ଲାଲକିଲ୍ଲାରୁ ମୋଦିଙ୍କ ହୁଙ୍କାର;୫ଲକ୍ଷ କୋଟି ଡଲାର ଅର୍ଥନୀତି ହାସଲ ସମ୍ଭବ

ନୂଆଦିଲ୍ଲୀ,୧୭-୮: ଅର୍ଥନୀତି ଧିମା ହୋଇଯିବା ଭିତରେ ପ୍ରଧାନମନ୍ତ୍ରୀ ନମରେନ୍ଦ୍ର ମୋଦି ନିବେଶ ମାଧ୍ୟମରେ ଆର୍ଥିକ ବୃଦ୍ଧି କରିବା ଲାଗି ଏନ୍‌ଡିଏ ସରକାରଙ୍କ ପ୍ରତିଶ୍ରୁତିକୁ ଦୋହରାଇଛନ୍ତି। ଦେଶ ଅର୍ଥନୀତିକୁ ୫ ଲକ୍ଷ କୋଟି ଡଲାରରେ ପହଞ୍ଚାଇବା ସମ୍ଭବ ହେବ ବୋଲି ଦୃଢ଼ୋକ୍ତି କରିଛନ୍ତି। ଏଥିପାଇଁ ଏନଡିଏ ସରକାର ଆସନ୍ତା ୫ ବର୍ଷରେ ଢ଼ାଞ୍ଚାଗତ ଭିତ୍ତିଭୂମି ନିର୍ମାଣରେ ୧୦୦ଲକ୍ଷ କୋଟି ଟଙ୍କା ନିବେଶ କରିବାକୁ ଯାଉଛନ୍ତି ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଦେଶର ୭୩ ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଲାଲକିଲାରୁ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି ଯେ, ବିଶ୍ୱ ବାଣିଜ୍ୟରେ ଦେଶର ଅଂଶକୁ ବୃଦ୍ଧି କରିବା ଲାଗି ରପ୍ତାନି ବଢ଼ାଇବାକୁ ହେବ। ଏହାବ୍ୟତୀତ ଦେଶର ଆର୍ଥିକ ଅଭିବୃଦ୍ଧିରେ ଉଦ୍ୟୋଗ ଜଗତର ଭୂମିକାକୁ ସେ ପୁନଃ ରେଖାଙ୍କିତ କରିଛନ୍ତି। ସେ କହିଛନ୍ତି ଯେ, ସମ୍ପତ୍ତି ସୃଷ୍ଟି କରୁଥିବା ଉଦ୍ୟୋଗ ଜଗତ ଦେଶର ପୁଞ୍ଜି, ସେମାନଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିବା ଅନୁଚିତ। ୫ ଲକ୍ଷ କୋଟି ଡଲାର ଅର୍ଥନୀତି ହାସଲ କରାଯାଇପାରିବ ବୋଲି ସେ ଦେଶବାସୀଙ୍କୁ ଭରସା ଦେଇଛନ୍ତି। ସେ କହିଛନ୍ତି ଯେ, ଦେଶରେ ଏବେ ରାଜନୈତିକ ସ୍ଥିରତା ରହିଥିବା ବେଳେ ଦୃଢ଼ ଅର୍ଥନୀତି ଆଧାର ରହିଛି। ଏଥିଯୋଗୁ ବିଦେଶୀ ନିବେଶକଙ୍କର ଭାରତ ଆଡକୁ ନଜର ରହିଛି। ୨ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପହଞ୍ଚତ୍ବାକୁ ଦେଶକୁ ୭୦ ବର୍ଷ ଲାଗିଥିଲା। ତେବେ ଏନ୍‌ଡିଏ ସରକାର ପ୍ରଥମ କାର୍ଯ୍ୟକାଳର ୫ ବର୍ଷ ଭିତରେ ଏଥିରେ ୧ ଲକ୍ଷ କୋଟି ଡଲାର ଯୋଡି ପାରିଛି। ଏହି ଲକ୍ଷ୍ୟକୁ ଦେଖିଲେ ଆସନ୍ତା ୫ ବର୍ଷରେ ଦେଶ ୫ ଲକ୍ଷ କୋଟି ଡଲାର ଅର୍ଥନୀତି ହାସଲ କରିପାରିବ। ଢ଼ାଞ୍ଚାଗତ ନିର୍ମାଣରେ ଆସନ୍ତା ୫ ବର୍ଷରେ ୧୦୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କଲେ ଏହି ଲକ୍ଷ୍ୟ ହାସଲ ସମ୍ଭବ ହୋଇପାରିବ ବୋଲି ମୋଦି କହିଛନ୍ତି। ସରକାର ସାମଗ୍ରୀ ଏବଂ ସେବା ଟିକସ ଉପସ୍ଥାପନ କରିବା ସହ ଏଥିରେ ଅନେକ ସଂସ୍କାର ଆଣିଛନ୍ତି। ମୋଦି କହିଛନ୍ତି ଯେ, ଦେଶର ଅର୍ଥନୀତି ଦୃଢ଼ ରହିଛି, ମୁଦ୍ରାସ୍ଫୀତି ହାର କମିଥିବା ବେଳେ ଦେଶର ବିକାଶ ରାସ୍ତାରେ ଅଗ୍ରଗତି କରୁଛି। ରପ୍ତାନି ଧୀରେ ଧୀରେ ବଢ଼ିବାରେ ଲାଗିଛି। ବିଶ୍ୱ ବାଣିଜ୍ୟରେ ଭାରତର ଅଂଶ ବୃଦ୍ଧି ଲାଗି ରପ୍ତାନି ବୃଦ୍ଧି ଉପରେ ପ୍ରଧାନମନ୍ତ୍ରୀ ଜୋର୍‌ ଦେଇଛନ୍ତି। ସେ କହିଛନ୍ତି ଯେ, ଭାରତର ପ୍ରତି ଜିଲାରେ ନିର୍ମିାଣ ହେଉଥିବା ଉତ୍ପାଦ ଯେପରି ବିଶ୍ୱ ବଜାରରେ ଉପଲବ୍ଧ ହେବ ସେ ଦିଗରେ ଦୃଷ୍ଟି ଦେବାକୁ ହେବ। ଗ୍ରାମୀଣ ଅର୍ଥନୀତି ଓ ଏମ୍‌ଏସ୍‌ଏମ୍‌ଇର ଅଭିବୃଦ୍ଧି ଲାଗି ସ୍ଥାନୀୟ ଉତ୍ପାଦର ବିନିଯୋଗ ଉପରେ ସେ ଜୋର୍‌ ଦେଇଛନ୍ତି। ଏହାଦ୍ୱାରା ମେକ୍‌ ଇନ୍‌ ଇଣ୍ଡିଆକୁ ପ୍ରୋତ୍ସାହନ ମିଳିବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ କହିବାନୁଯାୟୀ, ଭାରତ ବିଶ୍ୱ ଲାଗି ଏକ ବଡ଼ ବଜାର ହେଲାଣି। ଦେଶକୁ ମଧ୍ୟ ବିଶ୍ୱସ୍ତରରେ ଏଭଳି ବଜାର ସୃଷ୍ଟି କରିବାକୁ ହେବ, ଯେଉଁଠି ଭାରତର ଉତ୍ପାଦ ମିଳିବ। ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବାକୁ ଯାଇ ମୋଦି କହିଛନ୍ତି ଯେ, ଦେଶର ୧୦୦ ଏଭଳି ପର୍ଯ୍ୟଟନ କ୍ଷେତ୍ରର ବିକାଶ କରିବା ଜରୁରୀ ଯେଉଁଠି ଅଧିକ ରୋଜଗାର ସୃଷ୍ଟି ହୋଇପାରିବ। ଦେଶବାସୀ ଅତିକମ୍‌ରେ ୨୦୨୨ ସୁଦ୍ଧା ଅତିକମ୍‌ରେ ୧୫ ପର୍ଯ୍ୟଟନ କ୍ଷେତ୍ର ବୁଲିବା ଉଚିତ୍‌। ଏହାଦ୍ୱାରା ଆର୍ଥିକ ଗତିବିଧି ବଢ଼ିବାରେ ସହାୟତା ମିଳିବ। କାରବାର ସୁଗମତାକୁ ସରକାର ପ୍ରାଥମିକତା ଦେଉଥିବାରୁ ଦେଶର ବିଶ୍ୱବ୍ୟାଙ୍କ ର଼୍ୟାଙ୍କିଙ୍ଗରେ ୭୭ତମ ସ୍ଥାନକୁ ଉନ୍ନିତ ହୋଇଛି ବୋଲି ସେ କହିଛନ୍ତି।
ଡିଜିଟାଲ ପେମେଣ୍ଟକୁ ‘ହଁ’, ନଗଦକୁ ନା’
ସ୍ବାଧୀନତା ଦିବସ ପାଳନ ଅବସରରେ ଲାଲକିଲାରୁ ଛୋଟ ବ୍ୟବସାୟୀ, ଦୋକାନୀଙ୍କୁ ଆହ୍ବାନ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ସେମାନେ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରନ୍ତୁ। ଦୋକାନୀମାନେ ନିଜ ଦୋକାନରେ ‘ଆଜି ନଗଦ, କାଲି ବାକି’ ଲେଖାଥିବା ବୋର୍ଡ ମାରୁଛନ୍ତି। ସେମାନେ ଏଣିକି ‘ ଡିଜିଟାଲ ପେମେଣ୍ଟକୁ ହଁ ଓ ନଗଦକୁ ନା’ ବୋର୍ଡ ମାରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ଏହାଦ୍ୱାରା ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହନ ମିଳିବ। ପ୍ଲାଷ୍ଟିକ ବ୍ୟାନ୍‌ ଲାଗି ଦୋକାନୀଙ୍କୁ ସେ ଅପିଲ କରିଛନ୍ତି। ଗ୍ରାହକ ନିଜ ସହିତ ବ୍ୟାଗ୍‌ ଆଣିବାକୁ ଦୋକାନୀ ଅକ୍ଟୋବର ୨ରୁ ବୋର୍ଡ ମାରନ୍ତୁ ବୋଲି ସେ କହିଛନ୍ତି। ଦେଶବାସୀ ମଧ୍ୟ ପ୍ଲାଷ୍ଟିକ ଥଳି ବ୍ୟବହାର ନ କରିବାକୁ ସେ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri