ଲିଜାଙ୍କ ପସନ୍ଦ ପଜିଟିଭ୍‌ ଭୂମିକା

ଲିଜା ପଣ୍ଡା ଓରଫ ଲିଜା ଓଡ଼ିଆ ଯାତ୍ରା ଜଗତରେ ବେଶ୍‌ ଜଣାଶୁଣା। ଚଳିତ ବର୍ଷ ଅପେରା ସୂର୍ଯ୍ୟମନ୍ଦିରରେ ସେ ନିଜ ଅଭିନୟର ଯାଦୁ ବିତରଣ କରି ଚାଲିଛନ୍ତି। ଦର୍ଶକମାନେ ତାଙ୍କୁ ନେଗେଟିଭ୍‌ ଭୂମିକାରେ ବେଶ୍‌ ଗ୍ରହଣ କରିଛନ୍ତି। ନେଗେଟିଭ୍‌ ଭୂମିକା ମଧ୍ୟ ତାଙ୍କୁ ବେଶ ସୁହାଏ। ତେବେ ପୂଜାଙ୍କର ପସନ୍ଦ ହେଉଛି ପଜିଟିଭ୍‌ ଭୂମିକା। ଚଳିତ ବର୍ଷ ସେ ଖଣ୍ଡିଏ ନାଟକରେ ମଧ୍ୟ ପଜିଟିଭ୍‌ ଭୂମିକା ପାଇଛନ୍ତି। ନାଟକଟି ହେଉଛି ‘ଭିତିରି କଥା’। ଏଥିରେ ତାଙ୍କୁ ତାଙ୍କର ଦକ୍ଷତା ଦେଖେଇବାର ଭରପୂର ସୁଯୋଗ ମିଳିଛି। ‘ଭିତିରି କଥା’ ନାଟକରେ ସେ ‘ଦୀପିକା’ ଚରିତ୍ରରେ ମଞ୍ଚ ଉପରକୁ ଆସୁଛନ୍ତି। ଆଉ ଦର୍ଶକଙ୍କର ବାହାବା ମଧ୍ୟ ସାଉଣ୍ଟୁଛନ୍ତି।

୨୦୦୭ ମସିହାରେ ସେ ପ୍ରଥମେ ଆସିଲେ ଅନୁଗୋଳର ‘ସୂର୍ଯ୍ୟ ଗଣନାଟ୍ୟ’କୁ। ଅବଶ୍ୟ ସେ ଯାତ୍ରାକୁ ଆସିବା ନେଇ ତାଙ୍କର କୌଣସି ଯୋଜନା ନ ଥିଲା। ନାଟ୍ୟକାର ମନୋଜ ପଣ୍ଡା ହିଁ ତାଙ୍କୁ ପେସାଦାର ଯାତ୍ରାକୁ ଆସିବା ପାଇଁ ପ୍ରସ୍ତାବ ଦେଲେ। ଅଭିନୟ ପ୍ରତି ତ ରୁଚିଥିଲା। ପୁଣି ତାଙ୍କ ଦ୍ୱାରା ଭଲ ଅଭିନୟ ବି ହେଉଥିଲା। ପିଲାବେଳେ ସ୍କୁଲ୍‌ରେ ସେ ଏକକ ଅଭିନୟ କରୁଥିଲେ। ତାଙ୍କ ଅଭିନୟ ଏତେ ଜୀବନ୍ତ ହେଉଥିଲା ଯେ, ଯିଏ ଦେଖୁଥିଲା ସେ ଘଡ଼ିଏ ରହିଯାଉଥିଲା। ସେହି ଆତ୍ମବିଶ୍ୱାସକୁ ପୁଞ୍ଜିକରି ଲିଜା ଆସିଲେ ‘ସୂର୍ଯ୍ୟ ଗଣନାଟ୍ୟ’କୁ। ଇତିମଧ୍ୟରେ ସେ ୧୨ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତାଇ ସାରିଲେଣି ଯାତ୍ରା ଜଗତରେ। ‘ସୂର୍ଯ୍ୟ ଗଣନାଟ୍ୟ’ ପରେ ପରେ ସେ ‘ତାରାପୁର’, ‘ଧଉଳି’, ‘ପାର୍ବତୀ’, ‘ବିଶ୍ୱ ଦରବାର’, ‘ଗୌରୀ’, ‘କଳିଙ୍ଗ’ ଆଦି ଗଣନାଟ୍ୟରେ ଅଭିନୟ ସାରି ଚଳିତବର୍ଷ ଆସି ପହଞ୍ଚତ୍ଛନ୍ତି ‘ଅପେରା ସୂର୍ଯ୍ୟମନ୍ଦିର’ରେ। ସେ ଅଭିନୟ କରିଥିବା ସଫଳ ନାଟକଗୁଡ଼ିକ ମଧ୍ୟରେ ରହିଛି ‘ଗାନ୍ଧୀ ଫେରୁଛନ୍ତି’, ‘ଲକ୍ଷେ ଟଙ୍କିଆ ବୋହୂ’, ‘ବେଶ୍ୟା ପାଳୁଛି ସାବିତ୍ରୀ ବ୍ରତ’, ‘ମୋ ଠିକଣା ମୋତେ ଅଜଣା’, ‘ଠିକଣା ହଜିଛି ଜଗା ଭାଇର’, ‘ମୋତେ ଭୁଲିଯିବୁ ତତେ ମୋ ରାଣ’ ଏବଂ ଆହୁରି ଅନେକ। ଚଳିତବର୍ଷ ‘ଅପେରା ସୂର୍ଯ୍ୟମନ୍ଦିର’ରେ ତାଙ୍କ ଅଭିନୀତ ନାଟକ ମଧ୍ୟରେ ରହିଛି ‘ମାୟାବିନୀ ମୌସୁମୀ’, ‘କାହାଣୀ କହୁଛି ସୂର୍ଯ୍ୟମନ୍ଦିର’, ‘ଭିତିରି କଥା’ ଏବଂ ‘ପ୍ରେମିକାର ନଁା ଚନ୍ଦ୍ରଭାଗା’।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚଭୂତରେ ବିଲୀନ ହେଲେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ, ପୁଅ ଦେଲେ ମୁଖାଗ୍ନି

