିଳିବ ୭ ଦିନ ସମୟ

ଭୁବନେଶ୍ୱର,୧୫।୪(ବ୍ୟୁରୋ): କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି। ଏନେଇ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ପ୍ରେସମିଟ୍‌ କରି କହିଛନ୍ତି,...

ପୁରୀ ପୋଲିସ ରଥଯାତ୍ରା ପ୍ରସ୍ତୁତି: ପାର୍କିଂ, ଟ୍ରାଫିକ୍‌ ଉପରେ ଗୁରୁତ୍ୱ

ପୁରୀ ଅଫିସ, ୨୯ା୬: ଘୋଷଯାତ୍ରାକୁ ଆଉ ମାତ୍ର ୫ଦିନ। ପୁରୀ ପୋଲିସ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି ବୋଲି ପୁରୀ...

୫ଦିନ ପରେ ତାପମାତ୍ରା ଆହୁରି ବଢ଼ିବ

ଭୁବନେଶ୍ୱର, ୨୭ା୨(ବ୍ୟୁରୋ):ରାଜ୍ୟରେ ବଢୁଛି ତାତି। କିଛି ସ୍ଥାନରେ ପାରଦ ୩୮ ଡିଗ୍ରୀ ପାର୍‌ କଲାଣି। ଆଗାମୀ ୪ରୁ ୫ଦିନ ଯାଏ ଏଭଳି ସ୍ଥିତି ଲାଗି ରହିବ।...

Advertisement
Archives

Model This Week