ଲିଗାଲ ହାୟାର ସାର୍ଟିଫିକେଟ ପାଇଁ ନେଉଥିଲେ ଲାଞ୍ଚ: ଗିରଫ ହେଲେ ପିଚୁକୁଳି ଏଆର୍‌ଆଇ ଏବଂ ଦଲାଲ

ଖୋର୍ଦ୍ଧା ଅଫିସ,୨୮ା୧୧: ଲିଗାଲ ହାୟାର ସାର୍ଟିଫିକେଟ ଦେବା ପାଇଁ ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଖୋର୍ଦ୍ଧା ଜିଲା ବୋଲଗଡ଼ ତହସିଲର ପିଚୁକୁଳି ଅତିରିକ୍ତ ରେଭିନ୍ୟୁ ଇନ୍ସପେକ୍ଟର(ଏଆର୍‌ଆଇ)କୃଷ୍ଣଚନ୍ଦ୍ର ସେଠୀ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। କୃଷ୍ଣଚନ୍ଦ୍ରଙ୍କର ଘର ବେଗୁନିଆ ବ୍ଳକର ଗଡମାଣତୀର ଗ୍ରାମରେ। ସେହିଭଳି ଲାଞ୍ଚ ଟଙ୍କା ରଖିଥିବା ଅନ୍ୟ ଜଣେ ଦଲାଲ ତୁଳସିବେରଣା ଗ୍ରାମର ପ୍ରଫୁଲ୍ଲ ଚନ୍ଦ୍ର ପରିଡା(୪୦)ଙ୍କୁ ମଧ୍ୟ ଖୋର୍ଦ୍ଧା ଭିଜିଲାନ୍ସ ଗିରଫ କରିଛି। ଏନେଇ ୬୦/୧୯ରେ ମାମଲା ରୁଜୁ ହୋଇଛି।

ପ୍ରାପ୍ତ ସୂଚନା ଅନୁସାରେ, ବୋଲଗଡ଼ ତହସିଲ ତାଳତୁମ୍ବ ଗ୍ରାମର ଅକ୍ଷୟ ରାଉତରାୟଙ୍କର ଜେଜେ ବାଞ୍ଝାନିଧିଙ୍କ ପ୍ରାୟ ୨୦ ବର୍ଷ ତଳେ ମୃତ୍ୟୁ ଘଟିଛି । ଏହାକୁ ନେଇ ଲିଗାଲ ହାୟାର ସାର୍ଟିଫିକେଟ କରିବା ପାଇଁ ଏଆର୍‌ଆଇ ଦୁଇ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ନ ଦେଲେ ସାର୍ଟିଫିକେଟ କରିହେବନି ବୋଲି କହିଥିିଲେ। ଅକ୍ଷୟ ହଁ କରି ଖୋର୍ଦ୍ଧା ଭିଜିଲାନ୍ସ ସହ ଯୋଗାଯୋଗ କରିଥିଲେ। ଗୁରୁବାର ଅକ୍ଷୟଙ୍କଠାରୁ ଲାଞ୍ଚ ନେଇ ଏଆର୍‌ଆଇ୍‌ ତୁଳସିବେରଣା ଗ୍ରାମର ପ୍ରଫୁଲ୍ଲ ଚନ୍ଦ୍ର ପରିଡାକୁ ଦେଇଥିଲେ। ଭିଜିଲାନ୍ସ ଡିଏସ୍‌ପି ମନୋରଞ୍ଜନ ପାଇକରାୟଙ୍କ ନେତୃତ୍ୱରେ ୭ଜଣିଆ ଟିମ୍‌ ଏହି ଚଢ଼ାଉରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ: ଏକକାଳୀନ ୬ଟି ସ୍ଥାନରେ ଚଢାଉ

ସୁନ୍ଦରଗଡ,୧୦।୧(ଡି.ଏନ.ଏ.): ଭିଜିଲାନ୍ସ ଜାଲରେ ଆରଡବ୍ଲ୍ୟୁ ଡିଭିଜନ ନିର୍ବାହୀ ଯନ୍ତ୍ରୀ ନନ୍ଦ କିଶୋର ନାଥ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ନନ୍ଦ କିଶୋରଙ୍କ ଘରେ...

ବିଜୁଳି ଚୋରି ଧରାଇଲେ ମିଳିବ ପୁରସ୍କାର, ନାମ ଗୋପନ ରହିବ

ଭୁବନେଶ୍ୱର,୫।୯(ବ୍ୟୁରୋ): ଏଣିକି ବିଜୁଳି ଚୋରି ସମ୍ପର୍କରେ ସୂଚନା ଦେଲେ ସୂଚନାଦାତାଙ୍କୁ ମିଳିବ ଆର୍ଥିକ ପୁରସ୍କାର। ଯେଉଁମାନେ ବିଜୁଳି ଚୋରି କରୁଛନ୍ତି ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ।...

ଦରମା ନ ଦେଇ ନିର୍ଯାତନା, ବିଷପିଇଲେ ବନ ଜଗୁଆଳି

ରିଆମାଳ,୨୯।୯ (ଡି.ଏନ୍‌.ଏ.): ଦରମା ବଦଳରେ ମିଳିଲା ନିର୍ଯାତନା। ଦରମା ଟଙ୍କା ମାଗିବାରୁ ଗାଳିଗୁଲଜ କରିବା ସହ ଚାକିରିରୁ ବାହାର କରିଦେବାର ଭୟ ଦେଖାଇଲେ ଅଧିକାରୀ। ଫଳରେ...

ବରୀ ବ୍ଲକ ଅଧ୍ୟକ୍ଷା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି

ବରୀ,୧୪|୮(ସ୍ବ.ପ୍ର.)- ଯାଜପୁର ଜିଲା ବରୀ ବ୍ଲକ ଅଧ୍ୟକ୍ଷା ଉପନିର୍ବାଚନ ପାଇଁ ମଙ୍ଗଳବାର ସରକାରୀ ଭାବେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା...

ଧାନତଳି ନଷ୍ଟ କଲେ ହାତୀ, ଚିନ୍ତାରେ ଚାଷୀ

ଭଞ୍ଜନଗର,୧୩।୭(ଡି.ଏନ.ଏ.) -ଭଞ୍ଜନଗର ଉତ୍ତରଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜ ଗୁଣ୍ଡିରିବାଡ଼ିରେ ଗୁରୁବାର ବିଳମ୍ବିତ ରାତିରେ ହାତୀ ଆତଙ୍କ ଦେଖାଦେଇଛି। ହାତୀମାନେ ଗ୍ରାମ ମୁଣ୍ଡକୁ ଆସି ବିଭିନ୍ନ ଲୋକଙ୍କ...

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ

ହିନ୍ଦୋଳ, ୩୧।୧୦(ଡି.ଏନ.ଏ.)  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଫାଇନାଲ୍‌ ବିଲ୍‌ କରାଇଦେବା ପାଇଁ ୧୫୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସିର...

 ମା ତାରା ତାରିଣିଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଲାଗି ଶୁଭଖୁଣ୍ଟି ସ୍ଥାପନ

ପୁରୁଷୋତ୍ତମ ପୁର, ୨୪/୪(ଡିଏନ୍ଏ) ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡିଶା ର ପ୍ରସିଦ୍ଧ ଇଷ୍ଟ ଦେବି ମା ତାରା ତାରିଣି ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା...

ଇ-ପାଠଶାଳା, ଇ-ମୂଲ୍ୟାଙ୍କନ ପୋର୍ଟାଲ

ଭୁବନେଶ୍ୱର,୧୮ା୬(ବ୍ୟୁରୋ): ଛାତ୍ରୀଛାତ୍ରଙ୍କୁ ଅନ୍‌ଲାଇନ ମାଧ୍ୟମରେ ଶିକ୍ଷାଦାନ ଓ ମୂଲ୍ୟାୟନ ପାଇଁ ଓପେପା ଦ୍ୱାରା ଇ-ପାଠଶାଳା ଓ ଇ-ମୂଲ୍ୟାଙ୍କନ ନାମରେ ଦୁଇଟି ପୋର୍ଟାଲ ପ୍ରସ୍ତୁତ କରାଯାଇଛି। ଗୁରୁବାର...

Advertisement
Archives

Model This Week