ମୁମ୍ବାଇ,୧୩।୪: ବଲିଉଡରେ ଶୋକର ଲହରୀ ଖେଳିଯାଇଛି । ସିନେମା ଏବଂ ସଙ୍ଗୀତ ଜଗତ ଜଣେ କିମ୍ବଦନ୍ତୀ ଗାୟିକାଙ୍କୁ ହରାଇଛି । ଆଶା ଭୋସଲେ ଦଶନ୍ଧି ଧରି ଚଳଚ୍ଚିତ୍ର…

‘ଆଶାଙ୍କ କଣ୍ଠରେ ‘ଳ’ ଉଚ୍ଚାରଣ ନ ହେବାରୁ କାଳିଆ ସ୍ଥାନରେ କରାଗଲା ମଣିମା’

ଭୁବନେଶ୍ୱର,୧୩ା୪: ଆଶା ଭୋସ୍‌ଲେ, ଭାରତୀୟ ସଙ୍ଗୀତ ଜଗତର ଅନ୍ୟତମ ଲୋକପ୍ରିୟ କଣ୍ଠଶିଳ୍ପୀ। ସଂଗୀତ ପ୍ରତି ସମର୍ପିତ ଏହି ଗାୟିକା ଭଜନ, ଗଜଲ, ଶାସ୍ତ୍ରୀୟ ସଙ୍ଗୀତ, ପପ୍‌ ମ୍ୟୁଜିକ୍‌…

ଆଶା ଭୋସ୍‌ଲେଙ୍କ ପରଲୋକରେ ଭାବପ୍ରବଣ ହୋଇପଡ଼ିଲେ ନରେନ୍ଦ୍ର ମୋଦି

ମୁମ୍ବାଇ,୧୨।୪: ପ୍ରଖ୍ୟାତ ଗାୟିକା ଆଶା ଭୋସ୍‌ଲେଙ୍କ ପରଲୋକ ପରେ ସମଗ୍ର ଦେଶରେ ଶୋକର ଲହରୀ ଖେଳିଯାଇଛି। ରାଜନୈତିକ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିବିଶେଷ ମଧ୍ୟ ତାଙ୍କ ବିୟୋଗରେ ଶୋକ…

୧୬ ବର୍ଷ ବୟସରେ ବିବାହ, ଶାଶୁଘରେ ଘରୋଇ ହିଂସାର ଶିକାର…ପୁଅଙ୍କ ମୃତ୍ୟୁ-ଝିଅଙ୍କ ଆତ୍ମହତ୍ୟା; ବେଶ ସଂଘର୍ଷମୟ ଥିଲା ଆଶାଙ୍କ ଜୀବନ

ମୁମ୍ବାଇ:ସଙ୍ଗୀତ ଜଗତର ଆଶା ଭୋସଲେ ୯୨ ବର୍ଷ ବୟସରେ ଦୁନିଆରୁ ବିଦାୟ ନେିଇଛନ୍ତି। ଶନିବାର ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।…

କେତେ ଟଙ୍କାର ସମ୍ପତ୍ତି ଛାଡ଼ିଗଲେ ଆଶା ଭୋସଲେ, ଜାଣିଲେ…

ମୁମ୍ବାଇ,୧୨ା୪: ପ୍ରସିଦ୍ଧ ଭାରତୀୟ ଗାୟିକା ଆଶା ଭୋସଲେଙ୍କ ରବିବାର  ଦେହାନ୍ତ ହୋଇଛି। ସେ ୯୨ ବର୍ଷ ବୟସରେ ମୁମ୍ବାଇର ବ୍ରିଚ୍‌ କାଣ୍ଡି ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ…

ସମାନ ବୟସ, ସମାନ ହସ୍ପିଟାଲ, ଭାଇରାଲ ହେଉଛି ଲତା ଦିଦିଙ୍କ ସହ ଆଶାଙ୍କ ପିଲା ଦିନର ଫଟୋ, ପ୍ରଶଂସକ ହେଉଛନ୍ତି ଇମୋଶନାଲ

ମୁମ୍ବାଇ,୧୨।୪: ଗାୟିକା ଆଶା ଭୋଁସଲେଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହେବା ପରେ ତାଙ୍କୁ ଶନିବାର ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ରବିବାର ୯୨…

ସଙ୍ଗୀତ ଜଗତରେ ଶୋକର ଛାୟା: ନୀରବି ଗଲେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଅନନ୍ୟ ପ୍ରତିଭା ତଥା ପ୍ରଖ୍ୟାତ ଗାୟିକା ଆଶା ଭୋସଲେଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା।…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri