ଲିଜାଙ୍କ ପସନ୍ଦ ପଜିଟିଭ୍‌ ଭୂମିକା

ଲିଜା ପଣ୍ଡା ଓରଫ ଲିଜା ଓଡ଼ିଆ ଯାତ୍ରା ଜଗତରେ ବେଶ୍‌ ଜଣାଶୁଣା। ଚଳିତ ବର୍ଷ ଅପେରା ସୂର୍ଯ୍ୟମନ୍ଦିରରେ ସେ ନିଜ ଅଭିନୟର ଯାଦୁ ବିତରଣ କରି ଚାଲିଛନ୍ତି। ଦର୍ଶକମାନେ ତାଙ୍କୁ ନେଗେଟିଭ୍‌ ଭୂମିକାରେ ବେଶ୍‌ ଗ୍ରହଣ କରିଛନ୍ତି। ନେଗେଟିଭ୍‌ ଭୂମିକା ମଧ୍ୟ ତାଙ୍କୁ ବେଶ ସୁହାଏ। ତେବେ ପୂଜାଙ୍କର ପସନ୍ଦ ହେଉଛି ପଜିଟିଭ୍‌ ଭୂମିକା। ଚଳିତ ବର୍ଷ ସେ ଖଣ୍ଡିଏ ନାଟକରେ ମଧ୍ୟ ପଜିଟିଭ୍‌ ଭୂମିକା ପାଇଛନ୍ତି। ନାଟକଟି ହେଉଛି ‘ଭିତିରି କଥା’। ଏଥିରେ ତାଙ୍କୁ ତାଙ୍କର ଦକ୍ଷତା ଦେଖେଇବାର ଭରପୂର ସୁଯୋଗ ମିଳିଛି। ‘ଭିତିରି କଥା’ ନାଟକରେ ସେ ‘ଦୀପିକା’ ଚରିତ୍ରରେ ମଞ୍ଚ ଉପରକୁ ଆସୁଛନ୍ତି। ଆଉ ଦର୍ଶକଙ୍କର ବାହାବା ମଧ୍ୟ ସାଉଣ୍ଟୁଛନ୍ତି।

୨୦୦୭ ମସିହାରେ ସେ ପ୍ରଥମେ ଆସିଲେ ଅନୁଗୋଳର ‘ସୂର୍ଯ୍ୟ ଗଣନାଟ୍ୟ’କୁ। ଅବଶ୍ୟ ସେ ଯାତ୍ରାକୁ ଆସିବା ନେଇ ତାଙ୍କର କୌଣସି ଯୋଜନା ନ ଥିଲା। ନାଟ୍ୟକାର ମନୋଜ ପଣ୍ଡା ହିଁ ତାଙ୍କୁ ପେସାଦାର ଯାତ୍ରାକୁ ଆସିବା ପାଇଁ ପ୍ରସ୍ତାବ ଦେଲେ। ଅଭିନୟ ପ୍ରତି ତ ରୁଚିଥିଲା। ପୁଣି ତାଙ୍କ ଦ୍ୱାରା ଭଲ ଅଭିନୟ ବି ହେଉଥିଲା। ପିଲାବେଳେ ସ୍କୁଲ୍‌ରେ ସେ ଏକକ ଅଭିନୟ କରୁଥିଲେ। ତାଙ୍କ ଅଭିନୟ ଏତେ ଜୀବନ୍ତ ହେଉଥିଲା ଯେ, ଯିଏ ଦେଖୁଥିଲା ସେ ଘଡ଼ିଏ ରହିଯାଉଥିଲା। ସେହି ଆତ୍ମବିଶ୍ୱାସକୁ ପୁଞ୍ଜିକରି ଲିଜା ଆସିଲେ ‘ସୂର୍ଯ୍ୟ ଗଣନାଟ୍ୟ’କୁ। ଇତିମଧ୍ୟରେ ସେ ୧୨ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତାଇ ସାରିଲେଣି ଯାତ୍ରା ଜଗତରେ। ‘ସୂର୍ଯ୍ୟ ଗଣନାଟ୍ୟ’ ପରେ ପରେ ସେ ‘ତାରାପୁର’, ‘ଧଉଳି’, ‘ପାର୍ବତୀ’, ‘ବିଶ୍ୱ ଦରବାର’, ‘ଗୌରୀ’, ‘କଳିଙ୍ଗ’ ଆଦି ଗଣନାଟ୍ୟରେ ଅଭିନୟ ସାରି ଚଳିତବର୍ଷ ଆସି ପହଞ୍ଚତ୍ଛନ୍ତି ‘ଅପେରା ସୂର୍ଯ୍ୟମନ୍ଦିର’ରେ। ସେ ଅଭିନୟ କରିଥିବା ସଫଳ ନାଟକଗୁଡ଼ିକ ମଧ୍ୟରେ ରହିଛି ‘ଗାନ୍ଧୀ ଫେରୁଛନ୍ତି’, ‘ଲକ୍ଷେ ଟଙ୍କିଆ ବୋହୂ’, ‘ବେଶ୍ୟା ପାଳୁଛି ସାବିତ୍ରୀ ବ୍ରତ’, ‘ମୋ ଠିକଣା ମୋତେ ଅଜଣା’, ‘ଠିକଣା ହଜିଛି ଜଗା ଭାଇର’, ‘ମୋତେ ଭୁଲିଯିବୁ ତତେ ମୋ ରାଣ’ ଏବଂ ଆହୁରି ଅନେକ। ଚଳିତବର୍ଷ ‘ଅପେରା ସୂର୍ଯ୍ୟମନ୍ଦିର’ରେ ତାଙ୍କ ଅଭିନୀତ ନାଟକ ମଧ୍ୟରେ ରହିଛି ‘ମାୟାବିନୀ ମୌସୁମୀ’, ‘କାହାଣୀ କହୁଛି ସୂର୍ଯ୍ୟମନ୍ଦିର’, ‘ଭିତିରି କଥା’ ଏବଂ ‘ପ୍ରେମିକାର ନଁା ଚନ୍ଦ୍ରଭାଗା’।


Enter your email to get our daily news in your inbox.

All Right Reserved By Dharitri.Com

ଭିନ୍ନ ଢଙ୍ଗରେ ନୂଆବର୍ଷକୁ ସ୍ବାଗତ କଲେ ବିରାଟ-ଅନୁଷ୍କା, ଫଟୋ ଶେୟାର କରି କହିଲେ ମୋ’ ଜୀବନର…

ମୁମ୍ବାଇ: କ୍ରିକେଟର ବିରାଟ କୋହଲି ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ ୨୦୨୫କୁ ବିଦାୟ ଦେବା ସମୟରେ ଏକ ବିଶେଷ ମୁହୂର୍ତ୍ତକୁ ଶେୟାର କରି ଏକ...

ନୂଆବର୍ଷରେ ବଡ଼ ପ୍ରତିଜ୍ଞା କରିଦେଲେ ଅନୁପମ ଖେର: ପ୍ରଶଂସକ ଚକିତ

ବଲିଉଡ ନୂଆବର୍ଷକୁ ଜୋରଦାର୍‌ ସ୍ବାଗତ କରିଛି। କିଏ ନିଜ ପରିବାର ସହିତ ସମୟ ବିତାଉଛନ୍ତି, ଆଉ କିଏ ମନ୍ଦିରରେ ପ୍ରାର୍ଥନା କରି ଆଶୀର୍ବାଦ ନେଉଛନ୍ତି। ଅଭିନେତା...

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ଭୟରେ ଥରହର ଅର୍ପିତା ଚୌଧୁରୀ: କଲେ ଏମିତି କାମ

କଟକ,୩୧।୧୨(କାର୍ତ୍ତିକ ସାହୁ):ଓଡ଼ିଆ ସଙ୍ଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଓଲିଉଡ ଗାୟିକା ଅର୍ପିତା ଚୌଧୁରୀ ମଙ୍ଗଳବାର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ...

ସଲମାନଙ୍କ ଗାଲୱାନ ଟ୍ରେଲର ଦେଖି ରାଗିଗଲା ଚାଇନା, ଏପରି କହିଲା ଭାରତ

ନୂଆଦିଲ୍ଲୀ,୩୦।୧୨: ସଲମାନଙ୍କ ଉପରେ ରାଗିଗଲା ଡ୍ରାଗନ। ‘ବ୍ୟାଟେଲ ଅଫ୍ ଗାଲୱାନ’ର ଟିଜର ମୁକ୍ତିଲାଭ କରିବା ପରେ ଚାଇନା ଏଥିରେ କ୍ଷୁବ୍ଧ ହୋଇଛି। ଚାଇନାର ସରକାରୀ ଗଣମାଧ୍ୟମ...

ୟାମିଙ୍କ ଇଚ୍ଛା

ମୁମ୍ବାଇ: ଆଦିତ୍ୟ ଧରଙ୍କ ଫିଲ୍ମ ‘ଧୁରନ୍ଧର’ ୨୦୨୫ର ସବୁଠାରୁ ବଡ଼ ଫିଲ୍ମ ହୋଇଛି। ଏହି ଫିଲ୍ମଟି ସାରା ବିଶ୍ୱରେ ୧୦୦୦ କୋଟିରୁ ଅଧିକ ଆୟ କରିଛି।...

Rashimka and Vijay Wedding: ସାମ୍ନାକୁ ଆସିଲା ରଶ୍ମିକା-ବିଜୟଙ୍କ ବିବାହ ତାରିଖ, ଏହି ଅତିଥି ଦେବେ ଯୋଗ

ନୂଆଦିଲ୍ଲୀ,୩୦ା୧୨ : ସାଉଥ ସିନେମାର ଷ୍ଟାର କପଲ୍ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ସେମାନଙ୍କ ବିବାହକୁ ନେଇ ବହୁତ ଦିନ ଧରି ଚର୍ଚ୍ଚାରେ ରହି...

ମୋତେ ଆଉ ଝିଅ ମିଳିବେ ତ… ବର୍ଷାଙ୍କୁ ହାତ ଯୋଡି ଏମିତି କହିଦେଲେ ଗୁଲୁଆ

ଭୁବନେଶ୍ୱର,୩୦।୧୨: ଓଡ଼ିଆ କମେଡିଆନ ଗୁଲୁଆ ଏବଂ ତାଙ୍କ ସ୍ତ୍ରୀ ବର୍ଷାଙ୍କ ପାରିବାରିକ ବିବାଦ ପଦାରେ ପଡ଼ିଛି। ଗୁଲୁଆଙ୍କର ଏକାଧିକ ଝିଅଙ୍କ ସହ ସମ୍ପର୍କ ଥିବା ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri